ମମିତା ମାମଲାରେ ଭକ୍ତଙ୍କୁ ପଚାରିଲା ବିଜେଡି, କ୍ରାନ୍ତି କିଏ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାଲିଙ୍ଗ ସନ୍‌ସାଇନ୍‌ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାକୁ ନେଇ ଆଜି କଂଗ୍ରେସର ବରିଷ୍ଠ ନେତା ଭକ୍ତଚରଣ ଦାସ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ମାମଲାରେ ଗୃହରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କ ନାଁ ଯୋଡ଼ି ହୋଇଥିବାରୁ ତାଙ୍କୁ କାହିଁକି ମନ୍ତ୍ରିମଣ୍ଡଳରୁ ବିଦା କରାଯାଉ ନାହିଁ ବୋଲି ପ୍ରଶ୍ନ କରିଥିଲେ ଭକ୍ତ। ଏହାର ଜବାବ ଦେବାକୁ ଆସି ବିଜେଡି ଅନେକ ପ୍ରଶ୍ନ ଭକ୍ତଙ୍କୁ ପଚାରିଛି। ମହାଲିଙ୍ଗ କଲେଜ ଟ୍ରଷ୍ଟ ବୋର୍ଡ ତାଲିକାରେ ଦ୍ୱିତୀୟ ନମ୍ୱରରେ […]

Bhakta-and-sasmit

Bhakta-and-sasmit

Manoranjan Sial
  • Published: Saturday, 13 November 2021
  • Updated: 13 November 2021, 07:53 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାଲିଙ୍ଗ ସନ୍‌ସାଇନ୍‌ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାକୁ ନେଇ ଆଜି କଂଗ୍ରେସର ବରିଷ୍ଠ ନେତା ଭକ୍ତଚରଣ ଦାସ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ମାମଲାରେ ଗୃହରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କ ନାଁ ଯୋଡ଼ି ହୋଇଥିବାରୁ ତାଙ୍କୁ କାହିଁକି ମନ୍ତ୍ରିମଣ୍ଡଳରୁ ବିଦା କରାଯାଉ ନାହିଁ ବୋଲି ପ୍ରଶ୍ନ କରିଥିଲେ ଭକ୍ତ। ଏହାର ଜବାବ ଦେବାକୁ ଆସି ବିଜେଡି ଅନେକ ପ୍ରଶ୍ନ ଭକ୍ତଙ୍କୁ ପଚାରିଛି। ମହାଲିଙ୍ଗ କଲେଜ ଟ୍ରଷ୍ଟ ବୋର୍ଡ ତାଲିକାରେ ଦ୍ୱିତୀୟ ନମ୍ୱରରେ ଥିବା ବ୍ୟକ୍ତି କ୍ରାନ୍ତି କିଏ ବୋଲି ବିଜେଡି ପ୍ରଶ୍ନ କରିଛି।

ମମିତା ହତ୍ୟା ମାମଲାକୁ ନେଇ କଂଗ୍ରେସର ବରିଷ୍ଠ ନେତା ଭକ୍ତ ଚରଣ ଦାସ କହିଛନ୍ତି-“ମମିତା ମେହେର ହତ୍ୟାକାଣ୍ଡର ସତ୍ୟାସତ୍ୟ ବାହାରକୁ ଆସୁ। ଘଟଣାର ତଦନ୍ତ ହାଇକୋର୍ଟର ସିଟିଂ ଜଜଙ୍କ ଦ୍ୱାରା ତଦନ୍ତ ହେଲେ ସତ୍ୟାସତ୍ୟ ପଦାକୁ ଆସିପାରିବ। ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ମାମଲାର ତଦନ୍ତ ପୂର୍ବରୁ ବିବାଦୀୟ ହୋଇପଡ଼ିଥିବା ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରିମଣ୍ଡଳରୁ ବିଦା କରାଯାଉ।”

ଶ୍ରୀ ଦାସ କହିଛନ୍ତି-“ବର୍ତ୍ତମାନ ସୁଦ୍ଧା ଏହି ହତ୍ୟାକାଣ୍ଡର କାରଣ କେହି କହିପାରୁ ନାହାନ୍ତି। ଯେଉଁ ହତ୍ୟାକାଣ୍ଡ ଘଟିଛି, ତାହା ଅତି ଜଘନ୍ୟ। ସ୍କୁଲ ପ୍ରଙ୍ଗଣରେ ମୃତଦେହକୁ ପିସ୍‌ ପିସ୍‌ କରି କାଟି ପୋତା ଯାଇଛି। ଏଭଳି ନୃଶଂସ ହତ୍ୟାକାଣ୍ଡକୁ ଘୋଡ଼ାଇଦେବା ଭଳି ଷଡ଼ଯନ୍ତ୍ର ଜଣେ ବ୍ୟକ୍ତି ଦ୍ୱାରା ହୋଇନଥିବ। ଏହି ହତ୍ୟାକାଣ୍ଡ ଗୌଣସି ଗ୍ରୁପ୍‌ ଦ୍ୱାରା କରାଯାଇଥିବ।”

ସେ ଆହୁରି କହିଛନ୍ତି ଯେ, ମମିତା ହତ୍ୟାକୁ ଏତେ ଦିନ ହେଲାଣି। ହେଲେ ଆଜି ପର୍ଯ୍ୟନ୍ତ ମମିତା, ମନ୍ତ୍ରୀ, ଗୋବିନ୍ଦ ସାହୁ, ମନ୍ତ୍ରୀଙ୍କ ଡ୍ରାଇଭର, ତାଙ୍କ ପିଏ ଦିନେଶ, ମନ୍ତ୍ରୀଙ୍କ ଅନ୍ତରଙ୍ଗ ମହେଶ ଓ ରୋଷନ୍‌ ମହମ୍ମଦଙ୍କ ଟେଲିଫୋନ୍‌ କଲ୍‌ ରେକର୍ଡ ଯାଞ୍ଚ କରାଯାଉନି। ପୁଲିସ୍‌ କାହିଁକି ସେମାନଙ୍କ କଲ ରେକର୍ଡ ଯାଞ୍ଚ କରୁନାହିଁ? ଆମେ ଦାବି କରୁଛୁ, ଯଦି ରାଜ୍ୟ ପୁଲିସ ସେମାନଙ୍କ କଲ୍‌ ରେକର୍ଡ ଯାଞ୍ଚ କରୁନାହିଁ, ତାହାହେଲେ ଭାରତ ସରକାରଙ୍କ ଟେଲିକମ୍‌ ମନ୍ତ୍ରୀ କଲ ରେକର୍ଡ ଯାଞ୍ଚ କରି ଲୋକଲୋଚନକୁ ଆଣନ୍ତୁ। ଯଦି ବିଜେପି ମମିତାକୁ ନ୍ୟାୟ ଦେବା ପାଇଁ ଚାହୁଁଛି, ତାହାହେଲେ ଆଇଟି ମନ୍ତ୍ରୀଙ୍କୁ କହି ସମସ୍ତ ଅଭିଯୁକ୍ତଙ୍କ ଫୋନ୍‌ କଲ୍‌ ରେକର୍ଡ ସର୍ବଜନୀନ କରାନ୍ତୁ। ସେମାନଙ୍କ କଲ ରେକର୍ଡ ଯାଞ୍ଚ କରାଗଲେ, ପ୍ରକୃତ ଅଭିଯୁକ୍ତଙ୍କ ନାଁ ସାମ୍ନାକୁ ଆସିଯିବ ବୋଲି ଶ୍ରୀ ଦାସ କହିଛନ୍ତି।

କଂଗ୍ରେସ ନେତା ଶ୍ରୀ ଦାସ ଆହୁରି କହିଛନ୍ତି ଯଆ, ମମିତା ହତ୍ୟା ମାମଲାରେ ବିଜେଡି ଉତ୍ତର ଦେବା ପରିବର୍ତ୍ତେ ବିଜେପି ଓ କଂଗ୍ରେସର ସମ୍ପର୍କକୁ ନେଇ ଯୋଡ଼ୁଛି। ଓଡ଼ିଶା ବନ୍ଦ ନେଇ କଂଗ୍ରେସ ନିଷ୍ପତ୍ତି ନେଇଥିଲା। ଓଡ଼ିଶା ପ୍ରଭାରୀ, ରାଜ୍ୟର ତୁଙ୍ଗ ନେତାମାନେ ବସି ଓଡ଼ିଶା ବନ୍ଦ ନିଷ୍ପତ୍ତି ନେଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବନ୍ଦକୁ ହରତାଳରେ ରୂପାନ୍ତରିତ କରାଯାଇଥିଲା ବୋଲି ଶ୍ରୀ ଦାସ କହିଛନ୍ତି। ମନ୍ତ୍ରୀଙ୍କ ଗସ୍ତକୁ ନେଇ ଆମେ ଆରଟିଆଇରେ ରିପୋର୍ଟ ମାଗିଛୁ। ପୂର୍ବରୁ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ଅଭିଯୋଗ ଲଗାଇ କହିଥିଲେ, ସେପ୍ଟେମ୍ୱର ୧୮, ୧୯, ୨୦ ତାରିଖରେ ମନ୍ତ୍ରୀ, ଗୋବିନ୍ଦ ଓ ଝିଅ ରାୟପୁରରେ ବସିଥିଲେ। କିନ୍ତୁ ସେହି ସମୟର ମନ୍ତ୍ରୀଙ୍କ ଟୁର୍ ସୋ କରୁନି। ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଗସ୍ତ ବିବରଣୀ ପ୍ରକାଶ କରାଯାଉ। ସେପ୍ଟେମ୍ୱର ୧୫ରୁ ଅକ୍ଟୋବର ୧୯ ଯାଏଁ ମନ୍ତ୍ରୀଙ୍କ ଗସ୍ତ ସାମ୍ନାକୁ ଆସୁ ବୋଲି ଭକ୍ତଚରଣ ଦାସ କହିଛନ୍ତି।

ଭକ୍ତଚରଣ ଦାସଙ୍କ ଅଭିଯୋଗର ଜବାବ ରଖିଛି ବିଜେଡି। ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଦଲିଲ୍‌ ଦେଖାଇ କହିଛନ୍ତି-“ମହାଲିଙ୍ଗ କଲେଜ ଏକ ଟ୍ରଷ୍ଟ ଦ୍ୱାରା ପରିଚାଳିତ ହେଉଥିଲା। ସେହି ଟ୍ରଷ୍ଟର ଫାଉଣ୍ଡର ଟ୍ରଷ୍ଟି ତାଲିକାରେ ପ୍ରଥମ ନାଁ ରହିଛି ଗୋବିନ୍ଦ ସାହୁ। ଦ୍ୱିତୀୟ ନାଁଟି ହେଉଛି କ୍ରାନ୍ତି। ତାଙ୍କ ବୟସ ୨୩ ବର୍ଷ। ସେ ହେଉଛନ୍ତି ଭକ୍ତଚରଣ ଦାସଙ୍କ ପୁଅ। ତେବେ ଏଠି ଭକ୍ତ ଚରଣ ଦାସଙ୍କୁ ଆମର ପ୍ରଶ୍ନ, ମହାଲିଙ୍ଗ କଲେଜ ପରିଚାଳନା ଟ୍ରଷ୍ଟରେ ଥିବା କ୍ରାନ୍ତି କିଏ? ସେଏ ତାଙ୍କ ପୁଅ କି? ଯଦି କ୍ରାନ୍ତି ଆପଣଙ୍କ ପୁଅ, ତାହା ହେଲେ ଏହା ଉତ୍ତର ଦେବେ କି?”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story