Advertisment

ବିଧାୟକ ଅରବିନ୍ଦ ଢାଲି ଓ ପ୍ରେମାନନ୍ଦ ନାୟକଙ୍କ ସଭ୍ୟ ପଦ ରଦ୍ଦ

ନିକଟରେ ବିଜେଡି ଛାଡ଼ି ବିଜେପିରେ ମିଶିଥିଲେ ଜୟଦେବ ବିଧାୟକ ଅରବିନ୍ଦ ଢାଲି ଓ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ।

ଅଦ୍ୟତନ ହୋଇଛି
Premananda Nayak and Arabinda Dhali

Premananda Nayak and Arabinda Dhali

Advertisment

ନିକଟରେ ବିଜେଡି ଛାଡ଼ି ବିଜେପିରେ ମିଶିଥିବା ଜୟଦେବ ବିଧାୟକ ଅରବିନ୍ଦ ଢାଲିତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକଙ୍କ ସଭ୍ୟ ପଦ ରଦ୍ଦ ହୋଇଛି। ଉଭୟଙ୍କ ସଭ୍ୟ ପଦ ରଦ୍ଦ କରିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ। ଏନେଇ ଗତକାଲି ବିଧାନସଭା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

Advertisment

ଅରବିନ୍ଦ ଢାଲି ୨୦୧୯ରେ ବିଜେଡି ଟିକଟରେ ଭୁବନେଶ୍ୱର ଜୟଦେବ ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। କିନ୍ତୁ କିଛି ଦିନ ତଳେ ସେ ବିଜେଡି ଛାଡ଼ି ବିଜେପିରେ ମିଶିଥିଲେ। ବିଜେପି ତାଙ୍କୁ ଜୟଦେବ ବିଧାନସଭା ଆସନରୁ ପ୍ରାର୍ଥୀ କରିଛି।

ସେହିପରି ତେଲକୋଇରୁ ବିଜେଡି ଟିକଟରେ ନିର୍ବାଚିତ ହୋଇଥିଲେ ପ୍ରେମାନନ୍ଦ ନାୟକ। ସେ ମଧ୍ୟ କିଛି ଦିନ ତଳେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ଏପର୍ଯ୍ୟନ୍ତ ବିଜେପି ପ୍ରେମାନନ୍ଦଙ୍କୁ କୌଣସି ଆସନରୁ ପ୍ରାର୍ଥୀ କରିନାହିଁ। ଆଗକୁ ଦଳ ତାଙ୍କୁ ପ୍ରାର୍ଥୀ କରିବ କି ନାହିଁ ସ୍ପଷ୍ଟ ହୋଇନାହିଁ।

Advertisment

ଦଳ ବଦଳ ନିୟମ ଅନୁସାରେ ଉଭୟଙ୍କ ବିଧାୟକ ପଦ ରଦ୍ଦ ପାଇଁ ବିଜେଡିର ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି ବାଚସ୍ପତିଙ୍କ ନିକଟରେ ପିଟିସନ ଦାଖଲ କରିଥିଲେ। ଏହି ପିଟିସନ ଗ୍ରହଣ କରି ବାଚସ୍ପତି ପ୍ରମିଳା ମଲ୍ଲିକ ଅରବିନ୍ଦ ଢାଲି ଓ ପ୍ରେମାନନ୍ଦ ନାୟକଙ୍କ ବିଧାୟକ ପଦ ରଦ୍ଦ କରିଛନ୍ତି।

ସଭ୍ୟ ପଦ ରଦ୍ଦ ହେବା ପରେ ଅରବିନ୍ଦ ଢାଲି କହିଛନ୍ତି, ସଭ୍ୟପଦ ରଦ୍ଦ କରିବା ସ୍ୱାଭାବିକ। ମୋ ପାଇଁ ଯାହା ନିୟମ ଲାଗୁ ହେଲା, ଅନ୍ୟମାନଙ୍କ ବି ସମାନ ନିୟମ ଲାଗୁ ହେବା ଦରକାର। ସଭ୍ୟପଦ ରଦ୍ଦ ପୂର୍ବରୁ ପକ୍ଷ ରଖିବାକୁ ସୁଯୋଗ ଦେବାର ଥିଲା। ଉଦ୍ଦେଶ୍ୟମୂଳକ ଭାବେ ମୋ ମତାମତ ନେଲେନାହିଁ। ମତାମତ ନନେଇ ଏକତରଫା ନିଷ୍ପତ୍ତି ନେଇଛନ୍ତି ସରକାର। ପକ୍ଷ ରଖିବାକୁ ଆଉ ଥରେ ସୁଯୋଗ ଦିଅନ୍ତୁ।

 ନିର୍ବାଚନ ଉପରେ ଖରାପ ପ୍ରବାହ ପକାଇବା ପାଇଁ  ଏପରି କରିଥାଇପାରନ୍ତି। ଲୋକେ ଜାଣିଛନ୍ତି ସେ କାହାକୁ ଭୋଟ ଦେବେ। ନିର୍ବାଚନ ଉପରେ ଏହାର କୌଣସି ଖରାପ ପ୍ରବାହ ପକାଇବ ନାହିଁ ବୋଲି ଅରବିନ୍ଦ ଢାଲି କହିଛନ୍ତି। 

ସେହିପରି ସଭ୍ୟ ପଦ ରଦ୍ଦ ହେବା ପରେ ପ୍ରେମାନନ୍ଦ ନାୟକ କହିଛନ୍ତି, ସଭ୍ୟପଦ ରଦ୍ଦ ସାଧାରଣ କଥା। ଏହାକୁ ଗ୍ରହଣ କରୁଛି। ମୋ ଉପରେ ଏହାର ପ୍ରଭାବ ପଡ଼ିବନି କି ଏଥିପାଇଁ ମୁଁ ବିଚଳିତ ନୁହେଁ। ଦଳ ଆଗରୁ ଛାଡ଼ିଛି। ଏବେ ଯେଉଁ ଦଳରେ ଅଛି ତା’ପାଇଁ କାମ କରିବି।

BjD Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe