କେଉଁ ଉପାୟରେ ପୂଜା ଓ ଜପ କଲେ ମିଳିଥାଏ ଶୁଭଫଳ, ଜାଣନ୍ତୁ କିଛି ଟିପ୍ସ

ସାଧାରଣ ମଣିଷ ସଂସାରରୁ ସୁଖ ଶାନ୍ତି ଟିକିଏ ପାଇବାକୁ ପୂଜାର୍ଚ୍ଚନା କରିଥାଏ। ନିୟମିତ ଭାବେ ପୂଜା, ଜପ ଓ ଧ୍ୟାନରୁ ମାନସିକ ଶାନ୍ତି ମିଳିଥାଏ। ପୂଜା ବା ଜପ ଏକ ସାଧନା ପରି। ଏହାକୁ କରିବାର ନିର୍ଦ୍ଦିଷ୍ଟ କିଛି ବିଧି ରହିଥାଏ। ନହେଲେ ବର୍ଷ ବର୍ଷ ଧରି ପୂଜା ଓ ଜପ କଲେ ବି ବିଶେଷ କଛି ଫଳ ମିଳିନଥାଏ। କେମିତି କରିବେ ଜପତପ ଓ ପୂଜାର୍ଚ୍ଚନା, ସେ ସମୟରେ କେଉଁ ନିୟମ ପାଳନ କରିବା ଉଚିତ […]

Gandmool

Rakesh Mallick
  • Published: Friday, 28 July 2017
  • , Updated: 29 July 2017, 06:12 PM IST

[caption id="attachment_154421" align="alignleft" width="198"] ଡଃ.ଚନ୍ଦ୍ରଶେଖର ଦାଶ[/caption]

ସାଧାରଣ ମଣିଷ ସଂସାରରୁ ସୁଖ ଶାନ୍ତି ଟିକିଏ ପାଇବାକୁ ପୂଜାର୍ଚ୍ଚନା କରିଥାଏ। ନିୟମିତ ଭାବେ ପୂଜା, ଜପ ଓ ଧ୍ୟାନରୁ ମାନସିକ ଶାନ୍ତି ମିଳିଥାଏ। ପୂଜା ବା ଜପ ଏକ ସାଧନା ପରି। ଏହାକୁ କରିବାର ନିର୍ଦ୍ଦିଷ୍ଟ କିଛି ବିଧି ରହିଥାଏ। ନହେଲେ ବର୍ଷ ବର୍ଷ ଧରି ପୂଜା ଓ ଜପ କଲେ ବି ବିଶେଷ କଛି ଫଳ ମିଳିନଥାଏ। କେମିତି କରିବେ ଜପତପ ଓ ପୂଜାର୍ଚ୍ଚନା, ସେ ସମୟରେ କେଉଁ ନିୟମ ପାଳନ କରିବା ଉଚିତ ଜାଣନ୍ତୁ କିଛି ଟିପ୍ସ।

  • ପୂଜା ସ୍ଥାନ ସାଧାରଣତଃ ଗୃହର ଐଶାନ୍ୟ କୋଣରେ ରହିବା ଆବଶ୍ୟକ।
  • ପୂଜା ଗୃହରେ ଇଷ୍ଟ ଦେବତାଙ୍କର ମୂର୍ତ୍ତି, ଫଟୋ, ବିଗ୍ରହ, ଯନ୍ତ୍ର ଇତ୍ୟାଦି ପଶ୍ଚିମ ପଟକୁ ମୁଖ କରି ରଖା ଯାଇଥାଏ।
  • ସାଧାରଣ ଭାବରେ ପ୍ରତିଦିନ ସ୍ମାନାଦି ନିତ୍ୟକର୍ମ ସମାପନ କରିବା ପରେ ପୂର୍ବାହ୍ନ କାଳରେ ପୂର୍ବମୁଖ ହୋଇ ପୂଜା କରିବା ଦରକାର।
  • କୃଷ୍ଣସାର ମୃଗଛାଲ, କମଳାସନ, କାର୍ପାସ, କାଷ୍ଠ ଓ ପତ୍ରାସନ ପୂଜାରେ ବ୍ୟବହାର କରାଗଲେ ହେଁ, ଲାଲ୍ କମଳାସନ ସମସ୍ତ ପୂଜା ପାଇଁ ପ୍ରକୃଷ୍ଟ।
  • ଗୃହରେ ତଥା ନିଜର ମନ ଓ ଶରୀରରେ ଆଧ୍ୟାତ୍ମିକ, ଈଶ୍ୱରଙ୍କର ସତ୍ତା ଉପଲବଧି ପାଇଁ ଆସନ, ପାଦାସନ, ଅର୍ଘ୍ୟ, ଧୂପ, ଦୀପ ଓ ନୈବିଦ୍ୟ (ପଞ୍ଚୋପଚାର) ଅର୍ପଣ କରି କପୂର୍ର ଆରତ୍ରୀ ସମର୍ପଣ ପରେ ନିର୍ଦ୍ଧାରିତ ମାଳାରେ ଜପ କରିବା ବିଧେୟ।
  • ମହାଯୋଗୀଶ୍ୱର ମହାଦେବ, ଜପଦ୍ୱାରା ସିଦ୍ଧିଲାଭ ନିଶ୍ଚିତ ବୋଲି ସୂଚେଇ ଦେଇ କହିଛନ୍ତି- ଜପାତ୍ ସିଦ୍ଧିର୍ଜପାତ୍ ସିଦ୍ଧିର୍ଜପାତ୍ ସିଦ୍ଧିର୍ନ ସଂଶୟ। ଜପ ଶବ୍ଦର ଅର୍ଥ ମନ୍ତ୍ରାକ୍ଷରର ଆବୃତ୍ତି। ଜପ୍ ଧାତୁରୁ ଜପ ଶବ୍ଦର ଉତ୍ପତି। ଜପ୍ ଧାତୁର ଅର୍ଥ ମାନସ ଉଚ୍ଚାରଣ। ସୁତରାଂ ଇଷ୍ଟ ଦେବତାଙ୍କର ବୀଜ ବା ମନ୍ତ୍ର ମନେମନେ ଉଚ୍ଚାରଣ କରିବାର ନାମ ଜପ।
  • ମନେମନେ ସ୍ତବପାଠ ଏବଂ ଅନ୍ୟଜଣେ ଶୁଣି ପାରିବା ଭଳି ଶବ୍ଦ ଉଚ୍ଚାରଣ କରି ଜପ, ଉଭୟେ ନିର୍ମଳ ହୋଇଥାଏ।
  • ସାଧକ ସ୍ଥିରଚିତ୍ତ ଓ ସ୍ଥିରେନ୍ଦ୍ରିୟ ହୋଇ ଇଷ୍ଟ ଦେବତାଙ୍କର ଚିନ୍ତାକରି ଓଠ ଦୁଇଟିକୁ ସଂପୁଟିତ କରି ମନ ଦ୍ୱାରା ବର୍ଣ୍ଣଚିନ୍ତା କରିବେ।
  • ଜପ ସମୟରେ ଜିହ୍ୱା କିମ୍ୱା ଓଷ୍ଠ ଦ୍ୱୟର ଚାଳନା କରିବା ମନା।
  • ଗ୍ରୀବା ଓ ମସ୍ତକ ସ୍ଥିର ରଖି ପଦ୍ମାସନ/ ସୁଖାସନରେ ବସି କରି ନିର୍ଦ୍ଦିଷ୍ଟ ସଂଖ୍ୟାର ଜପ କରାଯିବା ଉଚିତ୍।
  • ଜପ ସମୟରେ ମନକୁ ସ୍ଥିର ରଖି, ଅତିଶୀଘ୍ର କିମ୍ୱା ଅତି ବିଳମ୍ୱ ନକରି ସମାନ ତାଳରେ ମୁକ୍ତାହାରରେ ଯେପରି ଗୋଟିକ ପରେ ଗୋଟିଏ ମୁକ୍ତା ରହିଥାଏ ସେହିପରି ଜପ କରିବେ।
  • ଅତି ଧୀରେ ଜପ କଲେ- ବ୍ୟାଧି, ଅତି ଦ୍ରୁତ ଭାବରେ ଜପ କଲେ- ଧନ କ୍ଷୟ ହୋଇଥାଏ। ଅତଏବ ମୁକ୍ତା ହାରର ମୁକ୍ତା ଭଳି ଗୋଟିଏ ଗୋଟିଏ ମନ୍ତ୍ର ସରଳ ଭାବରେ ଯେଉଁ ବ୍ୟକ୍ତି ଯେଉଁ ଦେବତାର ଉପାସକ ସେ ତତ୍ତ୍ୱନିଷ୍ଠ, ତତ୍‌ଗତ ପ୍ରାଣ, ତତ୍‌ଚିତ୍ତ ତଥା ତତ୍‌ ପରାୟଣ ହୋଇ ବ୍ରହ୍ମାନୁସନ୍ଧାନ ପୂର୍ବକ ମନ୍ତ୍ର ଜପ କଲେ ଅଚିରେ ଫଳ ଲାଭ ହୋଇଥାଏ।
  • ଜପ ସମୟରେ ଆଳସ୍ୟ, ହାଇ ମାରିବା, ନିଦ୍ରା ବା ମୋଡି ଭିଡି ହେବା, ଭୋକଶୋଷ ଲାଗିବା, ଭୟ, କ୍ରୋଧ ଓ ନାଭିର ନିମ୍ନସ୍ଥ ଯେ କୌଣସି ଅଙ୍ଗ ସ୍ପର୍ଶ କରିବା ଉଚିତ ନୁହେଁ।
  • ଏ ସବୁ କୌଣସି କାରଣବଶତଃ ଘଟିଲେ ଆଚମନ, ପ୍ରାଣାୟାମ ସୂର୍ଯ୍ୟଦର୍ଶନ ପ୍ରଭୃତି କରାଯିବା ପରେ ପୁନର୍ବାର ଜପ କାର୍ଯ୍ୟ କରିବା ଦରକାର।
  • ମନ୍ତ୍ର ଜପ ସମୟରେ ମନ୍ତ୍ର ଓ ଦେବତାର ଅଭେଦ ଜ୍ଞାନ ହିଁ ମନ୍ତ୍ରାର୍ଥ।
  • ଇଷ୍ଟ ଦେବତାର ମୂର୍ତ୍ତି ଚିନ୍ତା କଲେ ଅର୍ଥାତ‌ ଦେବତାଙ୍କର ଶରୀର ଓ ମନ୍ତ୍ର ଅଭିନ୍ନ ଏହି ଚିନ୍ତା କରିଲେ ମନ୍ତ୍ରାର୍ଥ ଭାବନା ହୁଏ। ଯେପରି କ୍ଷୁଦ୍ର ଅଶ୍ୱ ବୃକ୍ଷର ମଞ୍ଜି ମଧ୍ୟରେ ବିରାଟ ଅଶ୍ୱ ବୃକ୍ଷର ସୂକ୍ଷ୍ମସତ୍ତା ନିହିତ, ସେହିପରି ଶୁଣିବାକୁ ଏକ ଧ୍ୱନି ଭଳି ପ୍ରତୀୟମାନ ହେଲେ ହେଁ ତାହା ମଧ୍ୟରେ କ୍ରିୟାଦ୍ୱାରା ତାହାର ଶକ୍ତି ଜାଗରଣ କଲେ ତାହା ଦେବତାଙ୍କର କାର୍ଯ୍ୟ କରିଥାଏ।
  • ଯୋଗଯୁକ୍ତ ହୃଦୟର ବିଶ୍ୱାସ ଓ ଅଧ୍ୟବସାୟ ଫଳରେ ମନ୍ତ୍ରର ପ୍ରଭାବ ପ୍ରତିଷ୍ଠିତ ଓ ସୁଦୂର ପ୍ରସାରୀ ହୋଇପାରିଥାଏ।

 

ପ୍ରାଧ୍ୟାପକ, ଜନତା କଲେଜ, କୁହୁଡି, ଖୋର୍ଦ୍ଧା

ଫୋନ୍ ୯୪୩୭୧୦୯୭୬୧

Related story