Advertisment

ବିବେକାନନ୍ଦଙ୍କ ସ୍ୱପ୍ନ ଓ ସୋନୁ ଏବଂ ସବ୍ୟମାନେ...

ଯେଉଁ କେତେଜଣ ଯୋଗଜନ୍ମା ବିଶ୍ୱବିଖ୍ୟାତ ପୁରୁଷ ଭାରତ ଭୂମିରେ ଜନ୍ମଗ୍ରହଣ କରିଛନ୍ତି, ସେମାନଙ୍କ ମଧ୍ୟରେ ବିବେକାନନ୍ଦ ଅନ୍ୟତମ । ଆଜିର ଦିନରେ ୧୮୬୩ ମସିହାରେ ଜନ୍ମଗ୍ରହଣ କରିଲେ ବିବେକାନନ୍ଦ । ଯାହାଙ୍କ ଉଦ୍ଦେଶ୍ୟରେ ଏହି ଜାନୁଆରୀ ୧୨କୁ ଜାତୀୟ ଯୁବ ଦିବସ ଭାବେ ପାଳନ କରାଯାଉଛି । ଅସାଧାରଣ ପ୍ରତିଭା, ଅତୁଳନୀୟ ବିବକେ, ଅନୁପମ ଆଦର୍ଶ ଓ ଅସମ୍ଭବ ଜ୍ଞାନର ଅଧିକାରୀ ଥିଲେ ବିବେକାନନ୍ଦ । ଜଣେ ଯୁଗଦ୍ରଷ୍ଟା ସନ୍ନ୍ୟାସୀ ଓ ସନାତନଧର୍ମର ଧ୍ୱାଜାଧାରୀ ସ୍ୱାମୀ ବିବେକାନନ୍ଦ […]

ଅଦ୍ୟତନ ହୋଇଛି
ବିବେକାନନ୍ଦଙ୍କ ସ୍ୱପ୍ନ ଓ ସୋନୁ ଏବଂ ସବ୍ୟମାନେ...

790

Advertisment

ଯେଉଁ କେତେଜଣ ଯୋଗଜନ୍ମା ବିଶ୍ୱବିଖ୍ୟାତ ପୁରୁଷ ଭାରତ ଭୂମିରେ ଜନ୍ମଗ୍ରହଣ କରିଛନ୍ତି, ସେମାନଙ୍କ ମଧ୍ୟରେ ବିବେକାନନ୍ଦ ଅନ୍ୟତମ । ଆଜିର ଦିନରେ ୧୮୬୩ ମସିହାରେ ଜନ୍ମଗ୍ରହଣ କରିଲେ ବିବେକାନନ୍ଦ । ଯାହାଙ୍କ ଉଦ୍ଦେଶ୍ୟରେ ଏହି ଜାନୁଆରୀ ୧୨କୁ ଜାତୀୟ ଯୁବ ଦିବସ ଭାବେ ପାଳନ କରାଯାଉଛି । ଅସାଧାରଣ ପ୍ରତିଭା, ଅତୁଳନୀୟ ବିବକେ, ଅନୁପମ ଆଦର୍ଶ ଓ ଅସମ୍ଭବ ଜ୍ଞାନର ଅଧିକାରୀ ଥିଲେ ବିବେକାନନ୍ଦ । ଜଣେ ଯୁଗଦ୍ରଷ୍ଟା ସନ୍ନ୍ୟାସୀ ଓ ସନାତନଧର୍ମର ଧ୍ୱାଜାଧାରୀ ସ୍ୱାମୀ ବିବେକାନନ୍ଦ ହେଉଛନ୍ତି ଯୁବବର୍ଗଙ୍କ ପାଇଁ ପ୍ରେରଣାର ଉତ୍ସ । ତାଙ୍କ ବାଣୀ ଯୁବକଙ୍କୁ ରାଷ୍ଟ୍ରନିର୍ମାଣର ମହାଯଜ୍ଞରେ ଆହୂତ ପାଇଁ ନିର୍ଦ୍ଦେଶ ଦିଏ । ସେ ଏମିତି ଏକ ନବଯୁଗ ନିର୍ମାଣର ସ୍ୱପ୍ନ ଦେଖୁଥିଲେ, ଯେଉଁଠି ବିନା ଭେଦଭାବରେ ପରସ୍ପର ମଧ୍ୟରେ ପ୍ରେମ, ବିଶ୍ୱାସ, ଦେଶ ପ୍ରତି ବଳିଦାନର ଭାବ, ଗରୀବ ଓ ଅସହାୟଙ୍କ ପ୍ରତି ଅସୀମ କରୁଣାର ଭାବ ବିରାଜମାନ କରୁଥିବ ।

Advertisment

ତାଙ୍କ ନଜରରେ ଯୁବକ ହେଉଛି ସିଏ ଯାହା ଭିତରେ ସ୍ନାୟୁ ଲୁହାଭଳି, ମାଂସପେଶୀ ପଥର ଭଳି, ହୃଦୟରେ ସିଂହ ଭଳି ସାହସ , ନଚିକତୋ ଭଳି ଶ୍ରଦ୍ଧା ଓ ଅଗ୍ନିଭଳି ପବିତ୍ରତା ଭରି ରହିଥିବ। ଯାହା ମନରେ ଈଶ୍ୱରଙ୍କ ପ୍ରତି ନିଷ୍ଠା ଥିବ, ଦିନଦୁଃଖୀଙ୍କ ପାଇଁ କରୁଣା ଥିବ। ସ୍ୱାମୀଜୀ କହୁଥିଲେ, ଭାରତବର୍ଷର ଯୁବକ ଭିତରେ ସମ୍ବେଦନଶୀଳତା ଜାଗରଣ ନ ହେବା ଯାଏ ସେ ଦରିଦ୍ରର ଦୁଃଖ ଓ ଭୋକିଲାର ପେଟକୁ ବୁଝିବାକୁ ସମର୍ଥ ହୋଇପାରିବ ନାହିଁ । ଦେଶର ଗତି, ସ୍ଥିତି ଓ ଭବିଷ୍ୟତ ବିଷୟରେ ଯେତେବେଳେ ଯୁବକ ବୁଝିବାକୁ ସକ୍ଷମ ହେବ, ସେତେବେଳେ ସମର୍ଥ ଭାରତବର୍ଷ ନିର୍ମାଣ ସମ୍ଭବ ହେବ । ଯେଉଁ ସମୟରେ ବିବେକାନନ୍ଦ ତାଙ୍କ ଜୀବନର ଶିଖରରେ ଥିଲେ ସେଇ ସମୟରେ ଭାରତ ବ୍ରିଟିଶଙ୍କ କବଳରେ ପରାଧୀନ ଥିଲା । ଗୋଲାମ ଭାରତର ଯୁବକଙ୍କୁ ସମ୍ବୋଧିତ କରି ବିବେକାନନ୍ଦ କହିଥିଲେ- ଉଠ, ଜାଗ ଏବଂ ଉତିଷ୍ଟ ହୁଅ । କାରଣ ତୁମ୍ଭମାନଙ୍କ ମାତୃଭୂମି ଏହିପରି ଆହ୍ୱାନ କରୁଛି । ହୃଦୟରେ ଉତ୍ସାହାଗ୍ନି ଜାଳି ଜାଗ୍ରତହୁଅ । କାର୍ଯ୍ୟସିଦ୍ଧି ନହେବା ଯାଏ ବିଶ୍ରାମକୁ ଭୁଲି ଯାଅ । ଭାରତର କଲ୍ୟାଣ ପାଇଁ ସେ ଦେଶବାସୀଙ୍କୁ ଶୁଣାଇଲେ-ଆଗାମୀ ପଚାଶ ବର୍ଷ ଦେଶମାତୃକାର ସେବା ହିଁ ତୁମମାନଙ୍କର ପରମ ସାଧନା ହେଉ । ମାତୃଭୂମି ହିଁ ଯେପରି ଏକମାତ୍ର ଆରାଧ୍ୟ ଦେବତା ହେଉ । ସ୍ୱାମୀଜୀଙ୍କର ଏହି ଆହ୍ୱାନର ବିପୁଳ ଫଳ ହୋଇଥିଲା ।

ସୁଭାଷ ବୋଷ, ଭଗତ ସିଂହ, ସୁକଦବେ, ରାଜଗୁରୁ, ଆସ୍‌ଫାକ୍ୱାଲା ଖାନ୍‌ ଓ ଶ୍ରୀ ଅରବିନ୍ଦ, ଲାଲା ଲଜପତ ରୟଙ୍କ ଭଳି ଉଦୀୟମାନ ଯୁୂବକମାନଙ୍କୁ ତାଙ୍କ ବାଣୀ ବେଶ ପ୍ରେରିତ କରିଥିଲା ଯେଉଁମାନେ ଦେଶମାତୃକାର ସେବାରେ ନିଜ ଜୀବନକୁ ଜଳାଞ୍ଜଳି ଦେଇଥିଲେ। ଏହାର ବହୁ ବର୍ଷ ପରେ ୨୦୨୦ରେ ଭାରତରେ ସେମିତି ଏକ ଆଭବନୀୟ ଚିତ୍ର ଦେଖିବାକୁ ମିଳିଲା। ବିଦେଶରୁ ଆସିଥିବା କରୋନା ଭୂତାଣୁ ଦେଶବାସୀଙ୍କ ସ୍ୱାଧୀନତାକୁ ଛଡ଼େଇ ନେଲା। ଅବଶ୍ୟ ଅଦୃଶ୍ୟ କରୋନା ଭୂତାଣୁ ଆତଙ୍କରେ ସମଗ୍ର ବିଶ୍ୱଥରହର ହୋଇଥିଲା। ମହାମାରୀକୁ ମୁକାବିଲା କରିବାକୁ ସରକାରଙ୍କ ପାଖରେ ଏକ ମାତ୍ର ଉପାୟ ଥିଲା ତାଲାବନ୍ଦ। ଅଚାନକ ଲକ୍‌ଡାଉନ୍‌, ସଟ୍‌ଡାଉନ୍‌, କଣ୍ଟେନ୍‌ମେଣ୍ଟ ଘୋଷଣା କରାଗଲା। ଭୂତାଣୁ ଭୟରେ ସମସ୍ତଙ୍କୁ ଗୃହବନ୍ଦୀ ହୋଇ ବାଧ୍ୟ ହେବାକୁ ପଡ଼ିଲା। ଦିନ ମଜୁରିଆଙ୍କ ସ୍ଥିତି ଅତ୍ୟନ୍ତ ଦୟନୀୟ ହେଲା। ଭୂତାଣୁ ଭୟଠାରୁ ବଳିଯାଇଥିଲା ଭୋକର ଜ୍ୱାଳା। ଦେଶରେ ସଙ୍ଗଠିତ କ୍ଷେତ୍ରରେ ୬ କୋଟି, ଅସଙ୍ଗଠିତ କ୍ଷେତ୍ରରେ୧୩ କୋଟି ଓ ୨୦ କୋଟି ଦିନ ମଜୁରିଆଙ୍କ ପେଟପାଟଣା ଉପରେ ପ୍ରଭାବ ପକାଇ ଥିଲା କରୋନା । ଯଦିଓ ସରକାର ସେମାନଙ୍କ ଖାଇବା ପାଇଁ ବ୍ୟବସ୍ଥା କରିଥିବା କହିଥିଲେ, ତଥାପି ହୁଏତ ତାହା ସମସ୍ତଙ୍କ ପାଖରେ ଅପହଞ୍ଚ ଥିଲା। ରୋଗରେ ମରିବା ଆଗରୁ, ଭୋକରେ ମରିଯିବାର କୋହ ତାଙ୍କୁ ନିଜ ଘରମୁହାଁ ହେବାକୁ ବାଧ୍ୟ କରିଥିଲା। ପିଲା ଛୁଆ ସଂସାର ଧରି ଶ୍ରମିକମାନେ ହଜାର ହଜାର କିଲୋମିଟର ଚାଲିବାର ଦୃଶ୍ୟ ଥିଲା ଅତି କରୁଣ। ସବୁଠି ଯେମିତି ଶୁଣାଯାଉଥିଲା ଆକୁଳ ଚିତ୍କାର । ବିପଦରୁ ରକ୍ଷା ପାଇଁ ଅସହାୟ ମଣିଷଭାନେ ଆତୁର ହୋଇ ଡାକ ଛାଡ଼ୁଥିଲେ ।

Advertisment

ଠିକ୍‌ ଏମିତି ଏକ ଘଡ଼ିସନ୍ଧ ମୁହୂର୍ତ୍ତରେ ଦୁଇ ଜଣ ଯୁବକଙ୍କ ଆବିର୍ଭାବ ସମଗ୍ର ଦେଶକୁ ଚକିତ କରିଦେଇଥିଲା । ଜଣେ ବଲିଉଡ୍‌ କଳାକାର ସୋନୁ ସୁଦ୍‌, ଆଉ ଜଣେ ଓଲିଉଡ କଳାକାର ସବ୍ୟସାଚୀ ମିଶ୍ର । ପ୍ରକୃତ ଯୁବ ନିର୍ମାଣର ଯେଉଁ ସନ୍ଦେଶ ବିବେକାନନ୍ଦ ଛାଡ଼ିଯାଇଥିଲେ ତାର ପ୍ରତିଫଳନ ସବ୍ୟସାଚୀ ଓ ସୋନୁ ସୁଦଙ୍କ ମଧ୍ୟରେ ଦର୍ଶନ କଲା ଭାରତ । ଲକ୍‌ଡାଉନ୍‌ରେ ଫସିଥିବା ଲୋକଙ୍କପାଇଁ ସଙ୍କଟମୋଚକ ସାଜି ଥିଲେ ସବ୍ୟସାଚୀ ଓ ସୋନୁ । ଶ୍ରମିକଙ୍କ ପାଇଁ ମଧ୍ୟ ବସ୍ ପଠାଇ ସେମାନଙ୍କୁ ଗନ୍ତବ୍ୟସ୍ଥଳକୁ ପଠାଇବାରେ ସହାୟକ ହୋଇଥିଲେ ଉଭୟେ କଳାକାର। ରିଲ୍ ଲାଇଫ୍‌ରେ ଅନେକ ସୁପରଷ୍ଟାର ହିରୋ ଥାଇପାରନ୍ତି ହେଲେ ବିପଦ ବେଳେ ବଦାନ୍ୟତା ଦେଖାଇଥିବା ଏମାନେ ରିଏଲ ଲାଇଫ୍‌ର ପ୍ରକୃତ ହିରୋ ପାଲଟିଥିଲେ। ଯେବେ ସରକାର ହାତ ଟେକି ଦେଇଥିଲେ ଉଭୟେ ଶ୍ରମିକଙ୍କ ପାଇଁ ଉଭୟେ ଦେବଦୂତ ସାଜିଥିଲେ। ସ୍ୱାମୀଜୀ କହୁଥିଲେ ଭାରତବର୍ଷର ଯୁବକ ଭିତରେ ସମ୍ବେଦନଶୀଳତା ଜାଗରଣ ନ ହେବା ଯାଏ ସେ ଦରିଦ୍ର ଦୁଃଖ ଓ ଭୋକିଲାର ପେଟକୁ ବୁଝିବାକୁ ସମର୍ଥ ହୋଇପାରିବ ନାହିଁ ।

ଅଧିକ ପଢନ୍ତୁ : ଏମିତି ଥିଲେ ଆମ ସ୍ୱାମୀଜୀ

ବୋଧ ହୁଏ ସେ ଦେଖିଥିବା ଭାରତ ବର୍ଷ ହେଉଛି ବର୍ତ୍ତମାନର ଯୁବଶକ୍ତିର ଭାରତ । ପାଖାପାଖି ତିରିଶକୋଟି ଯୁବକଙ୍କୁ ନେଇ ଯୁବ ଭାରତ ବିଶ୍ୱବକ୍ଷରେ ଆଗକୁ ବଢ଼ୁଛି। ଏହି ଯୁବକମାନଙ୍କର କାନ୍ଧରେ ଭାରତବର୍ଷକୁ ସମ୍ଭାଳିବା, ସଜାଡ଼ିବା ଏବଂ ସୁରକ୍ଷାର ଦାୟିତ୍ୱ ରହିଛି। ସ୍ୱାମୀ ବିବେକାନନ୍ଦ ଯୁବକମାନଙ୍କଠାରୁ ମାନବିକତାର ନିଦର୍ଶନ ଆଶା କରୁଥିଲେ। ଭାରତବର୍ଷକୁ ଅଧିକ ଭଲ ପାଉଥିବା, ଜାଣୁଥିବା, ଚିହ୍ନୁଥିବା ଏବଂ ସମବେଦନା ଦେଖେଇ ପାରୁଥିବା କ୍ଷମତା ହିଁ ଯୁବକମାନଙ୍କ ପାଖରେ ନିହିତ ଅଛି। ଆଉ ଯେ ପର୍ଯ୍ୟନ୍ତ ଭଗତ ସିଂହ, ସୁଭାଷଙ୍କ ଭଳି ଉଦୀୟମାନ ତାରକା ଏବଂ ଏବେକାର ଇତିହାସ ରଚିଥିବା ସୋନୁ ଓ ଏବଂ ସବ୍ୟମାନଙ୍କର ଆବିର୍ଭାବ ହେଉଥିବା ଯୁବ ନିର୍ମାଣ ମନ୍ତ୍ର ଦେଇଥିବା ବିବେକାନନ୍ଦଙ୍କ ବାଣୀ ସାର୍ଥକ ହୋଇପାରିବ। 

Sabyasachi Mishra Sonu Sood Swami Vivekananda Jayanti
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe