ବିଜେଡି ରାଜନୀତି: ପ୍ରସବ ନାହିଁ ଖାଲି ଫଲସ୍ ପେନ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହମାରୀ ସଂକ୍ରମଣ ଯୋଗୁ ପ୍ରାୟ ଦେଢ଼ବର୍ଷ ଧରି ଠପ୍ ଥିବା ସାଂଗଠନିକ ଓ ରାଜନୀତିକ ଗତିବିଧିକୁ ପୁଣିଥରେ ସକ୍ରିୟ କରିବା ପାଇଁ ଏବେ ରାଜ୍ୟର ଦୁଇ ପ୍ରମୁଖ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ଲାଗି ପଡ଼ିଥିବାବେଳେ ଶାସକ ବିଜେଡି କିନ୍ତୁ ନିଜର ସଂଗଠନର ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ ଗୋଟିଏ ପରେ ଗୋଟିଏ ଫଲସ୍ ପେନ୍ (ଅଳିକ ଯନ୍ତ୍ରଣା) ଦେଇ ଚାଲିଛି। ମନ୍ତ୍ରିମଣ୍ଡଳ ଅଦଳବଦଳ ଓ ପଂଚାୟତ ନିର୍ବାଚନ ଭଳି ଡେଲିଭରି(ପ୍ରସବ)ର […]

7jl

7jl

Ordigital Desk
  • Published: Monday, 19 July 2021
  • Updated: 19 July 2021, 09:39 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହମାରୀ ସଂକ୍ରମଣ ଯୋଗୁ ପ୍ରାୟ ଦେଢ଼ବର୍ଷ ଧରି ଠପ୍ ଥିବା ସାଂଗଠନିକ ଓ ରାଜନୀତିକ ଗତିବିଧିକୁ ପୁଣିଥରେ ସକ୍ରିୟ କରିବା ପାଇଁ ଏବେ ରାଜ୍ୟର ଦୁଇ ପ୍ରମୁଖ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ଲାଗି ପଡ଼ିଥିବାବେଳେ ଶାସକ ବିଜେଡି କିନ୍ତୁ ନିଜର ସଂଗଠନର ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ ଗୋଟିଏ ପରେ ଗୋଟିଏ ଫଲସ୍ ପେନ୍ (ଅଳିକ ଯନ୍ତ୍ରଣା) ଦେଇ ଚାଲିଛି। ମନ୍ତ୍ରିମଣ୍ଡଳ ଅଦଳବଦଳ ଓ ପଂଚାୟତ ନିର୍ବାଚନ ଭଳି ଡେଲିଭରି(ପ୍ରସବ)ର ନାଁ ଗନ୍ଧ ଏବେ ନଥାଇ ଗଣମାଧ୍ୟମ ଜରିଆରେ ଖାଲି ଫଲସ୍ ପେନ୍‌କୁ ନେଇ ବିଭ୍ରାନ୍ତି ସୃଷ୍ଟି କରି ବିଜେଡି ନିଜ ଦଳୀୟ ନେତାମାନଙ୍କୁ ଏକଜୁଟ୍ ରଖିବାକୁ ଉଦ୍ୟମ କରୁଥିବା ଚର୍ଚ୍ଚା।

ବିଜେଡିର ନିର୍ଭରଯୋଗ୍ୟ ସୂତ୍ର ଅନୁସାରେ, ଏବେ ନିକଟ ଭବିଷ୍ୟତରେ ମନ୍ତ୍ରିମଣ୍ଡଳ ଅଦଳବଦଳ କିମ୍ବା ପଂଚାୟତ ନିର୍ବାଚନ ହେବାର ସମ୍ଭାବନା ନାହିଁ। ଯଦିଓ ତ୍ରିସ୍ତରୀୟ ପଂଚାୟତର କାର୍ଯ୍ୟକାଳ ୨୦୨୨ ମାର୍ଚ୍ଚ ୧୦ତାରିଖ ସୁଦ୍ଧା ଶେଷ ହେଉଛି, ତଥାପି ରାଜନୀତିକ କାରଣରୁ ପଂଚାୟତ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ୬ମାସ ବିଳମ୍ବ ହେବ ଅର୍ଥାତ୍ ୨୦୨୨ ସେପ୍ଟେମ୍ବର-ଅକ୍ଟୋବର ମାସରେ ହେବ। ସେହିପରି ପଂଚାୟତ ନିର୍ବାଚନ ପୂର୍ବରୁ ମନ୍ତ୍ରିମଣ୍ଡଳ ଅଦଳବଦଳ କରି ଦଳରେ ଥିବା ନୂଆ ଚାପା ଅସନ୍ତୋଷକୁ ବଢ଼ାଇବା ମୁଡ୍‌ରେ ମଧ୍ୟ ବିଜେଡି ସୁପ୍ରିମୋ ଓ ତାଙ୍କ ମୁଖ୍ୟ ରଣନୀତିକାର ନାହାନ୍ତି। ଏହି ବାସ୍ତବତା ସମ୍ପର୍କରେ ଅବଗତ ଥାଇ ମଧ୍ୟ ବିଜେଡିର ମୁଖ୍ୟ ପ୍ରଭାବଶାଳୀ ଗୋଷ୍ଠୀ ଏବେ ନିଜସ୍ୱ ଗଣମାଧ୍ୟମ ଜରିଆରେ ମନ୍ତ୍ରିମଣ୍ଡଳ ଓ ପଂଚାୟତ ନିର୍ବାଚନକୁ ନେଇ ‘ଫଲସ୍ ପେନ୍‌’ କରାଉଥିବା ଜଣାପଡ଼ିଛି।
ଏକ କୋଟି ସଦସ୍ୟ ଦାବି କରୁଥିବା ଦଳ ବିଜେଡିର ସାଂଗଠନିକ କାର୍ଯ୍ୟରେ ବିଧାୟକ(ଏମଏଲଏ)ମାନଙ୍କୁ ମାତ୍ରାଧିକ ପ୍ରାଧାନ୍ୟ ଦିଆଯିବା ରାଜ୍ୟବ୍ୟାପୀ ଦଳୀୟ ସଂଗଠନରେ ମୁଖ୍ୟ ଅସନ୍ତୋଷର କାରଣ ହୋଇଥିବାବେଳେ  ଦଳ ଆରମ୍ଭରୁ ବା ଦୀର୍ଘ ଦୁଇ ଦଶନ୍ଧି ଧରି ସଂଗଠନରେ ରହିଥିବା ନେତାମାନେ ବର୍ତ୍ତମାନର ନୂଆ ପୀଢ଼ୀର ନେତୃତ୍ୱକୁ ଗ୍ରହଣ କରିବା ମୁଡରେ ନଥିବାରୁ ସବୁଠୁ ଚାପା ଅସନ୍ତୋଷ ରହିଛି। ଯଦିଓ ‘ନେତୃତ୍ୱର ପୀଢ଼ୀ(ଜେନେରେସନ୍‌) ପରିବର୍ତ୍ତନ’ ପାଇଁ ମଧ୍ୟ ବିଜେଡି ରଣନୀତି ପ୍ରସ୍ତୁତ କରୁଛି। କିନ୍ତୁ ଯେଉଁ ଚେହେରା(ମୁଖୋଟା)କୁ ଆଗକୁ ଆଣି ଦଳ ‘ନେତୃତ୍ୱର ପୀଢ଼ୀ ପରିବର୍ତ୍ତନ’ର ଆଭାସ ଦେବାକୁ ପ୍ରୟାସ କରୁଛି, ତାଙ୍କର ଆଚରଣ ଓ ଉଚ୍ଚାରଣ ହିଁ ଏବେ ସଂଗଠନରେ ଅସନ୍ତୋଷର ମୂଳ କାରଣ ପାଲଟିଛି । ପୂର୍ବ ଓ ଉତ୍ତର ପୀଢ଼ୀ ସହ ବର୍ତ୍ତମାନ ପୀଢ଼ୀର ସମନ୍ୱୟ ରହୁନଥିବା କିମ୍ବା ସୁପ୍ରିମୋ ଓ ତାଙ୍କ ରଣନୀତିକାର ଏଥିପାଇଁ ଉଦ୍ୟମ ନକରିବା ମଧ୍ୟ ପରୋକ୍ଷରେ ଦଳୀୟ ନେତାମାନଙ୍କ ଅସନ୍ତୋଷର କାରଣ ପାଲଟିଛି। ଏସବୁ ସତ୍ତ୍ୱେ ଦଳୀୟ ନେତାମାନେ ବିଜେଡି ସୁପ୍ରିମୋଙ୍କ ପ୍ରତି ଆନୁଗତ୍ୟ ଓ ଭଲପାଇବା ତଥା ତାଙ୍କ ରଣନୀତିକାରଙ୍କ ଆକ୍ରୋଶର ଶିକାର ହେବାର ଆଶଙ୍କାରେ ଚୁପ୍ ରହିବାକୁ ବାଧ୍ୟ ହେଉଛି।

ତେଣୁ ଏସବୁ କାରଣକୁ ଦୃଷ୍ଟିରେ ରଖି ବିଜେଡିର ପ୍ରଭାବଶାଳୀ ଗୋଷ୍ଠୀ ଏବେ ମନ୍ତ୍ରିମଣ୍ଡଳ ଅଦଳବଦଳ ଓ ପଂଚାୟତ ନିର୍ବାଚନକୁ ନେଇ ‘ଫଲସ୍ ପେନ’ କରାଉଛି। ମନ୍ତ୍ରିମଣ୍ଡଳ ଅଦଳବଦଳ କଥା କହି ବର୍ତ୍ତମାନର ମନ୍ତ୍ରୀ ଓ ମନ୍ତ୍ରୀ ଆଶାୟୀଙ୍କୁ ନିୟନ୍ତ୍ରଣରେ ରଖିବାକୁ ଉଦ୍ୟମ ହେଉଛି । ତା’ଛଡ଼ା ପ୍ରଥମଥର ପାଇଁ ସୋସିଆଲ ମିଡିଆରେ ଏଭଳି ଏକ ‘ମନ୍ତ୍ରୀ ତାଲିକା ଓ ସେମାନଙ୍କ ବିଭାଗ’ ଘୁରି ବୁଲିଲା ଯାହାକୁ  ବିଜେଡି ସପ୍ତାହେ ପରେ ବି ଖଣ୍ଡନ କଲାନି କିମ୍ବା ଏଭଳି ଅପପ୍ରଚାର କରୁଥିବା ବ୍ୟକ୍ତିବିଶେଷ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଉଦ୍ୟମ ମଧ୍ୟ କଲାନି।
ପଂଚାୟତ ନିର୍ବାଚନ କାର୍ଯ୍ୟକାଳ ୨୦୨୨ ମାର୍ଚ୍ଚ ୧୦ରେ ସରୁଥିଲେ ମଧ୍ୟ କରୋନା ମୁକାବିଲା ପାଇଁ ସରପଂଚମାନଙ୍କୁ ଦିଆଯାଇଥିବା ‘ଜିଲ୍ଲାପାଳ କ୍ଷମତା’ ଓ ସେମାନଙ୍କର ଅନ୍ୟାନ୍ୟ କାର୍ଯ୍ୟକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷକୁ ଦୃଷ୍ଟିରେ ରଖି ନିର୍ବାଚନକୁ ୬ମାସ ଘୁଂଚାଇବା ପାଇଁ ପ୍ରସ୍ତୁତି ଚାଲିଛି । ପ୍ରଶାସନିକ ଓ ଗୁଇନ୍ଦା ତଥ୍ୟକୁ ଆଧାର କରି ବିଜେଡି ରଣନୀତିକାର ଏଭଳି ନିଷ୍ପତ୍ତି ନେଇସାରିଥିବା ଜଣାପଡ଼ିଛି । ପଂଚାୟତର ନିର୍ବାଚିତ ପ୍ରତିନିଧିଙ୍କ କାର୍ଯ୍ୟକଳାପ ସରିବାପରେ ପ୍ରଶାସନିକ କଳ ମାଧ୍ୟମରେ ପଂଚାୟତଗୁଡ଼ିକରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ କରି ଦଳ ପଂଚାୟତ ନିର୍ବାଚନକୁ ଓହ୍ଲାଇବାକୁ ଚାହୁଁଛି । ଏଥର ପଂଚାୟତ ସୀମା ନିର୍ଦ୍ଧାରଣ ହେବନି, କେବଳ ସଂରକ୍ଷଣ ବ୍ୟବସ୍ଥା ହେବ। ସରକାର ଅଧ୍ୟାଦେଶ ମାଧ୍ୟମରେ ପଂଚାୟତ ନିର୍ବାଚନ  ଆଇନରେ ସଂଶୋଧନ ଆଣି ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଇବେ ବୋଲି ଜଣାପଡ଼ିଛି।
ତେଣୁ ପଂଚାୟତ ନିର୍ବାଚନ ପାଇଁ ସଜବାଜର ପ୍ରଚାର ନିଜସ୍ୱ ଗଣମାଧ୍ୟମ ସଂସ୍ଥା ମାଧ୍ୟମରେ କରାଇ ବିଜେଡିର ପ୍ରଭାବଶାଳୀ ଗୋଷ୍ଠୀ ‘ମନ୍ତ୍ରିମଣ୍ଡଳ ଅଦଳବଦଳ’କୁ ନେଇ କରୁଥିବା ‘ଫଲସ ପେନ୍‌’ ଉପରେ ପୂର୍ଣ୍ଣଚ୍ଛେଦ ପକାଇଛି । ତା’ପୁଣି ବିଜେଡି ଶାସନରେ ପ୍ରଥମଥର ପାଇଁ ‘ ଉପମୁଖ୍ୟମନ୍ତ୍ରୀ’ ଭଳି ପଦ ସୃଷ୍ଟି କରାଯାଇ ସୋସିଆଲ ମିଡିଆରେ ମନ୍ତ୍ରୀ ତାଲିକାକୁ ସାର୍ବଜନୀନ କରାଯିବା ପରେ।
ଯଦି ବିଜେଡି ସୂତ୍ରକୁ ବିଶ୍ୱାସ କରାଯାଏ, ଦଳ ପଂଚାୟତ ନିର୍ବାଚନ ପରେ ହିଁ ମନ୍ତ୍ରିମଣ୍ଡଳ ଅଦଳବଦଳ କରିବ। ପଂଚାୟତ ନିର୍ବାଚନର ‘ଫଲସ୍ ପେନ୍‌’ ନଭେମ୍ବର-ଡିସେମ୍ବର ମାସ ପର୍ଯ୍ୟନ୍ତ ଲାଗି ରହିବ। ପଂଚାୟତ ନିର୍ବାଚନ ପୂର୍ବରୁ ମନ୍ତ୍ରିମଣ୍ଡଳ ଅଦଳବଦଳ କଲେ ଦଳରେ ସନ୍ଦେଶ ଠିକ୍ ଯିବ ନାହିଁ ବୋଲି ମନ୍ତ୍ରୀ ଆଶାୟୀଙ୍କୁ ମଧ୍ୟ ବୁଝାଇ ଦିଆଯିବ। ତେଣୁ ୨୦୨୨ ଦଶହରା ପୂଜା ପରେ ମନ୍ତ୍ରିମଣ୍ଡଳର ସମ୍ଭାବ୍ୟ ଅଦଳବଦଳ ହେବ, ଯାହାକି ନବୀନଙ୍କ ୨୧ବର୍ଷର ସରକାରରେ ଦୀର୍ଘକାଳୀନ ମନ୍ତ୍ରିମଣ୍ଡଳ ହେବ । ସେତେବେଳେ ୨୦୨୪ ସାଧାରଣ ନିର୍ବାଚନର ଚାପ ଯୋଗୁ ମନ୍ତ୍ରୀ ହେବା ପାଇଁ ମଧ୍ୟ ନେତାମାନଙ୍କ ମଧ୍ୟରେ ଆଉ ପ୍ରତିଦ୍ୱନ୍ଦ୍ୱିତା କି ଆଗ୍ରହ  ବି ରହିବ ନାହିଁ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos