Advertisment

ବେଗ ବଢ଼ାଇଲା ବାତ୍ୟା ୟାସ, ଧାମରା ଠାରୁ ଆଉ ୬୦ କିମି ଦୂରରେ

ନୂଆଦିଲ୍ଲୀ: ଅତି ଭୀଷଣ ବାତ୍ୟା ୟାସ ଏବେ ସମୁଦ୍ର ମଧ୍ୟରେ ତା’ର ଗତିକୁ ବଢ଼ାଇ ଦେଇଛି। ପୂର୍ବରୁ ଘଣ୍ଟାପ୍ରତି ୧୧ କିମି ବେଗରେ ଗତି କରୁଥିବା ୟାସ ଏବେ ଘଣ୍ଟାପ୍ରତି ୧୫ କିମି ବେଗରେ ଆଗକୁ ମାଡ଼ି ଚାଲିଛି। ଏବେ ଏହା ଧାମରା ଠାରୁ ମାତ୍ର ୬୦ କିମି ଦୂରରେ ରହିଛି। ସେହିପରି ପାରାଦୀପ ଠାରୁ ୯୦ କିମି ଓ ବାଲେଶ୍ୱର ଠାରୁ ୧୦୫ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ଦିଘା ଠାରା ବାତ୍ୟା ୧୦୦ କିମି […]

ଅଦ୍ୟତନ ହୋଇଛି
ବେଗ ବଢ଼ାଇଲା ବାତ୍ୟା ୟାସ, ଧାମରା ଠାରୁ ଆଉ ୬୦ କିମି ଦୂରରେ

Cyclone4

Advertisment

ନୂଆଦିଲ୍ଲୀ: ଅତି ଭୀଷଣ ବାତ୍ୟା ୟାସ ଏବେ ସମୁଦ୍ର ମଧ୍ୟରେ ତା’ର ଗତିକୁ ବଢ଼ାଇ ଦେଇଛି। ପୂର୍ବରୁ ଘଣ୍ଟାପ୍ରତି ୧୧ କିମି ବେଗରେ ଗତି କରୁଥିବା ୟାସ ଏବେ ଘଣ୍ଟାପ୍ରତି ୧୫ କିମି ବେଗରେ ଆଗକୁ ମାଡ଼ି ଚାଲିଛି। ଏବେ ଏହା ଧାମରା ଠାରୁ ମାତ୍ର ୬୦ କିମି ଦୂରରେ ରହିଛି। ସେହିପରି ପାରାଦୀପ ଠାରୁ ୯୦ କିମି ଓ ବାଲେଶ୍ୱର ଠାରୁ ୧୦୫ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ଦିଘା ଠାରା ବାତ୍ୟା ୧୦୦ କିମି ଦୂରରେ ରହିଛି।

Advertisment

ବାତ୍ୟା ୟାସ ପ୍ରଭାବରେ ସମୁଦ୍ର ମଧ୍ୟରେ ପବନାର ଘଣ୍ଟା ପ୍ରତି ବେଗ ୧୩୦ରୁ ୧୫୫ କିମି ରହିଛି। ସ୍ଥଳ ଭାଗ ଆଡ଼କୁ ବାତ୍ୟା ୟାସ ଯେତିକି ଆଗକୁ ବଢ଼ୁଛି ପାରଦୀପ ଠାରୁ ଧାମରା ଯାଏ ପବନର ବେଗ ସେତିକି ବଢ଼ୁଛି। ଏଥିସହ ବର୍ଷାର ପରମାଣ ମଧ୍ୟ ବୃଦ୍ଧି ପାଉଛି।

ବାତ୍ୟା ୟାସ୍‌ ସମ୍ବନ୍ଧୀୟ ଲାଇଭ୍‌ ଅପଡେଟ୍ ପାଇଁ କ୍ଲିକ କରନ୍ତୁ

ବାତ୍ୟା ୟାସ୍ କ୍ରମେ ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରିବ। ଦିନ ୧୧ଟାରୁ ୧ଟା ମଧ୍ୟରେ ଏହା ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନେ ରହିଛି। ଉତ୍ତର ଧାମରା ଓ ଦକ୍ଷିଣ ବାଲେଶ୍ୱର ମଧ୍ୟରେ ଏହା ସ୍ଥଳ ଭାଗ ଅତିକ୍ରମ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହାର ପ୍ରଭାବରେ ପବନର ଘଣ୍ଟାପ୍ରତି ବେଗ ୧୪୫ରୁ ୧୫୫ କିମି ଓ ବେଳେ ୧୮୫ କିମି ରହିପାରେ।

Advertisment

ଅନ୍ୟପକ୍ଷରେ ଏସଆରସି ପ୍ରୀଦପ ଜେନା ବାତ୍ୟା ୟାସର ଲ୍ୟାଣ୍ଡଫଲ ସାମାନ୍ୟ ବିଳମ୍ବ ହେବ ବୋଲି କହିଛନ୍ତି। ପୂର୍ବରୁ ସେ ଭୋର ୫ଟାରୁ ୬ ମଧ୍ୟରେ ୟାସର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହେବ ବୋଲି କହିଥିଲେ। ହେଲେ ଏବ ଲ୍ୟାଣ୍ଡଫଲ ପ୍ରକ୍ରିୟା ଦିନ ୧୦ରୁ ୧୧ଟା ମଧ୍ୟରେ ଆରମ୍ଭ ହେବ ବୋଲି ଶ୍ରୀ ଜେନା କହିଛନ୍ତି।

ସେ କହିଛନ୍ତି, ବାତ୍ୟା ସମୁଦ୍ର ମଧ୍ୟରେ ଧିମା ହୋଇଯାଇଥିଲେ ହେଁ ଆଉ ଘନୀଭୂତ ହେଉନାହିଁ। ତେଣୁ ଲ୍ୟାଣ୍ଡଫଳ ବେଳେ ପବନର ବେଗ ପୂର୍ବାପେକ୍ଷା କମ ରହିବ। ପୂର୍ବରୁ ପବନର ସର୍ବାଧିକ ୧୮୫ କିମି ରହିବ ବୋଲି କୁହାଯାଉଥିଲା। ହେଲେ ଏବେ ଏହା ୧୩୦ରୁ ୧୪୦ କିମି ରହିବାର ସମ୍ଭାବନା ରହିଛି। ପବନର ବେଗ କମ ରହିବାର ସମ୍ଭାବନା ଥିଲେ ହେଁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏହା ଭଦ୍ରକର ବାସୁଦେବପୁରରୁ ବାହାନାଗା ମଧ୍ୟରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି।

Cyclone Yaas
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe