ପୌର ନିର୍ବାଚନରେ ବିଳମ୍ବ, ରାଜ୍ୟପାଳଙ୍କୁ ଫେରାଦ ହେଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଜାଣିଶୁଣି ୩ବର୍ଷ ହେଲା ପୌର ନିର୍ବାଚନ କରାଉନଥିବା ନେଇ ବିଜେପି ପ୍ରତିନିଧି ଦଳ ଆଜି ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି। ଏହାସହିତ ତୁରନ୍ତ ପୌର ନିର୍ବାଚନ କରାଇବା ପାଇଁ ରାଜ୍ୟ ନିର୍ବାଚନ କମିଶନ ଓ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେବା ନିମନ୍ତେ ଦାବି ଜଣାଇଛନ୍ତି। ବିଜେପିର ରାଜ୍ୟ ପୌରାଂଚଳ କମିଟି ଅଧ୍ୟକ୍ଷ କେଭି ସିଂହଦେଓଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ରାଜ୍ୟପାଳଙ୍କୁ ଭେଟି ଏନେଇ ସ୍ମାରକପତ୍ର ଦେଇଛନ୍ତି। ଗଣମାଧ୍ୟମକୁ ସୂଚନା […]

BJP

BJP

Ordigital Desk
  • Published: Tuesday, 03 August 2021
  • Updated: 03 August 2021, 08:09 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଜାଣିଶୁଣି ୩ବର୍ଷ ହେଲା ପୌର ନିର୍ବାଚନ କରାଉନଥିବା ନେଇ ବିଜେପି ପ୍ରତିନିଧି ଦଳ ଆଜି ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି। ଏହାସହିତ ତୁରନ୍ତ ପୌର ନିର୍ବାଚନ କରାଇବା ପାଇଁ ରାଜ୍ୟ ନିର୍ବାଚନ କମିଶନ ଓ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେବା ନିମନ୍ତେ ଦାବି ଜଣାଇଛନ୍ତି।
ବିଜେପିର ରାଜ୍ୟ ପୌରାଂଚଳ କମିଟି ଅଧ୍ୟକ୍ଷ କେଭି ସିଂହଦେଓଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ରାଜ୍ୟପାଳଙ୍କୁ ଭେଟି ଏନେଇ ସ୍ମାରକପତ୍ର ଦେଇଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ସିଂହଦେଓ କହିଛନ୍ତି ଯେ,  ସମ୍ବିଧାନର ଧାରା ୨୪୩ (ୟୁ) ଏବଂ ୨୪୩ (ଇ) ଅନୁଯାୟୀ ନିର୍ବାଚନ ଆୟୋଗ ସଠିକ୍ ସମୟରେ ନିର୍ବାଚନ କରିବା ବାଧ୍ୟତାମୂଳକ। କିନ୍ତୁ ଦୁର୍ଭାଗ୍ୟର କଥା, ରାଜ୍ୟରେ ଗତ ୨୦୧୮

ସେପ୍ଟେମ୍ବର ମାସରୁ ପୌର ସଂସ୍ଥାଗୁଡ଼ିକର କାର୍ଯ୍ୟକାଳ ଶେଷ ହୋଇଥିଲେ ମଧ୍ୟ ୩ ବର୍ଷ ଧରି ପୌର ନିର୍ବାଚନ ହୋଇପାରି ନାହିଁ। ପରାଜୟ ଆଶଙ୍କାରେ ଆତଙ୍କିତ ସରକାର ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ହାତବାରେସୀ କରି ଜନସାଧାରଣଙ୍କୁ ଅର୍ପିତ କ୍ଷମତାର ଦୁରୁପଯୋଗ କରିବା ସହ ରାଜ୍ୟରେ ଅମଲାତାନ୍ତ୍ରିକ ଶାସନ ବ୍ୟବସ୍ଥା ଜାରି ରଖିଛନ୍ତି। ରାଜ୍ୟ ନିର୍ବାଚନ ଆୟୋଗ ଏକ ସାମ୍ବିଧାନିକ ସଂସ୍ଥା ଓ ନିର୍ବାଚନ କରାଇବାରେ ରାଜ୍ୟ ସରକାରଙ୍କର ଅଭ୍ୟାସଗତ ଅସହଯୋଗକୁ ପ୍ରତିହତ କରିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ନହୋଇ ସାମ୍ବିଧାନିକ ବିଧି ବ୍ୟବସ୍ଥାକୁ ଆୟୋଗ ଖୁଲମଖୁଲା ଉଲ୍ଲଘଂନ କରୁଛନ୍ତି। ଲାଗୁଛି, ରାଜ୍ୟ ନିର୍ବାଚନ ଆୟୋଗ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରୁଛନ୍ତି।  ଦୀର୍ଘ ୩ ବର୍ଷ ଧରି ନିର୍ବାଚନ ହୋଇନଥିବା କାରଣରୁ ରାଜ୍ୟରେ ଏନଏସି ଓ ପୌରାଚଂଳ ମାନଙ୍କରେ ଜନ ପ୍ରତିନିଧି ନାହାନ୍ତି। ଏବେ ସମସ୍ତ କାର୍ଯ୍ୟ ସରକାରୀ ଅଧିକାରୀଙ୍କ ଦ୍ୱାରା ପରିଚାଳିତ ହେଉଛି।

ଏହା ଦ୍ୱାରା ସହରାଚଂଳରେ ବସବାସ କରୁଥିବା ନାଗରିକମାନେ ଅନେକ ସରକାରୀ ସୁବିଧାରୁ ବଂଚିତ ରହୁଛନ୍ତି। କେନ୍ଦ୍ର ସରକାର ବାସଗୃହ, ପାନୀୟ ଜଳ, ସ୍ୱେରେଜ, ଆଲୋକ ବ୍ୟବସ୍ଥା ପାଇଁ ବ୍ୟାପକ ଅର୍ଥ ପ୍ରଦାନ କରୁଥିଲେ ସୁଦ୍ଧା ସରକାରୀ ଅଧିକାରୀମାନେ କେନ୍ଦ୍ରୀୟ ଅର୍ଥକୁ ହରିଲୁଟ୍ କରୁଛନ୍ତି । ରାଜ୍ୟର ୧୧୪ ଟି ଏନଏସି ଏବଂ ୬ଟି ମହାନଗର ନିଗମରେ ସ୍ଥିତି ବେହାଲ ହୋଇଛି । ପୌରସଂସ୍ଥାର କାର୍ଯ୍ୟଭାର ସରକାରୀ ବାବୁ ମାନେ ଏବେ ସମ୍ଭାଳୁଛନ୍ତି। ଲୋକଙ୍କ ସମସ୍ୟା ଶୁଣିବା ପାଇଁ ଜନ ପ୍ରତିନିଧିମାନେ ନିର୍ବାଚନ ଲଢିଥାନ୍ତି। କିନ୍ତୁ ଜନପ୍ରତିନିଧି ନଥିବା କାରଣରୁ ଅନେକ ସରକାରୀ ଯୋଜନା ସାଧାରଣ ଜନତାଙ୍କ ପାଖରେ ପହଂଚି ପାରୁନାହିଁ। ତେଣୁ ତୁରନ୍ତ ପୌର ନିର୍ବାଚନ କରାଇବା ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେବାକୁ ବିଜେପି ଦାବି କରିଛି।
ଏହି ପ୍ରତିନିଧି ଦଳରେ ବିଧାୟକ ନାଉରୀ ନାଏକ, ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ, ଗୋଲକ ମହାପାତ୍ର,ଲେଖାଶ୍ରୀ ସାମନ୍ତସିଂହାର, ଜଗନ୍ନାଥ ପ୍ରଧାନ, ଉର୍ମିଳା ମହାପାତ୍ର ଓ କୃଷ୍ଣଚନ୍ଦ୍ର ମହାପାତ୍ର ପ୍ରମୁଖ ସାମିଲ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos