Advertisment

ମୁହଁ ଖୋଲିଲେ ବିଜେଡି ନେତ୍ରୀ ପୁଷ୍ପାଞ୍ଜଳି; କହିଲେ- ମୁଁ ଯଦି ନିଜ ରକ୍ଷା କରିପାରିନଥାନ୍ତି, ତାହାହେଲେ ମୋ’ ଶାଢୀ ଖୋଲି ଯାଇଥାଆନ୍ତା

ଶଙ୍ଖ ଭବନରେ ଘଟିଥିବର ମାଡ଼ ଘଟଣାକୁ ନେଇ ଭୁବନେଶ୍ୱର ଜୋନ ମହିଳା ବିଜେଡି କାର୍ଯ୍ୟକାରୀ ସଭାନେତ୍ରୀ ପୁଷ୍ପାଞ୍ଜଳି ରଣା କହିଛନ୍ତି, ମୁଁ ଆଗେ ପ୍ରଥମେ ମାଡ଼ ମାରିନି। ଯାହା ଭିଡ଼ିଓରେ ଦେଖାଯାଉଛି, ତାହା ପୂର୍ବରୁ ନିଶ୍ଚିତ କିଛି ଘଟିଥିବ। ଗତ ୨୦ ବର୍ଷ ହେଲା ଜଣେ ମହିଳା ଯଦି ପାଟି ଫିଟାଇନଥିଲା, ଆଜି କାହିଁକି ଫିଟାଇଲା?

ଅଦ୍ୟତନ ହୋଇଛି
BJD

BJD

Advertisment

ଶଙ୍ଖ ଭବନରେ ମୁଖିଆଙ୍କ ଆଗରେ ଦୁଇ ନାରୀ ନେତ୍ରୀଙ୍କ ପିଟାପିଟି ମାମଲା ଏବେ ହାଟରେ ପଡ଼ି ଦାଣ୍ଡରେ ଗଡ଼ୁଛି। ମାମଲା ଥାନାରେ ପହଞ୍ଚିଥିବା ବେଳେ ଘଟଣା ଘଟିବାର ୨୪ ଘଣ୍ଟା ପରେ ମୁହଁ ଖୋଲିଛନ୍ତି ବରିଷ୍ଠ ବିଜେଡି ନେତ୍ରୀ ପୁଷ୍ପାଞ୍ଜଳି ରଣା। ସିଏ କହିଛନ୍ତି, ମୁଁ ଯଦି ନିଜ ରକ୍ଷା କରିପାରିନଥାନ୍ତି, ତାହାହେଲେ ମୋ’ ଶାଢୀ ଖୋଲି ଯାଇଥାଆନ୍ତା ଓ ସାରା ଓଡ଼ିଶା ମୋ’ ଶରୀର ଦେଖିଥାଆନ୍ତା।

Advertisment

ଶଙ୍ଖ ଭବନରେ ଘଟିଥିବର ମାଡ଼ ଘଟଣାକୁ ନେଇ ଭୁବନେଶ୍ୱର ଜୋନ ମହିଳା ବିଜେଡି କାର୍ଯ୍ୟକାରୀ ସଭାନେତ୍ରୀ ପୁଷ୍ପାଞ୍ଜଳି ରଣା କହିଛନ୍ତି, ମୁଁ ଆଗେ ପ୍ରଥମେ ମାଡ଼ ମାରିନି। ଯାହା ଭିଡ଼ିଓରେ ଦେଖାଯାଉଛି, ତାହା ପୂର୍ବରୁ ନିଶ୍ଚିତ କିଛି ଘଟିଥିବ। ଗତ ୨୦ ବର୍ଷ ହେଲା ଜଣେ ମହିଳା ଯଦି ପାଟି ଫିଟାଇନଥିଲା, ଆଜି କାହିଁକି ଫିଟାଇଲା? ଇପ୍‌ସିତା, ମଧୁସ୍ମିତା, ମୈଖିତା ଓ ଅନ୍ୟ ୬ ଜଣ ପୁଅ ପିଲା ଆସି ପ୍ରଥମେ ଏଲିନା ଦାସ ଓ ଶିଲୁ ପତ୍ରୀଙ୍କୁ ଧକ୍କା ମାରିଥିଲେ। ତା’ପରେ ମୋ’ ଲୁଗା ଭିଡି ଚିରି ଦେଇଥିଲେ। ମୋ’ ଚେନ୍‌ ଛିଡ଼ାଇ ଦେଇଥିଲେ। ନିଜ ରକ୍ଷା କରିପାରିବାକୁ ଯାଇ ମୁଁ କରିବା କଥା କରିଛି। ଯଦି କରିନଥାଆନ୍ତି, ତାହାହେଲେ ମୋ’ ଶାଢୀ ଖୋଲି ଯାଇଥାଆନ୍ତା। ଆଉ ସାରା ଓଡ଼ିଶା ମୋ’ ଶରୀର ଦେଖିଥାଆନ୍ତା। ମୋ’ ସୁରକ୍ଷା ପାଇଁ ଯାହା ମୁଁ କରିବା କଥା କରିଛି। ସେମାନେ ପ୍ରଥମେ ଆକ୍ରମଣ କରିଛନ୍ତି। ପରେ ସେହି ଘଟଣା ଦେବୀ ଭାଇଙ୍କ ପାଖକୁ ଯାଇଥିଲା। ଭୁଲ୍ ମଗାମଗି ହୋଇଥିଲୁ। ପରବର୍ତ୍ତୀ ସମୟରେ ସେ ଦଳ ଓ ମୋତେ ବଦନାମ କରିବା ପାଇଁ ସହିତ ଭିଡିଓକୁ ମିଡିକୁ ପଠାଇ ଦେଲା। ଏଥିସହ ଥାନାରେ ଏଫ୍‌ଆଇଆର୍‌ ଦେଲା। ସିଏ ଯାହା କରିବା କଥା କରନ୍ତୁ ବୋଲି ପୁଷ୍ପାଞ୍ଜଳି କହିଛନ୍ତି।

ଗୁରୁବାର ଶଙ୍ଖଭବନରେ ଆୟୋଜିତ ବିଜେଡିର ୨୭ତମ ରାଜ୍ୟସ୍ତରୀୟ ପ୍ରତିଷ୍ଠା ଦିବସ ସମାରୋହରେ ଦଳର ରାଜ୍ୟ କାର୍ଯ୍ୟପରିଷଦ ସଦସ୍ୟା ତଥା ଭୁବନେଶ୍ୱର ଜୋନ୍ ମହିଳା ବିଜେଡି କାର୍ଯ୍ୟକାରୀ ସଭାନେତ୍ରୀ ପୁଷ୍ପାଞ୍ଜଳି ରଣା ଓ ଛାତ୍ର ବିଜେଡି ମହାସଚିବ ତଥା ଦଳର ମୁଖପାତ୍ର ଇପସିତା ସାହୁ ମୁହାଁମୁହିଁ ହୋଇଥିଲେ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସଭାସ୍ଥଳକୁ ଆସିବାର ମାତ୍ର କିଛି ସମୟ ପୂର୍ବରୁ ଚେୟାରରେ ବସିବାକୁ ନେଇ ଦୁଇ ନେତ୍ରୀଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା।

Advertisment
Bhubaneswar BjD Bhubaneswar News Naveen Patnaik
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe