ବିଜେଡି ସରକାର ବିରୋଧରେ ଅଭିଯୋଗର ଲମ୍ବା ତାଲିକା ଦେଲା ବିଜେପି, ଲୋକେ ମୁକ୍ତି ଚାହୁଁଛନ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଞ୍ଚାୟତ ନିର୍ବାଚନ ପ୍ରଚାର ଜୋରଦାର ହୋଇଥିବା ବେଳେ କ୍ଷମତାସୀନ ବିଜେଡି ସରକାର ବିରୋଧରେ ଅଭିଯୋଗର ଲମ୍ବା ତାଲିକା ଦେଲା ବିଜେପି। ଓଡ଼ିଶାର ଲୋକମାନେ ୨୨ ବର୍ଷର ବିଜେଡି ଶାସନରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ଓ ଏଠିକା ମାହୋଲ୍ ଯାହା ଓଡ଼ିଶାବାସୀ ପରିବର୍ତ୍ତନ ଚାହୁଁଥିବା ସ୍ପଷ୍ଟ ଜଣାପଡ଼ୁଛି ବୋଲି ବିଜେପି କହିଛି। ଲୋକେ ଜାଣିଲେଣି କେଉଁ ଦଳ ଲୋକଙ୍କ ହିତ ପାଇଁ କାମ କରୁଛି। ତେଣୁ ପଞ୍ଚାୟତ ନିର୍ବାଚନରେ ଉପଯୁକ୍ତ ପ୍ରାର୍ଥୀଙ୍କୁ ନିର୍ବାଚିତ କରିବାକୁ ବିଜେପି […]

State BJP In-charge D Purandeswari

Ordigital Desk
  • Published: Friday, 28 January 2022
  • , Updated: 28 January 2022, 09:48 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଞ୍ଚାୟତ ନିର୍ବାଚନ ପ୍ରଚାର ଜୋରଦାର ହୋଇଥିବା ବେଳେ କ୍ଷମତାସୀନ ବିଜେଡି ସରକାର ବିରୋଧରେ ଅଭିଯୋଗର ଲମ୍ବା ତାଲିକା ଦେଲା ବିଜେପି। ଓଡ଼ିଶାର ଲୋକମାନେ ୨୨ ବର୍ଷର ବିଜେଡି ଶାସନରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ଓ ଏଠିକା ମାହୋଲ୍ ଯାହା ଓଡ଼ିଶାବାସୀ ପରିବର୍ତ୍ତନ ଚାହୁଁଥିବା ସ୍ପଷ୍ଟ ଜଣାପଡ଼ୁଛି ବୋଲି ବିଜେପି କହିଛି। ଲୋକେ ଜାଣିଲେଣି କେଉଁ ଦଳ ଲୋକଙ୍କ ହିତ ପାଇଁ କାମ କରୁଛି। ତେଣୁ ପଞ୍ଚାୟତ ନିର୍ବାଚନରେ ଉପଯୁକ୍ତ ପ୍ରାର୍ଥୀଙ୍କୁ ନିର୍ବାଚିତ କରିବାକୁ ବିଜେପି ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ଆହ୍ୱାନ ଦେଇଛନ୍ତି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ପୁରନ୍ଦେଶ୍ୱରୀ ବିଜେଡି ସରକାର ବିରୋଧରେ ଲମ୍ବା ଅଭିଯୋଗର ତାଲିକା ଆଣି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମାଗଣାରେ ମିଳୁଥିବା ବାସଗୃହ ପାଇଁ ଗରିବ ହିତାଧିକାରୀ ୨୦ହଜାର ଟଙ୍କା ଲାଂଚ ଓ ଶୌଚାଳୟ ପାଇଁ ୨୦୦୦ ଟଙ୍କା ଲାଂଚ କାହିଁକି ଦେବେ? ଓଡ଼ିଶାର ୧୪ ପ୍ରତିଶତ ପରିବାର ମୁଣ୍ଡରେ କାହିଁକି ଛାତ ନାହିଁ ଓ ସେମାନେ ପଲିଥିନ ତଳେ ରହିଛନ୍ତିି? ପଶ୍ଚିମ ଓଡ଼ିଶାର ୬ଟି ଜିଲ୍ଲାରେ ଜଣେ ବି ପ୍ରଧାନମନ୍ତ୍ରୀ ଆବାସରେ ଘର କାହିଁକି ପାଇଲେ ନାହିଁ ?

ପ୍ରଧାନମନ୍ତ୍ରୀଙ୍କ ଗୃହ ଯୋଜନା ଓ ଶୌଚାଳୟକୁ ପ୍ରକୃତ ହିତାଧିକାରୀଙ୍କୁ ନଦେଇ ଦଳୀୟ ଭିତିରେ କାହିଁକି ବଂଟନ କରୁଛନ୍ତି। ରାଜ୍ୟର ୩୦ ପ୍ରତିଶତ ଓଡ଼ିଆ କାହିଁକି ଗରିବ ଅବସ୍ଥାରେ ରହିଛନ୍ତି। ପୁରୁଣା ପାଇଖାନାରେ ରଙ୍ଗ ମାରି ବେନାମୀ ଭାବେ ଟଙ୍କା ଉଠାଇବାକୁ କିଏ ସୁଯୋଗ ଦେଉଛି । ରାଜ୍ୟରେ ଯାହା ଉନ୍ନତିମୂଳକ କାର୍ଯ୍ୟ ହୋଇଛି ସେଥିରେ କେନ୍ଦ୍ରର ଅବଦାନ ବେଶୀ। ଚାଷୀଙ୍କୁ କେନ୍ଦ୍ର ସରକାର ୧୦ଟି ପିଏମ କିଷାନ କିସ୍ତି ଦେଇସାରିଲେଣି। ରାଜ୍ୟରେ କାଳିଆ କିସ୍ତି କେତେଥର ଚାଷୀ ପାଇଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ୨୦୨୧ ସୁଦ୍ଧା ରାଜ୍ୟର ଋଣ ଭାର ୧.୨୫ଲକ୍ଷ କୋଟି ଟଙ୍କାକୁ ପହଂଚିଲାଣି।

ଓଡିଶାରେ ଜନ୍ମ ନେଉଥିବା ଶିଶୁଟିଏ କାହିଁକି ୨୬୨୨୨ ଟଙ୍କାର ଋଣ ବୋଝ ନେଇ ଜନ୍ମ ହେଉଛି? ଏହା କ’ଣ ଶାସକ ବିଜେଡିର ଉପଲବ୍ଧତା ଓ ସଫଳତା? ବିଜୁ ଯୁବ ବାହିନୀ କାହିଁକି ବନ୍ଦ ହେଲା? “ପିଠା’ ଯୋଜନା ଏବଂ ବହୁଚର୍ଚ୍ଚିତ "ଆମ ଗାଁ, ଆମ ବିକାଶ’ ଯୋଜନା କୁଆଡ଼େ ଗଲା? ଆଳୁ ଏବଂ ପିଆଜ ମିଶନ କାହିଁକି ଓଡ଼ିଶାରେ ବିଫଳ ହେଲା? ୨୦୧୭ ମସିହା ପରଠାରୁ ପଲ୍ଲୀସଭା ଓ ଗ୍ରାମସଭା କାହିଁକି ବନ୍ଦ ହୋଇଗଲା? ଲକ୍ଷ ଲକ୍ଷ ସଂଖ୍ୟାରେ ଚାକିରୀ ଖୋଜିବା ପାଇଁ ଓଡ଼ିଶାର ଯୁବକମାନେ କାହିଁକି ଅନ୍ୟ ରାଜ୍ୟକୁ ଯାଉଛନ୍ତି? ବିଜେଡି ଶାସନରେ ମହିଳାମାନେ ବିପଦରେ ଅଛନ୍ତି କିନ୍ତୁ ମୁଖ୍ୟମନ୍ତ୍ରୀ ଏନେଇ କାହିଁକି ନିରବ? ସରକାରୀ ପ୍ରାଥମିକ ସ୍କୁଲରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଯଥେଷ୍ଟ ସଂଖ୍ୟକ ଶିକ୍ଷକ କାହିଁକି ନାହାନ୍ତି ।

ମୋଦି ସରକାର ମାଗଣା ଚାଉଳା ଦେଉଥିବାବେଳେ ପ୍ରକୃତ ହିତାଧିକାରୀ ଚାଉଳ ନପାଇ ଅନାହାରରେ ମରୁଛି, ଏଥିପାଇଁ ଦାୟୀ କିଏ? ସଂରକ୍ଷଣ ନାଁରେ ଓଡ଼ିଶାର ପଛୁଆବର୍ଗଙ୍କ ଭାବନା ସହ ରାଜ୍ୟ ସରକାର କାହିଁକି ଖେଳୁଛନ୍ତି? ନୀତି ଆୟୋଗଙ୍କ ରିପୋର୍ଟ ଅନୁଯାୟୀ, ମୋଦୀ ସରକାର ଓଡ଼ିଶାକୁ ଆର୍ଥିକ ସହାୟତା ଭାବରେ ହଜାର ହଜାର କୋଟି ଟଙ୍କା ଯୋଗାଉଛନ୍ତିି, ତେବେ ୩୦ପ୍ରତିଶତ ଓଡ଼ିଆ କାହିଁକି ଗରିବ? ଓଡ଼ିଶାର ଏକ ତୃତୀୟାଂଶ ମହିଳା କାହିଁକି ରକ୍ତହୀନତାର ଶିକାର? ପୁଷ୍ଟିହୀନତା ହେତୁ ମୃତ୍ୟୁ ସଂଖ୍ୟାରେ ଓଡ଼ିଶା ଦେଶର ତଳୁ, ସପ୍ତମ ସ୍ଥାନ ଅଧିକାର କରିଛି କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି।

ଏହାସହିତ ଶ୍ରୀମତୀ ପୁରନ୍ଦେଶ୍ୱରୀ ବିଜେଡି ସରକାରରେ ବଢ଼ି ଚାଲିଥିବା ଦୁର୍ନୀତି ଓ ଅନିୟମିତତା ସହ ପଂଚାୟତିରାଜ ବ୍ୟବସ୍ଥାକୁ ଅଗଣତାନ୍ତ୍ରିକ ଭାବେ ହଡ଼ପ କରାଯାଇଥିବା ନେଇ ଅଭିଯୋଗ ଆଣିଛନ୍ତି। ତେଣୁ ଏସବୁ ଦୃଷ୍ଟିରୁ ଓଡ଼ିଶାରେ ଶକ୍ତିଶାଳୀ ପଂଚାୟତିରାଜ ବ୍ୟବସ୍ଥା ମାଧ୍ୟମରେ ରାଜ୍ୟର ସମୃଦ୍ଧି ତଥା ସାମଗ୍ରିକ ଉନ୍ନତି ପାଇଁ ବିଜେପିର ଜିଲ୍ଲା ପରିଷଦ ପ୍ରାର୍ଥୀମାନଙ୍କୁ ନିର୍ବାଚିତ କରିବାକୁ ସେ ଆହ୍ୱାନ କରିଛନ୍ତି।

ଏହି ଅବସରରେ ରାଜ୍ୟ ବିଜେପି ନେତା ଭୃଗୁ ବକ୍ସିପାତ୍ର,ଗୋଲକ ମହାପାତ୍ର ଓ ଲେଖାଶ୍ରୀ ସାମନ୍ତସିଂହାର ପ୍ରମୁଖ ଉପସ୍ଥିତ ଥିଲେ।

Related story