ଚାଷୀ ଅସନ୍ତୋଷରୁ ମୁକ୍ତି ପାଇବାକୁ ବିଜେଡି ବାଟ ଖୋଜୁଛି: ବିଜେପି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଧାନ କିଣା ପାଇଁ ରାଜ୍ୟ ସରକାରଙ୍କ ଟୋକନ୍ ଓ ଟାର୍ଗଟ୍ ବ୍ୟବସ୍ଥା କାରଣରୁ ଚାଷୀଙ୍କ ମଧ୍ୟରେ ରହିଥିବା ବ୍ୟାପକ ଅସନ୍ତୋଷରୁ ମୁକ୍ତି ପାଇବାକୁ ବିଜେଡି ବାଟ ଖୋଜୁଛି। ଆଉ ଚାଷୀଙ୍କ ସମସ୍ୟାର ସମାଧାନ ପରିବର୍ତ୍ତେ ଏଫସିଆଇ ଆଗରେ ଧାରଣା ଦେଇ ବିଜେଡି ପଳାୟନପନ୍ଥୀ ସାଜିଛି ବୋଲି ବିଜେପି ଅଭିଯୋଗ କରିଛି। ବଳକା ୭ଲକ୍ଷ ଟନ୍ ଚାଉଳ ଚଳିତ ଖରିଫ ଋତୁରେ ଏଫସିଆଇ ନେବ ଓ ଧାନ ସଂଗ୍ରହ ବାବଦ ଅର୍ଥ ରାଜ୍ୟକୁ ପ୍ରଦାନ […]

BJP

BJP

Ordigital Desk
  • Published: Tuesday, 20 July 2021
  • Updated: 20 July 2021, 10:15 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଧାନ କିଣା ପାଇଁ ରାଜ୍ୟ ସରକାରଙ୍କ ଟୋକନ୍ ଓ ଟାର୍ଗଟ୍ ବ୍ୟବସ୍ଥା କାରଣରୁ ଚାଷୀଙ୍କ ମଧ୍ୟରେ ରହିଥିବା ବ୍ୟାପକ ଅସନ୍ତୋଷରୁ ମୁକ୍ତି ପାଇବାକୁ ବିଜେଡି ବାଟ ଖୋଜୁଛି। ଆଉ ଚାଷୀଙ୍କ ସମସ୍ୟାର ସମାଧାନ ପରିବର୍ତ୍ତେ ଏଫସିଆଇ ଆଗରେ ଧାରଣା ଦେଇ ବିଜେଡି ପଳାୟନପନ୍ଥୀ ସାଜିଛି ବୋଲି ବିଜେପି ଅଭିଯୋଗ କରିଛି। ବଳକା ୭ଲକ୍ଷ ଟନ୍ ଚାଉଳ ଚଳିତ ଖରିଫ ଋତୁରେ ଏଫସିଆଇ ନେବ ଓ ଧାନ ସଂଗ୍ରହ ବାବଦ ଅର୍ଥ ରାଜ୍ୟକୁ ପ୍ରଦାନ ଏକ ନିରନ୍ତର ପ୍ରକ୍ରିୟାର ଅଂଶବିଶେଷ ହୋଇଥିବାବେଳେ ବିଜେଡି କେବଳ ନିଜର ଦୋଷକୁ ଘୋଡ଼ାଇବା ପାଇଁ ଏଭଳି ଆନ୍ଦୋଳନ କରୁଛି ବୋଲି ବିଜେପି ଅଭିଯୋଗ କରିଛି।

ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ରାଜ୍ୟର ବିଭିନ୍ନ ସ୍ଥାନରେ ମଣ୍ଡିରେ ହଜାର ହଜାର କ୍ୱିଂଟାଲ ଧାନ ପଡି ରହି ନଷ୍ଟ ହେଉଛି। ଦୀର୍ଘ ୨୧ ବର୍ଷ ଶାସନ ବ୍ୟବସ୍ଥାରେ ରହିବା ପରେ ରାଜ୍ୟରେ ଧାନ ସଂରକ୍ଷଣର ବ୍ୟବସ୍ଥା ନାହିଁ । ରାଜ୍ୟ ସରକାରଙ୍କ ଅବ୍ୟବସ୍ଥା ଯୋଗୁଁ ଓଡ଼ିଆ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭୁଷୁଡ଼ି ପଡିଛି। ଧାନ କିଣି ନପାରି ରାଜ୍ୟ ସରକାର ପର ଘର ତିଅଣରେ ଅତିଥି ସତ୍କାର କରୁଛନ୍ତି। ଧାନର ସଂରକ୍ଷଣ ପାଇଁ ଭିତ୍ତିଭୂମି ପ୍ରସ୍ତୁତ ନକରି ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ଉପରେ ବାରମ୍ବାର ଦୋଷ ଲଦିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ରାଜ୍ୟ ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଚାଷୀକୁ ଦେଉନାହାନ୍ତି। ମଣ୍ଡିରେ କଟନି ଛଟନି ନାଁରେ ମିଲର୍ସମାନେ ଚାଷୀଙ୍କଠାରୁ ଲୁଟ୍ କରୁଛନ୍ତି। ମଣ୍ଡି ପରିଚାଳନା ପାଇଁ କେନ୍ଦ୍ର ସରକାର ପର୍ଯ୍ୟାପ୍ତ ଅର୍ଥ ପଠାଉଥିଲେ ରାଜ୍ୟ ସରକାର ତାକୁ ଠିକ୍ ଭାବେ ପରିଚାଳନା କରିପାରୁନାହାନ୍ତି। ଏହାକୁ ଘଂଟ ଘୋଡ଼ାଇବା ପାଇଁ ବିଜେଡି ଆଜି ଏଫସିଆଇ ଆଗରେ ଧାରଣା ଦେଉଛି। ଚାଷୀ ଅସନ୍ତୋଷରୁ ମୁକ୍ତି ପାଇବା ପାଇଁ ଘଂଟଘଉଡ଼ାଇବା ଅଭିଯାନ ବିଜେଡି ଚଲାଇଛି ବୋଲି ଶ୍ରୀ ପୁରୋହିତ ଅଭିଯୋଗ କରିଛନ୍ତି।

ଶ୍ରୀ ପୁରୋହିତ କହିଛନ୍ତି ଯେ, ବିଜେଡିର ଚାଷୀ ବିରୋଧୀ ନୀତି, ଖାଦ୍ୟ ସବସିଡିର ପ୍ରତିପୂରଣ ନଦେବା ଏବଂ ଅଣବାସୁମତି ଚାଉଳ ନଉଠାଇବା ଆଦି ମିଥ୍ୟା ତଥ୍ୟ ରଖି ଶାସକ ଦଳ ଯେଉଁ ଅଭିଯୋଗ କରିଥିଲା ଏଫସିଆଇ ତାହା ଖୁଲାସା କରିଛି। ଏଫସିଆଇ ପକ୍ଷରୁ କୁହାଯାଇଛି ଯେ, ଓଡିଶା ଏକ ଡିସିପି (ବିକେନ୍ଦ୍ରୀକୃତ ଧାନ କିଣା) ପାଇଁ ଭାରତ ସରକାର, ଓଡ଼ିଶା ସରକାର ଏବଂ ଏଫସିଆଇ ମଧ୍ୟରେ ହୋଇଥିବା ଏମଓୟୁ ଅନୁସାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ସରକାର ଖରିଫ ଋତୁ ପାଇଁ ପ୍ରତ୍ୟକ୍ଷ କିମ୍ବା ଏଜେନ୍ସି ମାଧ୍ୟମରେ ଧାନ କିମ୍ବା ବାସୁମତି ଚାଉଳ ସଂଗ୍ରହ କରିଥାନ୍ତି । ମାତ୍ର ରାଜ୍ୟ ସରକାର ଧାନ ନକିଣି କେନ୍ଦ୍ର ଉପରେ ଦୋଷ ଲଦିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା। ଚଳିତ ଖରିଫ୍ ଋତୁ ୨୦୨୦-୨୧ ବର୍ଷରେ ରାଜ୍ୟ ସରକାରଙ୍କ ଦ୍ୱାରା ଦିଅ।।ଇଥିବା ବଳକା ଚାଉଳ ଏଫସିଆଇ ଦ୍ୱାରା ଗ୍ରହଣ କରାଯାଇଛି ଏବଂ ରାଜ୍ୟ ସରକାରଙ୍କ ପାଖରେ ଥିବା ବଳକା ଚାଉଳ (ଆନୁମାନିକ ୭ ଲକ୍ଷ ମେଟ୍ରିକ ଟନ)କୁ ମଧ୍ୟ ଚଳିତ ଖରିଫ ଋତୁରେ ନିର୍ଦ୍ଧାରିତ ସମୟ ମଧ୍ୟରେ ଏଫସିଆଇ ଦ୍ୱାରା ଗ୍ରହଣ କରାଯିବ। ଏଫସିଆଇ ଦ୍ୱାରା ଅଧିକ ଚାଉଳ ଗ୍ରହଣ କରାଯିବାରେ କୈାଣସି ବାଧା ନାହିଁ ଏବଂ ରାଜ୍ୟ ଦ୍ୱାରା ଦିଆଯାଉଥିବା ଅଧିକ ଅଣବାସୁମତି ଚାଉଳକୁ ମଧ୍ୟ ଏଫସିଆଇ ନିୟମିତ ଭାବରେ ଗ୍ରହଣ କରିଆସୁଛି। ଅଣବାସୁମତି ଚାଉଳ ଗ୍ରହଣ କରିବା କିମ୍ବା ଚାଉଳ ଖାଲି କରିବା ଏକ ନିରନ୍ତର ପ୍ରକ୍ରିୟା । ଏହି ଅନୁସାରେ ଏଫସିଆଇ ରାଜ୍ୟ ଦ୍ୱାରା ଦିଆଯାଉଥିବା ଚାଉଳ ଗ୍ରହଣ କରିବା ଏବଂ ଆବଶ୍ୟକତା ଥିବା ରାଜ୍ୟକୁ ସେହି ଚାଉଳ ପ୍ରଦାନ କରିବ।

୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ୧୭ ଜୁଲାଇ ୨୦୨୧ ମଧ୍ୟରେ ଏଫସିଆଇ ୧୩.୦୭ ଲକ୍ଷ ମେଟ୍ରିକ ଟନ୍ ଅଣବାସୁମତି ଚାଉଳ ଗ୍ରହଣ କରିଛି ଏବଂ ୧୨.୩୧ ଲକ୍ଷ ମେଟ୍ରିକ ଟନ୍ ଅଣବାସୁମତି ଚାଉଳ ଖାଲି କରାଯାଇଛି। ରାଜ୍ୟ ସରକାରଙ୍କୁ ସିଧାସଳଖ ଖାଦ୍ୟ ସବସିଡି କେନ୍ଦ୍ର ସରକାର ଦେଇଥାନ୍ତି। ରାଜ୍ୟ ସରକାରଙ୍କ ଏଜେନ୍ସି ୩୦୯୬ କୋଟି ଟଙ୍କାର ବିଲ୍ ଏଫସିଆଇ ପାଖରେ ପଇଠ କରିଛନ୍ତି। ସେଥିମଧ୍ୟରୁ ଏଫସିଆଇ ଚଳିତ ଜୁଲାଇମାସ ୧୪ତାରିଖ ସୁଦ୍ଧା ୨୯୫୭ କୋଟି ଟଙ୍କା ରାଜ୍ୟ ସରକାରଙ୍କୁ ଦେଇ ସାରିଛି। ବକେୟା ରାଶି ମଧ୍ୟ ମିଳିବ। ଏହା ଏକ ନିରନ୍ତର ପ୍ରକ୍ରିୟା ବୋଲି ଶ୍ରୀ ପୁରୋହିତ କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଠାକୁର ରଂଜିତ ଦାସ, କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ କାମାକ୍ଷା ପ୍ରସାଦ ପ୍ରଧାନ, କୋଷାଧକ୍ଷ ବିଶ୍ୱକେତନ ସ୍ୱାଇଁ, ମିଡିଆ ସଂଯୋଜକ ହିତେଶ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos