ବାଇକ୍‌ରେ ଯାଉଥିଲେ ଯୁବକ, ବେକରେ ଗୁଡ଼ାଇ ହୋଇଗଲା ଗୁଡ଼ି ମାଞ୍ଜା

ନୀଳଗିରି(ବିଶ୍ୱମ୍ବର ଦାସ): କାଳ ସାଜୁଛି ଗୁଡ଼ି ମାଞ୍ଜା। ଘରୁ ବାହାରିବାକୁ ଭୟ କଲେଣି ଲୋକେ। କଟକ ଜିଲ୍ଲା ଜଗତପୁର ଥାନା ଅଞ୍ଚଳରେ ଜଣେ ଯୁବକ ଗୁଡ଼ି ସୁତା ଲାଗି ପ୍ରାଣ ହରାଇଥିବା ବେଳେ ପୁରୀରେ ଜଣେ ଗୁରୁତର ହୋଇ ପଡ଼ିଛନ୍ତି। ଏବେ ଏପରି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଞ୍ଚଳରେ । ଗୁଡ଼ି ସୁତା ଲାଗି ଆହତ ହୋଇଥିବା ଯୁବକଜଣକ ହେଲେ ଗୋପ ଅଞ୍ଚଳର ରଞ୍ଜନ ପରିଡା । ରଞ୍ଜନ ପରିଡ଼ା ଆଜି  ଶ୍ୟାମସୁନ୍ଦର […]

indured

Niharika Rout
  • Published: Thursday, 30 December 2021
  • , Updated: 30 December 2021, 01:31 PM IST

ନୀଳଗିରି(ବିଶ୍ୱମ୍ବର ଦାସ): କାଳ ସାଜୁଛି ଗୁଡ଼ି ମାଞ୍ଜା। ଘରୁ ବାହାରିବାକୁ ଭୟ କଲେଣି ଲୋକେ। କଟକ ଜିଲ୍ଲା ଜଗତପୁର ଥାନା ଅଞ୍ଚଳରେ ଜଣେ ଯୁବକ ଗୁଡ଼ି ସୁତା ଲାଗି ପ୍ରାଣ ହରାଇଥିବା ବେଳେ ପୁରୀରେ ଜଣେ ଗୁରୁତର ହୋଇ ପଡ଼ିଛନ୍ତି। ଏବେ ଏପରି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଞ୍ଚଳରେ । ଗୁଡ଼ି ସୁତା ଲାଗି ଆହତ ହୋଇଥିବା ଯୁବକଜଣକ ହେଲେ ଗୋପ ଅଞ୍ଚଳର ରଞ୍ଜନ ପରିଡା ।

ରଞ୍ଜନ ପରିଡ଼ା ଆଜି  ଶ୍ୟାମସୁନ୍ଦର ବଜାରରୁ ମାର୍କେଟିଂ କରି ବାଇକ୍‌ରେ ଘରକୁ ଫେରୁଥିଲେ। ଏହି ସମୟରେ ଗୋପ ଛକ ନିକଟରେ ତାଙ୍କ  ବେକରେ ଗୁଡି ମାଂଜା ଦଉଡି ଲାଗିଯାଇଥିଲା। ଫଳରେ ସେ ତଳେ ପଡ଼ି ଯାଇଥିଲେ। ଏହାପରେ  ପଛରୁ ଆସିଥିବା ଏକ ବାଇକ୍‌ ତାଙ୍କୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ରଞ୍ଜନ ଆହତ ହୋଇଥିବା ଜଣାଯାଇଛି।

ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। କାହା ସୁତା ଲାଗି ଏପରି ଅଘଟଣ ଘଟିଲା ସେ ନେଇ କିଛି ଟେର ମିଳିପାରିନି।

Related story