ରାୟପୁରରେ ଥରେ ନୁହେଁ, ତିନି ଥର ମିଳାମିଶା ବୈଠକ ବସିଛି: ବିଜୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଣି ଥରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କୁ ତୀର ମାରିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ରାୟପୁର ବୁଝାମଣା କଥା ଉଠାଇ କ୍ୟାପଟେନ୍‌ଙ୍କୁ ସମାଲୋଚନା କରିଛନ୍ତି। ଯେଉଁ ପ୍ରଶ୍ନ ଉଠିଛି, ତାହାର ଉତ୍ତର କେହି ଦେଉନାହାନ୍ତି। ନା ରାଜ୍ୟ ସରକାର ଦେଉଛନ୍ତି ନା ହତ୍ୟା ମାମଲାର ତଦନ୍ତ କରୁଥିବା ପୁଲିସ ଅଧିକାରୀ କିଛି କହୁଛନ୍ତି ବୋଲି ବିଜୟ ପ୍ରଶ୍ନ କରିଛନ୍ତି। ବରିଷ୍ଠ ନେତା ବିଜୟ ମହାପାତ୍ର କହିଛନ୍ତି, ରାୟପୁର ଗସ୍ତ ଛଡ଼ା […]

Bijay-Mohapatra

Bijay-Mohapatra

Manoranjan Sial
  • Published: Monday, 01 November 2021
  • Updated: 01 November 2021, 05:12 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଣି ଥରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କୁ ତୀର ମାରିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ରାୟପୁର ବୁଝାମଣା କଥା ଉଠାଇ କ୍ୟାପଟେନ୍‌ଙ୍କୁ ସମାଲୋଚନା କରିଛନ୍ତି। ଯେଉଁ ପ୍ରଶ୍ନ ଉଠିଛି, ତାହାର ଉତ୍ତର କେହି ଦେଉନାହାନ୍ତି। ନା ରାଜ୍ୟ ସରକାର ଦେଉଛନ୍ତି ନା ହତ୍ୟା ମାମଲାର ତଦନ୍ତ କରୁଥିବା ପୁଲିସ ଅଧିକାରୀ କିଛି କହୁଛନ୍ତି ବୋଲି ବିଜୟ ପ୍ରଶ୍ନ କରିଛନ୍ତି।

ବରିଷ୍ଠ ନେତା ବିଜୟ ମହାପାତ୍ର କହିଛନ୍ତି, ରାୟପୁର ଗସ୍ତ ଛଡ଼ା ଅନ୍ୟ ପ୍ରସଙ୍ଗ କଥା ମଧ୍ୟ ମୁଁ ଉଠାଇଥିଲି। ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରସଙ୍ଗରେ ଉଠାଇଥିଲି। ହେଲେ ପୁଲିସ ତାହାର ଉତ୍ତର ଦେଉନାହିଁ। ରାଜ୍ୟରେ ଏତେବଡ଼ ଘଟଣା ଘଟିଲା, ଯାହାକୁ ନେଇ ସମଗ୍ର ଓଡ଼ିଶାରେ ହଇଚଇ ସୃଷ୍ଟି ହୋଇଛି। ତାହା ସତ୍ତ୍ୱେ ସମସ୍ତେ ନିରବ ରହିଛନ୍ତି ବୋଲି ବିଜୟ କହିଛନ୍ତି।

https://youtu.be/ZbAWYpYyaTs

ସେ କହିଛନ୍ତି-“ପୁଲିସ ବିଭାଗ ବୁଝୁଛି କିଏ? ଯେଉଁମାନେ ସଚିବାଳୟକୁ ଯାଉଛନ୍ତି, ତାଙ୍କ ଭିତରୁ କିଏ ପୁଲିସ କଥା ନିୟନ୍ତ୍ରଣ କରୁଛନ୍ତି? ସେଥିପାଇଁ ପୂର୍ବରୁ କହିଥିଲି ଜଣେ ଅଣଓଡ଼ିଆ ଅଫିସର ପୁଲିସ ବିଭାଗ କଥା ବୁଝୁଛନ୍ତି। ଏ ସମସ୍ତ ଘଟଣାର ମୁଖ୍ୟ ସୂତ୍ରଧର ସିଏ। ଆଗମୀ ଦିନରେ ସିଏ ଅଭିଯୁକ୍ତ ହୋଇଯିବେ। ଆଗକୁ ଆହୁରି ବିସ୍ଫୋରକ ତଥ୍ୟ ସାମ୍ନାକୁ ଆସିବ। ସାରା ଓଡ଼ିଶାବାସୀ ଏ ସମସ୍ତ ଘଟଣା ଜାଣିବାକୁ ପାଇବେ। ଏହି ଘଟଣା ସହଜରେ ପୂର୍ଣ୍ଣଛେଦ ପଡ଼ୁନାହିଁ।”

ବିଜୟ ଆହୁରି କହିଛନ୍ତି, “ରାୟପୁରରେ ଥରେ ନୁହେଁ, ତିନି ତିନି ଥର ମିଳାମିଶା ବୈଠକ ବସିଛି। ତିନିରୁ ଚାରି ମାସ ଭିତରେ ସମାନ ପ୍ରସଙ୍ଗରେ ବୈଠକ ବସିଛି। ମାତ୍ର ସମାଧାନର ରାସ୍ତା ବାହାରି ପାରିନାହିଁ। ହେଲେ ସେକଥା ମନ୍ତ୍ରୀ ଥରୁଟିଏ କହିଲେନାହିଁ। ସେପଟେ ଗୋବିନ୍ଦ ସାହୁ ବାରାକରେ ରହିଲା ଓ ଫେରାର ହେଲା। ସେତେବେଳେ ସେ କଣ ମନ୍ତ୍ରୀଙ୍କ ସହିତ ଫୋନ୍‌ରେ କଥାବାର୍ତ୍ତା ହୋଇନି? ସେ ଫୋନ୍‌ରେ କଥାବାର୍ତ୍ତା ହୋଇଛି। ଏକଥା ସମସ୍ତେ ଜାଣିଛନ୍ତି। ତଥାପି ସମସ୍ତେ ଚୁପ୍‌ ରହିଛନ୍ତି। ଆଗକୁ ଆହୁରି ଭୟଙ୍କର କଥା ସାମ୍ନାକୁ ଆସିବ। ପୃଷ୍ଠା ଖୋଲା ହୋଇନି। ମାତ୍ର ଦୁଇ ପୃଷ୍ଠା ଖୋଲା ହୋଇଛି। ଆହୁରି ବହୁ ପୃଷ୍ଠା ବାକି ରହିଛି।”

ସୂଚନାରୁ ପ୍ରକାଶ, କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କ ରାୟପୁର ମିଳାମିଶା ବୈଠକ କଥା ପ୍ରଥମେ ବିଜୟ ମହାପାତ୍ର ଉଠାଇଥିଲେ। ଏହା ପରେ ସମାନ କଥା ଉଠାଇଥିଲେ କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର। ଆଜି ପୁଣି ଥରେ ସମାନ କଥା ଉଠାଇଛନ୍ତି କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା। 

ଶ୍ରୀ ସାଲୁଜା କହିଛନ୍ତି, “ସେପ୍ଟେମ୍ବର ୨୦ରୁ ୨୩ ରାୟପୁରରେ ମନ୍ତ୍ରୀ, ଗୋବିନ୍ଦ, ମମିତା ଥିଲେ। ସେଠାରେ ବୁଝାମଣା କରିବାକୁ ଚେଷ୍ଟା କରିଥିଲେ ମନ୍ତ୍ରୀ। ସେପ୍ଟେମ୍ବର ୨୦ରେ ମମିତା ବସ୍ ଯୋଗେ ଘରୁ ବାହାରିଥିଲେ। ମହାଲିଙ୍ଗରୁ ଗୋବିନ୍ଦ ମମିତାଙ୍କୁ ରାୟପୁର ନେଇ ଯାଇଥିଲେ। କୁଲ ହୋମ ଆପାର୍ଟମେଣ୍ଟରେ ବୁଝାମଣା ଚେଷ୍ଟା କରିଥିଲେ ମନ୍ତ୍ରୀ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos