Advertisment

ପ୍ରଦୀପ ପାଣିଗ୍ରାହୀ, ପ୍ରତାପ ଷଡଙ୍ଗୀ ଆଗୁଆ; ଲେଖାଶ୍ରୀ ପଛୁଆ

ବ୍ରହ୍ମପୁରରେ ବିଜେପି ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଆଗରେ ଥିବା ବେଳେ ପଛରେ ପଡ଼ି ଯାଇଛନ୍ତି ବିଜେଡି ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ।

author-image
Niharika Rout
ଅଦ୍ୟତନ ହୋଇଛି
Pratap Sarangi & Lekhashree Samantaray

Pratap Sarangi & Lekhashree Samantaray

ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ, ଉଭୟ ବିଧାନସଭା ଓ ଲୋକସଭା ଆସନରେ ବିଜେପି ଆଗରେ ଥିବା ବେଳେ ପଛରେ ପଡ଼ି ଯାଇଛି ବିଜେଡି। ଉଭୟ ବ୍ରହ୍ମପୁର ଓ ବାଲେଶ୍ୱର ଲୋକସଭା ଆସନରେ ଆଗରେ ଅଛନ୍ତି ବିଜେପି ପ୍ରାର୍ଥୀ। ବ୍ରହ୍ମପୁରରେ ବିଜେପି ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଆଗରେ ଥିବା ବେଳେ ପଛରେ ପଡ଼ି ଯାଇଛନ୍ତି ବିଜେଡି ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ।

Advertisment

 Live Updates: ଓଡ଼ିଶା ଭୋଟ ଗଣତିର ଟିକିନିଖି ଖବର ଜାଣିବାକୁ ଏହି ଲିଙ୍କରେ କ୍ଲିକ କରନ୍ତୁ...

ସେହିପରି ବାଲେଶ୍ୱରରେ ବିଜେପି ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ ଆଗରେ ଥିବା ବେଳେ ପଛରେ ପଡ଼ି ଯାଇଛନ୍ତି ବିଜେଡି ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତରାୟ। ଲେଖାଶ୍ରୀ ବିଜେପି ଛାଡ଼ି ନିର୍ବାଚନ ପୂର୍ବରୁ ବିଜେଡିରେ ଯୋଗ ଦେଇଥିଲେ। ମାତ୍ର ପ୍ରତାପ ଷଡଙ୍ଗୀଙ୍କ ଉପରେ ଭୋଟରମାନେ ତାଙ୍କଠୁ ଅଧିକ ବିଶ୍ୱାସ କରିଥିବା ଦେଖିବାକୁ ମିଳୁଛି।

Advertisment

ଝରିଗାଁ ବିଧାନସଭାରେ ବିଜେପି ପ୍ରାର୍ଥୀ ନରସିଂହ ଭତ୍ରା ଆଗୁଆ ଅଛନ୍ତି। ମାତ୍ର ଜଳେଶ୍ୱର ବିଧାନସଭାରେ ବିଜେଡି ପ୍ରାର୍ଥୀ ଅଶ୍ୱିନୀ ପାତ୍ର ଆଗୁଆ ଥିବା ବେଳେ ଜଟଣୀ ବିଧାନସଭାରେ ବିଜେଡି ପ୍ରାର୍ଥୀ ବିଭୁତି ବଳବନ୍ତରାୟ ଆଗରେ ରହିଛନ୍ତି।

Election Results 2024 General Election Odisha Assembly Election 2024