Advertisment

ଆତ୍ମସମର୍ପଣ କଲେ କେଜ୍ରିୱାଲ, କହିଲେ ଜେଲରୁ ଥାଇ ଦଳ କଥା ବୁଝିବି

ଜେଲ ନିୟମ ଅନୁସାରେ ସୂର୍ଯ୍ୟାସ୍ଥ ପୂର୍ବରୁ କର୍ତ୍ତୃପକ୍ଷଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି କେଜ୍ରିୱାଲ।

author-image
Debibandita Barick
ଅଦ୍ୟତନ ହୋଇଛି
Arvind Kejriwal With Party Leaders

Arvind Kejriwal With Party Leaders

ଅନ୍ତରୀଣ ଜାମିନ କଣ୍ଟ ପୂରିବା ପରେ ତିହାର ଜେଲ୍ କର୍ତ୍ତୃପକ୍ଷଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆଜି କେଜ୍ରିୱାଲ ଜେଲ୍ କର୍ତ୍ତୃପକ୍ଷଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଜେଲ ନିୟମ ଅନୁସାରେ ସୂର୍ଯ୍ୟାସ୍ଥ ପୂର୍ବରୁ କର୍ତ୍ତୃପକ୍ଷଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି କେଜ୍ରିୱାଲ।

Advertisment

ଜେଲ୍ ଫେରିବା ପୂର୍ବରୁ ରାଜଘାଟରେ ମହାତ୍ମା ଗାନ୍ଧିଙ୍କ ସ୍ମାରକୀ ଏବଂ କନକ ପ୍ଲେସରେ ଥିବା ହନୁମାନ ମନ୍ଦିର ପରିଦର୍ଶନ କରିଥିଲେ କେଜ୍ରିୱାଲ। ଏଥିସହ ଦିଲ୍ଲୀର ଡିଡିୟୁ ମାର୍ଗରେ ଥିବା AAP କାର୍ଯ୍ୟାଳୟକୁ ବି ଯାଇଥିଲେ। ଆପ୍ କାର୍ଯ୍ୟାଳୟରେ ଦଳୀୟ କର୍ମୀଙ୍କୁ ଭେଟି ସେମାନଙ୍କ ସହ ଆଲୋଚନା କରିଛନ୍ତି। 

ଦଳୀୟ କର୍ମକର୍ତ୍ତାଙ୍କୁ ଉଦବୋଧନ ଦେବା ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ବର୍ଷି କେଜ୍ରିୱାଲ କହିଛନ୍ତି, ସେ ଏକଛତ୍ରବାଦ ଶାସନ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାରୁ ତାଙ୍କୁ ଜେଲରେ ରଖାଯାଇଛି। ମୋ ବିରୁଦ୍ଧରେ କୌଣସି ପ୍ରମାଣ ନାହିଁ ବୋଲି ମୋଦି ସମଗ୍ର ଦେଶ ଆଗରେ ମାନିଛନ୍ତି। ବିନା ପ୍ରମାଣରେ ମୋତେ ଜେଲରେ ରଖାଯାଇଛି ବୋଲି କେଜ୍ରିୱାଲ କହିଛନ୍ତି।

Advertisment

ଏଥିସହ ଲୋକସଭା ନିର୍ବାଚନରେ ​​ପ୍ରଚାର ପାଇଁ ତାଙ୍କୁ ୨୧ ଦିନିଆ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିବାରୁ ସୁପ୍ରିମକୋର୍ଟଙ୍କୁ କୃତଜ୍ଞତା ଜଣାଇଛନ୍ତି। 

ଦିଲ୍ଲୀ ମଦ ନୀତିରେ ଅର୍ଥ ହେରଫେର ଅଭିଯୋଗରେ ଗିରଫ ହୋଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ମାର୍ଚ୍ଚରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଗିରଫ କରିଥିଲା। ଲୋକସଭା ନିର୍ବାଚନ ପ୍ରଚାର ପାଇଁ ସେ ସୁପ୍ରିମକୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ। ସର୍ବୋଚ୍ଚ ଅଦାଲତ ମଧ୍ୟ ତାଙ୍କୁ ୨୧ ଦିନିଆ ଅନ୍ତରୀଣ ଜାମିନ ଦେଇଥିଲେ।

ମେ ୧୦ରୁ କେଜ୍ରିୱାଲ ଜାମିନରେ ଆସିଥିବାରୁ ଗତକାଲି(ଜୁନ୍ ୧)ରେ ଅବଧି ଶେଷ ହୋଇଛି। ତେଣୁ ନିୟମ ଅନୁସାରେ ସେ ଆଜି ଜେଲ୍ କର୍ତ୍ତୃପକ୍ଷଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି।   

Arvind Kejriwal AAP Delhi Liquor Policy Scam Arvind Kejriwal Surrendered