Advertisment

ନିମନ୍ତ୍ରଣ ଆଳରେ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଅମରେଶ

ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ବିଜେଡି କଳି କାହାକୁ ଅଛପା ନାହିଁ। ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି। ଗତ ଶୁକ୍ରବାର ବିଏମ୍‌ସିର କେତେକ କର୍ପୋରେଟର ନବୀନ ନିବାସ ଯାଇଥିଲେ। ସେମାନେ ଦୀର୍ଘ ସମୟ ଧରି ନବୀନ ପଟ୍ଟନାୟକଙ୍କ ସହିତ ଆଲୋଚନା କରିଥିଲେ।

ଅଦ୍ୟତନ ହୋଇଛି
Amresh

Amresh

Advertisment

ସରଗରମ ହେଉଛି ଭୁବନେଶ୍ୱର ରାଜନୀତି। ଅମରେଶ ଜେନାଙ୍କ ବିରୋଧୀ ଗୋଷ୍ଠୀଙ୍କ ପରେ ଆଜି ନବୀନ ନିବାସ ଯାଇ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ଖୋଦ୍‌ ଅମରେଶ। ସେ ଦୀର୍ଘ ସମୟ ଧରି ନବୀନ ନିବାସରେ ଥିଲେ। ପରେ ନବୀନ ନିବାସରୁ ବାହାରି ଦଶହରା ପାଇଁ ନିମନ୍ତ୍ରଣ କରିବାକୁ ଆସିଥିବା କହିଥିଲେ। ଏଥିସହ ନିଜର କୁଚକ୍ରୀ ଗୋଷ୍ଠୀଙ୍କୁ କଡ଼ା ଭାଷାରେ ସମାଲୋଚନା କରିଥିଲେ।

Advertisment

ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ବିଜେଡି କଳି କାହାକୁ ଅଛପା ନାହିଁ। ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି। ଗତ ଶୁକ୍ରବାର ବିଏମ୍‌ସିର କେତେକ କର୍ପୋରେଟର ନବୀନ ନିବାସ ଯାଇଥିଲେ। ସେମାନେ ଦୀର୍ଘ ସମୟ ଧରି ନବୀନ ପଟ୍ଟନାୟକଙ୍କ ସହିତ ଆଲୋଚନା କରିଥିଲେ। ପରେ ନବୀନ ନିବାସରୁ ବାହାରି ଦଶହରା ପାଇଁ ନିମନ୍ତ୍ରଣ କରିବାକୁ ଆସିଥିବା କହିଥିଲେ। କିନ୍ତୁ ସେତେବେଳେ ଚର୍ଚ୍ଚା ହେଉଥିଲା କର୍ପୋରେଟରମାନେ କୁଆଡେ ଅମରେଶ ଜେନା ଓ ବିରଞ୍ଚି ନାରାୟଣ ମହାସୁପକାରଙ୍କ ବିରୋଧରେ ଅଭିଯୋଗ କରିବାକୁ ଯାଇଥିଲେ। ଏହାକୁ ରାଜଧାନୀ ରାଜନୀତି ସରଗରମ ହୋଇଥିଲା।

ଆଜି ସନ୍ଧ୍ୟା ବେଳେ ଅମରେଶ ଜେନା ଓ ତାଙ୍କର ସମର୍ଥକ ନବୀନ ନିବାସ ଭିତରକୁ ଯାଇଥିଲେ। ଦୀର୍ଘ ସମୟ ପରେ ନବୀନ ନିବାସରୁ ବାହାରିଥିଲେ। ସେ ସମାନ ଢ଼ଙ୍ଗରେ କହିଥିଲେ, ଦଶହରା ପାଇଁ ନିମନ୍ତ୍ରଣ କରିବାକୁ ଆସିଥିଲେ। ତା’ଛଡ଼ା ଅନ୍ୟକିଛି ନୁହେଁ।

Advertisment

ତେବେ ନିଜର ବିରୋଧୀ ଗୋଷ୍ଠୀଙ୍କ ମେଳିକୁ ନେଇ ଅମରେଶ ଜେନା କହିଛନ୍ତି, ନବୀନ ପଟ୍ଟନାୟକଙ୍କଠାରୁ ମତେ ଅଲଗା କରିଦେବେ ବୋଲି ଯିଏ କୁଚକ୍ର କରୁଛନ୍ତି, ସେମାନେ କେବେ ସଫଳ ହେଇପାରିବେନି। ମତେ ନବୀନ ପଟ୍ଟନାୟକଙ୍କଠାରୁ କେହି ଅଲଗା କରି ପାରିବେନି। ଆମେ ସମସ୍ତେ ଏକଜୁଟ ଅଛୁ। କିଛି କୁଚକ୍ରି ଚାହିଁ ଥିଲେ ମତେ ଅଲଗା କରିବାକୁ। କିନ୍ତୁ ସେମାନେ ସଫଳ ହେବେନି। ମାଆଙ୍କର ନବମୀ ପୂଜା ଚାଲିଛି, ମାଆ ସେମାନଙ୍କୁ ସଦବୁଦ୍ଧି ଦିଅନ୍ତୁ। ଲୋକଙ୍କ ସେବା କରନ୍ତୁ, ଦଳକୁ ଆଗକୁ ନିଅନ୍ତୁ। ଭାଙ୍ଗିବା ଅପେକ୍ଷା ଗଠନମୂଳକ ଚିନ୍ତାରେ ଆଗକୁ ବଢନ୍ତୁ। ସମସ୍ତଙ୍କୁ ନେଇ ଆଗକୁ ଯିବା ବୋଲି ଅମରେଶ କହିଛନ୍ତି।

ସେ ଆହୁରି କହିଛନ୍ତି, ଆମେ ଆଜି ଆସିଥିଲୁ ନିମନ୍ତ୍ରଣ ପତ୍ର ଦେବା ପାଇଁ। ମୋ ସହିତ ବିଭିନ୍ନ ପୂଜାମଣ୍ଡପର କର୍ମକର୍ତ୍ତାମାନେ ଆସିଥିଲେ। ନବୀନ ପଟ୍ଟନାୟକଙ୍କୁ ପୂଜା ପାଇଁ ନିମନ୍ତ୍ରଣ କରିକି ଆସିଛୁ। ସଭାପତିଙ୍କ ପାଖରେ ଅନେକ ବରିଷ୍ଠ ନେତା ଥିଲେ। ସେମାନଙ୍କ ସହ କଥା ହେଲି। ବହୁତ ଦିନ ପରେ ଏକାଠି ହେବାର ସୁଯୋଗ ମିଳିଲା। ମୁଁ କେବେ ମୋ ନେତାଙ୍କ ବିରୋଧରେ ମନ୍ତବ୍ୟ ଦେଇନି ବୋଲି ଅମରେଶ ଜେନା କହିଛନ୍ତି।

Bhubaneswar BjD Bhubaneswar News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe