Advertisment

ଝାରସୁଗୁଡ଼ା ଉପନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା; ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଲେ ଅଶୋକ

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ କଂଗ୍ରେସ ଏଥର ପୂର୍ବତନ ବିଧାୟକ ସ୍ୱର୍ଗତଃ ବୀରେନ୍ଦ୍ର ଚନ୍ଦ୍ର ପାଣ୍ଡେଙ୍କ ପୁଅ ତରୁଣ ପାଣ୍ଡେଙ୍କୁ ପ୍ରାର୍ଥୀ କରିଛି।

ଅଦ୍ୟତନ ହୋଇଛି
Ashok Mishra

Ashok Mishra

Advertisment

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ସବୁ ଦଳ ପକ୍ଷରୁ ଜୋରଦାର ପ୍ରଚାର ଚାଲିଥିବା ବେଳେ କଂଗ୍ରେସକୁ ଲାଗିଛି ବଡ଼ ଝଟକା। ଆଜି ଦଳର ଝାରସୁଗୁଡ଼ା ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ଅଶୋକ କୁମାର ମିଶ୍ର। ସେ ତାଙ୍କ ଇସ୍ତଫାପତ୍ର ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ଝାରସୁଗୁଡ଼ା ଜିଲ୍ଲା ସଭାପତି ପଦ ଛାଡ଼ିଥିଲେ ହେଁ ସେ ଏବେବି ଦଳର ପ୍ରାଥମିକ ସଦସ୍ୟ ଥିବା ସ୍ପଷ୍ଟ କରିଛନ୍ତି।

Advertisment

ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେବା ପରେ ଅଶୋକ ମିଶ୍ର କହିଛନ୍ତି, ବର୍ତ୍ତମାନ ଯେଉଁ ପ୍ରକାର ରାଜନୀତି ଚାଲିଛି ଓ ଏଠି ଯେଉଁ ବାତାବରଣ ରହିଛି, ତାହା ମୋତେ ଭଲ ଲାଗୁନି। ପୁଣି ଆମ ଦଳୀୟ ନେତୃତ୍ୱମାନଙ୍କ କାର୍ଯ୍ୟକଳାପ ଦେଖିଲେ ମୋତେ ଅଣନିଃଶ୍ୱାସୀ ଲାଗୁଛି। ଯେଉଁ ପରିସ୍ଥିତି ଏବେ ସୃଷ୍ଟି ହୋଇଛି, ତା’ ଭିତରେ ମୁଁ ନିଜକୁ ଖାପଖୁଆଇ ପାରୁନାହିଁ। ମୁଁ ସଫା ରାଜନୀତି କରିବା ଲୋକେ। ଏବର ଗୋଳିଆ ସ୍ଥିତି ଭିତରେ ମୁଁ ଅଣନିଃଶ୍ୱାସୀ ଅନୁଭବ କରୁଛି। ଏଣୁ ଦଳଠାରୁ ଟିକେ ଦୂରେଇ ରହିବା ପାଇଁ ମୁଁ ଇସ୍ତଫା ଦେଇଛି। ତେବେ ମୁଁ ଏବେ ବି ଦଳର ପ୍ରାଥମିକ ସଦସ୍ୟ ରହିଛି।

ସେ ଆହୁରି କହିଛନ୍ତି, ଆମର (ଆମ ଦଳର) ଯେଉଁ ପ୍ରକାର କାର୍ଯ୍ୟକ୍ରମ ଚାଲିଛି, ତାକୁ ଦେଖିଲେ ଲାଗୁନି ଏଠି ଗୋଟେ ନିର୍ବାଚନ ଚାଲିଛି ବୋଲି। ଯେଉଁ ହିସାବରେ କଂଗ୍ରେସ ଦଳ ପ୍ରସ୍ତୁତ ହେବା କଥା ଓ ଲଢ଼ିବା କଥା, ମୋତେ ଲାଗୁନି ସେମିତି ଲଢୁଛି ବୋଲି।

Advertisment

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ କଂଗ୍ରେସ ଏଥର ପୂର୍ବତନ ବିଧାୟକ ସ୍ୱର୍ଗତଃ ବୀରେନ୍ଦ୍ର ଚନ୍ଦ୍ର ପାଣ୍ଡେଙ୍କ ପୁଅ ତରୁଣ ପାଣ୍ଡେ ଙ୍କୁ ପ୍ରାର୍ଥୀ କରିଛି। ତରୁଣ ପ୍ରଥମ ଥର ନିର୍ବାଚନ ଲଢ଼ୁଛନ୍ତି। ତେବେ ଝାରସୁଗୁଡ଼ା ଉପନିର୍ବାଚନରେ ପ୍ରାର୍ଥୀ ହେବା ପାଇଁ ଯେଉଁମାନେ ଆଶାୟୀ ଥିଲେ ସେମାନଙ୍କ ମଧ୍ୟରେ ଅଶୋକ ମିଶ୍ର ମଧ୍ୟ ରହିଥିଲେ। ତେଣୁ ଟିକେଟ ନ ମିଳିବା କାରଣରୁ ସେ ଦଳର ଜିଲ୍ଲା ସଭାପତି ପଦ ଛାଡ଼ିଥିବା କୁହାଯାଉଛି।

ମେ’ ୧୦ ତାରିଖରେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ବିଜେଡି ପକ୍ଷରୁ ସ୍ୱର୍ଗତଃ ନବ କିଶୋର ଦାସଙ୍କ ଝିଅ ଦୀପାଳି ଦାସ ପ୍ରାର୍ଥୀ ହୋଇଥିବା ବେଳେ ବିଜେପି ପକ୍ଷରୁ ଟଙ୍କଧର ତ୍ରିପାଠୀଙ୍କୁ ପ୍ରାର୍ଥୀ କରିଛି।

Congress Jharsuguda Bypoll
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe