ହାତଗୋଡ଼ ବନ୍ଧା ଅବସ୍ଥାରେ ଜଙ୍ଗଲରୁ ଯୁବକ ଉଦ୍ଧାର

ଦେବଗଡ଼(ସିଦ୍ଧାର୍ଥ ଗୁରୁ): ଜଙ୍ଗଲରୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର ହେଲେ ଯୁବକ । ଉଦ୍ଧାର ଯୁବକଙ୍କ ହାତ ଓ ଗୋଡରେ ରଶି ବନ୍ଧା ହୋଇଥିବା ଦେଖିବାକୁ ମିଳିଛି । ଦେବଗଡ ଜିଲ୍ଲା ସମରଖାଇ ନିକଟ ଜଙ୍ଗଲରୁ ଏପରି ମୁମୂର୍ଷ ଅବସ୍ଥାରେ ଜଣେ ଯୁବକଙ୍କୁ ଉଦ୍ଧାର କରାଯାଇଛି । ତାଙ୍କ ପରିଚୟ ମିଳି ପାରି ନଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୁଲିସ୍‌। ସୂଚନା ଅନୁଯାୟୀ, ଜଙ୍ଗଲ ଭିତରେ ଚେତାଶୂନ୍ୟ ଅବସ୍ଥାରେ ଜଣେ ଯୁବକ ଜଣକ ପଡି ରହିଥିବା ଆଜି […]

attack

Niharika Rout
  • Published: Wednesday, 19 January 2022
  • , Updated: 19 January 2022, 09:03 AM IST

ଦେବଗଡ଼(ସିଦ୍ଧାର୍ଥ ଗୁରୁ): ଜଙ୍ଗଲରୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର ହେଲେ ଯୁବକ । ଉଦ୍ଧାର ଯୁବକଙ୍କ ହାତ ଓ ଗୋଡରେ ରଶି ବନ୍ଧା ହୋଇଥିବା ଦେଖିବାକୁ ମିଳିଛି । ଦେବଗଡ ଜିଲ୍ଲା ସମରଖାଇ ନିକଟ ଜଙ୍ଗଲରୁ ଏପରି ମୁମୂର୍ଷ ଅବସ୍ଥାରେ ଜଣେ ଯୁବକଙ୍କୁ ଉଦ୍ଧାର କରାଯାଇଛି । ତାଙ୍କ ପରିଚୟ ମିଳି ପାରି ନଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୁଲିସ୍‌।

ସୂଚନା ଅନୁଯାୟୀ, ଜଙ୍ଗଲ ଭିତରେ ଚେତାଶୂନ୍ୟ ଅବସ୍ଥାରେ ଜଣେ ଯୁବକ ଜଣକ ପଡି ରହିଥିବା ଆଜି ସକାଳୁ କିଛି ସ୍ଥାନୀୟ ଲୋକ ଦେଖିଥିଲେ । ତାଙ୍କ ନିକଟକୁ ଯିବାରୁ ତାଙ୍କ ହାତଗୋଡ଼ ବନ୍ଧା ଯାଇଥିବା ଦେଖିଥିଲେ। ଏହାପରେ ତାଙ୍କୁ ଉଦ୍ଧାର କରାଯାଇ ୧୦୮ ଅମ୍ବୁଲାନ୍ସ ଯୋଗେ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି । ଯୁବକଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ଚେତାଶୂନ୍ୟ ଥିବାରୁ ପରିଚୟ ମିଳି ପାରି ନାହିଁ ।

ଅନ୍ୟପଟେ ହାତ ଓ ଗୋଡ ବାନ୍ଧି ତାଙ୍କୁ ଜଙ୍ଗଲ ଭିତରେ କିଏ ଫିଙ୍ଗି ଦେଇଥିବାରୁ ସନ୍ଦେହ ସୃଷ୍ଟି ହୋଇଛି। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

Related story