ଯୁବକଙ୍କୁ ଗାଁ ଦାଣ୍ଡରେ ଗୋଡ଼େଇ ଗୋଡ଼େଇ ହାଣିଲେ

ଜୟପୁର(ଟି. ଗୌରି ଶଙ୍କର): ପୂର୍ବ ଶତ୍ରୁତାକୁ ନେଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି କୋରାପୁଟ ଜିଲ୍ଲା ଜୟପୁର ସଦର ଥାନା ଅନ୍ତର୍ଗତ କଳସହାଣ୍ଡି ଗାଁରେ। ଆହତ ଯୁବକଙ୍କ ଜଣଙ୍କ ହେଲେ ଶକ୍ତି ରଞ୍ଜନ ପୂଜାରୀ। ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଶକ୍ତିଙ୍କ ମା’ ଥାନାରେ ଅଭିଯୋଗ କରିବା ପରେ ପୁଲିସ ୩ ଜଣଙ୍କୁ ଅଟକ ରଖିଛି। ସେମାନେ ହେଲେ ଜୟପୁର ବ୍ଲକ ଅନ୍ତା ଗ୍ରାମ […]

attack-1

  • Published: Tuesday, 04 October 2022
  • , Updated: 04 October 2022, 01:26 PM IST

ଜୟପୁର(ଟି. ଗୌରି ଶଙ୍କର): ପୂର୍ବ ଶତ୍ରୁତାକୁ ନେଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି କୋରାପୁଟ ଜିଲ୍ଲା ଜୟପୁର ସଦର ଥାନା ଅନ୍ତର୍ଗତ କଳସହାଣ୍ଡି ଗାଁରେ। ଆହତ ଯୁବକଙ୍କ ଜଣଙ୍କ ହେଲେ ଶକ୍ତି ରଞ୍ଜନ ପୂଜାରୀ। ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଶକ୍ତିଙ୍କ ମା’ ଥାନାରେ ଅଭିଯୋଗ କରିବା ପରେ ପୁଲିସ ୩ ଜଣଙ୍କୁ ଅଟକ ରଖିଛି। ସେମାନେ ହେଲେ ଜୟପୁର ବ୍ଲକ ଅନ୍ତା ଗ୍ରାମ ପଞ୍ଚାୟତର ସମିତିସଭ୍ୟ ରାଜା ମଣ୍ଡଳ, ତାଙ୍କ ବଡ ଭାଇ ସୁକାନ୍ତ ମଣ୍ଡଳ ଓ କଳସାହାଣ୍ଡି ଗାଁର ମନୋ ହରିଜନ।

ଗତକାଲି ଅପରାହ୍ଣ ସମୟରେ ଶକ୍ତିଙ୍କୁ ରାଜା ମଣ୍ଡଳ, ତାଙ୍କ ବଡ଼ ଭାଇ ଓ ମନୋ ମିଶି ଗାଁ ଦାଣ୍ଡରେ ସଂଘବଦ୍ଧ ଭାବେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଶକ୍ତିଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଛି। ୨୦୧୫ ମସିହାରେ ଶକ୍ତିଙ୍କ ବାପାଙ୍କୁ ଦୁର୍ବୃତ୍ତମାନେ ସଂଘବଦ୍ଧ  ଭାବେ ଆକ୍ରମଣ କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

Related story