/odisha-reporter/media/post_attachments/uploadimage/library/16_9/16_9_0/IMAGE_1717397778.jpeg)
Odisha Election 2024 Results Live Updates
ଆସିଛି ଫଳାଫଳ । ସତ ହୋଇଛି ବିଜେପି ନେତାଙ୍କ କଥା । ସତ ହୋଇଛି ଏକଜିଟ୍ ପୋଲ୍ ରିପୋର୍ଟ। ରାଜ୍ୟରେ ବହୁମତ ହାସଲ କରିଛି ବିଜେପି । ମାଟି କାମୁଡ଼ିଛି ୨୫ ବର୍ଷ ଧରି ରାଜ୍ୟକୁ ଶାସନ କରୁଥିବା ବିଜେଡି । ପ୍ରଥମ ଥର ପାଇଁ ପରାଜୟର ମୁହଁ ଦେଖିଛନ୍ତି ନବୀନ । ଅଧିକ ଖବର ଜାଣିବା ପାଇଁ ଲଗ ଇନ୍ କରନ୍ତୁ odishareporter.in
- Jun 05, 2024 14:41 IST
ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନୂଆ ସରକାର ଗଠନ ପାଇଁ ସେ ଆଜି ରାଷ୍ଟ୍ରପତିଙ୍କୁ ଭେଟି ଇସ୍ତଫା ଦେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ତାଙ୍କ ଇସ୍ତଫା ଗ୍ରହଣ କରି ଦେଇଛନ୍ତି...ଆହୁରି ପଢ଼ନ୍ତୁ
- Jun 05, 2024 14:26 IST
ସରକାର ଆସିବା ମାତ୍ରେ ଯାହା କହିଥିଲୁ ତାହା କରିବୁ: ମନମୋହନ ସାମଲ
ବିଜେପିର ବିପୁଳ ବିଜୟ ପରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପ୍ରତିକ୍ରିୟା। କହିଲେ, ସରକାର ଆସିବା ମାତ୍ରେ ଯାହା କହିଥିଲୁ ତାହା କରିବୁ। ଆୟୁଷ୍ମାନ ଯୋଜନା ଲାଗୁ କରିବୁ । ଶ୍ରୀମନ୍ଦିର ଚାରି ଦ୍ବାର ଖୋଲିବୁ । #Odisha#ElectionResult#2024Election#BJPpic.twitter.com/YF3uUbCI9O
— Odisha Reporter (@OdishaReporter) June 5, 2024
- Jun 05, 2024 13:50 IST
ଦେଖା ମିଳୁନାହାନ୍ତି ପାଣ୍ଡିଆନ; ସନ୍ନ୍ୟାସ ନେଲେ କି?
ବିଜେଡି ଦୁର୍ଗ ଭୁଷୁଡିବା ପରେ ଦଳର ଦ୍ୱିତୀୟ କ୍ଷମତା କେନ୍ଦ୍ର ଭି.କେ ପାଣ୍ଡିଆନଙ୍କର ଆଉ ଦେଖା ମିଳୁନି। ନିର୍ବାଚନୀ ଫଳାଫଳ ବାହାରିବା ପରଠୁ ପାଣ୍ଡିଆନ ଅଦୃଶ୍ୟ ହୋଇଯାଇଛନ୍ତି। ...ଆହୁରି ପଢ଼ନ୍ତୁ
- Jun 05, 2024 13:48 IST
ବାହୁବଳୀ ନେତାଙ୍କୁ ଟକ୍କର ଦେଲେ ସ୍ୱାଧୀନ ପ୍ରାର୍ଥୀ; ୩ ଜିତିଲେ, ଜଣେ ଫେଲ୍ ମାରିଲେ
୨୦୨୪ ନିର୍ବାଚନରେ ପୁରୁଖା ଦଳୀୟ ପ୍ରାର୍ଥୀଙ୍କ ସହ କଡ଼ା ଟକ୍କର ଦେଇ ଚର୍ଚ୍ଚାରେ ରହିଛନ୍ତି ୪ ସ୍ୱାଧୀନ ପ୍ରାର୍ଥୀ। ସେମାନଙ୍କ ମଧ୍ୟରୁ ୩ ଜଣ ନିର୍ବାଚନୀ ବୈତରଣୀ ପାର ହୋଇ ଯାଇଥିବା ବେଳେ ହାରି ଯାଇଛନ୍ତି ଜଣେ ପ୍ରାର୍ଥୀ। ... ଆହୁରି ପଢ଼ନ୍ତୁ
- Jun 05, 2024 13:30 IST
ଜୁନ୍ ୮ରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ମୋଦି
ଦେଶରେ ଏଥର ମୋଦି-୩.୦। ପୁଣି ଥରେ ପ୍ରଧାନମନ୍ତ୍ରୀ ହେବେ ନରେନ୍ଦ୍ର ମୋଦି। ସେ ଲଗାତର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ଆସନ୍ତା ଜୁନ୍ ୮ ତାରିଖ ସନ୍ଧ୍ୟାରେ ସେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବୋଲି ସୂତ୍ରରୁ ପ୍ରକାଶ ପାଇଛି...ଆହୁରି ପଢ଼ନ୍ତୁ
- Jun 05, 2024 13:04 IST
ବାଚସ୍ପତି ସହ ପ୍ରମୁଖ ମନ୍ତ୍ରଣାଳୟ ମାଗିପାରନ୍ତି ଚନ୍ଦ୍ରବାବୁ ନାଇଡୁ
ଆଜି ଦିଲ୍ଲୀରେ ଏନ୍ଡିଏର ଗୁରତ୍ୱପୂର୍ଣ୍ଣ ବୈଠକ ବସିବ। ଏଥିରେ ଚନ୍ଦ୍ରବାବୁ ନାଇଡୁ ଯୋଗ ଦେବା ପାଇଁ ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି। ତେବେ ଏହି ବୈଠକରେ ଯୋଗ ଦେଇ ଲୋକସଭା ବାଚସ୍ପତି ସମେତ ଅନେକ ପ୍ରମୁଖ ମନ୍ତ୍ରଣାଳୟ ପାଇଁ ଚନ୍ଦ୍ରବାବୁ ନାଇଡୁ ଦାବି କରିପାରନ୍ତି ବୋଲି ସୂତ୍ରରୁ ଜଣାପଡିଛି...ଆହୁରି ପଢ଼ନ୍ତୁ
- Jun 05, 2024 12:57 IST
ମିଶନ ଓଭର୍, ଚାପ୍ଟର କ୍ଲୋଜ୍: ନବନିର୍ବାଚିତ ସାଂସଦ ପ୍ରଦୀପ ପାଣିଗ୍ରାହୀ
ମିଶନ ଓଭର୍, ଚାପ୍ଟର କ୍ଲୋଜ୍ । ମୁଁ ପ୍ରତିଶୋଧ ପରାୟଣ ରାଜନୀତିରେ ବିଶ୍ବାସ କରେନି। ଓଡ଼ିଶାରେ ବିଧାନସଭା ଓ ଲୋକସଭା ନିର୍ବାଚନରେ ବିଜେପିର ବିପୁଳ ବିଜୟ ପରେ ଏମିତି ପ୍ରତିକ୍ରିୟା ରଖିଛନ୍ତି ବ୍ରହ୍ମପୁରର ନବନିର୍ବାଚିତ ସାଂସଦ ପ୍ରଦୀପ ପାଣିଗ୍ରାହୀ । #Odisha#BJP#PradeepKumarPanigrahy#OdishaElection2024pic.twitter.com/lP3LuDWFNx
— Odisha Reporter (@OdishaReporter) June 5, 2024
- Jun 05, 2024 12:40 IST
କେନ୍ଦ୍ରାପଡ଼ାବାସୀଙ୍କୁ ଧନ୍ୟବାଦ ଜଣାଇଲେ ବୈଜୟନ୍ତ ପଣ୍ଡା
#ବୈଜୟନ୍ତ_ପଣ୍ଡାଙ୍କ_ବଡ଼_ବିଜୟ
କେନ୍ଦ୍ରାପଡ଼ାରୁ ଜିତିଲେ ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା। ସେ ବିଜେଡିର ଅଂଶୁମାନ ମହାନ୍ତିଙ୍କୁ ୬୬ ହଜାର ୫୩୬ ଖଣ୍ଡ ଭୋଟରେ ହରାଇଛନ୍ତି। ଏହି ଅବସରରେ କେନ୍ଦ୍ରାପଡ଼ାବାସୀଙ୍କୁ ଧନ୍ୟବାଦ ଜଣାଇଲେ ବୈଜୟନ୍ତ ପଣ୍ଡା । #Odisha#BJP#BaijayantPanda#OdishaElection2024pic.twitter.com/F6oP40Fss9— Odisha Reporter (@OdishaReporter) June 5, 2024
- Jun 05, 2024 12:19 IST
'ନବୀନ ଶାସନ'ର ଅନ୍ତ ଘଟିଲା, ପାଲଟିଗଲେ ପୂର୍ବତନ ମୁଖ୍ୟମନ୍ତ୍ରୀ
୫ ଥରର ମୁଖ୍ୟମନ୍ତ୍ରୀ ଏବେ ପାଲଟିଗଲେ ଇତିହାସ । ଆଜି ରାଜଭବନରେ ପହଞ୍ଚି ଇସ୍ତଫା ଦେବା ପରେ ନବୀନ ପାଲଟି ଯାଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ। ଏଥିସହ ତାଙ୍କର ବର୍ତ୍ତମାନର ପରିଚୟ କେବଳ ବିଧାୟକ । ... ଆହୁରି ପଢ଼ନ୍ତୁ
- Jun 05, 2024 12:11 IST
NDA ଓ INDIA ବୈଠକ: ଗୋଟିଏ ବିମାନରେ ନୀତୀଶ-ତେଜସ୍ୱୀ
ଗୋଟିଏ ବିମାନରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ। ଆଗ ପଛ କରି ବସିଛନ୍ତି ଏହି ଦୁଇ ନେତା। ଉଭୟ ମିଶି ଦିଲ୍ଲୀ ଅଭିମୁଖେ ବହାରିଛନ୍ତି...ଆହୁରି ପଢ଼ନ୍ତୁ
- Jun 05, 2024 11:56 IST
ଇସ୍ତଫା ଦେଲେ ନବୀନ ପଟ୍ଟନାୟକ
ଆଜି ଇସ୍ତଫା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ପଟ୍ଟନାୟକ ଆଜି ରାଜଭବନରେ ପହଞ୍ଚି ରାଜ୍ୟପାଳଙ୍କୁ ନିଜ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ... ଆହୁରି ପଢ଼ନ୍ତୁ
- Jun 05, 2024 11:56 IST
ଉପ ନିର୍ବାଚନରେ ପାସ୍, ନିର୍ବାଚନରେ ଫେଲ୍
୨୦୧୯ ସାଧାରଣ ନିର୍ବାଚନରେ ବିଜୟୀ ହୋଇଥିବା ପ୍ରଦୀପ ମହାରଥୀ (ବିଜେଡି), କିଶୋର ମହାନ୍ତି (ବିଜେଡି), ନବ କିଶୋର ଦାସ (ବିଜେଡି), ବିଜୟ ରଞ୍ଜ ସିଂହ ବରିହା (ବିଜେଡି) ଓ ବିଷ୍ଣୁ ଚରଣ ସେଠୀ (ବିଜେପି) ପ୍ରମୁଖ ବିଧାନସଭାକୁ ବିଜୟୀ ହୋଇଥିଲେ।... ଆହୁରି ପଢ଼ନ୍ତୁ
- Jun 05, 2024 11:54 IST
ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନବୀନ ପଟ୍ଟନାୟକ
ରାଜଭବନ ଅଭିମୁଖେ ବାହାରିଲେ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନବୀନ ପଟ୍ଟନାୟକ। ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପତ୍ର ଦେବେ ନବୀନ ।#Odisha#Bhubaneswar#NaveenPatnaikpic.twitter.com/USIXLkhusH
— Odisha Reporter (@OdishaReporter) June 5, 2024
- Jun 05, 2024 10:31 IST
ସୁରଙ୍କୁ ଶକ୍ତ ଧକ୍କା; ମାଟି କାମୁଡ଼ିଲେ ଦୁଇ ପୁଅ
ଏଥର ନିର୍ବାଚନ ଫଳାଫଳ କାହାର ସ୍ୱପ୍ନ ପୂରଣ କରିଛି ତ କାହାର ଆଶାକୁ ଧୂଳିସାତ କରିଛି। କିଏ ଜିତିଛି ତ କିଏ ମାଟି କାମୁଡ଼ିଛି। ହେଲେ ସବୁଠୁ ଅଧିକ କ୍ଷତି ସହିଛନ୍ତି ବରିଷ୍ଠ ରାଜନେତା ସୁରେଶ କୁମାର ରାଉତରାୟ । ... ଆହୁରି ପଢ଼ନ୍ତୁ
- Jun 05, 2024 10:30 IST
ରେକର୍ଡରୁ ବଞ୍ଚିତ ହେଲେ ନବୀନ
ଚଳିତ ବିଧାନସଭା ନିର୍ବାଚନରେ ବିଜେଡି ସରକାରର ପତ୍ତନ ହୋଇଛି। ଏହାସହିତ ଏକ ରେକର୍ଡରୁ ବଞ୍ଚିତ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।... ଆହୁରି ପଢ଼ନ୍ତୁ
- Jun 05, 2024 10:20 IST
ସରକାର ଗଢ଼ିବେ ନା ବିରୋଧୀରେ ବସିବେ, ଆଜି INDIA ବ୍ଲକର ବୈଠକ
ଲୋକସଭା ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ଆଗକୁ ରଣନୀତି କ'ଣ ହେବ ତାକୁ ନେଇ ଆଜି ଇଣ୍ଡି ଆଲାଏନ୍ସର ବୈଠକ ବସିବାକୁ ଯାଇଛି। ଆଜି ସନ୍ଧ୍ୟାରେ ଏହି ବୈଠକ କରିବା କାର୍ଯ୍ୟକ୍ରମ ରହିଛି...ଆହୁରି ପଢ଼ନ୍ତୁ
- Jun 05, 2024 09:59 IST
ସ୍ୱାମୀ-ସ୍ତ୍ରୀ ଜିତିଲେ; ସ୍ୱାମୀ-ସ୍ତ୍ରୀ ହାରିଲେ
ଘଟିଛି ଅପେକ୍ଷାର ଅନ୍ତ। ବାହାରିଛି ଫଳାଫଳ। ରାଜ୍ୟ ରାଜନୀତିରେ କିଏ ବିଜୟର ସ୍ୱାଦ ଚାଖିଥିବା ବେଳେ ଆଉ କାହାର ହୋଇଛି ପରାଜୟ।... ଆହୁରି ପଢ଼ନ୍ତୁ
- Jun 05, 2024 09:58 IST
ଲୋକସଭା ଆସନ ପୋଛିନେଲା ପଦ୍ମ; ଖାତା ଖୋଲିପାରିଲାନି ବିଜେଡି
ଓଡ଼ିଶା ଲୋକସଭା ଆସନରେ ଖାତା ଖୋଲିପାରିଲାନି ବିଜେଡି। ପ୍ରାୟ ସବୁ ପୋଛିନେଲା ବିଜେପି। ରାଜ୍ୟର ୨୧ ଲୋକସଭା ଆସନରୁ ୨୦ଟି ସିଟ୍ ଏକାକୀ ଜିତିଛି ବିଜେପି।... ଆହୁରି ପଢ଼ନ୍ତୁ
- Jun 05, 2024 09:56 IST
ଇସ୍ତଫା ଦେବାକୁ ଆଜି ରାଜଭବନ ଯିବେ ନବୀନ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଥା ରହିଛି। ଜୁନ୍ ୪ ତାରିଖରେ ଏକ୍ସପାରୀ ହୋଇଛି ବିଜେଡି ସରକାର। ଦଳ ପରାସ୍ତ ହୋଇଛି। ଆହୁରି ପଢ଼ନ୍ତୁ ...
- Jun 05, 2024 09:50 IST
କିଛି କ୍ଲିକ୍ କଲେ, କିଛି ଫ୍ଲପ୍ ହେଲେ
ଗ୍ଲାମର ଦୁନିଆର ବହୁ ଅଭିନେତା, ଅଭିନେତ୍ରୀ ଏଥର ନିର୍ବାଚନୀ ମଇଦାନକୁ ଓହ୍ଲାଇଥିଲେ। ତେବେ ସେମାନଙ୍କ ମଧ୍ୟରୁ କିଛି ଜଣ କ୍ଲିକ୍ କରିଥିବା ବେଳେ ଆଉ କିଛି ପାଲଟିଗଲେ ସୁପର ଫ୍ଲପ୍। ... ଆହୁରି ପଢ଼ନ୍ତୁ
- Jun 05, 2024 09:49 IST
୭ ଲକ୍ଷରୁ ଅଧିକ ଭୋଟ୍ରେ ଜିତିଲେ କିର୍ତ୍ତୀ ଆଜାଦ
ରାଜନୀତି ମୈଦାନରେ ପୂର୍ବତନ କ୍ରିକେଟର କିର୍ତ୍ତୀ ଆଜାଦ ମାରିଲେ ଛକା। ପଶ୍ଚିମବଙ୍ଗର ଦୁର୍ଗାପୁରରୁ ଟିଏମ୍ସି ଟିକେଟ୍ରୁ ନିର୍ବାଚନ ଲଢ଼ି ଜିତିଛନ୍ତି କିର୍ତ୍ତୀ ଆଜାଦ। ୭ ଲକ୍ଷରୁ ଅଧିକ ଭୋଟ୍ରେ ସେ ବିଜୟ ହାସଲ କରିଛନ୍ତି...ଆହୁରି ପଢ଼ନ୍ତୁ
- Jun 05, 2024 09:25 IST
ନୋଟାକୁ ମିଳିଛି ୨ ଲକ୍ଷରୁ ଅଧିକ ଭୋଟ୍
ଏନ୍ଡିଏ କି କଂଗ୍ରେସ ନୁହେଁ ଚଳିତ ଲୋକସଭା ନିର୍ବାଚନରେ ଇନ୍ଦୋରରେ ନୋଟା(ନନ୍ ଅଫ୍ ଦ ଏବଭ୍)କୁ ମିଳିଛି ୨ ଲକ୍ଷରୁ ଅଧିକ ଭୋଟ୍। ମଧ୍ୟପ୍ରଦେଶର ଇନ୍ଦୋର ଲୋକସଭା ନିର୍ବାଚନରେ ନୋଟାକୁ ୨,୦୨,୨୧୨ ଭୋଟ୍ ମିଳିଥିବା ସୂଚନା ମିଳିଛି...ଆହୁରି ପଢ଼ନ୍ତୁ
- Jun 05, 2024 09:08 IST
୧୦ ବର୍ଷ ପରେ ରାଜସ୍ଥାନ ଓ ଗୁଜରାଟରେ ଖାତା ଖୋଲିଛି କଂଗ୍ରେସ
କଂଗ୍ରେସର ଗେନିବେନ ଠାକୋର ଗୁଜରାଟର ବନାସକାଣ୍ଠାରେ ଜିତିଛନ୍ତି। ବିଜେପିର ରେଖା ଚୌଧାରୀଙ୍କୁ ସେ ହରାଇଛନ୍ତି। କଂଗ୍ରେସ ମାତ୍ର ଗୋଟିଏ ଆସନରେ ଜିତି ଗୁଜରାଟରେ ଖାତା ଖୋଲିପାରିଛି...ଆହୁରି ପଢ଼ନ୍ତୁ
- Jun 05, 2024 09:07 IST
ବରବାଦ କଲା ଡବଲ ଟିକେଟ, ହାତରୁ ଖସିଗଲା ୬ ଆସନ
ପରିବାର ପିଛା ଡବଲ ଟିକେଟ ଦେବା ବିଜେଡିକୁ ମହଙ୍ଗା ପଡ଼ିଛି। ୩ଟି ପରିବାରର ୨ ଜଣ ଲେଖାଏଁ କରି ୬ ଜଣ ଟିକେଟ ପାଇଥିଲେ ବି ସମସ୍ତେ ଶୋଚନୀୟ ଭାବେ ମାଟି କାମୁଡ଼ିଛନ୍ତି।... ଆହୁରି ପଢ଼ନ୍ତୁ
- Jun 05, 2024 08:44 IST
ମୋଦିଙ୍କ ହ୍ୟାଟ୍ରିକ୍, ଶୁଭେଚ୍ଛା ଜଣାଇଲେ ମେଲୋନିଙ୍କ ଠାରୁ ଆରମ୍ଭ କରି ମୁଇଜ୍ଜୁ
ହ୍ୟାଟ୍ରିକ୍ ମାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଲଗାତର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଏନଡିଏ ସରକାର ଗଢିବାକୁ ଯାଉଛି। ଯଦିଓ ଏଥର ବିଜେପି ନିଜ ବଳରେ ବହୁମତ ହାସଲ କରିପାରିନାହିଁ କିନ୍ତୁ ଏନଡିଏ ୨୯୦ରୁ ଅଧିକ ଆସନରେ ବିଜୟ ହାସଲ କରିଛି...ଆହୁରି ପଢ଼ନ୍ତୁ
- Jun 05, 2024 08:19 IST
ସମଦଶା ଭୋଗିଲେ ତିନି ଦଳର ସଭାପତି
୩ ଦଳର ସଭାପତି ଏହି ନିର୍ବାଚନରେ ଜନମତକୁ ନିଜ ସପକ୍ଷରେ ନେଇ ନ ପାରି ପରାଜିତ ହୋଇଛନ୍ତି। ହେଲେ ଏହି ନିର୍ବାଚନରେ ଲଢ଼େଇ କରୁଥିବା ୩ ଦଳର ମୁଖିଆମାନଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଛି। ... ଆହୁରି ପଢ଼ନ୍ତୁ
- Jun 05, 2024 08:14 IST
ମା' ସୋନିଆଙ୍କ ରେକର୍ଡ ଭାଙ୍ଗିଲେ ରାହୁଲ
ମା' ସୋନିଆ ଗାନ୍ଧିଙ୍କ ରେକର୍ଡ ଭାଙ୍ଗିଲେ କଂଗ୍ରେସ ନେତା ରାହୁଲ ଗାନ୍ଧି। ଉତ୍ତରପ୍ରଦେଶର ରାୟବରେଲି ଲୋକସଭା ଆସନରେ ବିପୁଳ ଭୋଟ୍ରେ ବିଜୟୀ ହୋଇଛନ୍ତି...ଆହୁରି ପଢ଼ନ୍ତୁ
- Jun 04, 2024 23:01 IST
ସମ୍ୱଲପୁରରୁ ଧର୍ମେନ୍ଦ୍ର, କେନ୍ଦ୍ରାପଡ଼ାରୁ ବୈଜୟନ୍ତ, ଭୁବନେଶ୍ୱରରୁ ଅପରାଜିତା
ରାଜ୍ୟର ସବୁଠାରୁ ଚର୍ଚ୍ଚିତ ଲୋକସଭା ଆସନ ଭାବେ ପରିଚିତ ସମ୍ୱଲପୁରରୁ ଧର୍ମେନ୍ଦ୍ର ପ୍ରଧାନ ବିଜୟୀ ହୋଇଥିବା ବେଳେ କେନ୍ଦ୍ରାପଡ଼ାରୁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ରାଜଧାନୀ ଭୁବନେଶ୍ୱରରୁ ଅପରାଜିତା ଷଡଙ୍ଗୀ ଜିତିଛନ୍ତି ... ଅଧିକ ପଢ଼ନ୍ତୁ
- Jun 04, 2024 22:42 IST
ଏମାନେ ଜିତିଲେ
ଆନନ୍ଦପୁର - ଅଭିମନ୍ୟୁ ସେଠୀ (ବଜେଡି)
ଅନୁଗୁଳ - ପ୍ରତାପ ପ୍ରଧାନ (ବିଜେପି)
ଆସିକା - ସରୋଜ ପାଢ଼ୀ (ବିଜେପି) ...... ଅଧିକ ପଢନ୍ତୁ
- Jun 04, 2024 21:37 IST
ମନ୍ମଥଙ୍କୁ ଚକ୍ମା ଦେଇ ବିଜୟୀ ହେଲେ ଅପରାଜିତା
* ଭୁବନେଶ୍ୱର ଲୋକସଭା ଆସନରେ ବିଜେପି ବିଜୟୀ
* ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ବିଜୟୀ ହେଲେ
* ୩୫, ୧୫୨ ଭୋଟରେ ବିଜେଡି ପ୍ରାର୍ଥୀଙ୍କୁ ହରାଇଲେ ଅପରାଜିତା #Odisha#BJP#ElectionResult#2024Election#Politics#BJD#Congresspic.twitter.com/AKiqVvwlZZ— Odisha Reporter (@OdishaReporter) June 4, 2024
- Jun 04, 2024 21:36 IST
ଜିତିଲେ ମାଳବିକା ଦେବୀ
* କଳାହାଣ୍ଡି ଲୋକସଭା ଆସନରେ ବିଜେପି ବିଜୟୀ
* ବିଜେପି ପ୍ରାର୍ଥୀ ମାଳବିକା ଦେବୀ ବିଜୟୀ ହେଲେ
* ୧ ଲକ୍ଷ ୩୩ ହଜାର ୮୧୩ ଭୋଟ ବ୍ୟବଧାନରେ ବିଜୟୀ #Odisha#BJP#ElectionResult#2024Election#Politics#BJD#Congresspic.twitter.com/tgTSdrK49S— Odisha Reporter (@OdishaReporter) June 4, 2024
- Jun 04, 2024 21:35 IST
ବିଜେଡି ବିପର୍ଯ୍ୟୟ: ନବୀନ ଓ ବିଜେଡିକୁ ମହଙ୍ଗା ପଡ଼ିଲା ‘ପାଣ୍ଡିଆନ’ ସାଇଡ୍ ଇଫେକ୍ଟ , ପରାଜୟର ୯ ପ୍ରମୁଖ କାରଣ
ଦୀର୍ଘ ଅଢ଼େଇ ଦଶନ୍ଧି ଧରି ଓଡ଼ିଶାରେ କ୍ଷମତାସୀନ ବିଜେଡିକୁ ଶକ୍ତ ଝଟକା ଦେଇ ବିଜେପି ରାଜ୍ୟରେ ପ୍ରଥମଥର ପାଇଁ ନିଜ ଦମରେ ସରକାର ଗଢ଼ିବାକୁ ଯାଉଛି। ...... ଆହୁରି ପଢନ୍ତୁ
- Jun 04, 2024 21:34 IST
ଲକ୍ଷାଧିକ ଭୋଟ୍ରେ ପ୍ରଣବଙ୍କୁ ହରାଇଲେ ଧର୍ମେନ୍ଦ୍ର
* ସମ୍ବଲପୁର ଲୋକସଭା ଆସନରେ ବିଜେପି ବିଜୟୀ
* ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ବିଜୟୀ ହେଲେ
* ବିଜେଡିର ପ୍ରଣବ ପ୍ରକାଶ ଦାସଙ୍କୁ ହରାଇଲେ ଧର୍ମେନ୍ଦ୍ର
* ୧ ଲକ୍ଷ ୧୯ ହଜାର ୮୩୬ ଭୋଟରେ ହରାଇଲେ #Odisha#BJP#ElectionResult#2024Election#Politics#BJD#Congresspic.twitter.com/xQkqNDeTop— Odisha Reporter (@OdishaReporter) June 4, 2024
- Jun 04, 2024 21:13 IST
ଅଧୀର ରଞ୍ଜନ ଚୌଧୁରୀଙ୍କୁ ହରାଇଲେ ୟୁସୁଫ ପଠାନ
ତାଙ୍କୁ ପୂର୍ବତନ କ୍ରିକେଟର ତଥା ଟିଏମସିର ୟୁସୁଫ ପଠାନଙ୍କ ଠାରୁ ହାରିବାକୁ ପଡ଼ିଛି। ସେ ଅଧୀନର ରଞ୍ଜନଙ୍କୁ ୮୫ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି... ଆହୁରି ପଢ଼ନ୍ତୁ
- Jun 04, 2024 21:13 IST
ପ୍ରଧାନମନ୍ତ୍ରୀ କହିଲେ ଓଡ଼ିଶାରେ ପ୍ରଥମ ଥର ହେବ ବିଜେପି ସରକାର
* ଦଳୀୟ ମୁଖ୍ୟାଳୟରେ ଓଡ଼ିଶା ବିଜୟ ଅବତାରଣା କଲେ ପ୍ରଧାନମନ୍ତ୍ରୀ
* ଓଡ଼ିଶା ଓ ସିକ୍କିମ୍ରେ କଂଗ୍ରେସ ପୂରା ସଫା ହୋଇଯାଇଛି
* ବିଜେପି ଓଡ଼ିଶାରେ ସରକାର ଗଠନ କରିବାକୁ ଯାଉଛି
* ଲୋକସଭାରେ ବି ଓଡ଼ିଶାରେ ବହୁତ ଭଲ ଫଳ ହୋଇଛି
* ମହାପ୍ରଭୁ ଜଗନ୍ନାଥଙ୍କ ଭୂମିରେ ପ୍ରଥମ ଥର ହେବ ବିଜେପି ସରକାର #OdishaVerdict#ElectionResults2024pic.twitter.com/kQYUY4DtqD— Odisha Reporter (@OdishaReporter) June 4, 2024
- Jun 04, 2024 21:07 IST
ପ୍ରଥମ ଥର ପାଇଁ ହାରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଚଳିତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମର ହିଞ୍ଜିଳି ଓ ବଲାଙ୍ଗିର କଣ୍ଟାବାଞ୍ଜିରୁ ନିର୍ବାଚନ ଲଢ଼ୁଥିଲେ। ଉଭୟ ଆସନରେ ବିଜୟୀ ହେବେ ବୋଲି ଆଶା କରାଯାଉଥିଲା ... ଅଧିକ ପଢ଼ନ୍ତୁ
- Jun 04, 2024 20:23 IST
ଗଠନ ହେବ ନୂଆ ଓଡ଼ିଶା: ବୈଜୟନ୍ତ
'#ଆଜିଠାରୁ_ଆରମ୍ଭ_ହେଲା_ନୂଆ_ଓଡ଼ିଶା_ଗଠନ'
ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଜୋରଦାର ସେଲିବ୍ରେସନ। ଓଡ଼ିଶାରେ #BJP ସପକ୍ଷରେ ବହୁମତ ଆସିବା ପରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କହିଛନ୍ତି, ଓଡ଼ିଶା ପାଇଁ ଆଜି ଏକ ଐତିହାସକ ଦିନ। ଓଡ଼ିଆ ଅସ୍ମିତାକୁ ବଞ୍ଚାଇବା ପାଇଁ ଆପଣ ଐତିହାସିକ ମତଦାନ କରିଥିବାରୁ ଧନ୍ୟବାଦ୍ । #Odishapic.twitter.com/dRMIqO4uYC— Odisha Reporter (@OdishaReporter) June 4, 2024
- Jun 04, 2024 20:20 IST
ଐତିହାସିକ ମୁହୂର୍ତ୍ତ: ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଲେ ମୋଦି
ବର୍ତ୍ତମାନ ସୁଦ୍ଧା ଏନଡିଏ ୨୯୦ଟି ଆସନରେ ଆଗରେ ଥିବା ବେଳେ ଇଣ୍ଡିଆ ୨୩୫ ଓ ଅନ୍ୟାନ୍ୟ ଦଳ ୨୮ଟି ଆସନ ଜିତିବାର ଯଥେଷ୍ଟ ସମ୍ଭାବନା ରହିଛି... ଆହୁରି ପଢ଼ନ୍ତୁ
- Jun 04, 2024 20:09 IST
ନବାଗତଙ୍କଠୁ ହାରିଲେ ୧୨ ମନ୍ତ୍ରୀ
ଚଳିତ ନିର୍ବାଚନରେ ରାଜ୍ୟର ୧୨ଜଣ ମନ୍ତ୍ରୀ ପରାଜିତ ହୋଇଛନ୍ତି । ବିଜେପିର ସମସ୍ତ ନବାଗତ(କେବେବି ବିଧାୟକ କି ସାଂସଦ ହୋଇନାହାନ୍ତି)ଙ୍କଠୁ ଏହି ମନ୍ତ୍ରୀମାନେ ପରାଜିତ ହୋଇଛନ୍ତି ।..... ଆହୁରି ପଢନ୍ତୁ
- Jun 04, 2024 20:07 IST
ତାରା ବାହିନୀପତି ବିଜୟୀ
* ଜୟପୁର ବିଧାନସଭାରେ କଂଗ୍ରେସ ବିଜୟୀ
* କଂଗ୍ରେସ ପ୍ରାର୍ଥୀ ତାରା ବାହିନୀପତି ବିଜୟୀ
* ବିଜେଡିର ଇନ୍ଦିରା ନନ୍ଦଙ୍କୁ ହରାଇଲେ ତାରା #Odisha#OdishaVerdict#OdishaElectionResults#ElectionResults2024pic.twitter.com/iFGpyAOO8y— Odisha Reporter (@OdishaReporter) June 4, 2024
- Jun 04, 2024 19:55 IST
ସରାକର ଗଠନ କରିବ କି ଇଣ୍ଡିଆ? ଜାଣନ୍ତୁ ପୂରା ସଂଖ୍ୟା
ବିଜେପି ସହ ମେଣ୍ଟ କରିଥିବା ଟିଡିପି ଓ ଜେଡିୟୁ ଉଭୟ ଇଣ୍ଡିଆ ବ୍ଲକକୁ ଆଡ଼କୁ ଆସିପାରନ୍ତି ବୋଲି ସୂଚନା ମିଳିଛି। ତଥାପି ଆସନ୍ତାକାଲି ବିରୋଧୀ ମେଣ୍ଟ ଇଣ୍ଡିଆର ବୈଠକ ବସି ସବୁ କିଛି ଚୂଡ଼ାନ୍ତ ହେବ... ଆହୁରି ପଢ଼ନ୍ତୁ
- Jun 04, 2024 19:42 IST
ରାଜ୍ୟ ବିଜେପିର ସେଲିବ୍ରେସନ
ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଜୋରଦାର ସେଲିବ୍ରେସନ । ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଏବଂ ନିର୍ବାଚନ ଦାୟିତ୍ୱରେ ଥିବା କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଏକାଠି ହୋଇ ଗୋଟିଏ ମଞ୍ଚରେ ସେଲିବ୍ରେସନ କରିଛନ୍ତି । #Odisha#BJPpic.twitter.com/Yqi7sYy2l0
— Odisha Reporter (@OdishaReporter) June 4, 2024
- Jun 04, 2024 19:37 IST
ମହେଶ ହାରିଲେ, ସୀମାରାଣୀ ଜିତିଲେ
ହିନ୍ଦୋଳ ବିଧାନସଭାରେ ବିଜେପି ବିଜୟୀ, ବିଜେପିର ସୀମାରାଣୀ ନାଏକ ବିଜୟୀ ହେଲେ, ବିଜେଡିର ମହେଶ ସାହୁଙ୍କୁ ହରାଇଲେ #Odisha#OdishaVerdict#OdishaElectionResults#ElectionResults2024pic.twitter.com/ntzxQdDb0m
— Odisha Reporter (@OdishaReporter) June 4, 2024
- Jun 04, 2024 19:24 IST
ଅଶୋକ ଜିତିଲେ
ପାଲଲହଡ଼ା ବିଧାନସଭାରେ ବିଜେପି ବିଜୟୀ, ବିଜେପିର ଅଶୋକ ମହାନ୍ତି ବିଜୟୀ ହେଲେ #Odisha#OdishaVerdict#OdishaElectionResults#ElectionResults2024pic.twitter.com/ZfSQxvZu8I
— Odisha Reporter (@OdishaReporter) June 4, 2024
- Jun 04, 2024 19:21 IST
କଂଗ୍ରେସ ପ୍ରାର୍ଥୀ ରମେଶ ଜେନା ବିଜୟୀ
ସାନଖେମୁଣ୍ଡି ବିଧାନସଭାରେ କଂଗ୍ରେସ ବିଜୟୀ । କଂଗ୍ରେସ ପ୍ରାର୍ଥୀ ରମେଶ ଜେନା ବିଜୟୀ । ଏହି ବିଜୟୀକୁ ନେଇ ରମେଶ ଜେନା କଣ କହିଛନ୍ତି ଶୁଣନ୍ତୁ । #OdishaVerdict#OdishaElectionResults#Congress#ElectionResults2024pic.twitter.com/1uFidW64gM
— Odisha Reporter (@OdishaReporter) June 4, 2024
- Jun 04, 2024 19:17 IST
ପ୍ରଶାନ୍ତ ଜଗଦ୍ଦେବଙ୍କ ଫଟୋରେ କ୍ଷୀର ଢାଳିଲେ ପ୍ରଶଂସକ
ଖୋର୍ଦ୍ଧାରୁ ଜିତିଲେ ପ୍ରଶାନ୍ତ ଜଗଦ୍ଦେବ । ବିଜେଡିର ରାଜେନ୍ଦ୍ର ସାହୁଙ୍କୁ ହରାଇଲେ ଜଗଦ୍ଦେବ । ବିଜେପିର ବିଜୟୀକୁ ନେଇ ପ୍ରଶାନ୍ତ ଜଗଦ୍ଦେବଙ୍କ ଫଟୋରେ କ୍ଷୀର ଢାଳିଲେ ପ୍ରଶଂସକ । #OdishaVerdict#OdishaElectionResults#ElectionResults2024pic.twitter.com/6kFisquhI8
— Odisha Reporter (@OdishaReporter) June 4, 2024
- Jun 04, 2024 19:09 IST
ବିଭୂତି ଜେନା ବିଜୟୀ
* ଗୋପାଳପୁର ବିଧାନସଭାରେ ବିଜେପି ବିଜୟୀ
* ବିଜେପି ପ୍ରାର୍ଥୀ ବିଭୂତି ଜେନା ବିଜୟୀ #OdishaVerdict#OdishaElectionResults#ElectionResults2024pic.twitter.com/pFxG7bSNeH— Odisha Reporter (@OdishaReporter) June 4, 2024
- Jun 04, 2024 19:07 IST
ଜିତିଲେ ନବୀନ ପଟ୍ଟନାୟକ
* ହିଂଜିଳି ବିଧାନସଭାରେ ଜିତିଲେ ନବୀନ ପଟ୍ଟନାୟକ
* ବିଜେପିର ଶିଶିର ମିଶ୍ରଙ୍କୁ ହରାଇଲେ ନବୀନ #OdishaVerdict#OdishaElectionResults#ElectionResults2024pic.twitter.com/RIBu0AcdIS— Odisha Reporter (@OdishaReporter) June 4, 2024
- Jun 04, 2024 19:05 IST
ଗଞ୍ଜାମ ଜିଲ୍ଲାରେ ବିଜେପିର କ୍ଲିନସୁଇପ୍, ନିଜ ସିଟ୍ ବଞ୍ଚାଇବାକୁ ନବୀନ କଲେ ସଂଘର୍ଷ
ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ଆସନକୁ କଂଗ୍ରେସ ପୁଣିଥରେ ନିଜ ପାଖରେ ରଖିଛି । ଦଳର ବିଧାୟକ ରମେଶ ଚନ୍ଦ୍ର ଜେନା ୧୦୬୬୨ଖଣ୍ଡ ଭୋଟ ବ୍ୟବଧାନରେ ବିଜେଡିର ସୁଲକ୍ଷଣା ଗୀତାଞ୍ଜଳି ଦେବୀଙ୍କୁ ପରାଜିତ କରିଛନ୍ତି ... ଅଧିକ ପଢ଼ନ୍ତୁ
- Jun 04, 2024 19:03 IST
ରାଏବରେଲୀ ପରେ ୱାୟନାଡରୁ ବି ଜିତିଲେ ରାହୁଲ ଗାନ୍ଧି
ପ୍ରଥମେ ସେ ଗାନ୍ଧି ପରିବାରର ଗଡ଼ ରାଏବରେଲୀରୁ ଏକତରଫା ବିଜୟ ହାସଲ କରିଥିଲେ। ଏବେ ୱାୟନାଡରୁ ବି ସେ ବାଜିମାରିଛନ୍ତି... ଆହୁରି ପଢ଼ନ୍ତୁ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
