ମହଙ୍ଗା ପଡ଼ୁଛି ବିରାଟ୍ କୋହଲିଙ୍କ ‘ୟୁଜ୍ ଆଣ୍ଡ ଥ୍ରୋ’ ପଲିସି

ନୂଆଦିଲ୍ଲୀ: ଚଳିତ ଟି-୨୦ ବିଶ୍ୱକପରେ ଭାରତ ଲଗାତର ଦୁଇଟି ମ୍ୟାଚରେ ପରାସ୍ତ ହୋଇଛି। ପାକିସ୍ତାନ ପରେ ନ୍ୟୁଜିଲ୍ୟାଣ୍ଡ ହାତରୁ ମଧ୍ୟ ଭାରତୀୟ ଶୋଚନୀୟ ଭାବେ ପରାଜୟ ସ୍ୱୀକାର କରିଛି। ନା ବ୍ୟାଟ୍ସମ୍ୟାନଙ୍କ ବ୍ୟାଟ୍ ଚାଲୁଛି ନା ବୋଲର ଦେଖାଉଛନ୍ତି ଦମ୍। ଏହି ପରାଜୟ ସହ ଭାରତର ସେମିଫାଇନାଲ୍ ରାସ୍ତା କଠିନ ହୋଇପଡ଼ିଛି। ଏବେ ଭାରତକୁ ସେମିଫାଇନାଲ୍ ଯିବା ପାଇଁ ଅନ୍ୟ ଟିମ୍ ଗୁଡ଼ିକ ଉପରେ ନିର୍ଭର କରିବାକୁ ପଡ଼ିବ। ଏହାସହ ଭାରତର ଆଉଏକ ଆଇସିସି ଟ୍ରଫି ହାତରୁ […]

virat-kohli.jpg1

virat-kohli.jpg1

Ranjit Kumar Jena
  • Published: Monday, 01 November 2021
  • Updated: 02 November 2021, 04:07 PM IST

ନୂଆଦିଲ୍ଲୀ: ଚଳିତ ଟି-୨୦ ବିଶ୍ୱକପରେ ଭାରତ ଲଗାତର ଦୁଇଟି ମ୍ୟାଚରେ ପରାସ୍ତ ହୋଇଛି। ପାକିସ୍ତାନ ପରେ ନ୍ୟୁଜିଲ୍ୟାଣ୍ଡ ହାତରୁ ମଧ୍ୟ ଭାରତୀୟ ଶୋଚନୀୟ ଭାବେ ପରାଜୟ ସ୍ୱୀକାର କରିଛି। ନା ବ୍ୟାଟ୍ସମ୍ୟାନଙ୍କ ବ୍ୟାଟ୍ ଚାଲୁଛି ନା ବୋଲର ଦେଖାଉଛନ୍ତି ଦମ୍। ଏହି ପରାଜୟ ସହ ଭାରତର ସେମିଫାଇନାଲ୍ ରାସ୍ତା କଠିନ ହୋଇପଡ଼ିଛି। ଏବେ ଭାରତକୁ ସେମିଫାଇନାଲ୍ ଯିବା ପାଇଁ ଅନ୍ୟ ଟିମ୍ ଗୁଡ଼ିକ ଉପରେ ନିର୍ଭର କରିବାକୁ ପଡ଼ିବ। ଏହାସହ ଭାରତର ଆଉଏକ ଆଇସିସି ଟ୍ରଫି ହାତରୁ ଖସିଯିବା ଭଳି ଲାଗୁଛି। ୨୦୧୩ ପର ଠାରୁ ଚାଲିଆସୁଥିବା ଆଇସିସି ଟାଇଟଲ୍ ଜିତିବା ସ୍ୱପ୍ନ ଏଥର ମଧ୍ୟ ଅଧୁରା ରହିବ ବୋଲି ଏକ ପ୍ରକାର ନିଶ୍ଚିତ ଲାଗୁଛି। କ୍ୟାପଟେନ୍ ବିରାଟ୍ କୋହଲିଙ୍କ ନେତୃତ୍ୱରେ ଭାରତର ଏଭଳି ଦୟନୀୟ ସ୍ଥିତି ହେବ ବୋଲି କେହି କେବେ ଭାନିଥିଲେ।

ଟିମ୍ ପାଖରେ ବଡ଼ ବଡ଼ ଧୂରନ୍ଧର ଅଛନ୍ତି। ସପୋର୍ଟ ଷ୍ଟାଫରେ ମଧ୍ୟ ଅଭିଜ୍ଞତାର ଅଭାବ ନାହିଁ। ଆଇପିଏଲରେ ଭଲ ପ୍ରଦର୍ଶନ କରିଥିବା ଯୁବ ଖେଳାଳି ବି ଅଛନ୍ତି। କିନ୍ତୁ ଯେଉଁଠି କଥା ବଡ଼ ମ୍ୟାଚ୍ କଥା ଆସୁଛି, ସେହିଠାରେ ସବୁକିଛି ଓଲଟପାଲଟ ହୋଇଯାଉଛି। ନା କୋହଲିଙ୍କ ଆଗ୍ରେସନ୍ କାମରେ ଆସୁଛି ନା ଧୋନିଙ୍କ ଉପସ୍ଥିତି କାମ ଦେଉଛି। କ’ଣ ଭାରତର ଏହି ଅବସ୍ଥା ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ନିର୍ଦ୍ଧାରିତ ହୋଇଥିଲା କି? କ’ଣ କ୍ୟାପଟେନ୍ କୋହଲିଙ୍କ ଦୂରଦର୍ଶିତାର ଅଭାବ ଓ ଟାଇଟଲ୍ ଜିତିବା ପାଇଁ ମଜଭୁତ୍ ରଣନୀତିର ଅଭାବ ଟିମ୍ ଇଣ୍ଡିଆକୁ ମହଙ୍ଗା ପଡ଼ିଲା କି?

India vs Sri Lanka, ICC Champions Trophy 2017: We trusted our bowlers…but Sri Lanka were pretty good, says Virat Kohli | Sports News,The Indian Express

୨୦୧୭ ଚାମ୍ପିୟନ୍ସ ଟ୍ରଫି ହାରିବା ପରେ ବଦଳିଗଲେ ସ୍ପିନର୍: ୨୦୧୭ରେ ବିରାଟ୍ କୋହଲି ଟି-୨୦ ଓ ଦିନିକିଆ ଫର୍ମାଟରେ ଭାରତର କ୍ୟାପଟେନ୍ ଭାବେ ନିଯୁକ୍ତ ହୋଇଥିଲେ। ଏହାର କିଛି ମାସ ବ୍ୟବଧାନରେ ଚାମ୍ପିୟନ୍ସ ଟ୍ରଫିର ଫାଇନାଲରେ ଭାରତକୁ ପାକିସ୍ତାନ ନିକଟରୁ ହାରିବାକୁ ପଡ଼ିଥିଲା। ଏହି ମ୍ୟାଚରେ ବାମହାତୀ ପେସର୍ ମହମ୍ମଦ ଆମୀର ଟପ୍ ଅର୍ଡରଙ୍କୁ ଧୂଳି ଚଟାଇଥିଲେ ଏବଂ ଭାରତର ପରାଜୟ ନିଶ୍ଚିତ ହୋଇଥିଲା। ଏହା ପରେ ଭାରତ ତା’ର ସ୍ପିନରଙ୍କୁ ପରିବର୍ତ୍ତିତ କଲା। ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍ ଓ ରବୀନ୍ଦ୍ର ଜାଡେଜାଙ୍କ ସ୍ଥାନରେ କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲଙ୍କୁ ଅଣାଯାଇଥିଲା। ଦୁହେଁ ଭାରତର ମୁଖ୍ୟ ସ୍ପିନର ହୋଇଗଲେ। ୨୦୧୯ ପର୍ଯ୍ୟନ୍ତ କୁଲଚା ଯୋଡ଼ି ଧମାଲ କରିଥିଲେ। କିନ୍ତୁ ଆଇସିସି ଇଭେଣ୍ଟ ପୁଣିଥରେ ଆସିଥିଲା ଏବଂ ଭାରତ ପୁଣିଥରେ ନକଆଉଟ୍ ହୋଇଗଲା। ୨୦୧୯ ବିଶ୍ୱକପର ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡ୍ ପେସର୍ ଭାରତର ଟପ୍ ଅର୍ଡରକୁ ଧ୍ୱସ୍ତ କରିଦେଇଥିଲେ ଏବଂ ଭାରତ ହାରିଯାଇଥିଲା।

This Fan Tried To Take A Dig At Kuldeep Yadav And Yuzvendra Chahal Stopped Him Dead In His Tracks

୨୦୧୯ର ବିଶ୍ୱକପ୍ ହାରିବା ପରେ ‘କୁଲଚା’ ଯୋଡ଼ିଙ୍କ ଉପରୁ ଭରସା ତୁଟିଲା: ଏହି ଟୁର୍ଣ୍ଣାମେଣ୍ଟ ପରେ କ୍ୟାପଟେନ୍ କୋହଲିଙ୍କର ଭରସା ଧୀରେ କୁଲଦୀପ ଚହଲ୍ ଓ ୟୁଜବେନ୍ଦ୍ର ଚହଲଙ୍କ ଉପରୁ ଉଠିବାରେ ଲାଗିଲା। କୋହଲି ‘କୁଲଚା’ ବଦଳରେ ନୂଆ ସ୍ପିନରଙ୍କୁ ସୁଯୋଗ ଦେବା ଉପରେ ଫୋକସ କଲେ। ଆଉ ପରବର୍ତ୍ତୀ ସମୟରେ ଉଭୟ କୁଲଦୀପ ଓ ଚହଲ୍ ଟିମରୁ ବାଦ୍ ପଡ଼ିଲେ। ଦୁହେଁ ଟି-୨୦ ବିଶ୍ୱକପରେ ସ୍ଥାନ ପାଇନାହାନ୍ତି। କିନ୍ତୁ ଧଳା ବଲ୍ କ୍ରିକେଟରେ ଦୁହିଁଙ୍କ ରେକର୍ଡ ବେଶ୍ ମଜଭୁତ୍ ରହିଛି। ଚହଲ୍ ୨୦୨୧ ଆଇପିଏଲରେ ଭଲ ପ୍ରଦର୍ଶନ କରିଥିଲେ। କିନ୍ତୁ କ୍ୟାପଟେନ୍ କୋହଲି ତାଙ୍କ ଉପରେ ଭରସା ଦେଖାଇଲେ ନାହିଁ।

World Cup 2019: Vijay Shankar ruled out of tournament with toe injury, Mayank Agarwal set to join team | Cricket News – India TV

୨୦୧୯ରେ ନଂ ୪ ଓ ୨୦୨୧ରେ ଟପ୍-୪ ଫାଇନାଲ୍ ହେଲା ନାହିଁ: ୨୦୧୯ ବିଶ୍ୱକପରେ ଭାରତ ବିଫଳତାର ମୁଖ୍ୟ କାରଣ ହେଉଛି ନମ୍ବର-୪ ବ୍ୟାଟ୍ସମ୍ୟାନର ଅଭାବ ଥିଲା। ସେହି ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଅମ୍ବାତି ରାୟୁଡୁ ନମ୍ବର-୪ରେ ଖେଳୁଥିଲେ। କିନ୍ତୁ ଯେତେବେଳେ ବିଶ୍ୱକପ୍ ପାଇଁ ଟିମ୍ ଚୟନ କରାଗଲା, ରାୟୁଡୁଙ୍କ ନାଁ ନଥିଲା। ତାଙ୍କ ସ୍ଥାନରେ ବିଜୟ ଶଙ୍କରଙ୍କୁ ନିଆଯାଇଥିଲା। ପୂରା ବିଶ୍ୱକପରେ ପ୍ରଥମେ ଲୋକେଶ ରାହୁଲ ଓ ପରେ ବିଜୟ ଶଙ୍କର ଏବଂ ପରେ ଋଷଭ ପନ୍ତଙ୍କୁ ନମ୍ବର-୪ରେ ଖେଳିବାକୁ ସୁଯୋଗ ଦିଆଗଲା। ଏପରିକି ବିଜୟ ଶଙ୍କର ଆହତ ହେବା ପରେ ରିପ୍ଲେସମେଣ୍ଟ ଭାବେ ମୟଙ୍କ ଅଗ୍ରୱାଲଙ୍କୁ ନିଆଗଲା। ଅନ୍ୟପକ୍ଷରେ ଧୱନ୍ ଆହତ ହେବାରୁ ତାଙ୍କ ସ୍ଥାନରେ ପନ୍ତଙ୍କୁ ସୁଯୋଗ ମିଳିଲା। ଅର୍ଥାତ ପ୍ରଥମେ ନମ୍ବର-୪ରେ ରିପ୍ଲେସମେଣ୍ଟ ଭାବେ ପେସ୍ ବୋଲର ଅଲରାଉଣ୍ଡର ଆସୁଛନ୍ତି। ପରେ ସେ ଆହତ ହେବା ପରେ ଜଣେ ବ୍ୟାଟ୍ସମ୍ୟାନଙ୍କୁ ନିଆଗଲା। ଓପ୍ନର ଆହତ ହେବା ପରେ ୱିକେଟ୍ କିପର ଆସିଲେ। ତେଣୁ ମନରେ ଗୋଟିଏ ପ୍ରଶ୍ନ ଉଠୁଛି ଯେ ଏ କେମିତିକା ରିପ୍ଲେସମେଣ୍ଟ? ଆଜି ଦିନିକିଆରେ ନା ବିଜୟ ଶଙ୍କର ଅଛନ୍ତି, ନା ମୟଙ୍କ ଅଛନ୍ତି। ଅମ୍ବାତି ରାୟୁଡୁ ସନ୍ନ୍ୟାସ ନେଇସାରିଛନ୍ତି।

Ind vs Eng: Dhawan can become 3rd fastest batsman to score 6,000 runs

ଟି-୨୦ ବିଶ୍ୱକପ୍‌ରୁ ଇନଫର୍ମ ଧୱନଙ୍କୁ ଦିଆଗଲା ବାଦ୍: ୨୦୨୧ ଟି-୨୦ ବିଶ୍ୱକପରେ ଧୱନଙ୍କୁ ସ୍ଥାନ ଦିଆଗଲା ନାହିଁ। ଟିମରେ ସନ୍ତୁଳନ ଠିକ୍ ନହେବାରୁ ତାଙ୍କୁ ସ୍ଥାନ ମିଳିଲା ନାହିଁ। ତାଙ୍କ ସ୍ଥାନରେ ଈଶାନ୍ କିଶନଙ୍କୁ ସୁଯୋଗ ମିଳିଲା। କ୍ୟାପଟେନ୍ କୋହଲିଙ୍କ ମତରେ ଈଶାନ୍ ଓପନ୍ ସହ ମିଡଲ୍ ଅର୍ଡରରେ ଖେଳିପାରିବେ। ପାକିସ୍ତାନ ବିପକ୍ଷରେ ରୋହିତ୍ ଓ ରାହୁଲ୍ ଓପ୍ନର ଭାବେ ଖେଳିଲେ। କିନ୍ତୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ରାହୁଲଙ୍କୁ ଛାଡ଼ି ଟପ୍ ଅର୍ଡରରେ ତିନୋଟି ସ୍ଥାନ ପରିବର୍ତ୍ତନ କରାଗଲା। କିଶନ ଓପ୍ନର ଭାବେ ଖେଳିଲେ। ରୋହିତ୍ ନମ୍ବର-୩ ଏବଂ କୋହଲି ନମ୍ବର-୪ରେ ଆସିଲେ। ୨୦୨୦ ଆରମ୍ଭରୁ ରାହୁଲଙ୍କୁ ଫିନିଶର୍ ଭାବେ ଖେଳାଇବା କଥା କୁହାଗଲା। ସେ ଏହି ଭୂମିକାକୁ ଭଲଭାବେ ତୁଲାଇଲେ। କିନ୍ତୁ ଏବେ ସେ ଏହି କାମ କରିପାରୁନାହାନ୍ତି।

ଯଦି ଆମେ ଧୱନଙ୍କ କଥା କହିବା, ଗତ ଦୁଇଟି ଆଇପିଏଲ୍ ସିଜନରେ ସେ ସର୍ବାଧିକ ରନ୍ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ସାମିଲ୍ ହୋଇଛନ୍ତି। ଉଭୟ ସଂସ୍କରଣରେ ପାଖାପାଖି ୬୦୦ ରନ୍ କରିଛନ୍ତି। ତାଙ୍କର ଷ୍ଟ୍ରାଇକ୍ ରେଟ୍ ମଧ୍ୟ ୧୩୦ ପାଖାପାଖି ରହିଥିଲା। କିନ୍ତୁ ଧୱନଙ୍କୁ ଧିମା ଖେଳିବା କାରଣରୁ ଚୟନ କରାଗଲା ନାହିଁ। ସେମିତି ଦେଖିବାକୁ ଗଲେ ଆଇସିସି ଟୁର୍ଣ୍ଣାମେଣ୍ଟରେ ଧୱନଙ୍କ ରେକର୍ଡ ସମସ୍ତଙ୍କୁ ଜଣା।

ICC World Cup 2019: Virat Kohli's poor record in WC semi-finals follows him in Manchester - myKhel

୮ ବର୍ଷ ଧରି ସୀମିତ ଓଭର କ୍ୟାପଟେନ୍, ଗୋଟିଏ ବି ଟ୍ରଫି ନାହିଁ: ବିରାଟ୍ କୋହଲି ପାଖାପାଖି ୫ ବର୍ଷ ଧରି ଟିମ୍ ଇଣ୍ଡିଆ ଓ ୮ ବର୍ଷ ଧରି ଆରସିବି ଟିମର କ୍ୟାପଟେନ ରହିଆସିଛନ୍ତି। କିନ୍ତୁ ଧଳା ବଲ୍ କ୍ରିକେଟରେ ସେ ନିଜ ନେତୃତ୍ୱର ଛାପ ଛାଡ଼ିବାରେ ବିଫଳ ହୋଇଛନ୍ତି। ଯେଉଁଭଳି ଭାବେ ସେ ଟେଷ୍ଟରେ ଏକ ଟିମ୍ ପ୍ରସ୍ତୁତ କରିଛନ୍ତି, ସେହିଭଳି ଦିନିକିଆ ଓ ଟି-୨୦ରେ କରିପାରିନାହାନ୍ତି। ତାଙ୍କ ପାଖରେ ସବୁ ସୁପରଷ୍ଟାର୍ ଖେଳାଳି ମହଜୁଦ୍ ଅଛନ୍ତି, କିନ୍ତୁ ଗୋଟିଏ ବି ଟ୍ରଫି ହାତରେ ନାହିଁ। ତେଣିକି ତାହା ଆଇପିଏଲ୍ ହେଉ କି ଭାରତୀୟ ଟିମ୍। କୋହଲି ନିଜ ନେତୃତ୍ୱରେ ଟିମ୍ ଇଣ୍ଡିଆ ଏପର୍ଯ୍ୟନ୍ତ ଗୋଟିଏ ବି ବାମହାତୀ ପେସ୍ ବୋଲର ବାହାର କରିପାରିଲା ନାହିଁ। ବରଂ ଭାରତୀୟ ବ୍ୟାଟ୍ସମ୍ୟାନ୍ ବାମହାତୀ ବୋଲରଙ୍କ ବିରୋଧରେ ସର୍ବଦା ନତମସ୍ତକ ହୋଇଥିବା ଦେଖିବାକୁ ମିଳିଛି। ଏହାଦ୍ୱାରା ତାଙ୍କର ଦିନିକିଆ ଓ ଟି-୨୦ ନେତୃତ୍ୱ ଉପରେ ବଡ଼ ପ୍ରଶ୍ନ ଉଠିବାରେ ଲାଗିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story