ଧାନକିଣାରେ ବ୍ୟାପକ ଦୁର୍ନୀତିର ତଦନ୍ତ ଲୋକାୟୁକ୍ତ କରନ୍ତୁ: କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ହେଉଛନ୍ତି କୃଷକବିରୋଧୀ। ରାଜ୍ୟରେ ଧାନକିଣାରେ ହୋଇଥିବା ବ୍ୟାପକ ଦୁର୍ନୀତିର ଲୋକାୟୁକ୍ତ ତଦନ୍ତ କରାଯାଉ ବୋଲି କଂଗ୍ରେସ ଦାବି କରିଛି। ଆଜି କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ଦୁଇ ମୁଖପାତ୍ର ଗୋବିନ୍ଦ ଭୂୟାଁ, ମନୋଜ ମହାପାତ୍ର ଓ ପ୍ରଦେଶ କିଷାନ କଂଗ୍ରେସ ଅଧ୍ୟକ୍ଷ ଅମୀୟ ପଟ୍ଟନାୟକ କହିଛନ୍ତି ଯେ,  କେନ୍ଦ୍ର ସରକାରଙ୍କ ତିନୋଟି ନୂତନ କୃଷି ଆଇନ ବିରୋଧରେ ଦୀର୍ଘ ୮ମାସ ଧରି ଦିଲ୍ଲୀର ରାଜରାସ୍ତାରେ […]

congress1

congress1

Ordigital Desk
  • Published: Tuesday, 27 July 2021
  • Updated: 27 July 2021, 10:28 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ହେଉଛନ୍ତି କୃଷକବିରୋଧୀ। ରାଜ୍ୟରେ ଧାନକିଣାରେ ହୋଇଥିବା ବ୍ୟାପକ ଦୁର୍ନୀତିର ଲୋକାୟୁକ୍ତ ତଦନ୍ତ କରାଯାଉ ବୋଲି କଂଗ୍ରେସ ଦାବି କରିଛି।
ଆଜି କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ଦୁଇ ମୁଖପାତ୍ର ଗୋବିନ୍ଦ ଭୂୟାଁ, ମନୋଜ ମହାପାତ୍ର ଓ ପ୍ରଦେଶ କିଷାନ କଂଗ୍ରେସ ଅଧ୍ୟକ୍ଷ ଅମୀୟ ପଟ୍ଟନାୟକ କହିଛନ୍ତି ଯେ,  କେନ୍ଦ୍ର ସରକାରଙ୍କ ତିନୋଟି ନୂତନ କୃଷି ଆଇନ ବିରୋଧରେ ଦୀର୍ଘ ୮ମାସ ଧରି ଦିଲ୍ଲୀର ରାଜରାସ୍ତାରେ ଚାଷୀମାନେ ଆନ୍ଦୋଳନ ଜାରି ରଖିଛନ୍ତି। ଏହି କୃଷକ ବିରୋଧୀ ଆଇନଗୁଡ଼ିକୁ ତୁରନ୍ତ ପ୍ରତ୍ୟାହାର କରିବାର ଦାବି ନେଇ କୃଷକମାନଙ୍କର ଆନ୍ଦୋଳନରେ ଦେଶର ଶତାଧିକ କୃଷକଙ୍କର ପ୍ରାଣହାନି ହୋଇସାରିଲାଣି। ବାରମ୍ବାର କୃଷକମାନଙ୍କ ସହିତ ଆଲୋଚନା ଆଳରେ କେନ୍ଦ୍ର ସରକାର କେବଳ ପ୍ରତାରଣାର ପନ୍ଥା ଅବଲମ୍ବନ କରିଚାଲିଛନ୍ତି। ନବୀନ ବାବୁଙ୍କ ବିଜେଡିର ସାଂସଦମାନେ ସଂସଦରେ କୃଷକମାନଙ୍କ ସପକ୍ଷରେ ପଦେହେଲେ ପାଟି ଖୋଲୁନାହାନ୍ତି। ସେହିପରି  ରାଜ୍ୟ ବିଧାନସଭାରେ ସର୍ବସମ୍ମତି କ୍ରମେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା କରାଯାଉ ବୋଲି ପ୍ରସ୍ତାବ ପାରିତ ହୋଇଥିଲା। ଏହି ପ୍ରସଙ୍ଗରେ ଓଡ଼ିଶାରୁ ସର୍ବଦଳୀୟ ଏକ ପ୍ରତିନିଧି ଦଳ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରି ଦାବି ଉପସ୍ଥାପିତ କରିବାକୁ ବାରମ୍ବାର ବାରମ୍ବାର ଚେଷ୍ଟା କରିଥିଲେ ସୁଦ୍ଧା ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ସମୟ ଦିଆଗଲା ନାହିଁ। ଏ ସମ୍ପର୍କରେ ବିଜେଡିର ନିରବତା ଅତ୍ୟନ୍ତ ରହସ୍ୟଜନକ ମନେହୁଏ। କୃଷକମାନଙ୍କର ବୃହତର ସ୍ୱାର୍ଥ ଦୃଷ୍ଟିରୁ ସର୍ବସମ୍ମତ ଗୃହୀତ ହୋଇଥିବା ୨୯୩୦ ଟଙ୍କାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ କଂଗ୍ରେସ ଦୃଢ଼ ଦାବି କରୁଛି।
ରାଜ୍ୟରେ ଧାନ କିଣାରେ ବ୍ୟାପକ ଅନିୟମିତା ହୋଇଥିବାରୁ ଏବେବି ତିନି ଲକ୍ଷରୁ ଉର୍ଦ୍ଧ ପଞ୍ଜିକୃତ ଚାଷୀଙ୍କ ଧାନ ସରକାର କିଣୁ ନାହାନ୍ତି। ଅସାଧୁ ବ୍ୟବାସାୟୀ ଓ ସରକାରଙ୍କ ମଧୁଚନ୍ଦ୍ରିକାରେ ପ୍ରତ୍ୟେକ ବର୍ଷ ବ୍ୟାପକ ଦୁର୍ନୀତି ହେଉଛି। ଅତୀତରେ କୃଷି ବିଭାଗର ମନ୍ତ୍ରୀ ଏହି ଦୁର୍ନୀତିକୁ ସ୍ୱୀକାର କରିବା ସହ ବିଭାଗୀୟ ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ବିରୁଦ୍ଧରେ ତଦନ୍ତ କରିବାପାଇଁ ସୁପାରିଶ କରିଥିବାବେଳେ, ଅଭିଯୋଗ ଆସିଥିବା ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ସରକାର ସୁରକ୍ଷା ଦେଉଥିବାର ବହୁ ନଜିର ଅଛି ।

ସ୍ୱଚ୍ଛତା ଅବଲମ୍ବନ କରିବାପାଇଁ ଏହି ଦୁର୍ନୀତର ତଦନ୍ତ ଭାର ଲୋକାୟୁକ୍ତଙ୍କୁ ଦିଆଯାଉ। ଏହି ଧାନ କିଣା ଦୁର୍ନୀତିରେ ତଳଠୁ ସଚ୍ଚିବାଳୟ ପର୍ଯ୍ୟନ୍ତ ସମସ୍ତେ ସାମିଲ ଅଛନ୍ତି। ନାମକୁ ମାତ୍ର ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ଧାନ କିଣାର ଅବଧି ବଢ଼ାଇବା ପାଇଁ ଚିଠି ଲେଖି ଚୁପ ହୋଇ ବସିଛନ୍ତି। ଚିଠିର ଉତ୍ତତର ଆସକୁ ନ ଆସୁ ସରକାର ତୁରନ୍ତ ପଞ୍ଜିକୃତ ଚାଷୀଙ୍କ ଧାନ କିଣନ୍ତୁ । ଚଳିତ ଖରିଫରେ ବୀମା ପଞ୍ଜିକରଣ ସମୟ ଯାହା ଜୁଲାଇ ୩୧ ତାରିଖ ପରିବର୍ତେ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବା ଓ ଖରିଫ ଧାନ ପଞ୍ଜିକରଣ ସମୟ ଅଗଷ୍ଟ ୧୫ ପରିବର୍ତ୍ତେ ସେପ୍ଟେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରିବାକୁ କଂଗ୍ରେସ ଦାବି କରିଛି। ଚଳିତ ବର୍ଷ ଜୁଲାଇ ମାସ ସରିବାକୁ ବସିଲାଣି, ଆଶାନୁରୂପ ମୌସୁମୀ ବର୍ଷା ନାହିଁ, କୃଷକମାନେ ଚାଷକାର୍ଯ୍ୟ ପାଇଁ କେନାଲ ପାଣିକୁ ଅପେକ୍ଷା କରି ଦିନ ଗଣୁଛନ୍ତି ଅଥଚ କେନାଲରେ ପାଣି ଆସୁନାହିଁ ଓ ଅଧିକାଂଶ ସ୍ଥାନରେ ଏବେ ନାମକୁ ମାତ୍ର କେନାଲ ମରାମତି କାମ ନାମରେ ଅର୍ଥ ହରିଲୁଟ ଚାଲିଛି ବୋଲି କଂଗ୍ରେସ ଅଭିଯୋଗ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story