Advertisment

କଂଗ୍ରେସ ଛାଡ଼ିବାର କିଛି ସମୟ ପରେ ବିଜେପିରେ ଯୋଗଦେଲେ ଗୌରବ ବଲ୍ଲଭ

ଆଜି ସକାଳେ ଇସ୍ତଫା ଦେଇଥିଲେ ଗୌରବ ବଲ୍ଲଭ।

author-image
Debibandita Barick
Gourav Vallabh Join BJP

Gourav Vallabh Join BJP

କଂଗ୍ରେସ ଛାଡ଼ିବାର କିଛି ସମୟ ପରେ ବିଜେପିରେ ଯୋଗ ଦେଇଛନ୍ତି ଦଳର ପୂର୍ବତନ ମୁଖପାତ୍ର ଗୌରବ ବଲ୍ଲଭ। ଆଜି ସକାଳେ ସେ ତାଙ୍କ ଇସ୍ତଫା ପତ୍ର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ପଠାଇଥିଲା। ଏହାର କିଛି ସମୟ ପରେ ବିଜେପିରେ ଯୋଗ ଦେଇଛନ୍ତି। ବିଜେପି ସାଧାରଣ ସଚିବ ବିନୋଦ ତାୱଡେଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି। 

Advertisment

ମଲ୍ଲିକାର୍ଜୁନ ଖଡଗେଙ୍କ କ୍ୟାମ୍ପେନର ଏକ ପ୍ରଭାବଶାଳୀ ସ୍ୱର ଥିଲେ ଗୌରବ ବଲ୍ଲଭ। ସେ ୨୦୨୩ରେ ରାଜସ୍ଥାନ ବିଧାନସଭା ନିର୍ବାଚନରେ ଉଦୟପୁର ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ୨୦୧୯ରେ ଝାଡଖଣ୍ଡର ଜାମସେଦପୁର ଇଷ୍ଟରୁ ନିର୍ବାଚନୀ ଡେବ୍ୟୁ କହିଥିଲେ ବଲ୍ଲଭ। ଏହି ଆସନରୁ ସେ ୧୮,୦୦୦ରୁ ଅଧିକ ଭୋଟ୍ ପାଇ ତୃତୀୟ ସ୍ଥାନରେ ରହିଥିଲେ।

ଇସ୍ତଫା ଦେବା ପୂର୍ବରୁ ସେ ଦଳର ମୁଖପାତ୍ର ଭାବେ ଦାୟିତ୍ଲ ତୁଲାଉଥିଲେ। କିନ୍ତୁ ଲୋକସଭା ନିର୍ବାଚନ ମଧ୍ୟରେ ସେ ଦଳରୁ ଇସ୍ତଫା ଦେଇଥିଲେ ଏବଂ ପରବର୍ତ୍ତୀ ସମୟରେ ବିଜେପିରେ ଯୋଗ ଦେଇଛନ୍ତି। 

Advertisment

ଇସ୍ତଫା ଦେବା ପରେ ଗୌରବ ବଲ୍ଲଭ ଏକ ସୋଶାଲ ମିଡିଆ ପୋଷ୍ଟରେ ଲେଖିଥିଲେ, "କଂଗ୍ରେସ ଆଜି ଯେଉଁ ଦିଗରେ ଗତି କରୁଛି, ସେଥିପାଇଁ ମୁଁ ଆସ୍ୱସ୍ଥି ଅନୁଭବ କରୁନାହିଁ। ମୁଁ ସନାତନ ବିରୋଧୀ ସ୍ଲୋଗାନ ଉଠାଇ ପାରିବି ନାହିଁ କି ସକାଳ-ସଞ୍ଜ ଦେଶର ଉନ୍ନତି ସାଧନ କରୁଥିବା ବ୍ୟକ୍ତିଙ୍କୁ ଦୁର୍ବ୍ୟବହାର କରିପାରିବି ନାହିଁ। ମୁଁ କଂଗ୍ରେସ ଦଳର ସମସ୍ତ ପଦବୀ ଏବଂ ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଉଛି।"

Bjp Gourav Vallabh