ବିଜେଡି କନ୍ଦଳ: ସଞ୍ଜୟ ଆଉଟ୍‌, ପ୍ରମିଳାଙ୍କ ଆଶା ମଉଳିଲା ଓ ବଲାଙ୍ଗିର ରାଜପରିବାର ବି ନିରାଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ସଂକ୍ରମଣ ଆଶଙ୍କା ମଧ୍ୟରେ ଧିମେଇ ଯାଇଥିବା ଦଳୀୟ ସଂଗଠନକୁ ପଂଚାୟତ ଓ ପୌର ନିର୍ବାଚନ ପୂର୍ବରୁ ପୁଣିଥରେ ସକ୍ରିୟ କରିବାକୁ ବିଜେଡି ପଦକ୍ଷେପ ନେଇଛି। ଦଳ ପକ୍ଷରୁ ଆଜି ୨୬ଜଣ ନେତାଙ୍କୁ ପର୍ଯ୍ୟବେକ୍ଷକ ଓ ୬ଜଣ ନେତାଙ୍କୁ ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ୩୦ଟି ଜିଲ୍ଲା ଦାୟିତ୍ୱ ନ୍ୟସ୍ତ କରିଥିବାବେଳେ ସଞ୍ଜୟ ଦାସବର୍ମାଙ୍କ ଭଳି ପ୍ରଭାବଶାଳୀ ନେତାଙ୍କୁ ଏହି ତାଲିକାରୁ ବାଦ୍ ଦିଆଯାଇଛି। ସଂଗଠନ ସହ ଜଡ଼ିତ ବହୁ ପୁରୁଖା ନେତାଙ୍କୁ ବାଦ୍ […]

Sanjay Das Burma & Pramila Malik

Sanjay Das Burma & Pramila Malik

Ordigital Desk
  • Published: Saturday, 26 June 2021
  • Updated: 26 June 2021, 08:00 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ସଂକ୍ରମଣ ଆଶଙ୍କା ମଧ୍ୟରେ ଧିମେଇ ଯାଇଥିବା ଦଳୀୟ ସଂଗଠନକୁ ପଂଚାୟତ ଓ ପୌର ନିର୍ବାଚନ ପୂର୍ବରୁ ପୁଣିଥରେ ସକ୍ରିୟ କରିବାକୁ ବିଜେଡି ପଦକ୍ଷେପ ନେଇଛି। ଦଳ ପକ୍ଷରୁ ଆଜି ୨୬ଜଣ ନେତାଙ୍କୁ ପର୍ଯ୍ୟବେକ୍ଷକ ଓ ୬ଜଣ ନେତାଙ୍କୁ ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ୩୦ଟି ଜିଲ୍ଲା ଦାୟିତ୍ୱ ନ୍ୟସ୍ତ କରିଥିବାବେଳେ ସଞ୍ଜୟ ଦାସବର୍ମାଙ୍କ ଭଳି ପ୍ରଭାବଶାଳୀ ନେତାଙ୍କୁ ଏହି ତାଲିକାରୁ ବାଦ୍ ଦିଆଯାଇଛି। ସଂଗଠନ ସହ ଜଡ଼ିତ ବହୁ ପୁରୁଖା ନେତାଙ୍କୁ ବାଦ୍ ଦେଇ ୧୨ଜଣ ମନ୍ତ୍ରୀ ଓ ୨ଜଣ ସାଂସଦଙ୍କୁ ଏହି ପର୍ଯ୍ୟବେକ୍ଷକ ତାଲିକାରେ ସାମିଲ କରି ଦଳ, ହାତଗଣତି ନେତାମାନଙ୍କ ମାଧ୍ୟମରେ ସାଂଗଠନିକ କାର୍ଯ୍ୟ ଚାଲିବ ବୋଲି ସନ୍ଦେଶ ଦେଇଛି।

ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ଏହି ପର୍ଯ୍ୟବେକ୍ଷକ ତାଲିକା ପ୍ରସ୍ତୁତିରେ ନିଜର ପତିଆରା ପ୍ରଦର୍ଶନ କରିଛନ୍ତି। ପଂଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଣବଙ୍କ ତାଲିକାକୁ ମଧ୍ୟ ଦଳ ଅଗ୍ରାଧିକାର ଦେଇଛି। ଏକ କୋଟି ସଦସ୍ୟଙ୍କ ଦଳ ବୋଲି ଦାବି କରୁଥିବା ବିଜେଡିରେ ଏବେ ଏକଚାଟିଆ ନିଷ୍ପତ୍ତି ପ୍ରଭାବୀ ହେଉଛି। ନିଜର ବହୁ ପୁରୁଖା ଓ ଅଭିଜ୍ଞ ନେତାଙ୍କୁ ହତାଦର କରି କିଛି ଅନଭିଜ୍ଞ ନେତାଙ୍କୁ ମଧ୍ୟ ଜିଲ୍ଲା ସଂଗଠନ ଦାୟିତ୍ୱ ଦେବାକୁ ଦଳ ପଛାଇ ନାହିଁ ।

ବଡ଼ଚଣା ବିଧାୟକ ଅମର ଶତପଥୀଙ୍କ ଭଳି ବରିଷ୍ଠ ନେତାଙ୍କୁ ପର୍ଯ୍ୟବେକ୍ଷକ ତାଲିକାରୁ ହଟାଯାଇଛି, କିନ୍ତୁ ପ୍ରଣବ ବଳବନ୍ତରାୟ, ତୁଷାରକାନ୍ତି ବେହେରା, ଚନ୍ଦ୍ରସାରଥୀ ବେହେରାଙ୍କ ଭଳି ଅନଭିଜ୍ଞ ନେତାଙ୍କୁ ଜିଲ୍ଲା ସଂଗଠନ ଦାୟିତ୍ୱ ନ୍ୟସ୍ତ ହୋଇଛି। ସେହିପରି ପ୍ରଣବପ୍ରକାଶ ନିଜ ଜିଲ୍ଲାରୁ କାହାରିକୁ ମନ୍ତ୍ରୀ କିମ୍ବା ସରକାରରେ କୌଣସି ଦାୟିତ୍ୱ ଦେବା ସପକ୍ଷରେ ନଥିବାରୁ ପ୍ରମିଳା ମଲ୍ଲିକଙ୍କ ବାଚସ୍ପତି ଓ ମନ୍ତ୍ରୀ ହେବା ଆଶା ମଧ୍ୟ ମଉଳି ଯାଇଛି।

ସୂତ୍ର ଅନୁସାରେ ପ୍ରମିଳା ରାଜ୍ୟର ପ୍ରଥମ ମହିଳା ବାଚସ୍ପତି ହେବେ ବୋଲି ଆଶା ବାନ୍ଧି ବସିଥିବାବେଳେ ତାଙ୍କୁ ପର୍ଯ୍ୟବେକ୍ଷକ କରାଯିବାପରେ ତାଙ୍କର ଏହି ଆଶା ଆଶାରେ ରହିଯାଇଛି। ସେହିପରି ବଲାଙ୍ଗିର ଜିଲ୍ଲା ସାଂଗଠନିକ କାର୍ଯ୍ୟରୁ ବଲାଙ୍ଗିର ରାଜପରିବାରକୁ ସମ୍ପୂର୍ଣ୍ଣ ଦୂରେଇ ରଖାଯାଇଛି। କଳିକେଶ ସିଂହଦେଓ, ଏୟୁ ସିଂହଦେଓଙ୍କୁ ମଧ୍ୟ ପର୍ଯ୍ୟବେକ୍ଷକ ତାଲିକାରେ ସାମିଲ କରାଯାଇନି।

ଇଞ୍ଜିନିୟରରୁ ନେତା ପାଲଟିଥିବା ନଳିନୀକାନ୍ତ ପ୍ରଧାନଙ୍କୁ ନିଜେ ଲଢ଼ିଥିବା ଜିଲ୍ଲାର ପର୍ଯ୍ୟବେକ୍ଷକ କରାଯାଇଛି । ସମ୍ବଲପୁର ଲୋକସଭା ଆସନରୁ ଲଢ଼ି ଶ୍ରୀ ପ୍ରଧାନ ପରାଜିତ ହୋଇଥିବାବେଳେ ୨୦୧୯ ସାଧାରଣ ନିର୍ବାଚନ ପରଠୁ ତାଙ୍କୁ ସମ୍ବଲପୁର ଜିଲ୍ଲାର ପର୍ଯ୍ୟବେକ୍ଷକ କରାଯାଇଥିଲା, ଯାହାକୁ ଜାରି ରଖାଯାଇଛି। ସେହିପରି ଉଷା ଦେବୀ ନିଜ ବିଧାନସଭା ନିର୍ବାଚନମଣ୍ଡଳୀ ଯିବା ସମ୍ଭବପର ନଥିବାରୁ ତାଙ୍କ ପୁଅ ଓ ଦିଅର ଏବେ ସେଠାରେ ତାଙ୍କ ପ୍ରତିନିଧି ଭାବେ କାମ କରୁଥିବାବେଳେ ତାଙ୍କୁ ବି ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେବାକୁ ବିଜେଡି ପଛାଇ ନାହିଁ।

ଅତନୁ ସବ୍ୟସାଚୀ ନାୟକ, ସୁଶାନ୍ତ ସିଂ, ଚନ୍ଦ୍ରସାରଥୀ ବେହେରାଙ୍କୁ ୨ଟି ଲେଖାଏଁ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇ ପ୍ରଣବପ୍ରକାଶ ନିଜେ ଖଣିଜ ସମୃଦ୍ଧ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ ନିଜ ପାଖରେ ରଖିଛନ୍ତି। ସେହିପରି ମହିଳାଙ୍କୁ ସମ୍ମାନ ଓ ୩୩ପ୍ରତିଶତ ସଂରକ୍ଷଣ କଥା କହୁଥିବା ବିଜେଡି ଏହି ୩୨ଜଣିଆ ପର୍ଯ୍ୟବେକ୍ଷକ ତାଲିକାରେ ମାତ୍ର ୨ଜଣ ମହିଳାଙ୍କୁ ସ୍ଥାନ ଦେଇଛି। ଏପରିକି ଏପର୍ଯ୍ୟନ୍ତ ଦଳ ନିଜର ମହିଳା ୱିଙ୍ଗର ସାଂଗଠନିକ ପୁର୍ନବିନ୍ୟାସ କରିପାରିନି।

ଏବେ ଜିଲ୍ଲା ସଭାପତି ଭାବେ କାର୍ଯ୍ୟ କରୁଥିବା ମହେଶ୍ୱର ମହାନ୍ତି, ଦେବାଶିଷ ସାମନ୍ତରାୟ ଓ ପ୍ରଶାନ୍ତ ମୁଦୁଲିଙ୍କ ସମେତ ଏକାଧିକ ବିଭାଗର ମନ୍ତ୍ରୀ ଥିବା ଦିବ୍ୟଶଙ୍କର ମିଶ୍ର ଓ ପ୍ରତାପ ଜେନାଙ୍କୁ ପର୍ଯ୍ୟବେକ୍ଷକ ଭାବେ ଅଧିକ ଲୋଡ୍ ଦିଆଯାଇଛି। ଯଦିଓ ଦଳରେ ଅଭିଜ୍ଞତା ସମ୍ପନ୍ନ ପୁରୁଖା ନେତା, ବିଧାୟକ ଓ ସାଂସଦଙ୍କ ସଂଖ୍ୟା ବହୁ ଅଧିକ ରହିଛି। ଜଣେ ଦୃଢ଼ ସଂଗଠକ ଭାବେ ପରିଚିତ ମନ୍ତ୍ରୀ ଅରୁଣ ସାହୁଙ୍କୁ ବି ଏହି ତାଲିକାରୁ ଦୂରେଇ ରଖାଯାଇଛି।

ସେହିପରି ଗତ କିଛିମାସ ଧରି ସାଂଗଠନିକ କାର୍ଯ୍ୟରୁ ଦଳର ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ସଞ୍ଜୟ ଦାସବର୍ମାଙ୍କୁ ଅଣଦେଖା କରାଯାଉଥିବାବେଳେ ଆଜି ତାଙ୍କୁ ରାୟଗଡ଼ା ଓ ନବରଙ୍ଗପୁର ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିିତ୍ୱରୁ ବାଦ୍ ଦିଆଯାଇଛି । ମଇ ୨୯ ମିଡନାଇଟ୍ ଅପରେସନ ସମୟରେ ସଞ୍ଜୟ ନିଜର ସାଂଗଠନିକ ଦକ୍ଷତା ଓ ସୁପ୍ରିମୋଙ୍କ ପ୍ରତି ଆନୁଗତ୍ୟ ପ୍ରକଟ କରି ଦଳ ପାଇଁ ସଙ୍କଟମୋଚକ ସାଜିଥିଲେ। ନିକଟରେ ସଞ୍ଜୟ ରାୟଗଡ଼ା ଜିଲ୍ଲା ଗସ୍ତ କରି କୋଭିଡ୍ ଟିକା ନେବାକୁ ରାଜି ହେଉନଥିବା ଡଙ୍ଗରିଆ କନ୍ଧ ସମୁଦାୟର ଲୋକଙ୍କୁ ପ୍ରବର୍ତ୍ତାଇ ଏହି ଅଭିଯାନରେ ସାମିଲ କରାଇ ନିଜର ସାଂଗଠନିକ ଦକ୍ଷତାର ପରିଚୟ ଦେଇଥିଲେ। ତଥାପି ତାଙ୍କୁ ଦଳ ଏବେ ପର୍ଯ୍ୟବେକ୍ଷକ ତାଲିକାରୁ ବାଦ୍ ଦେବାପରେ ଦଳୀୟ କନ୍ଦଳ ପଦାରେ ପଡ଼ିଛି।

ଏବେ ଦଳ ଓ ସଂଗଠନ ହାତଗଣତି ୨-୪ଜଣ ବ୍ୟକ୍ତିଙ୍କ ପାଖରେ ରହିଥିବା ତଥା ସବୁକ୍ଷେତ୍ରରେ ଏକଚାଟିଆ ନିଷ୍ପତ୍ତି ନିଆଯାଉଥିବାରୁ ଦଳରେ କନ୍ଦଳ, ଅସନ୍ତୋଷ ଓ ଛକାପଞ୍ଝା ଚରମସୀମାରେ ପହଂଚିଛି। ତେବେ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପ୍ରତି ଆନୁଗତ୍ୟ ଓ କାର୍ଯ୍ୟାନୁଷ୍ଠାନ ଭୟରେ ନେତାମାନେ ନିରବ ରହଛନ୍ତି। ଅନ୍ୟପକ୍ଷରେ ଆଜିର ଏହି ଥଇଥାନ ମାଧ୍ୟମରେ ଶାସକ ବିଜେଡି ଆଗାମୀ ଦିନରେ ରାଜନୀତିକ ଓ ପ୍ରଶାସନିକସ୍ତରରେ ବଡ଼ଧରଣର ଅଦଳବଦଳ କରାଇବ ବୋଲି ମଧ୍ୟ ସଙ୍କେତ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story