ତୈଳ ଦରକୁ ବିରୋଧ: କଂଗ୍ରେସ କରିବ ଶୋଭାଯାତ୍ରା ଓ ଦସ୍ତଖତ ଅଭିଯାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ଯୋଗୁ ସାଧାରଣ ଲୋକଙ୍କ ଜୀବନଜୀବିକା ପ୍ରଭାବିତ ହୋଇଥିବାବେଳେ ତୈଳଦର ଓ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ମୂଲ୍ୟ ବୃଦ୍ଧିକୁ କଂଗ୍ରେସ ତୀବ୍ର ବିରୋଧ କରିଛି। ତୈଳଦର ବୃଦ୍ଧି ପ୍ରତିବାଦରେ ଆସନ୍ତାକାଲି ରାଜଧାନୀ ଭୁବନେଶ୍ୱରରେ ସାଇକେଲ ଶୋଭାଯାତ୍ରା ସହ ୧୭ତାରିଖରେ ଦସ୍ତଖତ ଅଭିଯାନ କଂଗ୍ରେସ କରିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି। ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଦେଶରେ ତୈଳଦର ସହ ଅନ୍ୟାନ୍ୟ ଦରଦାମ ହୁହୁ […]

congress1

congress1

Ordigital Desk
  • Published: Tuesday, 13 July 2021
  • Updated: 13 July 2021, 08:50 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ଯୋଗୁ ସାଧାରଣ ଲୋକଙ୍କ ଜୀବନଜୀବିକା ପ୍ରଭାବିତ ହୋଇଥିବାବେଳେ ତୈଳଦର ଓ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ମୂଲ୍ୟ ବୃଦ୍ଧିକୁ କଂଗ୍ରେସ ତୀବ୍ର ବିରୋଧ କରିଛି। ତୈଳଦର ବୃଦ୍ଧି ପ୍ରତିବାଦରେ ଆସନ୍ତାକାଲି ରାଜଧାନୀ ଭୁବନେଶ୍ୱରରେ ସାଇକେଲ ଶୋଭାଯାତ୍ରା ସହ ୧୭ତାରିଖରେ ଦସ୍ତଖତ ଅଭିଯାନ କଂଗ୍ରେସ କରିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି।

ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଦେଶରେ ତୈଳଦର ସହ ଅନ୍ୟାନ୍ୟ ଦରଦାମ ହୁହୁ ହୋଇ ବଢ଼ୁଛି । ଏଥିରେ ସାଧାରଣ ଲୋକ ଅତିଷ୍ଠ ହୋଇପଡ଼ିଲେଣି। ଏହି ଦରବୃଦ୍ଧିର ପ୍ରତିବାଦରେ କଂଗ୍ରେସ ବିଭିନ୍ନ ପର୍ଯ୍ୟାୟରେ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛି। ଆସନ୍ତାକାଲି ରାଜଧାନୀ ଭୁବନେଶ୍ୱରରେ କଂଗ୍ରେସ ପକ୍ଷରୁ ଏକ ସାଇକେଲ ଶୋଭାଯାତ୍ରା ମାଧ୍ୟମରେ ରାଜ୍ୟବାସୀଙ୍କୁ ସଚେତନ କରାଯିବ।

ସେହିପରି ଆସନ୍ତା ୧୭ତାରିଖରେ ସମସ୍ତ ପେଟ୍ରୋଲ ଟାଙ୍କି ସମ୍ମୁଖରେ ସକାଳ ୯ଟାରୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ଗ୍ରାହକମାନଙ୍କ ପ୍ରତିକ୍ରିୟା ଓ ଦସ୍ତଖତ ସଂଗ୍ରହ କରି ବର୍ଦ୍ଧିତ ଦରଦାମକୁ ହ୍ରାସ ପାଇଁ ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରାଯିବ। ଏହାସହିତ ଆସନ୍ତା ୧୫ତାରିଖରେ ବାମଦଳ ଦେଇଥିବା ‘ଓଡ଼ିଶା ବନ୍ଦ’ ଡାକରାକୁ କଂଗ୍ରେସ ପୂର୍ଣ୍ଣ ସମର୍ଥନ କରିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଓଡ଼ିଶା ବନ୍ଦକୁ ସଫଳ କରିବା ପାଇଁ କଂଗ୍ରେସ ନେତୃବୃନ୍ଦ ଓ ଜନସାଧାରଣଙ୍କୁ ସାହାଯ୍ୟ ସହଯୋଗ କରିବାକୁ ସେ ଆଶାବ୍ୟକ୍ତ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story