ଆସୁଛି ନୂଆବର୍ଷ: ଲକ୍ଷ୍ମୀଙ୍କ କୃପା ପାଇବାକୁ ହେଲେ ଘରୁ ବଦାଳାଇ ଦିଅନ୍ତୁ ଏସବୁ ଜିନିଷ

ଅବଗଣନା ଆରମ୍ଭ ହୋଇଯାଇଛି। ଆଉ ହାତଗଣତି ୩ଦିନ ପରେ ପାଦ ଥାପିବ ୨୦୧୮। ଏହି ନୂଆବର୍ଷ ନିଜେ କିଛି ନୂଆ କରିବାର ସଂକଳ୍ପ ନିଅନ୍ତୁ। ଏଥିନିମନ୍ତେ ପ୍ରଥମେ ଘରର କିଛି ଜିନିଷକୁ ବଦଳେଇବା ଜରୁରୀ। ଘରର ସୁଖ, ଶାନ୍ତି, ସମୃଦ୍ଧି ବଜାୟ ରଖିବାକୁ ଚାହୁଁଛନ୍ତି କି? ତା ହେଲେ ପ୍ରଥମେ ଘରେ ଥିବା ପୁରୁଣା ଜିନିଷକୁ ବାହାର କରିଦିଅନ୍ତୁ। ତା ହେଲେ ଆସନ୍ତୁ ଜାଣିବା ଘରର କେଉଁ କେଉଁ ଜିନିଷକୁ ବଦଳାଇଲେ ଲକ୍ଷ୍ମୀ ବରଦାୟକ ହେବେ ଆପଣଙ୍କ […]

avoid

Rakesh Mallick
  • Published: Thursday, 28 December 2017
  • , Updated: 28 December 2017, 10:44 AM IST

ଅବଗଣନା ଆରମ୍ଭ ହୋଇଯାଇଛି। ଆଉ ହାତଗଣତି ୩ଦିନ ପରେ ପାଦ ଥାପିବ ୨୦୧୮। ଏହି ନୂଆବର୍ଷ ନିଜେ କିଛି ନୂଆ କରିବାର ସଂକଳ୍ପ ନିଅନ୍ତୁ। ଏଥିନିମନ୍ତେ ପ୍ରଥମେ ଘରର କିଛି ଜିନିଷକୁ ବଦଳେଇବା ଜରୁରୀ। ଘରର ସୁଖ, ଶାନ୍ତି, ସମୃଦ୍ଧି ବଜାୟ ରଖିବାକୁ ଚାହୁଁଛନ୍ତି କି? ତା ହେଲେ ପ୍ରଥମେ ଘରେ ଥିବା ପୁରୁଣା ଜିନିଷକୁ ବାହାର କରିଦିଅନ୍ତୁ। ତା ହେଲେ ଆସନ୍ତୁ ଜାଣିବା ଘରର କେଉଁ କେଉଁ ଜିନିଷକୁ ବଦଳାଇଲେ ଲକ୍ଷ୍ମୀ ବରଦାୟକ ହେବେ ଆପଣଙ୍କ ଉପରେ।

  • ଅଧିକାଂଶ ଲୋକଙ୍କ ଘରର ଛାତରେ ଆବର୍ଜନା ଜମା ହୋଇଥାଏ। ଘରକୁ ସଫା କରିବା ପରେ ଅଳିଆକୁ ଛାତ ଉପରେ ଜମା ହେବାକୁ ଦିଅନ୍ତୁ ନାହିଁ। କୁହାଯାଏ ଯେଉଁ ଘର ସଫା ସୁତୁରା ରହିଥାଏ ସେହି ଘରେ ମା’ଲକ୍ଷ୍ମୀ ବାସ କରିଥାନ୍ତି। ଏଥିପାଇଁ ଘରେ ବ୍ୟବହୃତ ହେଉ ନ ଥିବା ଖରାପ ଜିନିଷକୁ ଘରୁ ବାହାର କରିଦିଅନ୍ତୁ।
  • ଭଙ୍ଗା କାଚ ଘରେ ରଖିବା ଅଶୁଭ। ଘରେ ଭଙ୍ଗା କାଚ ରଖିବା ଦ୍ୱାରା ଆର୍ଥିକ କ୍ଷତି ସହିବାକୁ ପଡିଥାଏ। ଏଣୁ ଏହାର ବାହାର କରି ଦିଅନ୍ତୁ।
  • ବନ୍ଦ ହୋଇଯାଇଥିବା ଘଣ୍ଟା ଅବା ଅଚଳ ଘଣ୍ଟାକୁ ଘରେ ରଖନ୍ତୁ ନାହିଁ। ଘରେ ଅଚଳ ଘଣ୍ଟା ରଖିବା ଦ୍ୱାରା ଅଶାନ୍ତି ସୃଷ୍ଟି ହୋଇଥାଏ ବୋଲି କୁହାଯାଏ। ଏଣୁ ଏଭଳି ଘଣ୍ଟା ଘରେ ରଖନ୍ତୁ ନାହିଁ।

 

 

 

Related story