କିଏ କହେ ଗୁଣ୍ଡିଚା ଯାତ। କିଏ କହେ ରଥଯାତରା। କିଏ କହେ ପତିତପାବନ ପର୍ବ ତ ପୁଣି କିଏ କହେ ମହାବେଦୀ ମହୋତ୍ସବ। ଏମିତି ଅନେକ ନାମରେ ପରିଚିତ ଶ୍ରୀମନ୍ଦିର ଶ୍ରୀବିଗ୍ରହମାନଙ୍କ ନବ ଦିନାତ୍ମକ ଯାତ୍ରା- ଗୁଣ୍ଡିଚାରୁ ବାହୁଡ଼ା, ଆଷାଢ଼ ଶୁକ୍ଳ ଦ୍ୱିତୀୟାରୁ ଦଶମୀ। ନବଦିନ ଯାତ୍ରା ପୂର୍ବରୁ ହୋଇଥାଏ ନବଯୌବନ ବେଶ। ତହିଁ ପୂର୍ବରୁ ସ୍ନାନ ଓ ଅନବସର। ମୋଟ ଉପରେ ସ୍ନାନରୁ ଶୟନ ମଧ୍ୟରେ ଅନୁଷ୍ଠିତ ହୁଏ ଅଷ୍ଟାଙ୍ଗ ବିଧି- ଦେବସ୍ନାନ, ଅନବସର, ନବଯୌବନ ଦର୍ଶନ, ଶ୍ରୀଗୁଣ୍ଡିଚା, ହେରା ପଞ୍ଚମୀ, ଆଡ଼ପ ପର୍ବ, ବାହୁଡ଼ା ଓ ନୀଳାଦ୍ରି ବିଜେ। ଶ୍ରୀମନ୍ଦିର ପର୍ବ ପରମ୍ପରା ମଧ୍ୟରେ ଏହି ମାସକର ଯାତ୍ରା ହେଉଛି ଜଗନ୍ନାଥଙ୍କ ଜନ-ଦର୍ଶନ ଯୋଗ। ଏହି ପର୍ବରେ ଶ୍ରୀମନ୍ଦିରର କଟକଣା ବାହାରେ ହୋଇଥାଏ ଦିଅଁଙ୍କ ଦିବ୍ୟ ଦର୍ଶନ- ଜଗନ୍ନାଥ ଦେଖନ୍ତି ତାଙ୍କର ଭକ୍ତ ଜନଗଣଙ୍କୁ, ଜନତା ଦେଖନ୍ତି ସେମାନଙ୍କର ପ୍ରିୟ ପ୍ରଭୁଙ୍କୁ। ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ଓ ଦେଶ ଆଦି ଭେଦ ଭୁଲି ଏଇ ଯାତ୍ରାରେ ସାମିଲ ହୁଅନ୍ତି ଲକ୍ଷଲକ୍ଷ ଲୋକ। ଆଉ ଏଇ ଲୋକମାନଙ୍କ ପାଇଁ ବି ଶ୍ରୀମନ୍ଦିରର ସେବା-ବିଳାସ ଛାଡ଼ି ସାଧାରଣଙ୍କ ପରି ଦାଣ୍ଡକୁ ଓହ୍ଲାଇ ପଡ଼ନ୍ତି ତ୍ରୈଲୋକନାଥ ହରି।
ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ କଳସୀର ପବିତ୍ର ଜଳରେ ସ୍ନାନ କରନ୍ତି ଶ୍ରୀଜିଉ। ଏହି ଅନନ୍ୟ ପରମ୍ପରା ସମସ୍ତ ଜଗନ୍ନାଥ ପ୍ରେମୀଙ୍କୁ ଭାବବିହ୍ୱଳ କରିଦିଏ। କିପରି ହୁଏ ସ୍ନାନ ବିଧି। ୧୦୮ କଳସରୁ କେଉଁ ଠାକୁର କେତେ କଳସରେ ସ୍ନାନ କରନ୍ତି ଜାଣିବା ପାଇଁ ପଢନ୍ତୁ।
ଶ୍ରୀପୁରୁଷୋତ୍ତମ କ୍ଷେତ୍ରରେ ପାଳିତ ହେଉଥିବା ଦ୍ୱାଦଶ ଯାତ୍ରା ଓ ଅନେକ ଉପଯାତ୍ରା ମଧ୍ୟରେ ଶ୍ରୀଗୁଣ୍ଡିଚା ମହୋତ୍ସବ ବା ରଥଯାତ୍ରା ଅତ୍ୟନ୍ତ ପ୍ରସିଦ୍ଧ। ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ରଥଯାତ୍ରା ପାଳନ କରାଯାଏ। ଏହି ଯାତ୍ରାର ଅନ୍ୟନାମ ଘୋଷଯାତ୍ରା, ମହାବେଦୀ ମହୋତ୍ସବ, ପତିତପାବନଯାତ୍ରା, ଦକ୍ଷିଣାଭିମୁଖୀ ଯାତ୍ରା, ନବଦିନାତ୍ମକ ଯାତ୍ରା, ଦଶାବତାର ଯାତ୍ରା, ଗୁଣ୍ଡିଚା ମହୋତ୍ସବ ଓ ଆଡ଼ପ ଯାତ୍ରା ବୋଲି ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି। ଶ୍ରୀସୁଦର୍ଶନଙ୍କ ସହ ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ନୀଳକନ୍ଦର ଛାଡ଼ି ଭକ୍ତଙ୍କ ଗହଣରେ ଜନ୍ମବେଦୀ ଶ୍ରୀଗୁଣ୍ଡିଚାମନ୍ଦିରକୁ ନବଦିନାଙ୍କ ଯାତ୍ରାରେ ବାହାରି ଆସନ୍ତି। ଏହି ଯାତ୍ରା ଦର୍ଶନ କରି ଶ୍ରଦ୍ଧାଳୁଙ୍କୁ ଭକ୍ତି ଓ ମୋକ୍ଷ ମିଳିଥାଏ ବୋଲି ଶାସ୍ତ୍ରରେ ବର୍ଣ୍ଣିତ ରହିଛି।
ଚତୁର୍ଦ୍ଧା ବିଗ୍ରହଙ୍କର ଫେରନ୍ତା ଯାତ୍ରାକୁ ‘ବାହୁଡ଼ା ଯାତ୍ରା’ କୁହାଯାଏ। ଆଷାଢ଼ ଶୁକ୍ଳ ଦଶମୀ ତିଥିରେ ଶ୍ରୀବିଗ୍ରହମାନଙ୍କ ପହଣ୍ଡି ବିଜେ ପୂର୍ବକ ରଥାରୁଢ଼ ହୋଇଥା’ନ୍ତି। ସେମାନେ ଜନ୍ମବେଦୀରୁ ଶ୍ରୀମନ୍ଦିର ଅଭିମୁଖେ ରଥରେ ବସି ଫେରିଥାନ୍ତି।
ବାହୁଡ଼ାଯାତ୍ରା ପରେ ଆଷାଢ଼ ଶୁକ୍ଳ ଏକାଦଶୀ ଦିନ ରଥାରୁଢ଼ ଠାକୁରମାନଙ୍କ ସୁନାବେଶ ଅନୁଷ୍ଠିତ ହୁଏ। ଏହା ‘ବଡ଼ ତଢ଼ାଉ ବେଶ’ ନାମରେ ମଧ୍ୟ କଥିତ। ଠାକୁରମାନେ ମହଣ ମହଣ ସ୍ୱର୍ଣ୍ଣ ଅଳଙ୍କାର ସାଙ୍ଗକୁ ସ୍ୱର୍ଣ୍ଣ କିରୀଟ, ଶ୍ରୀଭୁଜ, ଶ୍ରୀପୟର ଓ ଆୟୁଧ ସହ ଦର୍ଶନ ଦିଅନ୍ତି।
ସୁନାବେଶ ପରଦିନ ଅର୍ଥାତ୍ ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥରୁଢ଼ ଠାକୁମାନଙ୍କୁ ଅଧରପଣା ଅର୍ପଣ କରାଯାଏ। ସ୍ୱତନ୍ତ୍ର ହାଣ୍ଡିରେ ଏହି ପଣା ଠାକୁରମାନଙ୍କୁ ପଞ୍ଚୋପଚାରରେ ପୂଜା କରାଯାଏ। ପରେ ଠାକୁରଙ୍କ ଅଥର ଚୁମ୍ପିତ ପଣା ଭର୍ତ୍ତି ହୋଇରହିଥିବା ବିଶାଳ ହାଣ୍ଡିକୁ ଭାଙ୍ଗି ରଥର ପାର୍ଶ୍ୱ ଦେବଦେବୀ, ଯକ୍ଷ, କିନ୍ନର, ଚଣ୍ଡି, ଚାମୁଣ୍ଡାଙ୍କୁ ଉତ୍ସର୍ଗ କରିଦିଆଯାଏ।
ଅଧରପଣା ପରଦିନ ଅର୍ଥାତ୍ ଆଷାଢ଼ ଶୁକ୍ଳ ତ୍ରୟୋଦଶୀ ଦିନ ଠାକୁରମାନଙ୍କ ନୀଳାଦ୍ରି ବିଜେ ଉତ୍ସବ ହୋଇଥାଏ। ଗୋଟି ପହଣ୍ଡିରେ ରଥରୁ ଓହ୍ଲାଇ ଠାକୁରମାନେ ଶ୍ରୀମନ୍ଦିରକୁ ବିଜେ କରିଥାନ୍ତି। ଏହି ସମୟରେ ଲକ୍ଷ୍ମୀନାରାୟଣ କଳି ନାମରେ ଏକ ନୀତି ମଧ୍ୟ ହୋଇଥାଏ। ଲକ୍ଷ୍ମୀଙ୍କ ମାନଭଞ୍ଜନ ନିମନ୍ତେ ଏହି ସମୟରେ ଶ୍ରୀଜଗନ୍ନାଥଙ୍କ ପକ୍ଷରୁ ସେବକମାନେ ରସଗୋଲା ଭୋଗ କରାଯାଇଥାଏ। ମହାରାଣୀ ଶ୍ରୀଗୁଣ୍ଡିଚାଙ୍କୁ ଠାକୁର ଦେଇଥିବା ବର ମୁତାବକ ଏହି ନବଦିନାଙ୍କ ରଥଯାତ୍ରା ଶ୍ରୀକ୍ଷେତ୍ରରେ ହେଉଥିବା ପୁରାଣରେ ବର୍ଣ୍ଣିତ।
୧୩ ଦିନ ପରେ ନୀଳାଚଳ ଅବଢା ପାଇବାକୁ ଶ୍ରଦ୍ଧାଳୁଙ୍କ ମନରେ ଉତ୍କଣ୍ଠା ଦେଖାଦେଇଛି।
ଜଷ୍ଟିସ୍ ରଥ କହିଛନ୍ତି, ଭିତର ରତ୍ନଭଣ୍ଡାର ସିନ୍ଦୁକ ଓ ଆଲମିରାରେ କିଛି ଯୁଦ୍ଧ ସାମଗ୍ରୀ ରହିଛି। ସେଥିରେ କେତେକ ତେଣ୍ଟା ବର୍ଛା ଆଦି ଥିବା ଦେଖିବାକୁ ମିଳିଛି। ତେବେ ସେ ଅସ୍ତ୍ରଶସ୍ତ୍ର ଗୁଡ଼ିକ କଳା ପଡ଼ିଯାଇଥିବାରୁ ତାହା କେଉଁ ଧାତୁରେ ତିଆରି ଜଣାପଡ଼ିନି।
ମହାପ୍ରଭୁଙ୍କର ୧୨ ଦିନର ମାନବୀୟ ଲୀଳାଖେଳାର ଆଜି ଅନ୍ତିମ ପର୍ବ ନୀଳାଦ୍ରିବେଜି। ରଥ ଉପରୁ ରତ୍ନସିଂହାସନକୁ ବିଜେ କରିବେ ମହାପ୍ରଭୁ।
ଅଧରପଣା ନୀତିକାନ୍ତି ଠିକ୍ ଭାବେ ତୁଲାଇବାକୁ ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି।
ଆଜି ସଂଧ୍ୟା ଆଳତି ଓ ଏକାଦଶୀ ସର୍ବାଙ୍ଗ ପରେ ଆରମ୍ଭ ହୋଇଥିଲା ସୁନାବେଶ ପ୍ରସ୍ତୁତି। ସିଂହଦ୍ୱାର ଦେଇ ସେବାୟତମାନେ ରଥ ଉପରକୁ ଗୋଟିକ ପରେ ଗୋଟିଏ ଦୁର୍ମୂଲ୍ୟ ଅଳଙ୍କାର ବୋହି ନେବା ବେଳେ ଝଲସି ଉଠିଥିଲା ଶ୍ରଦ୍ଧାଳୁଙ୍କ ଆଖି।
ଭକ୍ତଙ୍କ ଶୃଙ୍ଖଳିତ ସୁନାବେଶ ଦର୍ଶନ ପାଇଁ ସେବାୟତମାନେ SOPକୁ ଠିକ୍ ଭାବେ ପାଳନ କରିବେ ।
ଭକ୍ତଙ୍କ ଭିଡ଼କୁ ନଜରରେ ରଖି ପୁରୀରେ ଟ୍ରାଫିକ୍ ବ୍ୟବସ୍ଥା ଉପରେ ବିଶେଷ ଧ୍ୟାନ ଦିଆଯାଇଛି।
ରାତି ୧୦ଟା କିମ୍ବା ୧୧ଟା ଯାଏଁ ଏହି ଦୁର୍ଲଭ ବେଶ ଦର୍ଶନର ସୁଯୋଗ ପାଇବେ ଶ୍ରଦ୍ଧାଳୁ।