Advertisment

୨୦୨୪ ନିର୍ବାଚନ ପାଇଁ ବିଜେଡିର ବ୍ଲୁ-ପ୍ରିଣ୍ଟ, ଆସିବେ ନବୀନଙ୍କ ଉତ୍ତରାଧିକାରୀ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଂଚାୟତ ଓ ପୌର ନିର୍ବାଚନରେ ଏକତରଫା ସଫଳତା ପାଇଥିବା ବିଜେଡି ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଏବେଠୁ କସରତ ଆରମ୍ଭ କରିଛି। ବିଶେଷକରି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ ଚୟନ ଓ ନୂଆ ନେତୃତ୍ୱଙ୍କୁ ଦାୟିତ୍ୱ ହସ୍ତାନ୍ତର ପ୍ରକ୍ରିୟାକୁ ଦଳ ଏବେ ଚୂଡ଼ାନ୍ତ ରୂପ ଦେବାକୁ ସଜବାଜ ହେଉଛି। ନବୀନଙ୍କୁ ଦଳର ସୁପ୍ରିମୋ ପଦରେ ରଖାଇ ତାଙ୍କର ଉତ୍ତରାଧିକାରୀଙ୍କ ହାତରେ ରାଜ୍ୟ ଶାସନର ଡୋରି ଦେବାକୁ  ପ୍ରସ୍ତୁତ ରଣନୀତିକୁ କାର୍ଯ୍ୟକାରୀ […]

ଅଦ୍ୟତନ ହୋଇଛି
ପିପିଲି ନିର୍ବାଚନ: ୧୫ରେ ପ୍ରଚାର କରିବେ ନବୀନ

Naveen Patnaik

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଂଚାୟତ ଓ ପୌର ନିର୍ବାଚନରେ ଏକତରଫା ସଫଳତା ପାଇଥିବା ବିଜେଡି ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଏବେଠୁ କସରତ ଆରମ୍ଭ କରିଛି। ବିଶେଷକରି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ ଚୟନ ଓ ନୂଆ ନେତୃତ୍ୱଙ୍କୁ ଦାୟିତ୍ୱ ହସ୍ତାନ୍ତର ପ୍ରକ୍ରିୟାକୁ ଦଳ ଏବେ ଚୂଡ଼ାନ୍ତ ରୂପ ଦେବାକୁ ସଜବାଜ ହେଉଛି। ନବୀନଙ୍କୁ ଦଳର ସୁପ୍ରିମୋ ପଦରେ ରଖାଇ ତାଙ୍କର ଉତ୍ତରାଧିକାରୀଙ୍କ ହାତରେ ରାଜ୍ୟ ଶାସନର ଡୋରି ଦେବାକୁ  ପ୍ରସ୍ତୁତ ରଣନୀତିକୁ କାର୍ଯ୍ୟକାରୀ ନିମନ୍ତେ ଏବେଠୁ ଉଭୟ ସଂଗଠନ ଓ ମନ୍ତ୍ରିମଣ୍ଡଳ ସ୍ତରରେ ବ୍ୟାପକ ପରିବର୍ତ୍ତନ କରିବାକୁ ବିଜେଡି ନେତୃତ୍ୱ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

Advertisment

ମିଳିଥିବା ସୂଚନା ଅନୁସାରେ,  ରାଜ୍ୟ ମନ୍ତ୍ରିମଣ୍ଡଳ ଅଦଳବଦଳ ପ୍ରକ୍ରିୟା ପୂର୍ବରୁ ସଂଗଠନକୁ ନୂଆ ରୂପ ଦେବାକୁ ବିଜେଡି ନେତୃତ୍ୱ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ଏଥିରେ ବିଶେଷକରି ଦଳର ଜିଲ୍ଲା ପର୍ଯ୍ୟବେକ୍ଷକଙ୍କୁ ପରିବର୍ତ୍ତନ କରିବା ସମେତ ମହିଳା, ଯୁବ ଓ ଛାତ୍ର ସଂଗଠନ କର୍ମକର୍ତ୍ତା ସ୍ତରରେ ମଧ୍ୟ ଅଦଳବଦଳ ହେବ ବୋଲି ଜଣାପଡ଼ିଛି। ଏହାସହିତ କିଛି ନେତାଙ୍କୁ ମଧ୍ୟ ସରକାରର ବିଭିନ୍ନ ପଦପଦବୀରେ ଥଇଥାନ କରାଯିବ ଓ କେତେକଙ୍କୁ ବାଦ୍ ଦେବାକୁ ମଧ୍ୟ ନିଷ୍ପତ୍ତି ହୋଇଛି । ଏହି କ୍ରମରେ ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକମାନଙ୍କୁ ସଂଗଠନ ସଂକ୍ରାନ୍ତରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଆଜି ଶନିବାରଠୁ ମଙ୍ଗଳବାର ପର୍ଯ୍ୟନ୍ତ ନବୀନ ନିବାସରେ ଜିଲ୍ଲା ପର୍ଯ୍ୟବେକ୍ଷକମାନେ ଉପସ୍ଥିତ ରହି ପୌର ଓ ପଂଚାୟତ ନିର୍ବାଚନ ଫଳାଫଳର ସମୀକ୍ଷା ସହ କେଉଁଠି ତ୍ରୁଟି ରହିଛି ଓ କ’ଣ ସୁଧାରର ଆବଶ୍ୟକତା ରହିଛି ସେ ସମ୍ପର୍କରେ ମତାମତ ଦେବେ । ଜିଲ୍ଲାୱାରୀ ପର୍ଯ୍ୟବେକ୍ଷକମାନଙ୍କ ସହ ନବୀନ ଓ ତାଙ୍କ ପରାମର୍ଶଦାତା ନିଜେ ବୈଠକ କରିବେ । ଇତିମଧ୍ୟରେ ବିଜେଡିର ସମସ୍ତ ନବନିର୍ବାଚିତ ଜିଲ୍ଲା ପରିଷଦ ସଭାପତି ଓ ଉପସଭାପତି ଏବଂ ପୌର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କୁ ଭୁବନେଶ୍ୱର ଡକାଇ ସେମାନଙ୍କ ସହ ନବୀନଙ୍କ ପରାମର୍ଶଦାତା ନିଜେ ସିଧାସଳଖ ଆଲୋଚନା କରିଛନ୍ତି । ଏପରିକି ଏସବୁ ବୈଠକରେ ସମ୍ପୃକ୍ତ ଅଞ୍ଚଳର ବିଧାୟକ ଓ ମନ୍ତ୍ରୀମାନଙ୍କୁ ବି ସାମିଲ କରାଯାଇ ନ ଥିଲା ।

Advertisment

୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ସୁପ୍ରିମୋ ଓ ତାଙ୍କ ପରାମର୍ଶଦାତା ନୂଆ ଢଙ୍ଗରେ ଦାୟିତ୍ୱ ହସ୍ତାନ୍ତର ପ୍ରକ୍ରିୟାକୁ ଶେଷ କରିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି । ଏହି ଦାୟିତ୍ୱ ହସ୍ତାନ୍ତରକୁ ନେଇ କାଳେ ଦଳରେ ବିରୋଧାଭାସ ହେବ ସେଥିପାଇଁ ସାଂଗଠନିକ ସ୍ତରରେ ବି ବଡ଼ଧରଣର ଅଦଳବଦଳ କରାଯିବାକୁ ନିଷ୍ପତ୍ତି ହୋଇଛି । ଏହାପରେ ହିଁ ମନ୍ତ୍ରିମଣ୍ଡଳରେ ଅଦଳବଦଳ କରି ବିଜେଡି ନିଜର ନୂଆ ମୁଖିଆଙ୍କୁ ସ୍ୱାଗତ ନିମନ୍ତେ ଆବଶ୍ୟକ ବ୍ଲୁ ପ୍ରିଣ୍ଟକୁ କାର୍ଯ୍ୟକାରୀ ନିମନ୍ତେ ମାର୍ଗ ପ୍ରଶସ୍ତ କରିବ ବୋଲି ସୂଚନା ମିଳିଛି ।

ଅନ୍ୟପକ୍ଷରେ ଓଡ଼ିଶାରେ ଉଭୟ ବିଜେପି ଓ କଂଗ୍ରେସ ଏବେ ନିଜର ତ୍ରୁଟିପୂର୍ଣ୍ଣ ସାଂଗଠନିକ ରଣନୀତି ପାଇଁ ନିର୍ବାଚନରେ ବିଜେଡିକୁ ଟକ୍କର ଦେବା ଭଳି ସ୍ଥିତିରେ ନାହାନ୍ତି । ଉଭୟ ପଂଚାୟତ ଓ ପୌର ନିର୍ବାଚନରେ ବିଜେଡି ତୁଳନାରେ ଏହି ଦୁଇ ଦଳର ସ୍ଥିତି ଅତ୍ୟନ୍ତ ଦୟନୀୟ ରହିଥିଲେ ମଧ୍ୟ ତାକୁ ସୁଧାରିବା ଦିଗରେ ଏପର୍ଯ୍ୟନ୍ତ ଉଭୟ ବିଜେପି ଓ କଂଗ୍ରେସ ନେତୃତ୍ୱ ଆଗ୍ରହ ଦେଖାଇ ନାହାନ୍ତି । ବିଜେଡି ଶାସନ ପ୍ରତି ତୃଣମୂଳସ୍ତରରେ ଜନଆକ୍ରୋଶ ଥିଲେ ମଧ୍ୟ ସାଧାରଣ ଲୋକଙ୍କ ନିକଟତର ହେବାରେ ଉଭୟ ବିଜେପି ଓ କଂଗ୍ରେସ ଫେଲ୍ ମାରିଛନ୍ତି । ଆଉ ଦୁଇ ପ୍ରମୁଖ ବିରୋଧୀ ଦଳର ଏଭଳି ଦୁଃସ୍ଥିତିକୁ ସୁଯୋଗ ଭାବେ ନେଇ ବିଜେଡି ନିଜର ଉତ୍ତରାଧିକାରୀ ଚୟନ ଓ ଦାୟିତ୍ୱ ହସ୍ତାନ୍ତର ପ୍ରକ୍ରିୟାକୁ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଶେଷ କରିବାକୁ ଯାଉଥିବା ଜଣାପଡ଼ିଛି ।

ନବୀନ ପଟ୍ଟନାୟକଙ୍କ ପଂଚମ ପାଳି ସରକାରରେ ଅନେକ ମନ୍ତ୍ରୀମାନଙ୍କ ବିରୁଦ୍ଧରେ ମାଳମାଳ ଅଭିଯୋଗ ଆସିବା ସତ୍ତ୍ୱେ ଗତ ୩ବର୍ଷ ମଧ୍ୟରେ ମନ୍ତ୍ରିମଣ୍ଡଳରେ ସାମାନ୍ୟତମ ଅଦଳବଦଳ ନବୀନ କରିନାହାନ୍ତି । ଖାସ୍ ଏଇଥିପାଇଁ ମନ୍ତ୍ରିମଣ୍ଡଳରେ ପରିବର୍ତ୍ତନ ପୂର୍ବରୁ ସଂଗଠନକୁ ନୂଆ ରୂପ ଦେବାକୁ ବିଜେଡି ନେତୃତ୍ୱ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।

BjD Naveen Patnaik
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe