ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅନେକ ଲୋକ ପ୍ରକୃତି ସହ ସମୟ ବିତାଇବା ପାଇଁ ପସନ୍ଦ କରନ୍ତି। ଏହା କେବଳ ମନକୁ ଆନନ୍ଦ ଦେଇନଥାଏ, ବରଂ ବହୁ ସ୍ୱାସ୍ଥ୍ୟ ସମସ୍ୟାର ମଧ୍ୟ ନିରାକରଣ କରିଥାଏ। ସେହିପରି 'ଫରେଷ୍ଟ ଥେରାପି' ଏପରି ଏକ ଚିକିତ୍ସା, ଯାହା ମଣିଷର ଉଭୟ ମସ୍ତିଷ୍କ ଓ ଶରୀର ପାଇଁ ଖୁବ୍ ଉପକାରୀ।
ଯେଉଁ ଲୋକମାନେ ଅଧିକାଂଶ ସମୟ ଚିନ୍ତାଗ୍ରସ୍ତ ରହିଥା'ନ୍ତି, 'ଫରେଷ୍ଟ୍ ଥେରାପି' ସେମାନଙ୍କ ପାଇଁ ଖୁବ୍ ଉପାଦେୟ। ଏହା ପ୍ରଥମେ ଜାପାନରେ ଆରମ୍ଭ ହୋଇଥିଲା। ଜାପାନୀ ଭାଷାରେ ଏହାକୁ ‘Shinrin-Yoku’ କୁହାଯାଏ।
ମନୋବିଜ୍ଞାନୀଙ୍କ ମତରେ, ଜଙ୍ଗଲରେ ଥିବା ଧ୍ୱନିକୁ ଶୁଣିଲେ ବ୍ୟକ୍ତି ଶାନ୍ତି ଅନୁଭବ କରିଥା'ନ୍ତି। ଏହା କେବଳ ମସ୍ତିଷ୍କ ନୁହେଁ, ଶରୀରକୁ ମଧ୍ୟ ଆରାମ ଦେଇଥାଏ। ଏକ ଗବେଷଣାରୁ ଜଣାପଡ଼ିଛି, 'ଫରେଷ୍ଟ୍ ଥେରାପି' ମସ୍ତିଷ୍କରେ ଚିନ୍ତା କରିବାର ହର୍ମୋନ୍କୁ କମ୍ କରିବାରେ ସାହାଯ୍ୟ କରେ। ଏହା ସହ ଏହି ଥେରାପି ଦ୍ୱାରା ଶରୀରର ରକ୍ତଚାପ ଏବଂ ଆଡିପନେକ୍ଟିନ୍ ଗ୍ଲୁକୋଜ୍ ହର୍ମୋନ୍ ଉପରେ ସକାରାତ୍ମକ ପ୍ରଭାବ ପଡ଼ିଥାଏ। କେବଳ ଏତିକି ନୁହେଁ, ଏହା ରକ୍ତରେ ସୁଗାର୍ର ସ୍ତରକୁ ମଧ୍ୟ ନିୟନ୍ତ୍ରଣ କରିଥାଏ।
୨.ଜଙ୍ଗଲରେ ଗାଧୋଇବା ଦ୍ୱାରା ସକାରାତ୍ମକ ଭାବନାର ବୃଦ୍ଧି ହେବା ସହ ନକାରାତ୍ମକ ଭାବନା ହ୍ରାସ ହୁଏ। ଏହାଦ୍ୱାରା ଚିନ୍ତା, ଅବସାଦ ଏବଂ ଡିପ୍ରେସନ୍ରୁ ମୁକ୍ତି ମିଳିଥାଏ।
୪.'ଫରେଷ୍ଟ୍ ଥେରାପି' ରକ୍ତରେ ଗ୍ଲୁକୋଜ୍ର ସ୍ତର କମ୍ କରି ପାରୁଥିବାରୁ ଡାଇବେଟିସ୍ ରୋଗୀଙ୍କ ପାଇଁ ମଧ୍ୟ ଏହା ଏକ ଭଲ ଚିକିତ୍ସା।
୫. ମୋଟାପଣର ଶିକାର ହୋଇଥିବା ବ୍ୟକ୍ତି ପ୍ରତିଦିନ ଅଧ ଘଣ୍ଟାଏ 'ଫରେଷ୍ଟ୍ ଥେରାପି' କଲେ, ଶରୀରର ଅତିରିକ୍ତ କ୍ୟାଲୋରୀ ହ୍ରାସ ପାଇଥାଏ।