ସୌମ୍ୟ କହିଲେ, ବିଧାନସଭା କାହାର ବ୍ୟକ୍ତିଗତ ସମ୍ପତି ନୁହେଁ; ଜବାବ ଦେଲେ ମୋହନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିଜର ଶାଣୀତ ଲେଖାରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରୁଥିଲେ ସୌମ୍ୟରଞ୍ଜନ ପଟ୍ଟନାୟକ। ଆଜି କିନ୍ତୁ ନରମିଲା ପରି ଲାଗୁଛନ୍ତି। କାରଣ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ପ୍ରସଙ୍ଗକୁ ନେଇ ବିରୋଧୀ ବିବାଦୀୟ ହୋଇପଡ଼ିଥିବା ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶରଙ୍କ ମିଶ୍ରଙ୍କୁ ବିଧାନସଭାରେ ପୂରାଇ ଦେବେ ନାହିଁ ବୋଲି ଧମକ ଦେଉଥିବା ବେଳେ ସୌମ୍ୟ ଆଜି ଅଜବ ଯୁକ୍ତି ବାଢ଼ିଛନ୍ତି। ସେ କହିଛନ୍ତି, ବିଧାନସଭା କାହାର ବ୍ୟକ୍ତିଗତ ସମ୍ପତି ନୁହେଁ। ଏହାର ଜବାବରେ ବିରୋଧୀଦଳ ଉପମୁଖ୍ୟ […]

Soumaya and Mohan

Manoranjan Sial
  • Published: Monday, 29 November 2021
  • , Updated: 29 November 2021, 05:11 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିଜର ଶାଣୀତ ଲେଖାରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରୁଥିଲେ ସୌମ୍ୟରଞ୍ଜନ ପଟ୍ଟନାୟକ। ଆଜି କିନ୍ତୁ ନରମିଲା ପରି ଲାଗୁଛନ୍ତି। କାରଣ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ପ୍ରସଙ୍ଗକୁ ନେଇ ବିରୋଧୀ ବିବାଦୀୟ ହୋଇପଡ଼ିଥିବା ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶରଙ୍କ ମିଶ୍ରଙ୍କୁ ବିଧାନସଭାରେ ପୂରାଇ ଦେବେ ନାହିଁ ବୋଲି ଧମକ ଦେଉଥିବା ବେଳେ ସୌମ୍ୟ ଆଜି ଅଜବ ଯୁକ୍ତି ବାଢ଼ିଛନ୍ତି। ସେ କହିଛନ୍ତି, ବିଧାନସଭା କାହାର ବ୍ୟକ୍ତିଗତ ସମ୍ପତି ନୁହେଁ। ଏହାର ଜବାବରେ ବିରୋଧୀଦଳ ଉପମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ସୌମ୍ୟ ବୋଧ ହୁଏ ଥାର୍ଡ ଫ୍ଲୋର ଦ୍ୱାରା ମ୍ୟାନେଜ ହୋଇ ଯାଇଛନ୍ତି।

ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ପୂରାଇ ଦିଆଯିବ ନାହିଁ ବୋଲି ବିରୋଧୀଙ୍କ ରଣ ହୁଙ୍କାର ନେଇ ଶ୍ରୀ ପଟ୍ଟନାୟକ କହିଛନ୍ତି, ସେମାନେ କଣ ବିଧାନସଭାର ମାଲିକ ଯେ ମନ୍ତ୍ରୀଙ୍କୁ ପୂରାଇ ଦେବେନାହିଁ। ବିଧାନସଭା ଯଦି କାହାର ବ୍ୟକ୍ତିଗତ ସମ୍ପତ୍ତି ହୋଇଥାଆନ୍ତା, ତାହାହେଲେ କିଏ ବସିବ ବା କିଏ ନବସିବ ସେଥିପାଇଁ ସେମାନେ ଅନୁମତି ଦେବେ। ସେମାନେ କିଏ? ଇଏ ତ ଏକ ପ୍ରକାର ଦାଦାଗିରି। ଲୋକମାନେ ନିର୍ବାଚିତ କରି ବିଧାୟକଙ୍କୁ ପଠାଇଛନ୍ତି। ମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା, ସେମାନଙ୍କର ଅଧିକାର ଅଛି କରନ୍ତୁ। କିଏ ମନା କରୁଛି? ସେମାନେ ଦାବି କରିଦେଲେ କ’ଣ ସେ ଇସ୍ତଫା ଦେଇଦେବେ? ଏହାର ତ ଏକ ପ୍ରକ୍ରିୟା ରହିଛି ବୋଲି ସୌମ୍ୟ ଗଣମାଧ୍ୟମକୁ କହିଛନ୍ତି।

ସୌମ୍ୟ ଆହୁରି କହିଛନ୍ତି-“ଶାସକ ଦଳ ସବୁବେଳେ ମୁକାବିଲା କରିଆସିଛି। କିନ୍ତୁ ବାଚସ୍ପତି ମହୋଦୟ ସର୍ବଭାରତୀୟ ସଭାରେ ଯୋଗଦେଇ ଯାହା କହିଛନ୍ତି ବା ଜାତୀୟ ସ୍ତରରେ ଯାହା ନିଷ୍ପତ୍ତି ନିଆଯାଇଛି, ସେହି ଅନୁସାରେ ଗୃହ ଚାଲୁ। ବିଧାନସଭା ଚଲାଇବାରେ ବିରୋଧୀ ଓ ଶାସକ ଦଳର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବାଚସ୍ପତିଙ୍କୁ ସମସ୍ତେ ସହଯୋଗ କଲେ ବିଧାନସଭାରେ ଆଲୋଚନା ଫଳପ୍ରଦ ଓ ପ୍ରାସଙ୍ଗିକ ହେବ। ଏଥରର ବିଧାନସଭା ଗତଥର ଅପେକ୍ଷା ଭିନ୍ନ ହେବ ଏବଂ ଶୃଙ୍ଖଳିତ ହେବ।”

ସୌମ୍ୟଙ୍କ ସ୍ୱର ନରମିବା ନେଇ ବିଜେପି ବିଧାୟକ ମୋହନ ମାଝି କହିଛନ୍ତି, ସୌମ୍ୟ ପଟ୍ଟନାୟକ ବୋଧେ ଥାର୍ଡ ଫ୍ଲୋର ଦ୍ୱାରା ମ୍ୟାନେଜ ହୋଇଛନ୍ତି। ପୂର୍ବରୁ ସୌମ୍ୟ ମମିତା ଓ ଅନ୍ୟ ପ୍ରସଙ୍ଗରେ ସତକଥା ଉତ୍ଥାପନ କରୁଥିଲେ ବୋଲି ଶ୍ରୀ ମାଝି କହିଛନ୍ତି।

Related story