Advertisment

ଡିଅର ଡି.ଆର୍‌: ବଡ଼ ଘର ବଡ଼ ଗୁମର କଥା!

ବିରାଡ଼ି କପାଳକୁ ଶିକା ଛିଡ଼ିଲା ଭଳି ହଠାତ୍ ଓଡ଼ିଶାରେ ବିଜେଡି ସରକାର ନିର୍ବାଚନରେ ହାରିଗଲା ଓ ବିଜେପି କ୍ଷମତାକୁ ଆସିଲା। ଏହା ସୌମ୍ୟରଂଜନଙ୍କ ନିମନ୍ତେ ଥିଲା ସୁନ୍ଦର ସୁଯୋଗ। ସୌମ୍ୟ ବାବୁଙ୍କ ସୁଯୋଗ୍ୟ ପୁତ୍ରସମ ବନ୍ଧୁଙ୍କ ପରାମର୍ଶରେ ଡିଆରଙ୍କୁ ଅଧ୍ୟକ୍ଷ ପଦ ଛାଡ଼ିବାକୁ ବାଧ୍ୟ କରାଗଲା।

DR Patnaik

DR Patnaik

Advertisment

‘ସମ୍ବାଦ’ ଖବରକାଗଜ ପ୍ରକାଶ କରୁଥିବା ଇଷ୍ଟର୍ନ ମିଡିଆ ଲିମିଟେଡର ମାଲିକାନା ନେଇ ରହିଥିବା ପାରିବାରିକ ବିବାଦ ଓ ଅସନ୍ତୋଷ ପଦାକୁ ଆସିଛି। ଦେଢ଼ ଶହ କୋଟି ଟଙ୍କା ଦେଇ ସମ୍ବାଦ ଗ୍ରୁପର 51 ପ୍ରତିଶତ ଅଂଶଧନର ମାଲିକ ହୋଇଥିବା ଦାବି କରିଛନ୍ତି ସୌମ୍ୟରଂଜନ ପଟ୍ଟନାୟକଙ୍କ ବଡ଼ ଭାଇ ତଥା ଖଣି ମାଲିକ ଇଂ. ଦୀପ୍ତିରଂଜନ ପଟ୍ଟନାୟକ। ସଦ୍ୟ ପ୍ରକାଶିତ ‘ଡିଅର ଡିଆର’ ପୁସ୍ତକରେ ଡି ଆର ପଟ୍ଟନାୟକ କହିଛନ୍ତି- ବିଜେଡି ସରକାରରେ ଇଷ୍ଟର୍ନ ମିଡିଆ ଗ୍ରୁପ୍ ଉପରେ ଇଓଡବ୍ଲ୍ୟୁ ଚଢ଼ାଉ କଲା ପରେ ଗ୍ରୁପର ମାଲିକାନା ଛାଡ଼ିବାକୁ ସର୍ତ ରଖିଥିଲେ ପାଣ୍ଡିଆନ୍। ‘ପାଣ୍ଡିଆନ୍ ମହାଶୟ ସିଧାସଳଖ ସର୍ତ୍ତ ରଖିଲେ ସମ୍ବାଦକୁ ଅନ୍ୟ କାହାକୁ ହସ୍ତାନ୍ତର କରିଲେ ହିଁ ରକ୍ଷା। ନଚେତ୍ ପରିମାଣ ଭୋଗିବାକୁ ପ୍ରସ୍ତୁତ ରୁହ। ଏପରିକି ସରକାରୀ ଦଳ ପୁଞ୍ଜି ଲଗାଣକାରୀଙ୍କୁ ମଧ୍ୟ ଯୋଗାଡ଼ କରି ସାରିଥିଲେ। ତେବେ ଆଉ ଗୋଟିଏ ରିହାତି ତା’ ମଧ୍ୟରେ ଥିଲା। ଯଦି ଡିଆର ତାହାର ଏକାବନ ପ୍ରତିଶତ ଭାଗିଦାରୀ ହୁଅନ୍ତି, ତେବେ ସରକାରୀ କଳର ସାହାଯ୍ୟ ରହିବ। ଏହିକ୍ରମରେ ଡିଆର ପଟ୍ଟନାୟକ କମ୍ପାନୀର ପ୍ରାୟ 51% ସେୟାର ବାବଦରେ ଦେଢ଼ ଶହ କୋଟି ଟଙ୍କା ଦେଇଥିଲେ।

Advertisment

ତେବେ ବିରାଡ଼ି କପାଳକୁ ଶିକା ଛିଡ଼ିଲା ଭଳି ହଠାତ୍ ଓଡ଼ିଶାରେ ବିଜେଡି ସରକାର ନିର୍ବାଚନରେ ହାରିଗଲା ଓ ବିଜେପି କ୍ଷମତାକୁ ଆସିଲା। ଏହା ସୌମ୍ୟରଂଜନଙ୍କ ନିମନ୍ତେ ଥିଲା ସୁନ୍ଦର ସୁଯୋଗ। ସୌମ୍ୟ ବାବୁଙ୍କ ସୁଯୋଗ୍ୟ ପୁତ୍ରସମ ବନ୍ଧୁଙ୍କ ପରାମର୍ଶରେ ଡିଆରଙ୍କୁ ଅଧ୍ୟକ୍ଷ ପଦ ଛାଡ଼ିବାକୁ ବାଧ୍ୟ କରାଗଲା। ସେତେବେଳେ ଇଷ୍ଟର୍ନ ମିଡିଆ ଲିମିଟେଡର ଋଣ ଭାର ଥିଲା ପ୍ରାୟ 100 କୋଟି ଟଙ୍କା। ସେ କମ୍ପାନୀର 51% ମାଲିକାନା ପାଇବାକୁ ଦେଇଥିଲେ ଦେଢ଼ ଶହ କୋଟି ଟଙ୍କା। ଡି ଆର ଦାୟିତ୍ୱ ନେବାର 6-7 ମାସ ଭିତରେ ‘ସମ୍ବାଦ’ର ଲାଭ ସ୍ତରକୁ ମାସିକ 3ରୁ 4 କୋଟି ପର୍ଯ୍ୟନ୍ତ ବଢ଼ାଇ ପାରିଥିଲେ। ସେ ଦାୟିତ୍ୱ ନେବା ପରେ ଅନେକ କିଛି ପରିବର୍ତ୍ତନ କରି ସୁନ୍ଦର ଓ ସଫଳ ପ୍ରତିଷ୍ଠାନ କରିବାକୁ ଉଦ୍ୟମ କରିଥିଲେ। ମାତ୍ର ଡିଆରଙ୍କୁ ବାଧ୍ୟ କରାଗଲା ଅଧ୍ୟକ୍ଷ ପଦ ଛାଡ଼ିବାକୁ। ସେ ସମ୍ବାଦ ଛାଡ଼ିଦେଲେ, ମାତ୍ର ସର୍ତ୍ତ ରହିଲା ଯେ ତାଙ୍କ ଅର୍ଥ ଫେରସ୍ତ ନ ହେବା ଯାଏ ସେ କାଗଜପତ୍ର ହସ୍ତାନ୍ତର କରିବେ ନାହିଁ। ଏଭଳି ଅବସ୍ଥାରେ ବର୍ତ୍ତମାନ ଚାଲିଛି ଇଷ୍ଟର୍ନ ମିଡିଆ ଲିମିଟେଡ।

ଡିଆରଙ୍କ ଅନୁସାରେ, ସମ୍ବାଦକୁ 1 ନମ୍ବର କରି ଗଢ଼ିବାରେ ତାଙ୍କର, ଭାଇ ନିରଂଜନ ପଟ୍ଟନାୟକଙ୍କର ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କର ଅବଦାନ ରହିଛି। ନୂତନ ପିଢ଼ିର ପିଲାମାନେ କେବଳ ସ୍ୱାର୍ଥ ଦେଖନ୍ତି ଆଉ ଟଙ୍କାକୁ ଚିହ୍ନନ୍ତି। ସେଥିରେ ସମ୍ପର୍କ ବା ଭାବପ୍ରବଣତାର କିଛି ମୂଲ୍ୟ ନାହିଁ। ତେଣୁ ଭବିଷ୍ୟତରେ ସମ୍ବାଦର ମାଲିକାନା ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇପାରେ ବୋଲି ସେ ପରୋକ୍ଷରେ ଇସାରା ଦେଇଛନ୍ତି। ତେବେ ସମ୍ବାଦ ସବୁବେଳେ ଏକ ନମ୍ବର ଖବରକାଗଜର ମର୍ଯ୍ୟାଦା ନେଇ ଚାଲିଥାଉ ଓ ତାହା ତାଙ୍କର ପାରିବାରିକ ଗୌରବ ଓ ସମ୍ମାନର କଥା ବୋଲି ସେ କହିଛନ୍ତି। ତେବେ ଅନେକ ସମୟରେ ବ୍ୟାବସାୟିକ ମନୋମାଳିନ୍ୟ ପାରିବାରିକ ସମ୍ପର୍କକୁ ପ୍ରଭାବିତ କରିଛି, କିନ୍ତୁ ଭାଙ୍ଗି ପାରିନି ବୋଲି ପୁସ୍ତକରେ ଉଲ୍ଲେଖ କରାଯାଇଛି।

Advertisment
Soumya Ranjan Patnaik Sambad
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe