୭ ନେତାଙ୍କୁ ଛାମୁଆ ସଂଗଠନର ପ୍ରଭାରୀ ଦାୟିତ୍ୱ ଦେଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦଳୀୟ ସଂଗଠନକୁ ଅଧିକ କ୍ରିୟାଶୀଳ କରିବା ପାଇଁ ବିଜେପି ନିଜର ୭ଟି ଛାମୁଆ ସଂଗଠନର ‘ପ୍ରଭାରୀ’ ପଦବୀ ସୃଷ୍ଟି କରି ସେଥିରେ ଦଳୀୟ ନେତାଙ୍କୁ ଅବସ୍ଥାପିତ କରିଛି। ବିଜେପି ରାଜ୍ୟ କାର୍ଯ୍ୟାଳୟରୁ ଜାରି ସୂଚନା ଅନୁସାରେ, ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନରେ ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚାର ପ୍ରଭାରୀ ଭାବେ ପୃଥ୍ୱୀରାଜ ହରିଚନ୍ଦନ, ଓବିସି ମୋର୍ଚ୍ଚା ପ୍ରଭାରୀ-ଲେଖାଶ୍ରୀ ସାମନ୍ତସିଂହାର, ମହିଳା ମୋର୍ଚ୍ଚ ପ୍ରଭାରୀ- ଅନୀତା ଶୁଭଦର୍ଶିନୀ ପଟ୍ଟନାୟକ, ଅନୁସୂଚିତ ଜନଜାତି […]

BJP

Ordigital Desk
  • Published: Monday, 07 February 2022
  • , Updated: 07 February 2022, 09:34 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦଳୀୟ ସଂଗଠନକୁ ଅଧିକ କ୍ରିୟାଶୀଳ କରିବା ପାଇଁ ବିଜେପି ନିଜର ୭ଟି ଛାମୁଆ ସଂଗଠନର ‘ପ୍ରଭାରୀ’ ପଦବୀ ସୃଷ୍ଟି କରି ସେଥିରେ ଦଳୀୟ ନେତାଙ୍କୁ ଅବସ୍ଥାପିତ କରିଛି।

ବିଜେପି ରାଜ୍ୟ କାର୍ଯ୍ୟାଳୟରୁ ଜାରି ସୂଚନା ଅନୁସାରେ, ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନରେ ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚାର ପ୍ରଭାରୀ ଭାବେ ପୃଥ୍ୱୀରାଜ ହରିଚନ୍ଦନ, ଓବିସି ମୋର୍ଚ୍ଚା ପ୍ରଭାରୀ-ଲେଖାଶ୍ରୀ ସାମନ୍ତସିଂହାର, ମହିଳା ମୋର୍ଚ୍ଚ ପ୍ରଭାରୀ- ଅନୀତା ଶୁଭଦର୍ଶିନୀ ପଟ୍ଟନାୟକ, ଅନୁସୂଚିତ ଜନଜାତି ମୋର୍ଚ୍ଚା ପ୍ରଭାରୀ-ସୁକେଶୀ ଓରାମ, ସଂଖ୍ୟାଲଘୁ ମୋର୍ଚ୍ଚା ପ୍ରଭାରୀ- ରବିନାରାୟଣ ନାଏକ, ଯୁବ ମୋର୍ଚ୍ଚା ପ୍ରଭାରୀ-ଗୋଲକ ପ୍ରସାଦ ମହାପାତ୍ର, କୃଷକ ମୋର୍ଚ୍ଚା ପ୍ରଭାରୀ ଭାବେ କାଳନ୍ଦୀ ସାମଲଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ଏହି ନେତାମାନେ ଦଳୀୟ ସଂଗଠନକୁ ଆହୁରି ସୁଦୃଢ କରିବା ଏବଂ ମୋର୍ଚ୍ଚାମାନଙ୍କର ସଂଗଠନାତ୍ମକ, ରଚନାତ୍ମକ ଓ ଆନ୍ଦୋଳନାତ୍ମକ କାର୍ଯ୍ୟାଧାରାକୁ ତ୍ୱରାନ୍ୱିତ କରିବା ଦିଗରେ କାର୍ଯ୍ୟ କରିବେ ବୋଲି ଦଳ ପକ୍ଷରୁ କୁହାଯାଇଛି।

Related story