ମୟୂରଭଞ୍ଜ ବିଜେଡି ଜିଲ୍ଲା ଓ ବ୍ଲକ କମିଟିର ପୁର୍ନଗଠନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୟୂରଭଞ୍ଜ ଜିଲ୍ଲାରେ ବର୍ଷା ବିତ୍ପାତ ଲାଗି ରହିଥିବାବେଳେ ବିଜେଡି ପକ୍ଷରୁ ଆଜି ମୟୂରଭଞ୍ଜର ୨ଟି ସାଂଗଠନିକ ଜିଲ୍ଲା ପାଇଁ ଉଭୟ ଜିଲ୍ଲା ଓ ବ୍ଲକ କମିଟିର ପୁର୍ନଗଠନ ହୋଇଛି । ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳର ଦୁଇ ସାଂଗଠନିକ ଜିଲ୍ଲା ମୟୂରଭଞ୍ଜ-୧ ଓ ମୟୂରଭଞ୍ଜ-୨ର ଜିଲ୍ଲା କମିଟିରେ ୫ଜଣ ଲେଖାଏଁ ଉପସଭାପତି ଓ ସାଧାରଣ ସମ୍ପାଦକ, ୧୫ଜଣ ଲେଖାଏଁ ସମ୍ପାଦକ ଏବଂ ସମସ୍ତ ବ୍ଲକରେ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ମୟୂରଭଞ୍ଜ ଜିଲ୍ଲା-୧ […]

BJD

Ordigital Desk
  • Published: Saturday, 20 August 2022
  • , Updated: 20 August 2022, 09:26 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୟୂରଭଞ୍ଜ ଜିଲ୍ଲାରେ ବର୍ଷା ବିତ୍ପାତ ଲାଗି ରହିଥିବାବେଳେ ବିଜେଡି ପକ୍ଷରୁ ଆଜି ମୟୂରଭଞ୍ଜର ୨ଟି ସାଂଗଠନିକ ଜିଲ୍ଲା ପାଇଁ ଉଭୟ ଜିଲ୍ଲା ଓ ବ୍ଲକ କମିଟିର ପୁର୍ନଗଠନ ହୋଇଛି । ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳର ଦୁଇ ସାଂଗଠନିକ ଜିଲ୍ଲା ମୟୂରଭଞ୍ଜ-୧ ଓ ମୟୂରଭଞ୍ଜ-୨ର ଜିଲ୍ଲା କମିଟିରେ ୫ଜଣ ଲେଖାଏଁ ଉପସଭାପତି ଓ ସାଧାରଣ ସମ୍ପାଦକ, ୧୫ଜଣ ଲେଖାଏଁ ସମ୍ପାଦକ ଏବଂ ସମସ୍ତ ବ୍ଲକରେ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି।

ମୟୂରଭଞ୍ଜ ଜିଲ୍ଲା-୧ ଅନ୍ତର୍ଗତ ବାରିପଦା, ବଡ଼ସାହି, ବାଙ୍ଗିରିପୋଷି, ମୋରଡ଼ା ଓ ଉଦଳା ବିଧାନସଭା ନିର୍ବାଚନମଣ୍ଡଳୀ ରହିଥିବାବେଳେ ମୟୂରଭଞ୍ଜ ଜିଲ୍ଲା-୨ରେ କରଞ୍ଜିଆ, ଯଶୀପୁର,ସାରସକଣା ଓ ରାଇରଙ୍ଗପୁର ନିର୍ବାଚନମଣ୍ଡଳୀ ରହିଛି । ଏସବୁ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବ୍ଲକ ଓ ପୌରାଂଚଳ ପାଇଁ ଦଳ ପକ୍ଷରୁ ଅଧ୍ୟକ୍ଷଙ୍କୁ ନିଯୁକ୍ତି ମଧ୍ୟ ଦିଆଯାଇଛି । ଜିଲ୍ଲାର ସମସ୍ତ ୯ଟି ନିର୍ବାଚନମଣ୍ଡଳୀ ପାଇଁ କର୍ମକର୍ତ୍ତାଙ୍କୁ ନିଯୁକ୍ତି ମିଳିଛି । ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ଜଣେ ଲେଖାଏଁ ଉପସଭାପତି ଓ ସାଧାରଣ ସମ୍ପାଦକ ଏବଂ ୩ଜଣ ଲେଖାଏଁ ସମ୍ପାଦକଙ୍କୁ ସାମିଲ କରାଯାଇ ସାଂଗଠନିକ ଜିଲ୍ଲା କମିଟି ଗଠନ କରାଯାଇଛି।

Related story