Advertisment

ବର୍ଷ ବର୍ଷର ସମସ୍ୟାର ସମାଧାନ କରୁଛି ଦୀପାଙ୍କ ଟ୍ୱିଟ୍‌

ପଦ୍ମପୁର(ସୋମେଶ ମହାନ୍ତି ): ଆଦିବାସୀ ଅଧ୍ୟୁଷିତ ପଛୁଆ ଅଞ୍ଚଳରେ ଯେତେବେଳେ ଲୋକ ନିଜର କାମ ପାଇଁ ବାରମ୍ବାର ସରକାରୀ ଅଫିସ୍ ଦୌଡି ଦୌଡି ନୟାନ୍ତ ହୁଅନ୍ତି, ସେତେବେଳେ ସେମାନଙ୍କୁ ସାହାଯ୍ୟର ହାତ ବଢାଉଛନ୍ତି ଦୀପା । ଦୀପାଙ୍କ ଗୋଟିଏ ଟ୍ୱିଟରେ ହୋଇଯାଉଛି ବର୍ଷ ବର୍ଷ ଧରି ଲାଗି ରହିଥିବା ସମସ୍ୟାର ସମାଧାନ । ସେ ହେଉଛନ୍ତି ଅନ୍ଧାରୀ ମୁଲକର ଆଲୋକ। ଗରିବ ଓ ଦୁଃଖି ରଙ୍କି ଯେଉଁମାନେ ସରକାରଙ୍କ ବିଭିନ୍ନ ଯୋଜନାରୁ ବଞ୍ଚିତ, ସେମାନଙ୍କ ମୁହଁରେ ହସ […]

author-image
Niharika Rout
ଅଦ୍ୟତନ ହୋଇଛି
ବର୍ଷ ବର୍ଷର ସମସ୍ୟାର ସମାଧାନ କରୁଛି ଦୀପାଙ୍କ ଟ୍ୱିଟ୍‌

DIPA-TWIT

ପଦ୍ମପୁର(ସୋମେଶ ମହାନ୍ତି ): ଆଦିବାସୀ ଅଧ୍ୟୁଷିତ ପଛୁଆ ଅଞ୍ଚଳରେ ଯେତେବେଳେ ଲୋକ ନିଜର କାମ ପାଇଁ ବାରମ୍ବାର ସରକାରୀ ଅଫିସ୍ ଦୌଡି ଦୌଡି ନୟାନ୍ତ ହୁଅନ୍ତି, ସେତେବେଳେ ସେମାନଙ୍କୁ ସାହାଯ୍ୟର ହାତ ବଢାଉଛନ୍ତି ଦୀପା । ଦୀପାଙ୍କ ଗୋଟିଏ ଟ୍ୱିଟରେ ହୋଇଯାଉଛି ବର୍ଷ ବର୍ଷ ଧରି ଲାଗି ରହିଥିବା ସମସ୍ୟାର ସମାଧାନ । ସେ ହେଉଛନ୍ତି ଅନ୍ଧାରୀ ମୁଲକର ଆଲୋକ। ଗରିବ ଓ ଦୁଃଖି ରଙ୍କି ଯେଉଁମାନେ ସରକାରଙ୍କ ବିଭିନ୍ନ ଯୋଜନାରୁ ବଞ୍ଚିତ, ସେମାନଙ୍କ ମୁହଁରେ ହସ ଫୁଟାଇ ପାରୁଛନ୍ତି  ଦୀପା।

Advertisment

ବରଗଡ଼ ଜିଲ୍ଲା ପାଇକମାଳ ଅଞ୍ଚଳ ଟେମରି ଗାଁର ଦୀପା ବାରିକ ଗୋଟିଏ ୨ଟି ନୁହେଁ ଏହିପରି ପ୍ରାୟ ୩ ହଜାରରରୁ ଅଧିକ ସମସ୍ୟାର ସମାଧାନ କରିସାରିଲେଣି। ସୋଶାଲ ମିଡିଆକୁ ଭଲ ବାଟରେ ବ୍ୟବହାର କରି ଗୋଟିଏ ଟ୍ୱିଟରେ କରି ଦେଉଛନ୍ତି ସମସ୍ୟାର ସମାଧାନ ।

ଖୁବ କମ୍‌ ବୟସରେ ସାମାଜିକ କର୍ମୀ ଭାବେ ବହୁ ନାମପତ୍ର ଓ ସମ୍ମାନ ପାଇଥିବା ଦୀପା କହିଛନ୍ତି,  ୨୦୧୯ ମସିହାରେ ମୋ ଜନ୍ମଦିନରେ ପରିବାର ଲୋକେ ମୋତେ ଗୋଟିଏ ମୋବାଇଲ  ଉପହାର ଦେଇଥିଲେ। ପୂର୍ବରୁ ଲୋକଙ୍କ ସମସ୍ୟା ସମ୍ପର୍କରେ ଶୁଣୁଥିବା ବେଳେ ମୋବାଇଲକୁ  ଭଲ କାମରେ ବିନିଯୋଗ କରିବାକୁ ଚେଷ୍ଟା କଲି। ଏହାପରେ ଟ୍ୱିଟରରେ ଲୋକଙ୍କ ସମସ୍ୟା ସମାଧାନ କରିବାକୁ ଚେଷ୍ଟା କରି ୩ ହଜାରରୁ ଅଧିକ ଲୋକଙ୍କୁ ସାହାଯ୍ୟ କରିସାରିଲାଣି। ଘର, ରାସ୍ତା, ଭତ୍ତା, ଇନ୍ଦିରା ଆବାସ ତଥା ବିଭିନ୍ନ ସମସ୍ୟାର ସମାଧାନ ଖୁବ୍‌ ଶୀଘ୍ର ହୋଇପାରୁଛି। ସରକାରଙ୍କ ଯୋଜନା ଭଲ ଭାବେ ଲୋକଙ୍କ ପାଖରେ ପହଞ୍ଚିପାରୁଥିବାରୁ ଖୁବ୍‌ ଖୁସି ବି ଲାଗୁଛି।

Advertisment

କିଏ ବର୍ଷ ବର୍ଷ ଧରି ଭତ୍ତା ପାଉନି ତ କାହାକୁ ଇନ୍ଦିରା ଆବାସ ଘର ମିଳୁନି ।  ଏହି ପଛୁଆ ଅଞ୍ଚଳରେ ଯେତେବେଳେ ଲୋକ ନିଜର କାମ ପାଇଁ ବାରମ୍ବାର ସରକାରୀ ଅଫିସ୍ ଦୌଡି ଦୌଡି ନୟାନ୍ତ ହୁଅନ୍ତି,  ଦୀପାଙ୍କୁ ନିଜ ଦୁଃଖ ଜଣାନ୍ତି। ଯେତେବେଳେ କାମ ତ ଦୂରର କଥା  ସରକାରୀ  ଅଧିକାରୀ କଥା ଶୁଣନ୍ତି ନାହିଁ,  ସେତେବେଳେ  ଦୀପାଙ୍କ ଗୋଟିଏ ଟ୍ୱିଟ୍‌ରେ  ହୋଇଯାଏ କାମ । ଗୋଟିଏ ଟ୍ୱିଟ୍ କରି ସରକାରଙ୍କ ପାଖରେ ପହଞ୍ଚାଉଛନ୍ତି ଲୋକଙ୍କ ସମସ୍ୟା । ବାସ୍, ଏହାପରେ ସଙ୍ଗେ ସଙ୍ଗେ କାମ ହୋଇଯାଉଛି । ଘରେ ବସି ଗୋଟିଏ ପରେ ଗୋଟିଏ ଟ୍ୱିଟ୍ କରି ଶହ ଶହ ଲୋକଙ୍କ ବିଭିନ୍ନ ସମସ୍ୟାର ସମାଧାନ କରିଛନ୍ତି ଦୀପା ।  ଦୀପାଙ୍କ ପାଇଁ ଅଞ୍ଚଳବାସୀ ଉପକୃତ ହେଉଥିବାରୁ ତାଙ୍କ ପରିବାର ମଧ୍ୟ ଗର୍ବିତ।

ମୋ’ ଝିଅ କାମରେ ଆମେ ସମସ୍ତେ ବହୁତ ଖୁସି। ଆହୁରି ଭଲ କାମ କରିବାକୁ ଆମେ ତାକୁ ଉତ୍ସାହିତ କରୁଛୁ ବୋଲି କହିଛନ୍ତି ଦୀପାଙ୍କ ମା’ ସୁଷମା ବାରିକ।  ସେହିପରି ତାଙ୍କ ବାପା, କହିଛନ୍ତି “ମୋର ପରିଚୟ ବୋଲି କିଛି ନାହିଁ। ମୋ ଝିଅ ଦ୍ୱାରା ମୁଁ ପରିଚିତ। ତା’ କାମରେ ଆମେ ବହୁତ୍ ଖୁସି। ତାକୁ ଆମେ ସବୁବେଳେ ସହଯୋଗ କରିବୁ ।”

ଅଧିକ ପଢ଼ନ୍ତୁ : ବଦ୍ରିନାଥଙ୍କୁ ମିଳିଗଲା ଦୁଲହନିଆ

ଦୀପାଙ୍କ ଦ୍ୱାରା କେବଳ ବରଗଡ଼ ଜିଲ୍ଲା ନୁହେଁ ଆଖପାଖ ଜିଲ୍ଲାବାସୀ ବି ଉପକୃତ ହୋଇପାରୁଛନ୍ତି।  ଏପର୍ଯ୍ୟନ୍ତ ୩ ହଜାରରୁ ଅଧିକ ଲୋକ ଉପକୃତ ହୋଇ ସାରିଥିବା ବେଳେ ଆଗକୁ ଏ ତାଲିକା ଆହୁରି ଲମ୍ବିବ ବୋଲି କୁହନ୍ତି ଦୀପା।  ଲୋକଙ୍କ ଦୁଃଖ ସରକାରଙ୍କ ପାଖରେ ପହଞ୍ଚାଇ ପାରୁଛନ୍ତି ଏଭଳି ବହୁ ସମସ୍ୟାର ସମାଧାନ କରି ଦୀପା ବହୁ ଅନୁଷ୍ଠାନ ତରଫରୁ ସମ୍ମାନିତ ହୋଇଛନ୍ତି।

OR Special