ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁରୀର ବଗଲା ଧର୍ମଶାଳା ଜମି ବିକ୍ରିକୁ ନେଇ ପୁଣି ରାଜ୍ୟ ସରକାର ଓ ପୁରୀ ଜିଲ୍ଲାପାଳଙ୍କୁ ଟାର୍ଗେଟ କରିଛି କଂଗ୍ରେସ। ଏନେଇ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ମୁଖପାତ୍ର ସତ୍ୟପ୍ରକାଶ ନାୟକ କହିଛନ୍ତି, ବଗଲା ଧର୍ମଶାଳା ଜମି ବିକ୍ରି ଗୋଟିଏ ବଡ଼ ଦୁର୍ନୀତି।
ଜମି ବିକ୍ରି ହୋଇନାହିଁ ବୋଲି ଜିଲ୍ଲାପାଳ ଦେଇଥିବା ସଫେଇକୁ ସମାଲୋଚନା କରି କଂଗ୍ରେସ କହିଛି ଯେ, ଜିଲ୍ଲାପାଳ ବେଇମାନି କରିଛନ୍ତି। ଗତବର୍ଷ ଅକ୍ଟୋବର ୫ରେ ପୁରୀ ପୌରପାଳିକା ପକ୍ଷରୁ ନଗର ଉନ୍ନୟନ ବିଭାଗକୁ ଲେଖାଯାଇଥିବା ଚିଠିରେ ଉଲ୍ଲେଖ କରାଯାଇଛି ଯେ, ବଗଲା ଧର୍ମଶାଳା ଜମିକୁ ପୁରୀ ରାଜସ୍ୱ ବିଭାକୁ ଅଭଡ଼ା ସ୍କିମ୍ ପାଇଁ ଦିଆଯିବ। ଜମି ଦିଆଯିବା ପାଇଁ ଟର୍ମ ଓ କଣ୍ଡିସନ ରହିବ। ଟର୍ମ ଓ କଣ୍ଡିସନ ପ୍ରସ୍ତୁତ ହୋଇନଥିବା ବେଳେ ଜମି ଦିଆଯିବା ଉପରେ କଂଗ୍ରେସ ପ୍ରଶ୍ନ ଉଠାଇଛି। ଜିଲ୍ଲାପାଳ କେଉଁ ଶକ୍ତି ବଳରେ ଏ ଜମି ବିକିଛନ୍ତି? ୨୪ ଘଣ୍ଟା ଭିତରେ ତାହା ଦର୍ଶାଇବାକୁ କଂଗ୍ରେସ ଦାବି କରିଛି।
ସେପଟେ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି, ଏ ସଂପର୍କରେ ପୁରୀ ଜିଲ୍ଲାପାଳ ଆଗରୁ ମତ ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ମକର ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ, ସୁରକ୍ଷା କଡ଼ାକଡ଼ି
ଆଜି ପବିତ୍ର ମକର ସଂକ୍ରାନ୍ତି। କେନ୍ଦୁଝର ଜିଲ୍ଲାର ଗଣପର୍ବ ହେଉଛି ମକର ସଂକ୍ରାନ୍ତି। ଏହି ଅବସରରେ କେନ୍ଦୁଝର ଜିଲ୍ଲା ପାଟଣାରେ ପହଞ୍ଚି ବୈତରଣୀ ନଦୀରେ ବୁଡ଼ ପକାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
Politics
ମଧ୍ୟାହ୍ନ ଭୋଜନରେ ମିଳିବ କ୍ଷୀର! ଆରମ୍ଭ ହେଲା ପାଇଲଟ ପ୍ରୋଜେକ୍ଟ
ଆଗାମୀ ଦିନରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ ମିଳିପାରେ କ୍ଷୀର। ପିଲାଙ୍କୁ ପୋଷଣ ଓ ପ୍ରୋଟିନ୍ ଯୋଗାଇବାକୁ ରାଜ୍ୟ ସରକାର ଏପରି ଏକ ଯୁଗାନ୍ତକାରୀ ପଦକ୍ଷେପ ନେବାକୁ ଯାଉଛନ୍ତି।
Politics
“ପ୍ରତି ପଞ୍ଚାୟତରେ ଖୋଲିବ ଆୟୁଷ୍କାନ ଆରୋଗ୍ୟ ମନ୍ଦିର”
ଏତେ ବଡ଼ ଯୋଜନାରୁ ପୂର୍ବରୁ ଓଡ଼ିଶାବାସୀଙ୍କୁ ବଞ୍ଚିତ ରଖାଯାଇଥିଲା ଏବେ ସେମାନଙ୍କୁ ନ୍ୟାୟ ମିଳିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
Politics
ଆପ୍ ଉପରେ ବର୍ଷିଲେ ରାହୁଲ, କହିଲେ ମୋଦି-କେଜ୍ରିୱାଲ ସମାନ
ଦିଲ୍ଲୀ ନିର୍ବାଚନ ପାଇଁ ପ୍ରଚାରବେଳେ କେଜ୍ରିୱାଲଙ୍କୁ ଟାର୍ଗେଟ କଲେ ରାହୁଲ। ପ୍ରଧାନମନ୍ତ୍ରୀ ମୋଦି ଓ କେଜ୍ରିୱାଲ ଉଭୟ କେବଳ ମିଛ ପ୍ରତିଶ୍ରୁତି ଦିଅନ୍ତି ବୋଲି କହିଲେ।
Politics
ଓଡ଼ିଶାର ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ
ରାଜ୍ୟରେ ଆୟୁଷ୍ମାନ ଭାରତ ଲାଗୁ ହେବା ପରେ କ’ଣ ଫାଇଦା ମିଳିବ? ଆୟୁଷ୍ମାନ ଭାରତ ଯୋଜନାରେ ଜଣେ ହିତାଧିକାରୀ ସାରା ଦେଶରେ ପ୍ରାୟ ୩୦ ହଜାର ମେଡିକାଲରୁ ମାଗଣା ଚିକିତ୍ସା ସୁବିଧା ପାଇପାରିବେ।