ଅପାରଗ ବିରୋଧୀ: ପୁଣି ଏକପାଖିଆ ପୋଛି ନେଲା ବିଜେଡି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦୁଇ ପ୍ରମୁଖ ବିରୋଧୀ ଦଳ ବିଜେପି ଓ କଂଗ୍ରେସର ଅପାରଗତା ଯୋଗୁ ପଂଚାୟତ ନିର୍ବାଚନ ଭଳି ପୌର ନିର୍ବାଚନରେ ବି ବିଜେଡି ଏକପାଖିଆ ସଫଳତା ହାସଲ କରିଛି । ବିଜେପି ଓ କଂଗ୍ରେସର ତ୍ରୁଟିପୂର୍ଣ୍ଣ ନିର୍ବାଚନୀ ପରିଚାଳନା, ପ୍ରାର୍ଥୀ ଚୟନରେ ତ୍ରୁଟି ଓ ଆକ୍ରମଣାତ୍ମକ ଢଙ୍ଗରେ ଲଢ଼ିବାର ଅଭାବ ଯୋଗୁ ଶାସକ ବିଜେଡିକୁ ଚଳିତ ପୌର ନିର୍ବାଚନରେ ଆଶାତୀତ ସଫଳତା ମିଳିଛି। ଦଳ ରାଜ୍ୟର ୩ଟି ପ୍ରମୁଖ ମହାନଗର ନିଗମ କଟକ,ଭୁବନେଶ୍ୱର ଓ […]

bjd flag

bjd flag

Ordigital Desk
  • Published: Saturday, 26 March 2022
  • Updated: 27 March 2022, 08:42 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦୁଇ ପ୍ରମୁଖ ବିରୋଧୀ ଦଳ ବିଜେପି ଓ କଂଗ୍ରେସର ଅପାରଗତା ଯୋଗୁ ପଂଚାୟତ ନିର୍ବାଚନ ଭଳି ପୌର ନିର୍ବାଚନରେ ବି ବିଜେଡି ଏକପାଖିଆ ସଫଳତା ହାସଲ କରିଛି । ବିଜେପି ଓ କଂଗ୍ରେସର ତ୍ରୁଟିପୂର୍ଣ୍ଣ ନିର୍ବାଚନୀ ପରିଚାଳନା, ପ୍ରାର୍ଥୀ ଚୟନରେ ତ୍ରୁଟି ଓ ଆକ୍ରମଣାତ୍ମକ ଢଙ୍ଗରେ ଲଢ଼ିବାର ଅଭାବ ଯୋଗୁ ଶାସକ ବିଜେଡିକୁ ଚଳିତ ପୌର ନିର୍ବାଚନରେ ଆଶାତୀତ ସଫଳତା ମିଳିଛି। ଦଳ ରାଜ୍ୟର ୩ଟି ପ୍ରମୁଖ ମହାନଗର ନିଗମ କଟକ,ଭୁବନେଶ୍ୱର ଓ ବ୍ରହ୍ମପୁରର ମେୟର ପଦବୀକୁ ହାତେଇବା ସହ ଏସବୁ ସ୍ଥାନରେ ଥିବା ମୋଟ ୧୬୮ଟି ୱାର୍ଡ ମଧ୍ୟରୁ ବିଜେଡି ୮୨ଟିରେ ନିଜର ପ୍ରାର୍ଥୀଙ୍କୁ ଜିତାଇଛି ଓ ସବୁଠି ନିଜର ମହାନଗର ଗଢ଼ିବାକୁ ସକ୍ଷମ ହୋଇଛି ।

ରାଜ୍ୟର ଅନ୍ୟ ୧୦୬ଟି ପୌର ପରିଷଦ ମଧ୍ୟରୁ ଧାମନଗରରେ ଗଣତି ହୋଇନଥିବାବେଳେ ୧୦୫ଟି ସ୍ଥାନର ଫଳାଫଳ ପ୍ରକାଶ ପାଇଛି । ସେଥିରେ ୭୩ଟି ପୌର ପରିଷଦ ଓ ଏନଏସିରେ ଅଧ୍ୟକ୍ଷ ପଦବୀ ବିଜେଡି ଦଖଲକୁ ଯାଇଥିବାବେଳେ ବିଜେପିକୁ ୧୬ଟି, କଂଗ୍ରେସକୁ ୭ଟି ଓ ସ୍ୱାଧୀନ ପ୍ରାର୍ଥୀଙ୍କୁ ୯ଟି ଅଧ୍ୟକ୍ଷ ପଦବୀ ମିଳିଛି । ତେବେ ଏହି ୧୦୫ଟି ପୌର ଓ ବିଜ୍ଞାପିତ ପରିଷଦ ମଧ୍ୟରୁ ୯୫ଟି ପରିଷଦରେ ବିଜେଡିର କାଉନସିଲର ସଂଖ୍ୟା ଅଧିକ ରହିଛି । କଂଗ୍ରେସର କେବଳ ୪ଟି, ବିଜେପି ୬ଟି ପରିଷଦରେ ନିଜର ଅଧିକ ସଂଖ୍ୟକ କାଉନସିଲର ଆଣିଥିବାବେଳେ ୩ଟି ପରିଷଦରେ ସ୍ୱାଧୀନ ପ୍ରାର୍ଥୀଙ୍କ ଦବଦବା ରହିଛି ।

ଗୁଣୁପୁର ଓ ଦଶପଲ୍ଲାରେ ସ୍ୱାଧୀନ ପ୍ରାର୍ଥୀଙ୍କ କବଜାରେ ଅଧ୍ୟକ୍ଷ ପଦବୀ ଥିବାବେଳେ ଏଠାରେ ଯଥାକ୍ରମେ ୧୯ରୁ ୧୧ଟି ଓ ୧୬ରୁ ୮ଟି କାଉନସିଲର ପଦବୀରେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ସେହିପରି ପାରାଦୀପରେ ଅଧ୍ୟକ୍ଷ ପଦବୀ ବିଜେଡିକୁ ଯାଇଥିଲେ ମଧ୍ୟ ୧୯ରୁ ୮ଟିରେ ସ୍ୱାଧୀନ କାଉନସିଲ ଜିତିଛନ୍ତି । ବିଜେଡି ଏଠାରେ ୭ଟି ସଂଖ୍ୟା ସହ ଦ୍ୱିତୀୟ ସ୍ଥାନରେ ଓ ବିଜେପିକୁ ୩ଟିରେ ସନ୍ତୁଷ୍ଟ ହେବାକୁ ପଡ଼ିଛି ।
ସେହିପରି ରେଢ଼ାଖୋଲ, ରମ୍ଭା, କୋଦଳା, ଦେବଗଡ଼, ସୋର ଓ ଅନୁଗୁଳର ପରିଷଦରେ ବିଜେପିର କାଉନସିଲର ସଂଖ୍ୟା ଅଧିକ ରହିଛନ୍ତି । ଅବଶ୍ୟ ଏଥିରୁ ଅନୁଗୁଳ ଓ ଦେବଗଡ଼ରେ ବିଜେଡିର ଅଧ୍ୟକ୍ଷ ଥିଲାବେଳେ ଅନ୍ୟ ସବୁଠି ବିଜେପିର ଅଧ୍ୟକ୍ଷ ଅଛନ୍ତି ।

ସେହିପରି କୋଟପାଡ଼, ଖରିଆଳ, କଣ୍ଟାବାଞ୍ଜି ଓ ଦିଗପହଣ୍ଡି ଏନଏସିରେ ଅଧିକାଂଶ କାଉନସିଲର ବିଜୟୀ ହୋଇଛନ୍ତି । ଖଡ଼ିଆଳରେ ୧୩ରୁ ୬ଟି, କୋଟପାଡ଼ରେ ୧୩ରୁ ୬ଟି, ଦିଗପହଣ୍ଡିରେ ୧୧ରୁ ୬ଟି ଓ କଂଟାବାଞ୍ଜିରେ ୧୬ରୁ ୧୦ଟି କାଉନସିଲ ପଦବୀରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଏହି ସମସ୍ତ ୪ଟି ଏନଏସିରେ କଂଗ୍ରେସର ନିଜସ୍ୱ ଅଧ୍ୟକ୍ଷ ମଧ୍ୟ ବିଜୟୀ ହୋଇଛନ୍ତି । ଏହା ବାଦ୍ ଅନ୍ୟ ସମସ୍ତ ୯୫ଟି ପୌର ଓ ବିଜ୍ଞାପିତ ପରିଷଦରେ ବିଜେଡିର କାଉନସିଲର ପ୍ରାର୍ଥୀ ବିଜୟୀ ହୋଇଛନ୍ତି ତଥା ବିଜେଡିର ଦବଦବା ରହିଛି । ତେବେ ଏହି ୯୫ଟିରୁ ୭୩ଟି ପରିଷଦରେ ବିଜେଡି ନିଜର ଅଧ୍ୟକ୍ଷଙ୍କୁ ଜିତାଇବାରେ ସକ୍ଷମ ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story