Advertisment

‘ଦଳ ଛାଡ଼ନ୍ତୁ ସୌମ୍ୟ, ଘର ବାହାରେ କରନ୍ତୁ ସମାଲୋଚନା’

ସୌମ୍ୟ ବାବୁ ଦଳୀୟ ଅନୁଶାସନ ଭଙ୍ଗ କରୁଛନ୍ତି। ଯଦି ତାଙ୍କର କିଛି କହିବାର ଅଛି ତାହା ହେଲେ ଦଳରୁ ବାହାରି ଯାଇ କହିପାରନ୍ତି।

author-image
Tapaswini Nayak
ଅଦ୍ୟତନ ହୋଇଛି
undefined

pratap dev

ଯେପରି ଲାଗୁଛି ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ‘ସମ୍ପାଦକୀୟ’ ଶାସକ ବିଜେଡିର ନିଦ ହଜାଇ ଦେଇଛି। ଦଳର ସୁପ୍ରିମୋ ସୌମ୍ୟଙ୍କ ଲେଖା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନନେଇ ଚୁପ୍‌ ବସିଥିବା ବେଳେ ଦଳର ନେତା ଓ ମନ୍ତ୍ରୀମାନେ ଜଣଙ୍କ ପରେ ଜଣେ ସୌମ୍ୟଙ୍କୁ ଘନ ଘନ ଟାର୍ଗେଟ କରୁଛନ୍ତି। ଗୁରୁବାର ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଅରୁଣ ସାହୁ ସୌମ୍ୟଙ୍କୁ କଟାକ୍ଷ କରିଥିବା ବେଳେ ଗତକାଲି ଟାର୍ଗେଟ କରିଥିଲେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ। ଆଜି ପୁଣି ସୌମ୍ୟଙ୍କୁ ଟାର୍ଗେଟ କରିଛନ୍ତି ମନ୍ତ୍ରୀ ପ୍ରତାପ ଦେବ।

Advertisment

ସେ କହିଛନ୍ତି, ସୌମ୍ୟ ବାବୁ ଜଣେ ଶିକ୍ଷିତ ଓ ଜ୍ଞାନୀ ଗୁଣି ଲୋକ। ତାଙ୍କୁ ଉପଦେଶ ଦେବା ମୋର କିଛି ଦରକାର ନାହିଁ। ସୌମ୍ୟ ବାବୁ ବିଜୁ ଜନତା ଦଳର ବିଧାୟକ ଅଛନ୍ତି। ବିଜେଡି ବିଧାୟକ ହୋଇ ନିରନ୍ତର ଭାବେ ସରକାର ଓ ଦଳକୁ ସମାଲୋଚନା କରୁଛନ୍ତି। ଯଦି ସମାଲୋଚନା କରିବାର ଅଛି ଦଳରୁ ବାହାରି କରନ୍ତୁ।

ସେ ଆହୁରି କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଲୋକଙ୍କ ପାଖକୁ ଯାଉଛି। ନିର୍ଦ୍ଦିଷ୍ଟ କେଉଁ ବ୍ୟକ୍ତି ବିଶେଷ ଯାଉ ନାହିଁ। ମୁଖ୍ୟମନ୍ତ୍ରୀ ଏହି କଥାକୁ ସ୍ପଷ୍ଟ କରିଛନ୍ତି। ଏତେସବୁ ପରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ଓ ସରକାରଙ୍କୁ ସମାଲୋଚନା କରିବା ବିଲକୁଲ ସମୀଚିନ ନୁହେଁ ଓ ଏହା ସମ୍ପୂର୍ଣ୍ଣ ଭୁଲ୍। ଦଳୀୟ ପ୍ଲାଟ ଫର୍ମରେ ରହି ଏକ ପାଖିଆ ଭାବରେ ସୌମ୍ୟ ବାବୁ ସବୁକଥାରେ ସରକାରଙ୍କୁ ସମାଲୋଚନା କରୁଛନ୍ତି। ଏହାକୁ ଆମେ ବ୍ଲାକମେଲିଂ ବୋଲି କହିବା। ଯଦି ସୌମ୍ୟ ବାବୁ କିଛି କହିବାକୁ ଚାହୁଁଛନ୍ତି ତାହାହେଲେ ସେହିକଥା ଫୋରମ ଭିତରେ ଉଠାଇବା କଥା।। କିନ୍ତୁ ସେ ଏପରି କରୁ ନାହାନ୍ତି। ତାହାହେଲେ ସେ ଦଳରେ ନ ରହିବା ଅନୁଚିତ। ଘରେ ଭିତରେ ଥାଇକି ଆଲୋଚନା ଓ ସମାଲୋଚନା କରିବା ଠିକ୍ ନୁହେଁ।

Advertisment

ସୌମ୍ୟ ବାବୁ ଦଳୀୟ ଅନୁଶାସନ ଭଙ୍ଗ କରୁଛନ୍ତି। ଯଦି ତାଙ୍କର କିଛି କହିବାର ଅଛି ତାହା ହେଲେ ଦଳରୁ ବାହାରି ଯାଇ କହିପାରନ୍ତି। ଦଳ ଭିତରେ ଥାଇକି ଦଳର ଆଲୋଚିତ ଓ ଚର୍ଚ୍ଚିତ ବିଷୟରେ ସମାଲୋଚନା କରିବା ଏହା ବିଲକୁଲ ସମିଚୀନ ନୁହେଁ ବୋଲି ପ୍ରତାପ କହିଛନ୍ତି। ତେବେ ପ୍ରତାପ ଦେବଙ୍କ ଆକ୍ଷେପ ନେଇ ସୌମ୍ୟଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

BjD Pratap Dev