Advertisment

ଯୁବ ବିଧାୟକଙ୍କ ଘରେ ଆତ୍ମଗୋପନ କରିଛନ୍ତି ଗୃହମନ୍ତ୍ରୀ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମମିତା ମେହେର ହତ୍ୟା ଓ ସେକ୍ସ ସ୍କାଣ୍ଡାଲ ମାମଲାରେ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୁଦ୍ଧରେ ବିରୋଧୀ ଦଳ ଅଭିଯୋଗ ଆଣିଥିବାବେଳେ ତାଙ୍କର ପତ୍ତା ମିଳୁନି। ମନ୍ତ୍ରୀ ଶ୍ରୀ ମିଶ୍ର ସରକାରୀ କାର୍ଯ୍ୟକ୍ରମରେ ସାମିଲ ହେଉଥିଲେ ମଧ୍ୟ ଗଣମାଧ୍ୟମ ସମ୍ମୁଖକୁ ଆସୁନାହାନ୍ତି କିମ୍ବା ନିଜ ବାସଭବନରେ ମଧ୍ୟ ରହୁନାହାନ୍ତି। ମନ୍ତ୍ରୀ ଶ୍ରୀ ମିଶ୍ର କେଉଁ ସ୍ଥାନରେ ରହୁଛନ୍ତି ତାକୁ ନେଇ ଚର୍ଚ୍ଚା ଲାଗି ରହିଥିବାବେଳେ ସେ ରାଜଧାନୀ ଭୁବନେଶ୍ୱରରେ ଜଣେ ବିଧାୟକଙ୍କ ପୈତୃକ ଘରେ ଆତ୍ମଗୋପନ […]

ଅଦ୍ୟତନ ହୋଇଛି
ମମିତା ମର୍ଡର ମିଷ୍ଟ୍ରୀ: ଚାରିଆଡ଼େ ବିକ୍ଷୋଭ, ମନ୍ତ୍ରୀଙ୍କୁ ବହିଷ୍କାର ଓ ଗିରଫ ଦାବି ତେଜୁଛି

Dibya Shankar Mishra

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମମିତା ମେହେର ହତ୍ୟା ଓ ସେକ୍ସ ସ୍କାଣ୍ଡାଲ ମାମଲାରେ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୁଦ୍ଧରେ ବିରୋଧୀ ଦଳ ଅଭିଯୋଗ ଆଣିଥିବାବେଳେ ତାଙ୍କର ପତ୍ତା ମିଳୁନି। ମନ୍ତ୍ରୀ ଶ୍ରୀ ମିଶ୍ର ସରକାରୀ କାର୍ଯ୍ୟକ୍ରମରେ ସାମିଲ ହେଉଥିଲେ ମଧ୍ୟ ଗଣମାଧ୍ୟମ ସମ୍ମୁଖକୁ ଆସୁନାହାନ୍ତି କିମ୍ବା ନିଜ ବାସଭବନରେ ମଧ୍ୟ ରହୁନାହାନ୍ତି। ମନ୍ତ୍ରୀ ଶ୍ରୀ ମିଶ୍ର କେଉଁ ସ୍ଥାନରେ ରହୁଛନ୍ତି ତାକୁ ନେଇ ଚର୍ଚ୍ଚା ଲାଗି ରହିଥିବାବେଳେ ସେ ରାଜଧାନୀ ଭୁବନେଶ୍ୱରରେ ଜଣେ ବିଧାୟକଙ୍କ ପୈତୃକ ଘରେ ଆତ୍ମଗୋପନ କରିଥିବା ଜଣାପଡ଼ିଛି।

Advertisment

ମିଳିଥିବା ସୂଚନା ଅନୁସାରେ, ମନ୍ତ୍ରୀ ଶ୍ରୀ ମିଶ୍ର ଏବେ ନିଜର ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନ ଓ କଳାହାଣ୍ଡି ଜିଲ୍ଲାସ୍ଥିତ ବାସଭବନ ବଦଳରେ ରାଜଧାନୀରେ ଆତ୍ମଗୋପନ କରିଛନ୍ତି। ମମିତା ମେହେର ହତ୍ୟାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଗିରଫ ହେବା ପରଠୁ ଅଜ୍ଞାତବାସରେ ଥିବା ମନ୍ତ୍ରୀ ଶ୍ରୀ ମିଶ୍ର କିନ୍ତୁ ଗତ ଗୁରୁବାରଠୁ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହୁଛନ୍ତି। ମାତ୍ର ଗଣମାଧ୍ୟମ ସମ୍ମୁଖକୁ ଆସୁନାହାନ୍ତି କିମ୍ବା କେଉଁଠି ରହୁଛନ୍ତି ତା’ର ଟେର୍ ଗଣମାଧ୍ୟମ ପାଇପାରୁନି। ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ଏଭଳି ଆତ୍ମଗୋପନକୁ ନେଇ ବିରୋଧୀ ଦଳ ନାନାଦି ଚର୍ଚ୍ଚା କରୁଥିବାବେଳେ ସେ ଭୁବନେଶ୍ୱରର ଜଣେ ବିଧାୟକଙ୍କ ପୈତୃକ ଘରେ ଆତ୍ମଗୋପନ କରିଥିବା ଜଣାପଡ଼ିଛି। ମନ୍ତ୍ରୀଙ୍କ ପାଇଁ ସମ୍ପୃକ୍ତ ବିଧାୟକଙ୍କ ବାସଭବନରେ ଅସ୍ଥାୟୀ ଅଫିସ୍ ମଧ୍ୟ ରହିଛି ଯେଉଁଠି ସେ ନିୟମିତ ଭାବେ ନିଜର ଅଫିସ୍ କାର୍ଯ୍ୟ ମଧ୍ୟ ସମ୍ପାଦନ କରୁଛନ୍ତି। ଉକ୍ତ ବିଧାୟକଙ୍କ ବାସଭବନରେ ସୁଇମିଂ ପୁଲଠୁ ଆରମ୍ଭ କରି କନଫରେନ୍ସ ହଲ୍ ଓ ଜିମ୍ ଆଦି ପର୍ଯ୍ୟନ୍ତ ସବୁ ଅତ୍ୟାଧୁନିକ ବ୍ୟବସ୍ଥା ଥିବାରୁ ମନ୍ତ୍ରୀ ସେଠାରେ ନିଜର ସମୟ ବେଶ୍ ସହଜରେ କଟାଉଛନ୍ତି ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ, ମମିତା ମେହେର ହତ୍ୟାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଗିରଫ ହେବା ପରଠୁ ତା’ର ପୃଷ୍ଠପୋଷକ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି ଜୋର ଧରିଛି। ମନ୍ତ୍ରୀ ନିଜକୁ ନିର୍ଦ୍ଦୋଷ ପ୍ରମାଣିତ କରିବା ପାଇଁ ଗଣମାଧ୍ୟମ ସମ୍ମୁଖକୁ ଆସୁନଥିବାବେଳେ ନୈତିକତା ଦୃଷ୍ଟିରୁ ବି ନିଜ ଆଡ଼ୁ ଇସ୍ତଫା ଦେଉନାହାନ୍ତି। ଯେଉଁଥିପାଇଁ ମମିତା ହତ୍ୟା ଓ ସେକ୍ସ ସ୍କାଣ୍ଡାଲ ମାମଲାରେ ମନ୍ତ୍ରୀଙ୍କ ସମ୍ପୃକ୍ତି ସନ୍ଦେହ ଅଧିକ ଘନୀଭୂତ ହେବାରେ ଲାଗିଛି ତଥା ବିରୋଧୀ ଦଳ ଏହାକୁ ଦିଲ୍ଲୀ ଦରବାର ପର୍ଯ୍ୟନ୍ତ ନେଇ ସାରିଲାଣି। ତେବେ ଶାସକ ବିଜେଡିର କୋରଟିମ୍ ନିଜର ବିଭିନ୍ନ ସ୍ୱାର୍ଥ ରକ୍ଷା ପାଇଁ ମନ୍ତ୍ରୀଙ୍କ ବିରୁଦ୍ଧରେ ପୁଳାପୁଳା ଅଭିଯୋଗ ସତ୍ତ୍ୱେ ତାଙ୍କୁ ବରଖାସ୍ତ କରିବା ମୁଡରେ ନାହିଁ। ଯେଉଁଥିପାଇଁ ମନ୍ତ୍ରୀଙ୍କ ସପକ୍ଷରେ ଗଣମାଧ୍ୟମ ସମ୍ମୁଖରେ ବିଜେଡି ବାରମ୍ବାର ଯୁକ୍ତି ବାଢ଼ି ଏବେ ବିରୋଧୀ ଦଳର କଠୋର ଆଭିମୁଖ୍ୟକୁ ଦେଖି ନିରବ ରହିବାକୁ ବାଧ୍ୟ ହୋଇଛି। ଆଉ ଶ୍ରୀ ମିଶ୍ର ମଧ୍ୟ ନିଜର ମନ୍ତ୍ରୀ ପଦ ରକ୍ଷା ପାଇଁ ଏବେ ଆତ୍ମଗୋପନ କରିଛନ୍ତି ବୋଲି ଜଣାପଡ଼ିଛି।

Advertisment
Mamita Meher Murder Case Dibya Shankar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe