/odisha-reporter/media/post_attachments/uploads/2021/08/samlima-Mazari.jpg)
samlima-Mazari
କାବୁଲ: ଆପଣ ଭାରତର ଝାନସୀ ରାଣୀ ଲକ୍ଷ୍ମୀବାଈଙ୍କ ପରାକ୍ରମର ଗାଥା ଶୁଣିଥିବେ। ସେ ମହିଳା ହୋଇ ମଧ୍ୟ ବ୍ରିଟିଶରଙ୍କ ବିରୋଧରେ ଅସ୍ତ୍ର ଉଠାଇଥିଲେ। ଖାଲି ଅସ୍ତ୍ର ଉଠାଇ ନଥିଲେ ସେମାନଙ୍କ ସହ ଲଢ଼େଇ କରି ବଳିଦାନ ମଧ୍ୟ ଦେଇଥିଲେ। ଏବେ ଆଫଗାନରେ ତାଲିବାନର ଆତଙ୍କରାଜ ମଧ୍ୟରେ ସେମିତି ଜଣେ ମହିଳା ଯୋଦ୍ଧା ସାମ୍ନାକୁ ଆସିଛନ୍ତି।
ତାଲିବାନ ଆଫଗାନକୁ କବଜା କରିବା ପରେ ୱାରଲର୍ଡ୍ସମାନଙ୍କୁ ପଣବନ୍ଦୀ କରୁଛି। ଅନେକଙ୍କୁ ମଧ୍ୟ ହତ୍ୟା କରୁଛି। ଏହି ଭୟରେ ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ଅନେକ ଲୋକ ଆଫଗାନ ଛାଡ଼ି ଚାଲି ଯାଉଛନ୍ତି। କିନ୍ତୁ ତାଲିବାନଙ୍କ ବିରୋଧରେ ଶେଷ ଯାଏ ଲଢ଼େଇ କରିଥିଲେ ଆଫଗାନର ଜଣେ ମହିଳା ଗଭର୍ଣ୍ଣର।
ଆଫଗାନରେ ଥିବା କିଛି ହାତ ଗଣତି ମହିଳା ରାଜ୍ୟପାଳଙ୍କ ମଧ୍ୟରୁ ସଲିମା ମଜାରୀ ଅନ୍ୟତମ। ମଜାରୀ ବଲଖ ପ୍ରଦେଶର ଚାହର କିଣ୍ଟ୍ ଜିଲ୍ଲାକୁ ତାଲିବାନ କବଳରୁ ରକ୍ଷା କରିବା ପାଇଁ ସେ ନିଜ ସମର୍ଥକଙ୍କ ସହ ବନ୍ଧୁକ ଉଠାଇଥିଲେ। ଚାହର କିଣ୍ଟର ଜିଲ୍ଲା ଗଭର୍ଣ୍ଣର ହେଉଛନ୍ତି ସଲିମା।
ସେ ତାଲିବାନୀଙ୍କ ପ୍ରଚଣ୍ଡ ଆକ୍ରମଣକୁ ଶେଷ ଯାଏ ମୁକାବିଲା କରିଥିଲେ। ହେଲେ ଏବେ ସେ ତାଲିବାନୀଙ୍କ ଦ୍ୱାରା ପଣବନ୍ଦୀ ହୋଇ ରହିଛନ୍ତି। ସେ ତାଲିବାନ ବିରୋଧରେ ଗଠନ କରିଥିବା ସେନା ବାହିନୀର ଅଧିକାଂଶ ସଦସ୍ୟ ଲଢ଼େଇରେ ପ୍ରାଣ ହରାଇଛନ୍ତି। ହେଲେ ସଲିମାଙ୍କ ସହ ତାଲିବାନୀମାନେ ଏବେ କ’ଣ କରିଛନ୍ତି, ସେକଥା କାହାକୁ ଜଣାନାହିଁ।
କୁହାଯାଉଛି ଯେ ଏବେ ସେମାନେ ସଲିମାଙ୍କୁ ହତ୍ୟା କରିବେ ନାହିଁ। କାରଣ ତାଲିବାନୀମାନେ ତାଙ୍କୁ ବ୍ୟବହାର କରି ସେମାନଙ୍କୁ ବିରୋଧ କରୁଥିବା ଲୋକଙ୍କ ମନୋବଳ ଭାଙ୍ଗିବାକୁ ଚେଷ୍ଟା କରିବେ। ସେମାନେ ସଲିମାଙ୍କୁ ନିର୍ଯାତନା ଦେଇ ଅନ୍ୟମାନଙ୍କ ମନରେ ଭୟ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛନ୍ତି।
/odisha-reporter/media/post_attachments/indiatoday/images/story/202108/Salima_Mazari_1200x768.jpeg)
ପଣବନ୍ଦୀ ହେବା ପୂର୍ବରୁ ସଲିମା ମଜାରୀ ନିଜ ଲୋକଙ୍କୁ ବଞ୍ଚାଇବା ପାଇଁ ସବୁ ପ୍ରକାରର ଚେଷ୍ଟା କରିଥିଲେ। ଏପରି କି ସେ ତାଲିବାନ କମାଣ୍ଡରଙ୍କ ସହ ଯୁଦ୍ଧ କରିଥିଲେ। ସେ ନିଜେ ବନ୍ଧୁକ ଉଠାଇ ଲୋକଙ୍କୁ ସୁରକ୍ଷା ଦେଇଥିଲେ। ତାଙ୍କ ସେନାର ଲୋକମାନେ ସେମାନଙ୍କର ଜମି ଓ ଗୃହପାଳିତ ପଶୁଗୁଡ଼ିକୁ ବିକ୍ରି କରି ଅସ୍ତ୍ରଶସ୍ତ୍ର କିଣି ତାଙ୍କ ସହ ଲଢ଼େଇରେ ସାମିଲ ହୋଇଥିଲେ।
ସଲିମା ନିଜେ ଗାଡ଼ିର ଆଗ ସିଟ୍ରେ ବସି ନିଜ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଯାଇ ଲୋକଙ୍କୁ ଯୁଦ୍ଧରେ ସାମିଲ ହେବାକୁ ପରାମର୍ଶ ଦେଉଥିଲେ। ହେଲେ ଏବେ ସବୁ କିଛି ଶେଷ ହୋଇଯାଇଛି। ସଲିମାଙ୍କୁ ପଣବନ୍ଦୀ କରି ତାଲିବାନ ବଲଖ ପ୍ରଦେଶକୁ ଦଖଲ କରି ନେଇଛି।
ସଲିମା ମଜାରୀ କିଏ
ଆଫଗାନର ମୂଳ ବାସିନ୍ଦା ହେଉଛନ୍ତି ସଲିମା। ସୋଭିଏତ ଯୁଦ୍ଧ ସମୟରେ ତାଙ୍କ ପରିବାର ଲୋକ ଇରାନ ପଳାଇଥିଲେ। ସେଠାରେ ପରିବାର ଲୋକ ଶରଣାର୍ଥୀ ଭାବେ ଥିବା ବେଳେ ୧୯୮୦ ମସିହାରେ ଜନ୍ମ ହୋଇଥିଲେ ସଲିମା। ସେ ହେଉଛନ୍ତି ହାଜାରା ସମ୍ପ୍ରଦାୟର ଶିହା ମୁସ୍ଲିମ୍। ଯେଉଁମାନେ ସାଧାରଣତଃ ସୁନ୍ନି ତାଲିବାନଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଥାନ୍ତି।
ତେହେରାନ ବିଶ୍ୱବିଦ୍ୟାଳୟରୁ ସ୍ନାତକ ହାସଲ କରିବା ପରେ ସଲିମା ବାପା ମା’ଙ୍କୁ ଛାଡି ଆଫଗାନିସ୍ତାନକୁ ଫେରିବାକୁ ନିଷ୍ପତ୍ତି ନେଇଥିଲେ। ଏହା ପୂର୍ବରୁ ସେ ଅନେକ ବିଶ୍ୱବିଦ୍ୟାଳୟ ଓ ଅନ୍ତର୍ଜାତୀୟ ସଂଗଠନରେ କାମ କରିଥିଲେ। ୨୦୧୮ରେ ସେ ଜାଣିବାକୁ ପାଇଥିଲେ ଯେ ଚାହର କିଣ୍ଟ୍ ଜିଲ୍ଲାର ଗଭର୍ଣ୍ଣର ପଦ ଖାଲି ପଡ଼ିଛି। ଆଫଗାନିସ୍ତାନ ପାଇଁ କିଛି କରିବାର ଲକ୍ଷ୍ୟ ରଖିଥିବାରୁ ସଲିମା ଏହି ପଦ ପାଇଁ ଆବେଦନ କରିଥିଲେ। ଶେଷରେ ତାଙ୍କ ଲକ୍ଷ୍ୟ ମଧ୍ୟ ପୂରଣ ହୋଇଥିଲା। ସେ ଚାହର କିଣ୍ଟର ଗଭର୍ଣ୍ଣର ଭାବେ ନିଯୁକ୍ତି ପାଇଥିଲେ।
/odisha-reporter/media/post_attachments/ln/images/1103x827/163_202108236038.jpg)
୩ ବର୍ଷ ଗଭର୍ଣ୍ଣର ଭାବେ କାର୍ଯ୍ୟ କରିବା ପରେ ତାଲିବାନୀ ସଙ୍କଟ ଚାହର କିଣ୍ଟକୁ ଗ୍ରାସିଥିଲା। ଆମେରିକା ସୈନ୍ୟ ଆଫଗାନରୁ ପ୍ରତ୍ୟାହୃତ ହେବା କ୍ଷଣି ତାଲିବାନ ତା’ର ବିସ୍ତାରବାଦ ନୀତି ଆରମ୍ଭ କରିଥିଲା।
ଗୋଟିଏ ପରେ ଗୋଟିଏ ଅଞ୍ଚଳକୁ ବନ୍ଧୁକ ମୁନରେ ଦଖଲ କରିବା ପରେ ଚାହର କିଣ୍ଟ ଉପରେ ପଡ଼ିଥିଲା ତାଲିବାନୀଙ୍କ ନଜର। ହେଲେ ଏହାକୁ ଦଖଲ କରିବା ସେମାନଙ୍କ ପକ୍ଷେ ସହଜ ହୋଇ ନଥିଲା। ତାଲିବାନୀଙ୍କୁ ସଲିମା ଓ ତାଙ୍କ ସେନା ଜୋରଦାର ଟକ୍କର ଦେଇଥିଲେ।
/odisha-reporter/media/post_attachments/freepressjournal/2021-08/1c74c7b5-f2a4-4f89-bb9a-ce5dc596ef5e/0608_20210806054857_afghanistan_conflict_governor_afp_9kc7m8.jpg)
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
