କେନ୍ଦ୍ର ପାଖରେ ଆପତ୍ତି: ସୁଯୋଗ ବିଜେଡିକୁ ମିଳୁଛି, ଗୃହ କମିଟିକୁ ମିଳୁନି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୯ ସାଧାରଣ ନିର୍ବାଚନର ପ୍ରାୟ ୨ବର୍ଷ ପରେ ପ୍ରଥମଥର ପାଇଁ ଶାସକ ବିଜେଡି ଆଜି ରାଜ୍ୟବ୍ୟାପୀ ଏଫସିଆଇ ଗୋଦାମ ଆଗରେ କେନ୍ଦ୍ର ସରକାର ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରିଛି। ବଳକା ୭ଲକ୍ଷ ମେଟ୍ରିକ ଟନ୍ ଚାଉଳ ଉଠାଣ ଓ ବକେୟା ୬୫୭୦ କୋଟି ଟଙ୍କା ପ୍ରଦାନ ଦାବିରେ ବିଜେଡି ରାଜ୍ୟରେ ପ୍ରଦର୍ଶନ କରିଥିବାବେଳେ ଦିଲ୍ଲୀରେ ବିଜେଡି ସଂସଦୀୟ ଟିମ୍ କେନ୍ଦ୍ର ଖାଦ୍ୟଯୋଗାଣ ଓ ଖାଉଟି ବ୍ୟାପାର ମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଭେଟି ଦାବିପତ୍ର ଦେଇ […]

BJD

BJD

Ordigital Desk
  • Published: Tuesday, 20 July 2021
  • Updated: 20 July 2021, 08:35 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୯ ସାଧାରଣ ନିର୍ବାଚନର ପ୍ରାୟ ୨ବର୍ଷ ପରେ ପ୍ରଥମଥର ପାଇଁ ଶାସକ ବିଜେଡି ଆଜି ରାଜ୍ୟବ୍ୟାପୀ ଏଫସିଆଇ ଗୋଦାମ ଆଗରେ କେନ୍ଦ୍ର ସରକାର ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରିଛି। ବଳକା ୭ଲକ୍ଷ ମେଟ୍ରିକ ଟନ୍ ଚାଉଳ ଉଠାଣ ଓ ବକେୟା ୬୫୭୦ କୋଟି ଟଙ୍କା ପ୍ରଦାନ ଦାବିରେ ବିଜେଡି ରାଜ୍ୟରେ ପ୍ରଦର୍ଶନ କରିଥିବାବେଳେ ଦିଲ୍ଲୀରେ ବିଜେଡି ସଂସଦୀୟ ଟିମ୍ କେନ୍ଦ୍ର ଖାଦ୍ୟଯୋଗାଣ ଓ ଖାଉଟି ବ୍ୟାପାର ମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଭେଟି ଦାବିପତ୍ର ଦେଇ ତୁରନ୍ତ ହସ୍ତକ୍ଷେପ ଦାବି କରିଛନ୍ତି। ତେବେ ବିଜେଡି ସାଂସଦମାନେ ରାଜ୍ୟ ସ୍ୱାର୍ଥ ଜଡ଼ିତ ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀମାନଙ୍କୁ ଯେତେବେଳେ ଇଚ୍ଛା ଭେଟି ଆପତ୍ତି ଜଣାଇ ପାରୁଥିବାବେଳେ ଓଡ଼ିଶା ବିଧାନସଭାର ଗୃହ କମିଟି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) ନିର୍ଦ୍ଧାରଣ ଦାବିରେ ୨୦୧୭ ମସିହାରୁ କେନ୍ଦ୍ର ସରକାର ଅବା ପ୍ରଧାନମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ଦେବା ଏପର୍ଯ୍ୟନ୍ତ ସମ୍ଭବପର ହୋଇପାରିନି । ଯାହାକି ଚାଷୀଙ୍କ ହିତୌଷୀ ଭାବେ ଦାବି କରୁଥିବା ଶାସକ ବିଜେଡିର ଦୋମୁହାଁ ଚରିତ୍ର ଓ ଚାଷୀ ପାଇଁ କୁମ୍ଭୀରକାନ୍ଦଣାକୁ ପଦାରେ ପକାଇଛି।

ସୂଚନା ଅନୁସାରେ, ଦୀର୍ଘ ପ୍ରାୟ ୨ବର୍ଷ ପରେ ପ୍ରଥମଥର ପାଇଁ କେନ୍ଦ୍ର ସରକାର ବିରୁଦ୍ଧରେ ରାଜରାସ୍ତାକୁ ଓହ୍ଲାଇଥିବା ବିଜେଡି ଆଜି ରାଜ୍ୟର ସମସ୍ତ ଏଫସିଆଇ ଗୋଦାମ ଆଗରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଛି। କେନ୍ଦ୍ର ସରକାରଙ୍କ ଅବହେଳା ଦର୍ଶାଇ କଡ଼ା ସମାଲୋଚନା କରିବା ସହ ଅତିରିକ୍ତ ଜିଲ୍ଲାପାଳମାନଙ୍କ ଜରିଆରେ ଦାବି ପତ୍ର ଦେଇଛି। ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସହରରେ ଥିବା ଏଫସିଆଇ ଗୋଦାମ ଆଗରେ ଦଳ ପକ୍ଷରୁ ଏହି ଧାରଣା ଦିଆଯାଇଥିଲା।

ସେପଟେ ବିଜେଡିର ରାଜ୍ୟସଭାରେ ନେତା ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଦଳର ସାଂସଦମାନେ ଏହି ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଭେଟି ଦାବି ପତ୍ର ଦେଇଛନ୍ତି। ତୁରନ୍ତ ବଳକା ୭ଲକ୍ଷ ମେଟ୍ରିକ ଟନ୍ ଚାଉଳ ଏଫସିଆଇ ଉଠାଣ କରିବା, ବାକିଥିବା ୬୫୭୦କୋଟି ଟଙ୍କାର ଏମଏସପି ଅର୍ଥ ଓଡ଼ିଶାକୁ ଦେବା, ଆବଶ୍ୟକ ପରିମାଣର ଚାଉଳ ଅଖା ପ୍ରଦାନ ଦାବିରେ କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। କେନ୍ଦ୍ର ସରକାର ତୁରନ୍ତ ପଦକ୍ଷେପ ନନେଲେ ରାଜ୍ୟରେ ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି)ରେ ଧାନ କ୍ରୟ କାର୍ଯ୍ୟ ପ୍ରଭାବିତ ହେବାର ଆଶଙ୍କା ଥିବା ବିଜେଡି କହିଥିଲା । ତେବେ କେନ୍ଦ୍ରମନ୍ତ୍ରୀ ଏ ସମସ୍ତ ଦାବି ଉପରେ ଆବଶ୍ୟକ ପଦକ୍ଷେପ ନେବେ ବୋଲି ଆଶ୍ୱାସନା ଦେଇଥିବା ବିଜେଡି ପକ୍ଷରୁ କୁହାଯାଇଛି। ଏହି ଟିମରେ ସାଂସଦ ଶ୍ରୀ ଆଚାର୍ଯ୍ୟଙ୍କ ସମେତ ସୁବାସ ସିଂ, ସୁଜିତ କୁମାର,ସସ୍ମିତ ପାତ୍ର,ମୁନ୍ନା ଖାଁ,ଚନ୍ଦ୍ରିକା ମୁର୍ମୁ, ଅମର ପଟ୍ଟନାୟକ ଓ ଅନୁଭବ ମହାନ୍ତି ପ୍ରମୁଖ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗୋଏଲଙ୍କୁ ଭେଟିଥିବା ଜଣାପଡ଼ିଛି।

[caption id="attachment_660400" align="aligncenter" width="650"]BJD-MP ବିଜେଡି ସାଂସଦମାନେ କେନ୍ଦ୍ରମନ୍ତ୍ରୀଙ୍କ ସହିତ ଆଲୋଚନା କରୁଛନ୍ତି[/caption]

ତେବେ ପ୍ରଶ୍ନ ଉଠୁଛି, ଧାନର କ୍ୱିଣ୍ଟାଲ ପିଛା ଏମଏସପି ୨୯୩୦ଟଙ୍କା କରିବା ଦାବିରେ ବିଧାନସଭାରେ ୨୦୧୭ ମାର୍ଚ୍ଚ ୨୫ ଓ ୨୦୧୮ ଡିସେମ୍ବର ମାସରେ ଦୁଇ ଦୁଇଥର ସର୍ବସମ୍ମତି ସଂକଳ୍ପ ପାରିତ ହେବା ସହ ଏନେଇ କେନ୍ଦ୍ର ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରିବାକୁ ନିଷ୍ପତ୍ତି ହୋଇଥିଲା। ଏପରିକି ବିଧାନସଭାର ସର୍ବଦଳୀୟ ଗୃହ କମିଟି ଗଠନ ହୋଇ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ନିମନ୍ତେ ସମୟ ମଧ୍ୟ ଲୋଡ଼ାଯାଇଥିଲା । କିନ୍ତୁ ଶାସକ ବିଜେଡିର ଆନ୍ତରିକତା ଅଭାବ ଓ ହୀନ ରାଜନୀତି କାରଣରୁ ଚାଷୀଙ୍କୁ କ୍ୱିଣ୍ଟାଲ ପିଛା ୨୯୩୦ଟଙ୍କା ଏମଏସପି ଦେବା ପ୍ରସଙ୍ଗରେ ଏପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ପାଖରେ ଆପତ୍ତି ଓ ଦାବି ରଖାଯିବା ସମ୍ଭବପର ହୋଇନଥିବା ଜଣାପଡ଼ିଛି। ସେହିପରି ୨୦୧୯ ଜାନୁୟାରୀ ମାସରେ ଦିଲ୍ଲୀରେ କୃଷକ ସମାବେଶ କରି ଏମଏସଏପି ୨୯୩୦ଟଙ୍କା କରିବା ପାଇଁ ରାଷ୍ଟ୍ରପତିଙ୍କ ପାଖରେ ବିଜେଡି ଦାବି ଉପସ୍ଥାପନ କରିଥିଲା। ଏପରିକି ୨୦୨୦ ଡିସେମ୍ବର ମାସରେ ରାଜ୍ୟ କ୍ୟାବିନେଟରେ ଏକ ସଂକଳ୍ପ ଗୃହୀତ କରି ସ୍ୱାମୀନାଥନ କମିଟି ସୁପାରିଶ୍ ଆଧାରରେ ଏମଏସପି ଲାଗୁ କରିବା ନିମନ୍ତେ କେନ୍ଦ୍ର ସରକାରଙ୍କ ପାଖରେ ଦାବି କରିବାକୁ ରାଜ୍ୟର ବିଜେଡି ସରକାର ନିଷ୍ପତ୍ତି ନେଇଥିଲା। ଚାଷୀଙ୍କୁ ଏମଏସପି ଦେବା ପ୍ରସଙ୍ଗରେ ଶାସକ ବିଜେଡିର ଏହି ସବୁ କାର୍ଯ୍ୟ କେବଳ ଧର୍ମକୁ ଆଖିଠାର ଓ ନିରୀହ ଚାଷୀଙ୍କୁ ଠକିବା ପାଇଁ ଉଦ୍ଦିଷ୍ଟ ବୋଲି ସ୍ପଷ୍ଟ ହୋଇଯାଇଛି।

ଅତୀତରେ ଶ୍ରୀଜଗନ୍ନାଥ ମନ୍ଦିର ଓ ଲିଙ୍ଗରାଜ ମନ୍ଦିର ପାଇଁ ଏଏମଏ ହେରିଟେଜ୍ ବାଇ’ଲକୁ ବିରୋଧ କରି ବିଜେଡି ସାଂସଦମାନେ ସେତେବେଳେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟି ଉକ୍ତ ଚିଠା ଆଇନକୁ କାର୍ଯ୍ୟକ୍ଷମ କରାଇ ଦେଇନଥିବାବେଳେ ଆଜି ଆଜି କେନ୍ଦ୍ର ଯୋଗାଣ ଓ ଖାଉଟିବ୍ୟାପାର ମନ୍ତ୍ରୀ ଶ୍ରୀ ଗୋଏଲଙ୍କୁ ବିଜେଡି ସଂସଦୀୟ ଟିମ୍ ଭେଟି ଦାବି ଉପସ୍ଥାପନ କରିଛନ୍ତି। ଅର୍ଥାତ୍ ଶାସକ ବିଜେଡି ଯେତେବେଳେ ଚାହୁଁଛି କେନ୍ଦ୍ର ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରିପାରୁଛି। କେବଳ ଏହି ଦୁଇଟି ପ୍ରସଙ୍ଗ ନୁହେଁ ବିଭିନ୍ନ ଇସ୍ୟୁରେ ବିଜେଡି ସାଂସଦମାନେ କେନ୍ଦ୍ରମନ୍ତ୍ରୀମାନଙ୍କୁ ଭେଟିବାକୁ ସକ୍ଷମ ହେଉଥିବାବେଳେ ଚାଷୀଙ୍କୁ ଏମଏସପି ଦେବାକୁ ନେଇ ରାଜ୍ୟରେ ରାଜନୀତି କରୁଥିବା ଶାସକ ବିଜେଡି ଓ ସରକାର କାହିଁକି ଗୃହ କମିଟି ଭେଟିବା ନିମନ୍ତେ ସମୟ କେନ୍ଦ୍ର ସରକାରଙ୍କୁ ମାଗୁନାହାନ୍ତି ଓ ବିଧିବଦ୍ଧ ଆପତ୍ତି ଉଠାଉ ନାହାନ୍ତି ବୋଲି ସାଧାରଣରେ ଚର୍ଚ୍ଚା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story