ଶ୍ୱଶୁର ଘରେ ଶାଶୂଙ୍କ ଗଳା କାଟିଲା ଜ୍ୱାଇଁ!

ରାୟଗଡ଼ା(ମାଉଡି ବାରିକ): ଶ୍ୱଶୁର ଘରେ ଶାଶୂଙ୍କ ଗଳା କାଟିଲା ଜ୍ୱାଇଁ! ଆଜି ସନ୍ଧ୍ୟା ବେଳେ ଏପରି ହୃଦୟ ବିଦାରକ ଘଟଣା ରାୟଗଡ଼ ଟାଉନ୍‌ରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ହେଲେ ଅଭିଯୁକ୍ତ ଜ୍ୱାଇଁକୁ ଗିରଫ କରିପାରି ନାହିଁ। ରାୟଗଡ଼ା ସହର ଗୌତମ ନଗର ନିବାସୀ ଗଙ୍ଗା ଆମ୍ମା ଗରିଡିଆଙ୍କ ସାନ ଝିଅ ରୁଦୁମାଙ୍କୁ ବିବାହ କରିଥିଲେ କଲ୍ୟାଣସିଂହପୁର ବ୍ଲକ ସେରିଗୁମ୍ମା ପଞ୍ଚାୟତର ନବୀନ କନ୍ଧପାଣି। ବାହାଘର […]

Kalyansinghpur

  • Published: Wednesday, 23 November 2022
  • , Updated: 23 November 2022, 08:48 PM IST

ରାୟଗଡ଼ା(ମାଉଡି ବାରିକ): ଶ୍ୱଶୁର ଘରେ ଶାଶୂଙ୍କ ଗଳା କାଟିଲା ଜ୍ୱାଇଁ! ଆଜି ସନ୍ଧ୍ୟା ବେଳେ ଏପରି ହୃଦୟ ବିଦାରକ ଘଟଣା ରାୟଗଡ଼ ଟାଉନ୍‌ରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ହେଲେ ଅଭିଯୁକ୍ତ ଜ୍ୱାଇଁକୁ ଗିରଫ କରିପାରି ନାହିଁ।

ରାୟଗଡ଼ା ସହର ଗୌତମ ନଗର ନିବାସୀ ଗଙ୍ଗା ଆମ୍ମା ଗରିଡିଆଙ୍କ ସାନ ଝିଅ ରୁଦୁମାଙ୍କୁ ବିବାହ କରିଥିଲେ କଲ୍ୟାଣସିଂହପୁର ବ୍ଲକ ସେରିଗୁମ୍ମା ପଞ୍ଚାୟତର ନବୀନ କନ୍ଧପାଣି। ବାହାଘର ପରେ ବେଶ୍‌ ହସ ଖୁସିରେ ଚାଲିଥିଲା ପରିବାର। ପରେ ହଠାତ୍‌ ନିଶା ସେବନ ଆରମ୍ଭ କଲେ ନବୀନ। ଏହାପରେ ଆରମ୍ଭ ହେଲା ରୁଦୁମାଙ୍କ ଉପରେ ନିର୍ଯାତନା। ନିଶାରେ ଅନେକ ସମୟ ମାଡ଼ ମାରୁଥିବା ଅଭିଯୋଗ ହୋଇଛି। ମାସେ ତଳେ ରୁଦୁମାଙ୍କୁ କିରାସିନି ଢ଼ାଳି ପୋଡ଼ି ଦେବାକୁ ନବୀନ ଉଦ୍ୟମ କରୁଥିବା ଅଭିଯୋଗ ହୋଇଥିଲା।

ଜୀବନ ବିକଳରେ ରୁଦୁମା ନିଜ ଝିଅକୁ ଧରି ବାପ ଘରକୁ ଚାଲି ଆସିଥିଲେ। ସେ ତାଙ୍କ ମାଆ ଗଙ୍ଗା ଆମ୍ମା ଗରିଡିଆଙ୍କ ରହୁଥିଲେ। କିନ୍ତୁ ଏହାକୁ ପସନ୍ଦ କରୁନଥିଲେ ନବୀନ। ଆଜି ସନ୍ଧ୍ୟା ପ୍ରାୟ ୫ଟା ବେଳେ ରୁଦୁମା କୌଣସି କାମରେ ବାହାକୁ ଯାଇଥିଲେ। ଘରେ ଏକାକୀ ଥିଲେ ଗଙ୍ଗାଆମ୍ମା। ଏହାର ସୁଯୋଗ ନେଇ ନବୀନ ହାତରେ ଏକ ଧାରୁଆ ଅସ୍ତ୍ର ଧରି ଶ୍ୱଶୁର ଘରେ ପଶିଥିଲେ। ପରେ ଶାଶୂଙ୍କ କଳା କାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଶାଶୂଙ୍କୁ ହତ୍ୟା କରିବା ପରେ ସେଠାରୁ ଚମ୍ପଟ ମାରିଥିଲା ନବୀନ।

ଝିଅ ରୁଦୁମାଙ୍କ ଅଭିଯୋଗ କ୍ରମେ ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି। ଏପର୍ଯ୍ୟନ୍ତ ଅଭିଯୁକ୍ତ ଜ୍ୱାଇଁ ନବୀନକୁ ଗିରଫ କରିପାରି ନାହିଁ। ମିଳିଥିବା ସୂଚନା ଅନୁସାରେ ନବୀନ ଏବେ ବିଷମକଟକରେ ଆତ୍ମଗୋପନ କରିଛି। ପୁଲିସ୍‌ ତାକୁ ଗିରଫ କରିବା ପାଇଁ ଯାଇଥିବା ଜଣାପଡ଼ିଛି।

Related story