Advertisment

୫ ଦିନିଆ ରିମାଣ୍ଡରେ ଗଲେ ହେମନ୍ତ ସୋରେନ

ଜମି ଦୁର୍ନୀତି ମାମଲାରେ ଅଧିକ ପଚରାଉଚରା ପାଇଁ ରିମାଣ୍ଡରେ ନେଇଛି ଇଡି।

author-image
Debibandita Barick
ଅଦ୍ୟତନ ହୋଇଛି
undefined

Hemant Soren

ରିମାଣ୍ଡରେ ଗଲେ ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୋରେନଙ୍କୁ ପାଞ୍ଚ ଦିନିଆ ରିମାଣ୍ଡରେ ନେଇଛି। ଜମି ଦୁର୍ନୀତି ମାମଲାରେ ଅଧିକ ପଚରାଉଚରା ପାଇଁ ନ୍ୟାୟିକ ହେପାଜତକୁ ନେଇଛି ଇଡି।

Advertisment

ଆଜି ସୁପ୍ରିମକୋର୍ଟ ଗିରଫଦାରୀ ଆବେଦନକୁ ଖାରଜ କରିବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ରିମାଣ୍ଡରେ ନେଇଛି। ଗତ ବୁଧବାର (୩୧)ରେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଗିରଫ କରିଥିଲା ତଦନ୍ତକାରୀ ସଂସ୍ଥା ଇଡି । ଜମି ଦୁର୍ନୀତିରେ ଅର୍ଥ ହେରଫେର ମାମଲାରେ ତାଙ୍କୁ ଗିରଫ କରିଥିଲା।

ଏହାପରେ ଇଡିର ଗିରଫଦାରୀକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ପହଞ୍ଚିଥିଲେ ସୋରେନ। ଆଜି ଏ ମାମଲା ଉପରେ ଶୁଣାଣି କରି ଆବେଦନକୁ ଖାରଜ କରିଦେବା ସହ ହାଇକୋର୍ଟରେ ପହଞ୍ଚିବାକୁ ପରାମର୍ଶ ଦେଇଥିଲେ ସର୍ବୋଚ୍ଚ ଅଦାଲତ। ଏହାର କିଛି ସମୟ ପରେ ଇଡି ତାଙ୍କୁ ଅଧିକ ଜେରା ପାଇଁ ପାଞ୍ଚ ଦିନିଆ ରିମାଣ୍ଡରେ ନେଇଛି। 

Advertisment

ପ୍ରକାଶ ଥାଉ କି, ଜମି ଦୁର୍ନୀତି ମାମଲାରେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଙ୍କୁ ବାରମ୍ବାର ସମନ ପଠାଇଥିଲା ଇଡି। କିନ୍ତୁ ସେ ହାଜର ହୋଇନଥିଲେ। ଶେଷରେ ଜେରା ପାଇଁ ତାଙ୍କ ବାସଭବନରେ ଇଡି ପହଞ୍ଚିଥିଲା। କିନ୍ତୁ ୪୦ ଘଣ୍ଟା ଧରି କେଉଁଆଡେ ଚାଲି ଯାଇଥିଲେ ସୋରେନ। ସୋମବାର ଇଡି ଅଧିକାରୀମାନେ ତାଙ୍କ ଦିଲ୍ଲୀ ସ୍ଥିତ ଭାସଭବନରେ ଚଢାଉ କରିଥିଲେ।

ଚଢାଉ ବେଳେ ଜମି ଦୁର୍ନୀତି ସହ ଜଡ଼ିତ ଏକାଧିକ ଦସ୍ତାବିଜ ଓ ନଗଦ ୩୬ ଲକ୍ଷ ଟଙ୍କା ଜବତ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏଥିସହ ତାଙ୍କ ଘରୁ ଦୁଇଟି ଦାମୀ BMW କାର୍ ମଧ୍ୟ  ଜବତ କରିଥିଲା। ଏହାପରେ ବୁଧବାର ସୋରେନ ଇଡି କାର୍ଯ୍ୟାଳୟରେ ହାଜର ହେବା ପରେ ଏଜେନ୍ସି ତାଙ୍କୁ ଗିରଫ କରିଛି। 

Hemant Soren Ed Enforcement Directorate