୩୦ ଜିଲ୍ଲାରେ ବିଜେଡି ନିଯୁକ୍ତ କଲା ନୂଆ ପର୍ଯ୍ୟବେକ୍ଷକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୂର୍ବର ସମସ୍ତ ନିର୍ଦ୍ଦେଶକୁ ବାତିଲ କରି ରାଜ୍ୟର ୩୦ ଜିଲ୍ଲା ପାଇଁ ନୂଆ  ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି ବିଜେଡି। ସେହିପରି ୬ ଜଣ ନେତାଙ୍କୁ ୩୦ଟି ଜିଲ୍ଲାର ବରିଷ୍ଠ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି। ବିକ୍ରମ କେଶରୀ ଆରୁଖ, ଦେବୀ ପ୍ରସାଦ ମିଶ୍ର, ନିରଞ୍ଜନ ପୂଜାରୀ, ସୌମ୍ୟ ରଞ୍ଜନ ପଟ୍ଟନାୟକ, ପ୍ରସନ୍ନ ଆଚାର୍ଯ୍ୟ ଓ ମହେଶ୍ୱର ମହାନ୍ତଙ୍କୁ ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି। ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲ୍ଲାର […]

CM Naveen Patnaik

Jitendra Garnayak
  • Published: Saturday, 26 June 2021
  • , Updated: 26 June 2021, 02:19 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୂର୍ବର ସମସ୍ତ ନିର୍ଦ୍ଦେଶକୁ ବାତିଲ କରି ରାଜ୍ୟର ୩୦ ଜିଲ୍ଲା ପାଇଁ ନୂଆ  ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି ବିଜେଡି। ସେହିପରି ୬ ଜଣ ନେତାଙ୍କୁ ୩୦ଟି ଜିଲ୍ଲାର ବରିଷ୍ଠ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି।

ବିକ୍ରମ କେଶରୀ ଆରୁଖ, ଦେବୀ ପ୍ରସାଦ ମିଶ୍ର, ନିରଞ୍ଜନ ପୂଜାରୀ, ସୌମ୍ୟ ରଞ୍ଜନ ପଟ୍ଟନାୟକ, ପ୍ରସନ୍ନ ଆଚାର୍ଯ୍ୟ ଓ ମହେଶ୍ୱର ମହାନ୍ତଙ୍କୁ ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି।

ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲ୍ଲାର ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ବିକ୍ରମ କେଶରୀ ଆରୁଖ ନିଯୁକ୍ତି ପାଇଥିବା ବେଳେ ଦେବୀ ପ୍ରସାଦ ମିଶ୍ରଙ୍କୁ ଗଞ୍ଜାମ, ନୟାଗଡ଼, କନ୍ଧମାଳ, ଖୋର୍ଦ୍ଧା, ପୁରୀ ଓ ବୌଦ୍ଧ ଜିଲ୍ଲାର ଦାୟିତ୍ୱ ଦିଆଯାଇଛି।

ନିରଞ୍ଜନ ପୂଜାରୀଙ୍କୁ ନୂଆପଡ଼ା, କଳାହାଣ୍ଡି, କଲାଙ୍ଗିର ଓ ବରଗଡ଼ ଜିଲ୍ଲାର ଦାୟିତ୍ୱ ଦିଆଯାଇଥିବା ବେଳେ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ଦେବଗଡ଼, ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲା ଦାୟିତ୍ୱ ଦିଆଯାଇଛି।

ପ୍ରସନ୍ନ ଆଚାର୍ଯ୍ୟଙ୍କୁ କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ପାଇଁ ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ମହେଶ୍ୱର ମହାନ୍ତିଙ୍କୁ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲା ଦାୟିତ୍ୱ ମିଳିଛି।

ସେହିପରି ପର୍ଯ୍ୟବେକ୍ଷକ ଭାବେ କେଉଁ ନେତାଙ୍କୁ କେଉଁ ଜିଲ୍ଲାର ଦାୟିତ୍ୱ ମିଳିଛି, ତା’ର ତାଲିକା ନିମ୍ନରେ ଦିଆଯାଇଛି।

ଜାଣନ୍ତୁ, କାହାକୁ ମିଳିଲା କେଉଁ ଜିଲ୍ଲା

ଅନୁଗୋଳ- ପ୍ରଶାନ୍ତ ମୁଦୁଲି
ବାଲେଶ୍ୱର- ପ୍ରତାପ କେଶରୀ ଦେବ
ବରଗଡ଼- ସୁଧୀର କୁମାର ସାମଲ
ଭଦ୍ରକ- ପ୍ରଣବ ବଳବନ୍ତରାୟ
ବଲାଙ୍ଗିର- ସୁଶାନ୍ତ ସିଂହ
ବୌଦ୍ଧ- ସୌଭାଗ୍ୟ ନାୟକ
କଟକ- ଉଷା ଦେବୀ
ଦେବଗଡ଼- ସୁଶାନ୍ତ ସିଂହ
ଢେଙ୍କାନାଳ- ବିଜୟ ନାୟକ
ଗଜପତି- ଅତନୁ ସବ୍ୟସାଚୀ ନାୟକ
ଗଞ୍ଜାମ- ପ୍ରଫୁଲ୍ଲ ମଲ୍ଲିକ
ଜଗତସିଂହପୁର- ସମୀର ରଞ୍ଜନ ଦାଶ
ଯାଜପୁର- ଅଶୋକ ଚନ୍ଦ୍ର ପଣ୍ଡା
ଝାରସୁଗୁଡ଼ା- ସୁବାସ ସିଂହ
କଳାହାଣ୍ଡି- ନବ କିଶୋର ଦାସ
କନ୍ଧମାଳ- ପ୍ରତାପ ଜେନା
କେନ୍ଦ୍ରାପଡ଼ା- ଦେବାଶିଷ ସାମନ୍ତରାୟ
କେନ୍ଦୁଝର- ପ୍ରଣବ ପ୍ରକାଶ ଦାସ
ଖୋର୍ଦ୍ଧା- ପ୍ରମିଳା ମଲ୍ଲିକ
କୋରାପୁଟ- ଚନ୍ଦ୍ର ସାରଥୀ ବେହେରା
ମାଲକାନଗିରି- ଚନ୍ଦ୍ର ସାରଥୀ ବେହେରା
ମୟୂରଭଞ୍ଜ- ପ୍ରଣବ ପ୍ରକାଶ ଦାସ
ନବରଙ୍ଗପୁର- ତୁଷାରକାନ୍ତି ବେହେରା
ନୟାଗଡ଼- ପଦ୍ମନାଭ ବେହେରା
ନୂଆପଡ଼ା- ଦିବ୍ୟଶଙ୍କର ମିଶ୍ର
ପୁରୀ- ରଣେନ୍ଦ୍ର ପ୍ରତାପ ସ୍ୱାଇଁ
ରାୟଗଡ଼ା- ଅତନୁ ସବ୍ୟସାଚୀ ନାୟକ
ସମ୍ବଲପୁର- ନଳିନୀକାନ୍ତ ପ୍ରଧାନ
ସୁବର୍ଣ୍ଣପୁର- ପ୍ରଦୀପ କୁମାର ଅମାତ
ସୁନ୍ଦରଗଡ଼- ପ୍ରୀତିରଞ୍ଜନ ଘଡ଼େଇ

Related story