Advertisment

ଜବାବ ଦେଲେ ଅଧୀର ରଞ୍ଜନ ଚୌଧୁରୀ, କହିଲେ- କେମିତି ଲଢ଼ିବାକୁ ହୁଏ ଓ କେମିତି ଜିତିବାକୁ ହୁଏ, ଆମକୁ ଜଣା

୪୨ଟି ଲୋକସଭା ଆସନରୁ ଲଢ଼ିବା ନେଇ ତୃଣମୂଳ କଂଗ୍ରେସ ସାଧାରଣ ସମ୍ପାଦକ କୁନାଲ ଘୋଷଙ୍କ ମନ୍ତବ୍ୟ ଆସିବା ପରେ ଏମିତି ପ୍ରତିକ୍ରିୟା ଦେଇଛନ୍ତି କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ।

Adhir Ranjan Chaudhury

Adhir Ranjan Chaudhury

Advertisment

ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ସମସ୍ତ ୪୨ଟି ଲୋକସଭା ଆସନରେ ପ୍ରାର୍ଥୀ ଦେବାର ସମ୍ଭାବନା ଥିବା ବେଳେ କଡ଼ା ଜବାବ ଦେଇଛନ୍ତି ରାଜ୍ୟ କଂଗ୍ରେସ ସଭାପତି ତଥା ଲୋକସଭା ସାଂସଦ ଅଧୀର ରଞ୍ଜନ ଚୌଧୁରୀ।

Advertisment

ମୁର୍ଶିଦାବାଦ ଲୋକସଭା ଆସନରୁ ଅଧୀର ରଞ୍ଜନ ଚୌଧୁରୀ ୧୯୯୯ରୁ ବିଜୟୀ ହୋଇ ଆସୁଥିବା ବେଳେ ସେଠାରେ ମଧ୍ୟ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଦେବାର ସମ୍ଭାବନା ରହିଛି। ବିରୋଧୀଙ୍କ ମେଣ୍ଟ ଇଣ୍ଡି ବ୍ଲକ୍‌ର ସଦସ୍ୟ ଥାଇ ସୁଦ୍ଧା ତୃଣମୂଳ କଂଗ୍ରେସ ଏଭଳି ବିଚାର କରୁଥିବା ବେଳେ ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି, କିଛି ଫରକ ପଡ଼ିବ ନାହିଁ।

ସେ କହିଛନ୍ତି, ଯଦି କେହି ଭାବୁଛନ୍ତି ମୁଁ ଏକ କାରକ ନୁହଁ, ତା’ହେଲେ ଠିକ୍ ଅଛି। ମୁଁ କାହାକୁ ଖାତିର କରେନି। ଆମ ନେତାମାନେ ସବୁ କହି ସାରିଛନ୍ତି। ମୁଁ ଲଢ଼େଇ କରି ଓ ବିଜୟୀ ହୋଇ ଆଜି ଏହି ସ୍ଥାନରେ ପହଞ୍ଚିଛି। କେମିତି ଲଢ଼ିବାକୁ ହୁଏ ଓ କେମିତି ଜିତିବାକୁ ହୁଏ, ଆମକୁ ଜଣା।

Advertisment

୪୨ଟି ଲୋକସଭା ଆସନରୁ ଲଢ଼ିବା ନେଇ ତୃଣମୂଳ କଂଗ୍ରେସ ସାଧାରଣ ସମ୍ପାଦକ କୁନାଲ ଘୋଷଙ୍କ ମନ୍ତବ୍ୟ ଆସିବା ପରେ ଏମିତି ପ୍ରତିକ୍ରିୟା ଦେଇଛନ୍ତି କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ।

ଆଜି କୁନାଲ ଘୋଷ କହିଥିଲେ, କଂଗ୍ରେସର ରାଜ୍ୟ ଶାଖା ତୃଣମୂଳ କଂଗ୍ରେସକୁ ସମାଲୋଚନା କରୁଛି। ଦଳ ଏଠାରେ ବିଜେପିକୁ ସହାୟତା କରୁଛି। କିନ୍ତୁ ଏହି କୌଶଳ କାମ କରିବ ନାହିଁ। ଆମେ ୪୨ଟି ଯାକ ଲୋକସଭା ଆସନରୁ ଲଢ଼ିବାକୁ ପ୍ରସ୍ତୁତ ଅଛୁ।

ସେ ଆହୁରି କହିଥିଲେ, ‘ଚାପ ରାଜନୀତି ନୁହେଁ, ତୃଣମୂଳ ସ୍ତରରେ ବାସ୍ତବ ଚିତ୍ର ଦେଖି କଂଗ୍ରେସ ଆସନ ଭାଗବଣ୍ଟା ନେଇ କଥାବାର୍ତ୍ତା କରିବା ଉଚିତ୍। ଆସନ୍ତା ଲୋକସଭା ନିର୍ବାଚନରେ ଆମେ କେତେ ଆସନରେ ପ୍ରାର୍ଥୀ ଦେବୁ ସେ ନେଇ ଦଳର ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସ୍ଥିର କରିବେ।’

Congress TMC Adhir Ranjan Chaudhary
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe