‘ଆଦିବାସୀ’ଙ୍କୁ ମିଳୁନି ହକ, ବିଜେଡି ଦେଖାଉଛି ଅଦିନିଆ ପ୍ରେମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ୨୧ ବର୍ଷ ଧରି କ୍ଷମତାରେ ବିଜେଡି ସରକାର ଥିଲେ ମଧ୍ୟ ରାଜ୍ୟର ମୋଟ ଜନସଂଖ୍ୟାର ପ୍ରାୟ ୨୩ ପ୍ରତିଶତ ‘ଆଦିବାସୀ’ ବର୍ଗର ଲୋକଙ୍କୁ କ୍ରମାଗତ ଭାବେ ସେମାନଙ୍କର ହକ୍ ଓ ନ୍ୟାଯ୍ୟ ଅଧିକାରରୁ ବଂଚିତ କରି ଚାଲିଛନ୍ତି। ଏପଟେ ଭୋଟ୍ ଆସିଲେ ସରଳ ନିରୀହ ‘ଆଦିବାସୀ’ଙ୍କୁ ଆକୃଷ୍ଟ କରିବା ପାଇଁ ଶାସକ ବିଜେଡି କୌଣସି ସୁଯୋଗ ହାତଛଡ଼ା କରିବାକୁ ପଛାଉ ନଥିବା ଜଣାପଡ଼ିଛି। ୨ ବର୍ଷରୁ ଅଧିକ ସମୟ ଧରି ଆଦିବାସୀ ଉପଦେଷ୍ଟା […]

BJD Office

BJD Office

Ordigital Desk
  • Published: Thursday, 12 August 2021
  • Updated: 12 August 2021, 11:04 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ୨୧ ବର୍ଷ ଧରି କ୍ଷମତାରେ ବିଜେଡି ସରକାର ଥିଲେ ମଧ୍ୟ ରାଜ୍ୟର ମୋଟ ଜନସଂଖ୍ୟାର ପ୍ରାୟ ୨୩ ପ୍ରତିଶତ ‘ଆଦିବାସୀ’ ବର୍ଗର ଲୋକଙ୍କୁ କ୍ରମାଗତ ଭାବେ ସେମାନଙ୍କର ହକ୍ ଓ ନ୍ୟାଯ୍ୟ ଅଧିକାରରୁ ବଂଚିତ କରି ଚାଲିଛନ୍ତି। ଏପଟେ ଭୋଟ୍ ଆସିଲେ ସରଳ ନିରୀହ ‘ଆଦିବାସୀ’ଙ୍କୁ ଆକୃଷ୍ଟ କରିବା ପାଇଁ ଶାସକ ବିଜେଡି କୌଣସି ସୁଯୋଗ ହାତଛଡ଼ା କରିବାକୁ ପଛାଉ ନଥିବା ଜଣାପଡ଼ିଛି। ୨ ବର୍ଷରୁ ଅଧିକ ସମୟ ଧରି ଆଦିବାସୀ ଉପଦେଷ୍ଟା ପରିଷଦ ଗଠନ ନହେବା, ୭ଟି ଜିଲ୍ଲାରେ ସ୍ପେଶାଲ ଡେଭଲପମେଣ୍ଟ କାଉନସିଲ(ଏସଡିସି) ଦିଗହରା ହୋଇ ପଡ଼ିଥିବା, ଆବଶ୍ୟକ ପରିମାଣର ଆଦିବାସୀ ସବପ୍ଲାନ୍ (ଟିଏସପି) ପାଣ୍ଠି ଆବଣ୍ଟନ ଓ ଖର୍ଚ୍ଚ ନହେବା ତଥା ସରକାରୀସ୍ତରରେ ଆଦିବାସୀଙ୍କ ପାଇଁ ଦିନଟିଏ(ଅଗଷ୍ଟ ୯)କୁ ପାଳନ ନହେବା ଶାସକ ବିଜେଡିର ଦୋମୁହାଁ ନୀତିକୁ ଉଜାଗର କରିଛି।

ଗତ ୩ ଦିନ ତଳେ ଅର୍ଥାତ ଅଗଷ୍ଟ ୯ତାରିଖରେ ବିଜେଡି ରାଜ୍ୟ କାର୍ଯ୍ୟାଳୟ ଓ ମୟୂରଭଞ୍ଜ ଜିଲ୍ଲାରେ ଦଳ ପକ୍ଷରୁ ‘ ବିଶ୍ୱ ଆଦିବାସୀ ଦିବସ’ ବେଶ୍ ଆଡ଼ମ୍ବରରେ ପାଳନ କରାଯାଇଥିଲା। କୋଭିଡ୍ ଗାଇଡ଼ଲାଇନକୁ ଖୁଲମଖୁଲା ଉଲ୍ଲଘଂନ କରି ଭୁବନେଶ୍ୱରସ୍ଥିତ ବିଜେଡି ମୁଖ୍ୟାଳୟରେ ନୃତ୍ୟଗୀତ ଏବଂ ମୟୂରଭଞ୍ଜରେ ବିଶାଳ ସମାବେଶ କରି ଆଦିବାସୀଙ୍କ ପ୍ରତି ନିଜର ଆନ୍ତରିକତା ଓ ସେମାନଙ୍କ ପାଇଁ କାମ କରୁଛି ବୋଲି ସନ୍ଦେଶ ଦେବାକୁ ବିଜେଡି ପ୍ରୟାସ କରିଥିଲେ ମଧ୍ୟ ନିଜ ଦଳର ସରକାରରେ ଆଦିବାସୀଙ୍କ ହକ୍ ଦେବାକୁ ସାମାନ୍ୟତମ ପ୍ରୟାସ ହେଉନାହିଁ। ୨୦୧୧ ଜନଗଣନା ଅନୁସାରେ ରାଜ୍ୟରେ ୨୨.୮୦ ପ୍ରତିଶତ ଆଦିବାସୀ ଥିବାବେଳେ ଏବେ ତାହା ୨୩ ପ୍ରତିଶତରୁ ଅଧିକ ହେଲାଣି। କିନ୍ତୁ ରାଜ୍ୟର ବିଜେଡି ସରକାର ଆଦିବାସୀଙ୍କ ଅନୁପାତରେ ବଜେଟରେ ସେମାନଙ୍କ ପାଇଁ ସମାନୁପାତିକ ପାଣ୍ଠି ବ୍ୟୟବରାଦ କରିବାରେ ବିଫଳ ହୋଇଛନ୍ତି । ଗତ ୫ବର୍ଷ ମଧ୍ୟରେ ଆଦିବାସୀ ସବ୍ ପ୍ଲାନରେ ମାତ୍ର ୧୭ରୁ ୧୯ ପ୍ରତିଶତ ଅର୍ଥ ଆବଣ୍ଟିତ ହେଉଛି। ୨୫ଟି ବିଭାଗର ଆବଣ୍ଟିତ ଅର୍ଥ ପରିମାଣ ୨୨ ପ୍ରତିଶତରୁ କମ୍ ରହିଛି। ରାଜ୍ୟରେ ୬୨ ପ୍ରକାର ଆଦିବାସୀ ଥିବା ବେଳେ ସେମାନଙ୍କ ମଧ୍ୟରେ ୧୩ଟି ଆଦିମ ଜନଜାତି ସମୁଦାୟର।

କେବଳ ସେତିକି ନୁହେଁ, ୨୦୧୯ ସାଧାରଣ ନିର୍ବାଚନ ସହ ଆଦିବାସୀ ଉପଦେଷ୍ଟା ପରିଷଦର କାର୍ଯ୍ୟକାଳ ଶେଷ ହୋଇଥିଲେ ମଧ୍ୟ ସରକାର ଏପର୍ଯ୍ୟନ୍ତ ତା’ର ପୁର୍ନଗଠନ କରିନାହାନ୍ତି । ଆଦିବାସୀଙ୍କ କଲ୍ୟାଣ ସମ୍ପର୍କରେ ନିଷ୍ପତ୍ତି ନେଉଥିବା ରାଜ୍ୟର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣ କମିଟି ‘ଆଦିବାସୀ ଉପଦେଷ୍ଟା ପରିଷଦ’ ଗଠନର ସାମ୍ବିଧାନିକ ବାଧ୍ୟବାଧକତାକୁ ମଧ୍ୟ ସରକାର ଏଡ଼ାଇ ଯାଇଛନ୍ତି । ଏପରିକି ଦୁଇ ବିରୋଧୀ ଦଳ ବିଜେପି, କଂଗ୍ରେସ କିମ୍ବା ଆଦିବାସୀ ସଂଗଠନଗୁଡ଼ିକ ଏନେଇ ମୁହଁ ଖୋଲୁନାହାନ୍ତି। ସେହିପରି ଆଦିବାସୀଙ୍କ ବିକାଶ ନିମନ୍ତେ ସ୍ୱତନ୍ତ୍ର ଭାବେ ୯ଟି ଆଦିବାସୀବହୁଳ ଜିଲ୍ଲାରେ ବିଜେଡି ସରକାର ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଗଢ଼ିଥିବା ‘ସ୍ୱତନ୍ତ୍ର ବିକାଶ ପରିଷଦ’ ମଧ୍ୟ ପଙ୍ଗୁ ହୋଇ ପଡ଼ିରହିଛି। କେବଳ ସୁନ୍ଦରଗଡ଼ ଓ ମାଲକାନଗିରି ଜିଲ୍ଲାରେ ଏହି ପରିଷଦର ଅଧ୍ୟକ୍ଷ ଭାବେ ୨ଜଣ ବିଜେଡି ନେତାଙ୍କୁ ଥଇଥାନ କରାଯାଇଥିବାବେଳେ ଅନ୍ୟ ଜିଲ୍ଲାଗୁଡ଼ିକରେ ଏହି କମିଟି ଅକାମୀ ହୋଇ ରହିଛି।

ସେହିପରି ‘ଅଗଷ୍ଟ ୯’କୁ ଆଦିବାସୀଙ୍କ ପାଇଁ ସମର୍ପିତ ଦିନଟିଏ ଭାବେ ୧୯୯୪ ମସିହାରୁ ଜାତିସଂଘ ସାଧାରଣ ପରିଷଦ ମାନ୍ୟତା ଦେବା ସତ୍ତ୍ୱେ ଆଦିବାସୀବହୁଳ ଓଡ଼ିଶା(୨୩ ପ୍ରତିଶତ ଜନସଂଖ୍ୟା) ସରକାର ଏହି ଦିନଟିକୁ ସରକାରୀସ୍ତରରେ ସେମାନଙ୍କ ପାଇଁ ସମର୍ପଣ କରିବାରେ ବିଫଳ ହୋଇଛି। ସରକାରୀସ୍ତରରେ ଏହି ଦିନଟିକୁ ମଧ୍ୟ ପାଳନ ବି କରାଯାଉନି। ଯାହାକି ଆଦିବାସୀଙ୍କ ପ୍ରତି ଅପମାନ ସଦୃଶ।

ଅନ୍ୟପକ୍ଷରେ ୨୦୧୯ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ୨୦୧୮ ଅଗଷ୍ଟ ୯(ବିଶ୍ୱ ଆଦିବାସୀ ଦିବସ)ରେ ଶାସକ ବିଜେଡି ରାଜଧାନୀ ଭୁବନେଶ୍ୱରରେ ବିଶାଳ ଆଦିବାସୀ ସମାବେଶ କରି ନିଜକୁ ସେମାନଙ୍କର ହିତୌଷୀ ଭାବେ ପ୍ରତିପାଦନ କରିବାକୁ ପ୍ରୟାସ କରିଥିବାବେଳେ ଏବେ ପଂଚାୟତ ଓ ପୌର ନିର୍ବାଚନ ପାଇଁ ୩ବର୍ଷ ବ୍ୟବଧାନରେ ପୁଣିଥରେ ଏହି ଦିବସକୁ ପାଳନ କରିଛି। ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ ଆଦିବାସୀ ନେତା ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀ କହିଛନ୍ତି ଯେ, ସରକାରୀସ୍ତରରେ ଆଦିବାସୀଙ୍କ ପ୍ରତି ହେଉଥିବା ଅବହେଳା ପାଇଁ ମୁଖ୍ୟତଃ ଆଦିବାସୀ ସଂଗଠନଗୁଡ଼ିକ ହିଁ ଦାୟୀ। ସେମାନଙ୍କ ବିଫଳତା ଯୋଗୁ ସରକାରଙ୍କ ଉପରେ ଆବଶ୍ୟକ ଚାପ ପଡ଼ିପାରୁନି। ଯଦି ସେମାନେ ନିଜର ସ୍ୱରକୁ ଶାଣିତ କରନ୍ତେ ଆଦିବାସୀମାନେ ନିଜର ଚିରାଚରିତ ନ୍ୟାଯ୍ୟ ହକ୍ ପାଇପାରନ୍ତେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story