ସର୍ଜିକାଲ ଷ୍ଟାଇକ୍, ଏୟାର ଷ୍ଟ୍ରାଇକ୍ ପରେ ଏବେ କେଉଁ ଷ୍ଟ୍ରାଇକ୍?

ନୂଆଦିଲ୍ଲୀ: ଉରି, ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣର କଡ଼ା ଜବାବ ସର୍ଜିକାଲ ଷ୍ଟ୍ରାଇକ୍, ଏୟାର ଷ୍ଟ୍ରାଇକ ଜରିଆରେ ଦେଇଥିଲା ଭାରତ। ଏଥର ଡ୍ରାଗନ ସେନାକୁ ଭାରତ ପାନେ ଦେବ ବୋଲି ଆଶା କରାଯାଉଛି। ଉରି, ପୁଲଓ୍ୱାମାର ପ୍ରତିଶୋଧ ନେବା ପୂର୍ବରୁ ପ୍ରଧାନମନ୍ତ୍ରୀ ଯେଉଁଭଳି ଇଙ୍ଗିତ ଦେଇଥିଲେ ଏବେ ଚୀନ୍ ବିରୋଧରେ ମୋଦି ସମାନ ରଣନୀତି ଆପଣେଇବେ ନା କୂଟନୀତିକ ଯୁଦ୍ଧରେ ହରାଇବେ ତାହା ଏବେ ବଡ଼ ପ୍ରଶ୍ନ। ସୀମା ବିବାଦକୁ ନେଇ ଦୁଇ ଦେଶ ମଧ୍ୟରେ ଉତ୍କଟ ହୋଇଥିବା […]

modi xing ping

Subhransu Sekhar
  • Published: Wednesday, 17 June 2020
  • , Updated: 17 June 2020, 09:56 PM IST

ନୂଆଦିଲ୍ଲୀ: ଉରି, ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣର କଡ଼ା ଜବାବ ସର୍ଜିକାଲ ଷ୍ଟ୍ରାଇକ୍, ଏୟାର ଷ୍ଟ୍ରାଇକ ଜରିଆରେ ଦେଇଥିଲା ଭାରତ। ଏଥର ଡ୍ରାଗନ ସେନାକୁ ଭାରତ ପାନେ ଦେବ ବୋଲି ଆଶା କରାଯାଉଛି। ଉରି, ପୁଲଓ୍ୱାମାର ପ୍ରତିଶୋଧ ନେବା ପୂର୍ବରୁ ପ୍ରଧାନମନ୍ତ୍ରୀ ଯେଉଁଭଳି ଇଙ୍ଗିତ ଦେଇଥିଲେ ଏବେ ଚୀନ୍ ବିରୋଧରେ ମୋଦି ସମାନ ରଣନୀତି ଆପଣେଇବେ ନା କୂଟନୀତିକ ଯୁଦ୍ଧରେ ହରାଇବେ ତାହା ଏବେ ବଡ଼ ପ୍ରଶ୍ନ। ସୀମା ବିବାଦକୁ ନେଇ ଦୁଇ ଦେଶ ମଧ୍ୟରେ ଉତ୍କଟ ହୋଇଥିବା ତିକ୍ତତା ଦେଶ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ତେଣୁ ରଣନୀତି ବାବଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୯ ତାରିଖରେ ହେବାକୁ ଥିବା ସର୍ବଦଳୀୟ ବୈଠକରେ ସମସ୍ତଙ୍କୁ ଅବଗତ କରାଇବେ।

ତେବେ ଦୁଇ ଦେଶ ପରସ୍ପରର ସହଯୋଗୀ, ବ୍ୟବସାୟିକ ସମ୍ପର୍କ ରହିଛି। ଅନ୍ୟପଟେ ଯଦି ଯୁଦ୍ଧ ହେବ ତା’ହେଲେ ଚୀନ୍ ଆଣବିକ ଶକ୍ତିରେ ଭାରତ ଅପେକ୍ଷା ଅଧିକ ଶକ୍ତିଶାଳୀ ଯାହାକି ଭାରତ ପାଇଁ ସବୁଠୁ ଚିନ୍ତାଜନକ। ଅନ୍ୟପଟେ ଚୀନ ପାଇଁ ବଡ଼ ବଜାର ଭାରତ। ତେଣୁ ଭାରତ ଏବେ ଏହାର ସୁଯୋଗ ନେଇ ଚୀନକୁ ବ୍ଲାକମେଲ୍ କରିପାରେ।

ପାକିସ୍ତାନ ବିରୋଧରେ ଭାରତ ଯେଉଁଭଳି ରଣନୀତି ଆପଣାଇ ଏୟାର ଷ୍ଟ୍ରାଇକ ଏବଂ ସର୍ଜିକାଲ ଷ୍ଟ୍ରାଇକ୍ କରିଥିଲା ସେହିଭଳି ଭାରତ ଚୀନ୍ ବିରୋଧରେ ରଣନୀତି ଆପଣାଇବା ନା ଆଉ କିଛି ଏବେ ଏହି ପ୍ରଶ୍ନ ସାରା ଦେଶବାସୀଙ୍କ ମନରେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ସର୍ବଦଳୀୟ ବୈଠକ ଅପରାହ୍ନ ୫ଟାରେ ଅନୁଷ୍ଠିତ ହେବ। ଏହା ଭର୍ଚୁଆଲ୍ ବୈଠକ ହେବ। ଏହି ବୈଠକ ଜରିଆରେ ବିରୋଧୀ ଦଳକୁ ଚୀନ ବିରୋଧରେ ସରକାର ତିଆରି କରିଥିବା ରଣନୀତି ବାବଦରେ ଅବଗତ କରାଇବେ। ବିରୋଧୀ ମଧ୍ୟ ସରକାରଙ୍କୁ ଆତ୍ମବିଶ୍ୱାସ ନେବାକୁ କହିଛନ୍ତି। ଏହି ପ୍ରସଙ୍ଗରେ ସ୍ୱଚ୍ଛତା ବଜାୟ ରଖିବାକୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମଧ୍ୟ ସରକାରଙ୍କୁ ନିବେଦନ କରିଛନ୍ତି।

ଦେଶର ସୀମା ସୁରକ୍ଷା ପାଇଁ ସୃଷ୍ଟି ହୋଇଥିବା ଚ୍ୟାଲେଞ୍ଜ ପ୍ରସଙ୍ଗରେ ଗତ ଚାରି ବର୍ଷ ମଧ୍ୟରେ ଏହା ତୃତୀୟ ସର୍ବଦଳୀୟ ବୈଠକ ହେବାକୁ ଯାଉଛି। ୧୪ ଫେବୃଆରୀ ୨୦୧୯ ରେ ପୁଲୱାମାରେ ଆତଙ୍କବାଦୀ ଆକ୍ରମଣର ଦୁଇ ଦିନ ପରେ କେନ୍ଦ୍ର ସରକାର ଫେବୃଆରୀ ୧୬ରେ ଏକ ସର୍ବଦଳୀୟ ବୈଠକ ଡକାଇଥିଲେ। ତା’ପରେ ଗୃହମନ୍ତ୍ରୀ ଭାବରେ ରାଜନାଥ ସିଂ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ। ପୁଲୱାମା ଆକ୍ରମଣରେ ୪୦ ସିଆରପିଏଫ୍ କର୍ମଚାରୀ ନିହତ ହୋଇଥିଲେ।

ଏଥିସହିତ, ସେପ୍ଟେମ୍ବର ୧୮, ୨୦୧୬ ରେ ଉରି (କଶ୍ମୀର) ର ସେନା ଶିବିର ଉପରେ ଭୟଙ୍କର ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଦୁଇ ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ ଏହି ପ୍ରକାର ଆତଙ୍କବାଦୀ ଆକ୍ରମଣରେ ୧୮ ସୈନିକ ସହିଦ ହେବା ପରେ ମଧ୍ୟ ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏହା ପରେ ତତ୍କାଳୀନ ଗୃହମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଅଧ୍ୟକ୍ଷତା କରିଥିଲେ। ହେଲେ ଏବେ ଚୀନ୍ ସହ ମୁହାଁମୁହିଁ ହୋଇଛି ଭାରତ। ସର୍ବଦଳୀୟ ବୈଠକର ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଏହାର ସମାଧାନ କରିବେ।

ଇତିହାସ ପୃଷ୍ଠାକୁ ଯଦି ଦେଖିବା ୧୯୬୨ ମସିହାରେ ଚୀନ୍ ଯୁଦ୍ଧ ପରେ ଏହା ପ୍ରଥମ ଘଟଣା, ଯେତେବେଳେ ସୀମାରେ ବହୁ ସଂଖ୍ୟକ ଯବାନ ନିହତ ହୋଇଥିଲେ। ଏହାପୂର୍ବରୁ ୧୯୭୫ ରେ, ଏଲଓସି ଉପରେ ଗୁଳି ଚଳାଇ ୪ ଯବାନ ନିହତ ହୋଇଥିଲେ। ସରକାରଙ୍କ ରଣନୀତିକୁ ମଧ୍ୟ ବିରୋଧୀ ସମାଲୋଚନା କରିଛନ୍ତି। ସରକାର କଣ କରିବାକୁ ଚାହୁଁଛନ୍ତି ସେ ବାବଦରେ ଅବଗତ କରାଇବା ଦରକାର ବୋଲି ବିରୋଧୀ କଂଗ୍ରେସ ଦାବି କରିଛି।

Related story