ଦଳବିରୋଧୀ କାର୍ଯ୍ୟ ପାଇଁ ୧୯ଜଣଙ୍କୁ ବହିଷ୍କାର କଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଂଚାୟତ ନିର୍ବାଚନରେ ଦଳବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ପାଇଁ ୧୯ଜଣ କର୍ମୀଙ୍କୁ ଦଳରୁ ବହିଷ୍କାର କରିଛି । ଦଳର ଜିଲ୍ଲା ସଭାପତିମାନଙ୍କ ସୁପାରିଶ ଆଧାରରେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନରେ ଏହି ସଦସ୍ୟମାନଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯାଇଛି । ଏହି ବହିଷ୍କୃତ ସଦସ୍ୟଙ୍କ ମଧ୍ୟରେ ସର୍ବାଧିକ ୬ଜଣ ଲେଖାଏଁ କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାର ଥିବାବେଳେ ବାଲେଶ୍ୱର ଜିଲ୍ଲାରୁ ୪ଜଣ, ରାୟଗଡ଼ା ଜିଲ୍ଲାରୁ ୨ଜଣ ଓ ଗଜପତି […]

BJP

Ordigital Desk
  • Published: Friday, 04 February 2022
  • , Updated: 04 February 2022, 10:32 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଂଚାୟତ ନିର୍ବାଚନରେ ଦଳବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ପାଇଁ ୧୯ଜଣ କର୍ମୀଙ୍କୁ ଦଳରୁ ବହିଷ୍କାର କରିଛି । ଦଳର ଜିଲ୍ଲା ସଭାପତିମାନଙ୍କ ସୁପାରିଶ ଆଧାରରେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନରେ ଏହି ସଦସ୍ୟମାନଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯାଇଛି । ଏହି ବହିଷ୍କୃତ ସଦସ୍ୟଙ୍କ ମଧ୍ୟରେ ସର୍ବାଧିକ ୬ଜଣ ଲେଖାଏଁ କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାର ଥିବାବେଳେ ବାଲେଶ୍ୱର ଜିଲ୍ଲାରୁ ୪ଜଣ, ରାୟଗଡ଼ା ଜିଲ୍ଲାରୁ ୨ଜଣ ଓ ଗଜପତି ଜିଲ୍ଲାରୁ ଜଣେ ରହିଥିବା ଦଳ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଦଳୀୟ ପଦପଦବୀରେ ଥିବା କର୍ମୀମାନେ ପଂଚାୟତ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ବିରୁଦ୍ଧରେ କାର୍ଯ୍ୟ କରୁଥିବାର ଅଭିଯୋଗ ହୋଇଛି

Related story