“ବିଜେଡି ସରକାର ବିରୁଦ୍ଧରେ ପ୍ରଚଣ୍ଡ ଓ ନିର୍ଣ୍ଣାୟକ ଲଢ଼େଇ କରିବ ବିଜେପି”

ସମୀର ମହାନ୍ତିଙ୍କ ସ୍ଥାନରେ ଦଳର ଅଭିଜ୍ଞ ଓ ପୁରୁଖା ନେତା ୬୪ବର୍ଷୀୟ ମନମୋହନ ସାମଲଙ୍କୁ ବିଜେପି ରାଜ୍ୟ ସଭାପତି ଭାବେ ନିଯୁକ୍ତି ଦେଇଛି ।

Manmohan Samal PhotoOR

ମନମୋହନ ସାମଲ

Ordigital Desk
  • Published: Thursday, 23 March 2023
  • Updated: 23 March 2023, 08:57 PM IST

Sports

Latest News

୨୦୨୪ ସାଧାରଣ ନିର୍ବାଚନକୁ ନେଇ ରାଜ୍ୟରେ ରାଜନୀତିକ ଉଷ୍ମତା ଓ ଛକାପଞ୍ଝା ବଢ଼ିଥିବାବେଳେ ଓଡ଼ିଶାରେ ଅଚାନକ ନିଜର ରାଜ୍ୟ ମୁଖିଆଙ୍କୁ ପରିବର୍ତ୍ତନ କରିଛି ବିଜେପି। ଅପ୍ରତ୍ୟାଶିତ ଢଙ୍ଗରେ ସମୀର ମହାନ୍ତିଙ୍କ ସ୍ଥାନରେ ଦଳର ଅଭିଜ୍ଞ ଓ ପୁରୁଖା ନେତା ୬୪ବର୍ଷୀୟ ମନମୋହନ ସାମଲଙ୍କୁ ବିଜେପି ରାଜ୍ୟ ସଭାପତି ଭାବେ ନିଯୁକ୍ତି ଦେଇଛି। ଏଭଳି ଅଚାନକ ରାଜ୍ୟ ସଭାପତି ପରିବର୍ତ୍ତନ ସହ ବିଜେପି କେନ୍ଦ୍ରୀୟ ନେତୃତ୍ୱ ନିଜର ଦୀର୍ଘ ୪ଦଶନ୍ଧି ପୁରୁଣା ବିଶ୍ୱସ୍ତ ଯୋଦ୍ଧା ମନମୋହନଙ୍କ ଉପରେ ପୁଣିଥରେ ଆସ୍ଥା ପ୍ରକଟ କରି ଆଗାମୀ ସାଧାରଣ ନିର୍ବାଚନରେ ତାଙ୍କୁ ଓଡ଼ିଶାରେ ବିଜେପିର ମଙ୍ଗୁଆଳ କରାଇଛନ୍ତି। ତୃତୀୟ ଥର ପାଇଁ ରାଜ୍ୟ ବିଜେପିର ସଭାପତି ନିଯୁକ୍ତି ପାଇଥିବା ମନମୋହନଙ୍କ ପାଇଁ ଆଗାମୀ ଦିନରେ ଅନେକ ଚ୍ୟାଲେଞ୍ଜ ରହିଥିବାବେଳେ କ୍ଷମତାସୀନ ବିଜେଡି ସରକାର ବିରୁଦ୍ଧରେ ସାଧାରଣ ଲୋକଙ୍କ ଭିତରେ ବଢ଼ୁଥିବା ଅସନ୍ତୋଷ ଓ ଆକ୍ରୋଶକୁ ନିଜର ପୁଞ୍ଜି କରି ପ୍ରଚଣ୍ଡ ଓ ନିର୍ଣ୍ଣାୟକ ଲଢ଼େଇ ବିଜେପି କରିବ ବୋଲି ମନମୋହନ କହିଛନ୍ତି। ଆଜି ଅପରାହ୍ନରେ ଶ୍ରୀ ସାମଲଙ୍କ ସହ ‘ଓଡ଼ିଶା ରିପୋର୍ଟର’ର ବରିଷ୍ଠ ସାମ୍ବାଦିକ ପ୍ରକାଶ ସେଠୀ ଙ୍କ ଏକ ସ୍ୱତନ୍ତ୍ର ସାକ୍ଷାତକାର।

ପ୍ରଶ୍ନ: ସାଧାରଣ ନିର୍ବାଚନକୁ ଆଉ ପ୍ରାୟ ୧୦ମାସ ବାକି ଅଛି । ଅଚାନକ ଆପଣଙ୍କୁ ରାଜ୍ୟ ବିଜେପିର ସଭାପତି ଦାୟିତ୍ୱ ମିଳିଲା । ସମୟ କମ୍‌, ଚ୍ୟାଲେଞ୍ଜ ବେଶୀ । ଆପଣ ମଙ୍ଗୁଆଳ ଭାବେ ସଫଳ ହେବାକୁ ନେଇ କେତେ ଆଶାବାଦୀ?

ଉତ୍ତର: ଦେଖନ୍ତୁ, ଓଡ଼ିଶାର ସାଧାରଣ ଲୋକେ ପରିବର୍ତ୍ତନ ଚାହୁଁଛନ୍ତି । ରାଜ୍ୟରେ ବିକଳ୍ପ ସରକାର ବିଜେପି କରୁ ବୋଲି ସାଧାରଣ ଲୋକେ ଚାହୁଁଛନ୍ତି। ସେମାନେ ହିଁ ନେତୃତ୍ୱ ନେବେ, ରଣନୀତି କରିବେ । ତେଣୁ ମୋ’ ପାଇଁ କିଛି ଚିନ୍ତାର କାରଣ ନାହିଁ । ଆମର ପୁରା ଟିମ୍ କାର୍ଯ୍ୟରେ ଲାଗିବ । ଆମେ ନିଶ୍ଚିତ ବିକଳ୍ପ ସରକାର ଦେବୁ । ବିଜେପି ମାନେ ହିଁ ବିକାଶ ଓ ବିଜେପି ଯେଉଁଠି ବିକାଶ ସେଇଠି ।

ପ୍ରଶ୍ନ: ମଙ୍ଗୁଆଳ ତ ଆପଣ, ଦାୟିତ୍ୱ ତ ଆପଣଙ୍କ ଉପରେ?

ଉତ୍ତର: ସମସ୍ତେ ମିଳିମିଶି କାର୍ଯ୍ୟ କରିବୁ । ଏ ଦାୟିତ୍ୱ କେବଳ ମୋର ନୁହେଁ । ରାଜ୍ୟରେ ଏକ ବିକଳ୍ପ ସରକାର ଦେବା ପାଇଁ ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବୁ । ସାମୂହିକ ନିଷ୍ପତ୍ତି ଓ ଦାୟିତ୍ୱର ସହ । ଆମ ସମସ୍ତଙ୍କର ଉତ୍ତରଦାୟିତ୍ୱ ବି ରହିବ । ଉଭୟ ସଂଗଠନ ଓ ରାଜ୍ୟବାସୀଙ୍କ ପ୍ରତି ।

ପ୍ରଶ୍ନ: ସମୀର ମହାନ୍ତି ୨୦୨୪ ସାଧାରଣ ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ସଭାପତି ପଦରେ ରହିବେ ବୋଲି ଗତ ୨ମାସ ପୂର୍ବରୁ ଦଳ ପକ୍ଷରୁ କୁହାଯାଇଥିଲା । ଅଚାନକ ତାଙ୍କୁ ପରିବର୍ତ୍ତନ କରାଗଲା, ଆପଣଙ୍କୁ ଦାୟିତ୍ୱ ମିଳିଲା । କ’ଣ ଏହାପଛରେ ଉଦ୍ଦେଶ୍ୟ?

ଉତ୍ତର: ସଭାପତି ପରିବର୍ତ୍ତନ କରିବା ନିଷ୍ପତ୍ତି ବିଜେପି ସଂସଦୀୟ ଦଳର । ଏ ସମ୍ପର୍କରେ ଆଜି ସକାଳ ସାଢ଼େ ୧୦ଟାରେ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ଫୋନ୍ ଆସିଥିଲା । ସଂସଦୀୟ ଦଳର ନିଷ୍ପତ୍ତି ସେ ମୋତେ ଶୁଣାଇଥିଲେ ଓ ଦାୟିତ୍ୱ ନିଅନ୍ତୁ ବୋଲି କହିଥିଲେ । ପରେ ରାଜ୍ୟ ସଭାପତି ସମୀର ମହାନ୍ତି ମଧ୍ୟ ଫୋନ୍ କରି ସଭାପତି ନିଯୁକ୍ତି ବିଷୟରେ ସୂଚନା ଦେଇଥିଲେ ଓ କିଛି ସମୟ ଭିତରେ ଦଳ ପକ୍ଷରୁ ପ୍ରେସ୍ ସୂଚନା ଜାରି ହୋଇଥିଲା । ତେଣୁ ପରିବର୍ତ୍ତନ କାହିଁକି କରାଗଲା ତାହା ସଂସଦୀୟ ବୋର୍ଡ ହିଁ କହିପାରିବ ।

ପ୍ରଶ୍ନ: ୨୦୧୭ ପଂଚାୟତ ନିର୍ବାଚନରେ କଂଗ୍ରେସକୁ ପଛରେ ପକାଇ ବିଜେପି ରାଜ୍ୟରେ ଦ୍ୱିତୀୟ ସର୍ବବୃହତ୍ ଦଳ ପାଲଟିଲା । ଯେଉଁ ସଫଳତା ଦଳକୁ ମିଳିଥିଲା ତାହା ୨୦୨୨ ପଂଚାୟତ ନିର୍ବାଚନରେ ଦେଖିବାକୁ ମିଳିଲାନି? ଯଦିଓ ତୃଣମୂଳସ୍ତରରେ ଦଳ ରାଜ୍ୟ ୩୬-୩୭ହଜାର ବୁଥ୍ କମିଟି କାର୍ଯ୍ୟ କରୁଛି ବୋଲି ବାରମ୍ବାର କହୁଛି । ସଫଳତା କାହିଁକି ମିଳୁନି?

ଉତ୍ତର: ଆମେ କେବେ ବି କହିନୁ ଆମର ୩୭ହଜାର ବୁଥ କମିଟି ସକ୍ରିୟ ହୋଇ କାର୍ଯ୍ୟ କରୁଛନ୍ତି । ଆମେ କହିଛୁ ୩୭ହଜାର ବୁଥ୍ କମିଟି ଗଠନ ପାଇଁ ଲକ୍ଷ୍ୟ ରଖିଛୁ । ଏବେ ଦେଢ଼ମାସ ଧରି ଆମର ବୁଥ୍ ସଶକ୍ତିକରଣର ସାଂଗଠନିକ କାର୍ଯ୍ୟକ୍ରମ ଚାଲିଛି । ଚଳିତମାସ ୩୧ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ କୁହାଯାଇଛି । ଏପ୍ରିଲ ୨ତାରିଖରେ ଏହି ରୂପରେଖ ଆସିଯିବ । ବାସ୍ତବରେ କେତେ ବୁଥ୍ କମିଟି ସକ୍ରିୟ ରହିଛି, ତାହାର ସ୍ପଷ୍ଟ ଚିତ୍ର ଆସିବା ପରେ ଦଳ ପକ୍ଷରୁ ପରବର୍ତ୍ତୀ ପଦକ୍ଷେପ ନିଆଯିବ । ସଂଗଠନକୁ ସୁଦୃଢ଼ କରିବା ପାଇଁ ଯେଉଁଠି ଯାହା କରିବା ଆବଶ୍ୟକ ପଡ଼ିବ, ତାହା ଶୀଘ୍ର କରାଯିବ।

ପ୍ରଶ୍ନ:  ବିଜେପିର କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସମ୍ପର୍କ ଓ କେନ୍ଦ୍ରର ବିଜେପି ସରକାରକୁ ସବୁ ପ୍ରସଙ୍ଗରେ ବିଜେଡିର ସମର୍ଥନକୁ ନେଇ ରାଜ୍ୟବାସୀଙ୍କ ମନରେ ଦ୍ୱନ୍ଦ୍ୱ ଲାଗି ରହୁଛି । ବିଜେପି-ବିଜେଡି ଭିତରେ ନିଶ୍ଚୟ କିଛି ଚାଲିଛି । ଏ ଦ୍ୱନ୍ଦ୍ୱକୁ ଦୂର କରିବାରେ ଆପଣ ସକ୍ଷମ ହେବେ ତ?

ଉତ୍ତର: ଦେଖନ୍ତୁ, ଲୋକେ ଆଦୌ ଦ୍ୱନ୍ଦ୍ୱରେ ନାହାନ୍ତି । ଲୋକେ ମନ ସ୍ଥିର କରିସାରିଛନ୍ତି, ରାଜ୍ୟରେ ପରିବର୍ତ୍ତନ କରିବେ । ରାଜ୍ୟରେ ତୀବ୍ର ଜନଅସନ୍ତୋଷ ରହିଛି, ଯାହା ବିସ୍ଫୋରଣ ହେବାକୁ ଯାଉଛି । ଲୋକେ ବିଜେପିକୁ ବିକଳ୍ପ ଭାବେ ରାଜ୍ୟରେ ଦେଖୁଛନ୍ତି ଓ ବିକଳ୍ପ ସରକାର ବିଜେପି କରୁ ବୋଲି ଚାହୁଁଛନ୍ତି । ବିଜେପି-ବିଜେଡି ଭିତରେ ଭଲ ସମ୍ପର୍କ କଥା କେବଳ ଗଣମାଧ୍ୟମରେ ଚର୍ଚ୍ଚା ଓ କିଛି ନିର୍ଦ୍ଦିଷ୍ଟ ରାଜନୀତିକ ସମର୍ଥିତ ଲୋକମାନଙ୍କ ଦ୍ୱାରା ହେଉଥିବା ଚର୍ଚ୍ଚା । ଯେଉଁଥିରେ କିଛି ସତ୍ୟତା ନାହିଁ । ସାଧାରଣ ଲୋକଙ୍କ ମନ ପରିଷ୍କାର ଅଛି, ସେମାନେ ପରିବର୍ତ୍ତନ ଚାହାଁନ୍ତି ଓ ବିଜେଡିର ବିକଳ୍ପ ଭାବେ ରାଜ୍ୟରେ ବିଜେପିକୁ ଦେଖୁଛନ୍ତି ।

ପ୍ରଶ୍ନ: ଆପଣ ଜନ ଅସନ୍ତୋଷ କଥା କହୁଛନ୍ତି, କିନ୍ତୁ ବିଜେପି ଏହି ଅସନ୍ତୋଷରୁ ଫାଇଦା ନେଇପାରୁନି କି ତୃଣମୂଳସ୍ତରରେ ବିଜେଡି ସରକାର ବିରୋଧରେ ଜନମତ ସୃଷ୍ଟି କରିପାରୁନି କାହିଁକି?

ଉତ୍ତର: ଧାମନଗର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଜିତିବା ପରେ ରାଜ୍ୟତମାମ ବାଣ ଫୁଟିଥିଲା । ବିଜେଡି ସରକାର ଓ ଦଳ ପ୍ରତି ଲୋକଙ୍କ ଭିତରେ ଜନ ଅସନ୍ତୋଷ କିଭଳି ରହିଛି ତାହା ତା’ର ପ୍ରମାଣ ମିଳିଥିଲା । ବିଜେଡି ପ୍ରାର୍ଥୀଙ୍କ ପରାଜୟକୁ ନେଇ ସାଧାରଣ ଲୋକେ ବି ଖୁସି ବ୍ୟକ୍ତ କରିଥିଲେ । ଲୋକେ ଯେହେତୁ ଏଠାରେ ବିକଳ୍ପ ସରକାର ଚାହୁଁଛନ୍ତି ଓ ବିଜେପିକୁ ବିକଳ୍ପ ଭାବେ ଦେଖୁଛନ୍ତି, ତେଣୁ ବିଜେପି ଲୋକଙ୍କ ସହ ରହି ବିକଳ୍ପ ଦେବାକୁ କାର୍ଯ୍ୟ ଜାରି ରଖିବ । ଓଡ଼ିଶା ଧନୀ, ଲୋକେ ଗରିବ । ଦୁର୍ନୀତି, ଭ୍ରଷ୍ଟାଚାର, ବ୍ୟଭିଚାର ଯୋଗୁ ରାଜ୍ୟରେ ସ୍ଥିତି ଅସହ୍ୟ ହେଲାଣି । ରାଜ୍ୟରେ ଖଣିଜ ସମ୍ପଦର ପ୍ରାର୍ଚୁଜ୍ୟ ରହିଛି । ଜଳସମ୍ପଦ ବି ରହିଛି । ପର୍ଯ୍ୟଟନର ବିକାଶର ସମ୍ଭାବନା ମଧ୍ୟ ଅଛି । କିନ୍ତୁ ଦାଦନ ଖଟିବାକୁ ଆମ ଲୋକମାନେ ରାଜ୍ୟ ବାହାରକୁ ଯାଉଛନ୍ତି । ଚାଷୀଙ୍କୁ ଉପେକ୍ଷା କରାଯାଉଛି । ଚାଷୀଙ୍କ ପାଇଁ ଜଳସେଚନ ବ୍ୟବସ୍ଥା ନାହିଁ କି ସେମାନଙ୍କୁ ଉତ୍ପାଦିତ ସାମଗ୍ରୀ ପାଇଁ ଉଚିତ୍ ଦାମ ବି ମିଳୁନି । ଓଲଟା ରାଜ୍ୟ ସରକାର ଚାଷୀର ପଇସା କାଟୁଛନ୍ତି । ତେଣୁ ଗାଁ ଗାଁରେ ଲୋକଙ୍କ ଭିତରେ ଅସନ୍ତୋଷ ବଢ଼ିବାରେ ଲାଗିଛି ।

ପ୍ରଶ୍ନ: ଯଦି ସାଧାରଣ ଲୋକଙ୍କ ଭିତରେ ଏତେ ଅସନ୍ତୋଷ ଓ ଆକ୍ରୋଶ ରହିଛି, ତା’ହେଲେ ବିଜେପି ସେଥିରୁ ଫାଇଦା ନେଉନି କାହିଁକି? କ’ଣ ସମସ୍ୟା ରହୁଛି?

ଉତ୍ତର: ତୃଣମୂଳସ୍ତରରେ ସଂଗଠନକୁ ସୁଦୃଢ଼ କରାଯାଉଛି । ବୁଥସ୍ତରରେ ସଂଗଠନକୁ ସୁଦୃଢ଼ କରାଯିବା ସହ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଜନଅସନ୍ତୋଷକୁ ବ୍ୟାପକ କରିବା ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବ । ଲୋକଙ୍କ ସମସ୍ୟାକୁ ନେଇ ଆଗାମୀ ଦିନରେ ବିଜେପି ନିଜର ଆନ୍ଦୋଳନକୁ ତୀବ୍ରତର କରିବ । ଲୋକଙ୍କ ଆକ୍ରୋଶର ବିସ୍ଫୋରଣ ହେବ ଓ ସେ ବିସ୍ଫୋରଣରେ ଏ ବିଜେଡି ସରକାରର ପତନ ନିଶ୍ଚିତ । ଆଉ ବିଜେପି ହିଁ ରାଜ୍ୟରେ ବିକଳ୍ପ ଓ ବିକାଶର ସରକାର ଦେବ।

ପ୍ରଶ୍ନ: ବିଜେଡି ପ୍ରତି ବିଜେପିର ଆଭିମୁଖ୍ୟରେ କିଛି ପରିବର୍ତ୍ତନ ଆସିବ ନା, “କଭି ପ୍ୟାର୍ କଭି ତକରାର୍‌” ଭଳି ରହିବ।

ଉତ୍ତର: ବିଜେପିର ଆଭିମୁଖ୍ୟ ସବୁବେଳେ ସ୍ପଷ୍ଟ । ରାଜ୍ୟରେ ବିଜେଡି ପ୍ରତି ଆଭିମୁଖ୍ୟ ଅଧିକ ଆକ୍ରମଣାତ୍ମକ ହେବ । ଲଢ଼େଇ ପ୍ରଚଣ୍ଡ ଓ ନିର୍ଣ୍ଣାୟକ ହେବ । ଆମର ଲକ୍ଷଲକ୍ଷ କର୍ମୀ ଓ କର୍ମକର୍ତ୍ତାମାନେ କଠିନ ପରିଶ୍ରମ କରିବେ ଓ ବିଜେଡି ସରକାରର ପତନ ଏକମାତ୍ର ଲକ୍ଷ୍ୟ ହେବ । ବିକାଶ ଯେଉଁଠି ବିଜେପି ସେଇଠି । ତେଣୁ ରାଜ୍ୟବାସୀଙ୍କ ଆଶା ଓ ବିଶ୍ୱାସକୁ ନେଇ ରାଜ୍ୟରେ ବିଜେପି ଆଗାମୀ ଦିନରେ ସରକାର ଗଢ଼ିବ ଓ ବିକଳ୍ପ ସରକାର ଦେବ।

ପ୍ରଶ୍ନ: ଲଢ଼େଇ ଜୋରଦାର କଥା ଆପଣ କହୁଛନ୍ତି, କିନ୍ତୁ ନବ ଦାସ ହତ୍ୟା ମାମଲା, ମମିତା ମେହେର ହତ୍ୟା, ମାହାଙ୍ଗା ଡବଲ ମର୍ଡର ଓ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଭଳି ଘଟଣାରେ ବିଜେଡି ସରକାରର ବିରୁଦ୍ଧରେ ଲଢ଼େଇ ଓ ଆନ୍ଦୋଳନକୁ ବିଜେପି ନିର୍ଣ୍ଣାୟକସ୍ତରକୁ ନେଇପାରିଲାନି, ଜନସଚେତନତା ସୃଷ୍ଟି କରିବାରେ ବିଫଳ ହେଲା କାହିଁକି?

ଉତ୍ତର:  ଦେଖନ୍ତୁ, ଅନେକ ସମୟରେ ବଡ଼ ବଡ଼ ଇସ୍ୟୁରେ ନିର୍ଣ୍ଣାୟକସ୍ତରରେ ପହଂଚିବାର ସମ୍ଭାବନା ବେଶୀ ନଥାଏ। ଗୋଟିଏ ଛୋଟ ଘଟଣା ବା ଇସ୍ୟୁରେ ହିଁ ସରକାର ବଦଳିଯାଏ। ଲୋକଙ୍କ ଧ୍ୟାନ ସେହି ଛୋଟ ଇସ୍ୟୁ ଉପରେ ଏଭଳି ରୁହେ ଯେ, ସରକାରର ପତନ ହୋଇଯାଏ । ଏହାର ଅନେକ ଉଦାହରଣ ରହିଛି । ବିଜେଡି ସରକାର ବିରୋଧରେ ଜନ ଆକ୍ରୋଶ ଓ ଜନ ଅସେନ୍ତାଷକୁ ନେଇ ବିଜେପି ନିର୍ଣ୍ଣାୟକ ଲଢ଼େଇ କରିବ ଓ ସଫଳ ବି ହେବ।

  • ସଂକ୍ଷେପରେ ମନମୋହନ

୧୯୭୯ ମସିହାରେ ଭଦ୍ରକ କଲେଜ ଛାତ୍ର ସଂସଦ ସଭାପତି ଭାବେ ନିର୍ବାଚିତ ହୋଇ ନିଜର ରାଜନୀତିକ କ୍ୟାରିୟର ଆରମ୍ଭ କରିଥିବା ମନମୋହନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)ର ସକ୍ରିୟ ସଦସ୍ୟ  ହୋଇ ଅନେକ ଗୁରୁଦାୟିତ୍ୱ ତୁଲାଇଥିଲେ । ୧୯୮୨ ମସିହାରେ ସେ ବିଜେପିରେ ସାମିଲ ହୋଇଥିଲେ । ୧୯୯୯ ମସିହାରୁ ୨୦୦୪ ମସିହା ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ବିଜେପିର ଷଷ୍ଠ ଓ ସପ୍ତମ ରାଜ୍ୟ ସଭାପତି ଭାବେ କାର୍ଯ୍ୟ କରିଛନ୍ତି । ୨୦୦୦ ମସିହାରେ ରାଜ୍ୟସଭା ସଦସ୍ୟ ଓ ୨୦୦୪ ମସିହାରେ ଧାମନଗରରୁ ପ୍ରଥମଥର ବିଧାନସଭାକୁ ନିର୍ବାଚିତ ହୋଇ ବିଜେଡି-ବିଜେପି ମେଂଟ ସରକାରରେ ରାଜସ୍ୱ ମନ୍ତ୍ରୀ ଭଳି ଗୁରୁଦାୟିତ୍ୱ ତୁଲାଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story