/odisha-reporter/media/post_attachments/uploadimage/library/16_9/16_9_0/IMAGE_1684915987.jpg)
Susanta singh
ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ତଥା ଭଟଲି ବିଧାୟକ ସୁଶାନ୍ତ ସିଂଙ୍କୁ ମନ୍ତ୍ରୀ ପଦ ନମିଳିବା ନେଇ ତାଙ୍କ ସମର୍ଥକମାନେ ଅସନ୍ତୋଷ ଝାଡ଼ିବା ପରେ ସରଗରମ ହୋଇଥିଲା ରାଜ୍ୟ ରାଜନୀତି। ସୁଶାନ୍ତ ଦଳରୁ ଇସ୍ତଫା ଦେଇପାରନ୍ତି ବୋଲି ବି ଚର୍ଚ୍ଚା ଜୋର ଧରିଥିଲା। ହେଲେ ଏହି ଚର୍ଚ୍ଚାର ଆଜି ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ନିଜେ ସୁଶାନ୍ତ। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ମୁଁ ମନ୍ତ୍ରୀ ରେସ୍ରେ ନଥିବା ଜଣାଇଥିଲି। ମିଡିଆ ମୋ ନାଁରେ ଓଲଟପାଲଟ କଥା ପ୍ରଚାର କରୁଛି।
ସେ କହିଛନ୍ତି, ମୁଁ ଦିଲ୍ଲୀ ଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଥିଲି। ମୁଁ ମନ୍ତ୍ରୀ ହେବା ପାଇଁ ଲବି କରି ନଥିଲି। ଯଦି ମୁଁ ମନ୍ତ୍ରୀ ହେବା ପାଇଁ ଲବି କରିଥା’ନ୍ତି, ତାହାହେଲେ ୨୨ ତାରିଖରେ ଶପଥ ଗ୍ରହଣ ଥିବା ସତ୍ତ୍ୱେ ମୁଁ ଦିଲ୍ଲୀ ଯାଇ ନଥାନ୍ତି। କିଏ କ’ଣ ହେବ ପୂର୍ବରୁ ନିଷ୍ପତ୍ତି ହୋଇଥିଲା। ମୁଁ ଦିଲ୍ଲୀରୁ ୨୦ ତାରିଖରେ ଫେରିଥିଲି। ମୋ ପ୍ରୋଗାମ ଥିବାରୁ ମୁଁ ବରପାଲି ପଳାଇଥିଲି। ମୁଖ୍ୟମନ୍ତ୍ରୀ ଡାକିବାରୁ ମୁଁ ଗତକାଲି ତାଙ୍କୁ ଭେଟିଥିଲି।। ଗଣମାଧ୍ୟମ ଖାଲି ଏପଟସେପଟ ପ୍ରଚାର କରୁଛି। ମୋ ନାଁକୁ ହାଇଲାଇଟ କରୁଛି।
ଭଟଲି ବିଧାୟକ ଆହୁରି କହିଛନ୍ତି, ପଶ୍ଚିମ ଓଡ଼ିଶା ଦାୟିତ୍ୱ ବୁଝିବା ନେଇ ମୁଖ୍ୟମନ୍ତ୍ରୀ ମୋତେ କହିଛନ୍ତି। ସୁନ୍ଦରଗଡ଼ ଛାଡ଼ି ୯ ଜିଲ୍ଲା ବୁଲିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। କେଉଁ ଜିଲ୍ଲାରେ ଦଳର କ’ଣ ଷ୍ଟାଟସ ରହିଛି ତାହା ବୁଲି ରିପୋର୍ଟ ଦେବାକୁ ମୋତେ କହିଛନ୍ତି। ଷ୍ଟ୍ରାଟେଜି ଠିକ୍ ରହିଲେ ଆମେ ୩୧ରୁ ଅଧିକ ସିଟ୍ ଜିତିବୁ। ଲୋକସଭାରେ ମଧ୍ୟ ଆମେ ୫ରୁ ୫ ସିଟ୍ ଜିତିବୁ।
ସମର୍ଥକ ଅସନ୍ତୋଷ ଝାଡ଼ିବା ନେଇ ସୁଶାନ୍ତ ସିଂ କହିଛନ୍ତି, ଭାବପ୍ରବଣ ହୋଇ କେହି କିଛି କହି ଦେଇଥିଲେ। ସେମାନଙ୍କୁ ବୁଝାଇ ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ଆମ ଉପରେ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦରେ ପଶ୍ଚିମ ଓଡ଼ିଶାରେ ସବୁ ପ୍ରୋଜେକ୍ଟ ହେଉଛି। ମୁଁ ମନ୍ତ୍ରୀ ନ ଥିଲେ ବି ଆମର ଅଧିକ କାମ ହେଉଛି।
ଗତକାଲି ସୁଶାନ୍ତ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଆଜି ଶଙ୍ଖ ଭବନରେ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଭେଟି ଆଲୋଚନା କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
