Advertisment

ସୌମ୍ୟଙ୍କ ପରେ ଭର୍ତ୍ତୃହରିଙ୍କ ସମ୍ପାଦକୀୟକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୋଭିଡ୍ ମୃତ୍ୟୁ ପ୍ରସଙ୍ଗରେ ବିଜେଡି ଉପସଭାପତି ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ସମ୍ପାଦକୀୟ ଲେଖା ପରେ ଏବେ ସାଂସଦ ଭର୍ତ୍ତୃହରି ମହତାବଙ୍କ ସମ୍ପାଦକୀୟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଭର୍ତ୍ତୃହରିଙ୍କ ସମ୍ପାଦକୀୟରେ କରୋନା ପ୍ରସଙ୍ଗ ନାହିଁ। କିନ୍ତୁ ଏଥିରେ ରାଜନୈତିକ ଦଳଗୁଡ଼ିକ ଭିତରେ ଭିନ୍ନମତକୁ ସମ୍ମାନ ଦେବା ଓ ସମାଲୋଚନାକୁ ସ୍ୱୀକାର କରିବାର ଆବଶ୍ୟକତାକୁ ଗୁରୁତ୍ୱାରୋପ କରାଯାଇଛିା ‘ଦଳରେ ଭିନ୍ନମତ କଣ ନେତା ବିରୋଧୀ?’ ଶୀର୍ଷକ ସମ୍ପାଦକୀୟରେ ଭର୍ତ୍ତୃହରି ଲେଖିଛନ୍ତି, ବିଧାନସଭାକୁ ନିର୍ବାଚିତ ଜନପ୍ରତିନିଧି […]

author-image
Jitendra Garnayak
ଅଦ୍ୟତନ ହୋଇଛି
ସୌମ୍ୟଙ୍କ ପରେ ଭର୍ତ୍ତୃହରିଙ୍କ ସମ୍ପାଦକୀୟକୁ ନେଇ ଚର୍ଚ୍ଚା

Bhartruhari Mahtab

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୋଭିଡ୍ ମୃତ୍ୟୁ ପ୍ରସଙ୍ଗରେ ବିଜେଡି ଉପସଭାପତି ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ସମ୍ପାଦକୀୟ ଲେଖା ପରେ ଏବେ ସାଂସଦ ଭର୍ତ୍ତୃହରି ମହତାବଙ୍କ ସମ୍ପାଦକୀୟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଭର୍ତ୍ତୃହରିଙ୍କ ସମ୍ପାଦକୀୟରେ କରୋନା ପ୍ରସଙ୍ଗ ନାହିଁ। କିନ୍ତୁ ଏଥିରେ ରାଜନୈତିକ ଦଳଗୁଡ଼ିକ ଭିତରେ ଭିନ୍ନମତକୁ ସମ୍ମାନ ଦେବା ଓ ସମାଲୋଚନାକୁ ସ୍ୱୀକାର କରିବାର ଆବଶ୍ୟକତାକୁ ଗୁରୁତ୍ୱାରୋପ କରାଯାଇଛିା

Advertisment

‘ଦଳରେ ଭିନ୍ନମତ କଣ ନେତା ବିରୋଧୀ?’ ଶୀର୍ଷକ ସମ୍ପାଦକୀୟରେ ଭର୍ତ୍ତୃହରି ଲେଖିଛନ୍ତି, ବିଧାନସଭାକୁ ନିର୍ବାଚିତ ଜନପ୍ରତିନିଧି ହୁଅନ୍ତୁ କିମ୍ବା ପାର୍ଲାମେଣ୍ଟକୁ, ସେମାନେ ଦଳୀୟ ନେତାଙ୍କ ନିର୍ଦ୍ଦେଶରେ ମତ ପ୍ରଦାନ କରିବାକୁ ବାଧ୍ୟ ହେଉଛନ୍ତି। ଗୃହ ଭିତରେ ଆଉ ବୌଦ୍ଧିକ ବିଚାର-ଆଲୋଚନା ହେଉନାହିଁ କି ହୋଇପାରୁନାହିଁ। ଜଣେ ଚାହିଁଲେ ବି ଏହା ହୋଇପାରୁ ନାହିଁ। କାରଣ ଦଳର ଦୃଷ୍ଟିକୋଣକୁ ହିଁ କେବଳ ଗୃହରେ ଉପସ୍ଥାପନ କରିବା ଏକପ୍ରକାର ବାଧ୍ୟ କରାଯାଉଛି। ଯଦି କେହି ଦଳୀୟ ନେତାଙ୍କ ସ୍ୱାର୍ଥ ବିରୋଧୀ କିନ୍ତୁ ଦେଶ ବା ରାଜ୍ୟ ସପକ୍ଷରେ ମତ ଦେଲା, ତେବେ ତାହାକୁ ଦଳ ବିରୋଧୀ ବୋଲି ଆଖ୍ୟା ଦେବାକୁ ଦୁଇ ମିନିଟ୍ ବି ଲାଗୁନଥିବା ଦର୍ଶାଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଭର୍ତ୍ତୃହରି।

ସେ ଆହୁରି ଲେଖିଛନ୍ତି, ଯଦି ସେହି ଦଳ ସରକାରରେ ଅଛି, ତେବେ କିଛି ପଣ୍ଡିତ ଅଫିସର ହିଁ ସରକାରଙ୍କ ନୀତି ନିର୍ଦ୍ଧାରଣ କରିନେଉଛନ୍ତି ଏବଂ ତାକୁ ହିଁ ଶାସକ ଦଳର ନୀତି ଭାବେ ଲଦି ଦିଆଯାଉଛି। କୌଣସି ପ୍ରସଙ୍ଗ ନେଇ ଭିନ୍ନମତ ପ୍ରକାଶ ପାଇବା ଏବଂ ସେନେଇ ବିତର୍କ କରାଯିବାର ସୁଯୋଗ ମିଳୁନାହିଁ। ଏହା ବାସ୍ତବରେ ଦଳ ବିରୋଧୀ ନା ନେତାଙ୍କ ସ୍ୱାର୍ଥ ବିରୋଧୀ ବୋଲି କହି ସିଧାସଳଖ ପ୍ରଶ୍ନ ଉଠାଇଛନ୍ତି ଭର୍ତ୍ତୃହରି।

Advertisment

କମ୍ପାନୀ ମାଲିକ ଯେଭଳି ନିଜର କିଛି ଅନୁଗତ ମ୍ୟାନେଜର ଏବଂ ଗୁମାସ୍ତା ରଖି ସଂସ୍ଥାର ପରିଚାଳନା କରେ, ସେଭଳି ଢଙ୍ଗରେ ଅଧିକାଂଶ ରାଜନୈତିକ ଦଳ ଚାଲିଛି ବୋଲି ସାଂସଦ ଶ୍ରୀ ମହତାବ ଲେଖିଛନ୍ତି। ସେ ଲେଖିଛନ୍ତି, ଯେଉଁ ରାଜନୈତିକ ଦଳରେ ବିଚାରବିମର୍ଶ ବନ୍ଦ ହୋଇଯାଉଛି ବା ସଂକୁଚିତ ହୋଇଯାଇଛି, ସେ ଦଳଠାରୁ ଗଣତାନ୍ତ୍ରିକ ବ୍ୟବହାର ଆଶା କରିବା ବୃଥା। ଏହି ଆଲେଖ୍ୟରେ ଭର୍ତ୍ତୃହରି ମହତାବ ଅବଶ୍ୟ କୌଣସି ନିର୍ଦ୍ଦିଷ୍ଟ ଦଳ ବା ବ୍ୟକ୍ତି ବିଶେଷଙ୍କ ନାଁ ନେଇନାହାନ୍ତି।

ଅନ୍ୟପକ୍ଷରେ ତିନି ଦିନ ତଳେ ବିଜେଡି ଉପସଭାପତି ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟ ତାଙ୍କ ମାଲିକାନାରେ ଥିବା ଦୈନିକ ‘ସମ୍ବାଦ’ରେ ଆମ ଘରର ହାଲଚାଲ ସ୍ତମ୍ଭରେ ‘ଶ୍ରେଣୀରେ ପ୍ରଥମ ହେଲା ପରେ ବି କପି ?’ରେ ରାଜ୍ୟରେ କୋଭିଡ୍ ପରିଚାଳନା ଓ କୋଭିଡଜନିତ ମୃତ୍ୟୁକୁ ଲୁଚାଇବା ପାଇଁ ପ୍ରଶାସନିକ ସ୍ତରରେ ହେଉଥିବା ପ୍ରୟାସକୁ ଉଲ୍ଲେଖ କରିଥିଲେ। ଏହା ସହିତ ସେ ପରୋକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସରକାରଙ୍କ ପରିଚାଳନା ଶୈଳୀ ଉପରେ ପ୍ରଶ୍ନ ଉଠାଇଥିଲେ।

ଏହି ଆଲେଖ୍ୟରେ ସୌମ୍ୟ ଆହୁରି ଲେଖିଥିଲେ, ନବୀନ କୌଣସି କର୍ମୀ ଓ ସାଧାରଣ ଲୋକଙ୍କ ଗହଳିରେ ରହିବାକୁ ପସନ୍ଦ କରନ୍ତି ନାହିଁ। ହାତଗଣତି କେତେଜଣ ରାଜନେତା ଓ ପ୍ରଶାସକଙ୍କ ସହାୟତାରେ କାର୍ଯ୍ୟ କରନ୍ତି। କରୋନା କଟକଣାରେ ଏହି ହାତଗଣତିଙ୍କ ସଂଖ୍ୟା ଆହୁରି ବି ସୀମିତ ହୋଇଯାଇଛି। ତେଣୁ କରୋନା ତଥ୍ୟ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କେତେ ଅବଗତ ଅଛନ୍ତି ଓ ତାଙ୍କ ପାଖରେ ପ୍ରକୃତ ତଥ୍ୟ ପହଞ୍ଚୁଛି କି ନାହିଁ ବୋଲି ସେ ପ୍ରଶ୍ନ କରିବାକୁ ପଛାଇ ନଥିଲେ।

Bjd Leader Bhartruhari Mahtab