ବିଧାୟକଙ୍କ ନାଁରେ ପୂର୍ବତନ ବିଧାୟକଙ୍କ ଏତଲା, ଦେଲେ ୪୮ ଘଣ୍ଟା ମହଲତ

ସୋର (ଓଡ଼ିଶା ରିପୋର୍ଟର): ବିଧାୟକଙ୍କ ନାଁରେ ଥାନାରେ ଏତଲା ଦେଇଛନ୍ତି ପୂର୍ବତନ ବିଧାୟକ। କେବଳ ସେତିକି ନୁହେଁ, କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସ୍‌କୁ ୪୮ ଘଣ୍ଟାର ମହଲତ ମଧ୍ୟ ଦେଇଛନ୍ତି। ନ ହେଲେ ରାସ୍ତାକୁ ଓହ୍ଲାଇବେ ବୋଲି କହିଛନ୍ତି। ଏମିତି କିଛି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସୋରରେ। ଯିଏ ଅଭିଯୋଗ ଆଣିଛନ୍ତି, ସେ ହେଉଛନ୍ତି ସୋରର ପୂର୍ବତନ ବିଧାୟକ ସୁରେନ୍ଦ୍ର ପ୍ରମାଣିକ। ଆଉ ଯାହା ନାଁ ଅଭିଯୋଗ ଆସିଛି, ସେ ହେଉଛନ୍ତି ସୋରର ବର୍ତ୍ତମାନ ବିଧାୟକ […]

Politician

Politician

Jitendra Garnayak
  • Published: Friday, 11 February 2022
  • Updated: 11 February 2022, 06:19 PM IST

ସୋର (ଓଡ଼ିଶା ରିପୋର୍ଟର): ବିଧାୟକଙ୍କ ନାଁରେ ଥାନାରେ ଏତଲା ଦେଇଛନ୍ତି ପୂର୍ବତନ ବିଧାୟକ। କେବଳ ସେତିକି ନୁହେଁ, କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସ୍‌କୁ ୪୮ ଘଣ୍ଟାର ମହଲତ ମଧ୍ୟ ଦେଇଛନ୍ତି। ନ ହେଲେ ରାସ୍ତାକୁ ଓହ୍ଲାଇବେ ବୋଲି କହିଛନ୍ତି। ଏମିତି କିଛି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସୋରରେ।

ଯିଏ ଅଭିଯୋଗ ଆଣିଛନ୍ତି, ସେ ହେଉଛନ୍ତି ସୋରର ପୂର୍ବତନ ବିଧାୟକ ସୁରେନ୍ଦ୍ର ପ୍ରମାଣିକ। ଆଉ ଯାହା ନାଁ ଅଭିଯୋଗ ଆସିଛି, ସେ ହେଉଛନ୍ତି ସୋରର ବର୍ତ୍ତମାନ ବିଧାୟକ ପର୍ଶୁରାମ ଧଡ଼ା। ସୁରେନ୍ଦ୍ର ପ୍ରମାଣିକ କଂଗ୍ରେସ ଦଳର ହୋଇଥିବା ବେଳେ ପର୍ଶୁରାମ ହେଉଛନ୍ତି ବିଜେଡିର।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଧାୟକ ଶ୍ରୀ ପ୍ରମାଣିକ କହିଛନ୍ତି, ବିଜେଡିର ଗୁଣ୍ଡାଗିରି ବଢ଼ିଯାଇଛି। ଦୁଇ ଦିନ ତଳେ ବିଜେଡି ବିଧାୟକ ପର୍ଶୁରାମ ଧଡ଼ାଙ୍କ ଇଙ୍ଗିତିରେ ତାଙ୍କ ସମର୍ଥକମାନେ ମୋତେ ଦୁର୍ବ୍ୟବହାର କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସ୍ପେଶାଲ ପ୍ରୋବ୍ଲେମାଟିକ୍ ଫଣ୍ଡର କୋଟିଏ ୩୩ ଲକ୍ଷ ଟଙ୍କା ସଂପର୍କରେ ପଚାରିବାରୁ ବିଧାୟକ ମୋତେ ଦୁର୍ବ୍ୟବହାର କରିଥିଲେ। ମୁଁ ଏନେଇ ଏତଲା ଦେବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ୪୮ ଘଣ୍ଟା ମଧ୍ୟରେ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେଲେ ମୁଁ ରାସ୍ତାକୁ ଓହ୍ଲାଇବି।

ପୂର୍ବତନ ବିଧାୟକ ଶ୍ରୀ ପ୍ରମାଣିକଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ପର୍ଶୁରାମ ଧଡ଼ା। ସେ କହିଛନ୍ତି, ଏହି ଅଭିଯୋଗ ସଂପୂର୍ଣ୍ଣ ମିଛି। କିଏ କ’ଣ ଜନସାଧାରଣ ଜାଣିଛନ୍ତି। ଜନସାଧାରଣ ହିଁ ନିଷ୍ପତ୍ତି ନେବେ। ପ୍ରୋବ୍ଲେମାଟିକ୍ ଫଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛାଧୀନ କୋଟା। ତା’ ସହିତ ବିଧାୟକଙ୍କର କୌଣସି ସଂପର୍କ ନାହିଁ।

ସୂଚନାଯୋଗ୍ୟ, ଗତ ବୁଧବାର ପଞ୍ଚାୟତ ନିର୍ବାଚନ ପ୍ରଚାରରେ ଯାଇଥିବା ବେଳେ ସୋର ବିଧାୟକ ପର୍ଶୁରାମ ଧଡ଼ାଙ୍କୁ ଅନନ୍ତପୁର ନିକଟରେ ପୂର୍ବତନ ବିଧାୟକ ସୁରେନ୍ଦ୍ର ପ୍ରମାଣିକ ତାଙ୍କୁ ଅଟକାଇ ଥିଲେ ଏବଂ ପ୍ରୋବ୍ଲେମାଟିକ୍ ଫଣ୍ଡର ଟଙ୍କା ଅନ୍ୟତ୍ର ସ୍ଥାନାନ୍ତର ହେବା ନେଇ ପ୍ରଶ୍ନ କରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ରାସ୍ତା ଉପରେ ଯୁକ୍ତିତର୍କ ହୋଇଥିଲା। ଏହି ସମୟରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପୂର୍ବତନ ବିଧାୟକଙ୍କ ପ୍ରତି ଅଶାଳୀନ ଭାଷା ପ୍ରୟୋଗ କରିଥିବା ଭାଇରାଲ ଭିଡିଓରେ ଶୁଣିବାକୁ ମିଳିଛି। ପରେ ତାଙ୍କ କର୍ମୀମାନେ ସୁରେନ୍ଦ୍ର ପ୍ରମାଣିକଙ୍କୁ ଠେଲାପେଲା ମଧ୍ୟ କରିଥିବା ଭିଡିଓରେ ଦେଖିବାକୁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story